ସଂସାର ବନ୍ଧନ
ସଂସାର ବନ୍ଧନ
ପ୍ରୀତି ଥିଲା ବାପାଙ୍କର ଏକମାତ୍ର ଝିଅ l ଭାରି ଗେଲ ବସରରେ ବଢିଥିଲା l ପିଲାବେଳ ଆନନ୍ଦରେ କଟିଥିଲା l ଯେବେ ବଡ଼ ହେଲା ବାପା ଚିନ୍ତା କଲେ ଝିଅକୁ ହାତକୁ ଦି ହାତ କରି ଦେବେ, କିନ୍ତୁ ପ୍ରୀତିର ଏକା ଜିଦ୍ଦି ବାପା, ମା'ଙ୍କୁ ଛାଡିକି କୁଆଡେ ଯିବନି l ସମୟ ତ ବଡ଼ ବଳବାନ l ବୟସ ଉପନୀତ କ୍ରମେ ପ୍ରୀତିର ବିଭାଘର ଠିକ ହେଲା l ଉଚିତ ପାତ୍ର ଯାନି ଯୌତୁକରେ ପିତା ବିବାହ ସମ୍ପନ୍ନ କଲେ l ସମୟ ଗଡି ଚାଲିଲା l ପ୍ରୀତିର ମନ କିନ୍ତୁ ପିତାମାତାଙ୍କ ପାଖରେ ରହୁଥାଏ l ଏପରି ବର୍ଷ ବର୍ଷ ଅତିକ୍ରମ ହେଲା, ୟା' ମଧ୍ୟରେ ପ୍ରୀତିର ଗୋଟେ କନ୍ୟା ସନ୍ତାନ ଯାତ ହେଲା l ସମସ୍ତ ସ୍ନେହରେ କନ୍ୟାକୁ ବଢ଼ାଇଲା l ଏମିତି ସୁଖରେ ଦିନ କଟିଲା l ସେ ଆଉ ପଛକୁ ଫେରି ଚାହିଁଲାନି l ସ୍ୱାମୀ, ଭଲ ଶାଶୁଘର ପାଇ ସୁଖରେ ସୁଖରେ ଦିନ କାଟିଦେଲା l
ସମୟର ଗତି ବଡ଼ ବିଚିତ୍ର l ଧୀରେ ଧୀରେ ପିତାମାତାଙ୍କର ବୃଦ୍ଧା ବସ୍ଥା ଆସିଗଲା l ପାଶେ ବି କେହି ନାହାନ୍ତି ପାଣି ଟୋପେ ଦେବା ପାଇଁ l ଏଣେ ପ୍ରୀତିର ସଂସାର ଏକୁଟିଆ l ସ୍ୱାମୀ, ଝିଅକୁ ନେଇ ତା'ର ସଂସାର, ସେପଟେ ପିତାମାତା ଯେପରି ଦାୟିତ୍ୱ ତା'ର ମଥା ପିଟି ଫାଟକରେ ଡାକୁଛି l ପିତାମାତାଙ୍କ କଷ୍ଟ ତ ସହି ହେବନି ଈଶ୍ୱରଙ୍କୁ ମୁଣ୍ଡିଆ ମାରିଲା l ପ୍ରଭୁ ଏ କି ବନ୍ଧନ, ମୋତେ କେଉଁ କୁଳର କଲ ? ନାଁ ଏପଟ ନାଁ ସେପଟ l ଏଇ ସଂସାରରେ ଜନ୍ମ ଦେଇ ମୋତେ ମଝିଦରିଆରେ ଭସାଇ ଦେଲ l କାହାକୁ ଛାଡ଼ିବି, କାହାକୁ ରଖିବି l ଚିନ୍ତା କଲା ପିତାମାତାଙ୍କୁ ନିଜ ପାଖକୁ ନେଇ ଆସିବି, ସେବା ଯତ୍ନ କରି ତାଙ୍କ ଶେଷ ସମୟର ଆଶା ବାଡ଼ି ହେବି l ସ୍ୱାମୀଙ୍କ ସଙ୍ଗେ ପିତାଙ୍କ ଘରକୁ ବାହାରିଲା l ମା' ବାପାଙ୍କ ପାଶେ ପହଂଚିବା ମାତ୍ରେ, ମା'ଙ୍କ ଆଖି ସ୍ନେହରେ ଛଳଛଳ, ପିତାଙ୍କ ଦୁଇ ନୟନରୁ ଅଶ୍ରୁଧାର l ଏକ ମିଳନ ଏକ ବର୍ଷ ପରେ ନିଜ ଜନ୍ମ କଲା କନ୍ୟା ତାଙ୍କ ପାଖରେ l ଏ କି ବନ୍ଧନ ପ୍ରଭୁ ? କି ସ୍ବର୍ଗୀୟ ମିଳନ!! ପରସ୍ପର ଆତ୍ମସନ୍ତୋଷ ଲାଭ କଲେ l ଆଶ୍ୱସ୍ତି ପାଇଲେ l
ପ୍ରୀତି କଥା ଉପସ୍ଥାପନା କଲା ବାପା, ତୁମେ ତ ବୃଦ୍ଧ ହୋଇଗଲଣି, ମା' ବି l ତୁମେ ଚାଲ ମୋ ପାଖରେ ରହିବ l କଥା ନ ସରିବା ଆଗରୁ ପ୍ରୀତିର ମୁଖରୁ, ପିତା ବୁଝି ଗଲେ କହିଲେ ମା', ତୋ ଦାୟିତ୍ୱ ତୁ ସମ୍ପନ୍ନ କରିଛୁ l କିନ୍ତୁ ଆମେ ଯେଉଁ ତୋ ମା' ମୁଁ ଯେଉଁ ସଂସାର ବନ୍ଧନରେ ବାନ୍ଧି ହୋଇଥିଲୁ, ଏଇଠି ତୋ ବାଲିଘର, ଧୂଳିଘର, ଷଠିଘର, ତୋର ସ୍ମୃତି ସବୁ ଏଇ ଘରେ ସାଇତା, ଏଇଠୁ ଆମେ କୁଆଡେ ଯିବୁନି l ହାତ ଗୋଡ଼ ତ ଚଳୁଛି l ତୁ ଭଲରେ ଥା l ଈଶ୍ୱର ନିଶ୍ଚିତ ସାହା ହେବେ l ଅଧିକ ହେଲେ ଅସୁବିଧା ଆମେ ତୋ ପାଶରେ ପହଂଚିବୁ l ପ୍ରୀତି ବହୁତ ଦୁଃଖ କଲା l କଣ କରିବ ନା ରହିପାରିବ, ନା ପିତାମାତାଙ୍କୁ ଛାଡି ଏକା ଶାନ୍ତିରେ ଦିନ କାଟିବ l ଏପରି ଭାବନା ରାଜ୍ୟରେ ବୁଡୁ ବୁଡୁ ସ୍ୱାମୀ କହୁଥିଲେ ପ୍ରୀତି ବ୍ୟାଗ ପତ୍ର ସଜାଡି ଦିଅ, ଆମେ ଆମ ଘରକୁ ଯିବା l
କ୍ରମଶଃ......