Sarojini Jena

Abstract

3  

Sarojini Jena

Abstract

ଆଶାର ନୀଡ଼

ଆଶାର ନୀଡ଼

2 mins
179


ସମ୍ବିତ ଆଉ ସଂପୂର୍ଣ୍ଣା ଦୁହେଁ ଭଲ ବନ୍ଧୁ l ବନ୍ଧୁ ଙ୍କ ମଧ୍ୟରେ ନିବିଡ଼ତା ଶିଖର ପ୍ରଦେଶରେ ପହଂଚି ସାରିଥିଲା l ଦୁହେଁ ଶପଥ ନେଲେ ଉଭୟଙ୍କୁ ସ୍ୱୀକାର କରିବେ, ସେୟା ବି ହେଲା l ପରିବାରର ବିନାନୁମତିରେ ସେମାନେ କୋର୍ଟ ବିବାହ କରିନେଲେ, ଏକତ୍ର ବି ବାସ କଲେ l କିନ୍ତୁ ସମାଜ ପରିବାର ସେମାନଙ୍କୁ ଗ୍ରହଣ କରିପାରିଲାନି l ଦିନପରେ ଦିନ ବିତି ଚାଲିଲା l ପିତୃମାତୃ ଭକ୍ତ ସମ୍ବିତ ମଝିରେ ପଡିଗଲା l ନା ହେଲା ପ୍ରେମିକାର ନା ପରିବାର ର l ସମୟ ର ସ୍ରୋତ ବହି ଚାଲିଲା l ପଶ୍ଚିମାକାଶେ ଅସ୍ତମିତ ସୂର୍ଯ୍ୟ ଲାଲ କିରଣରେ ଝଲସି ଉଠିଲା l ସବୁ ସ୍ବପ୍ନ,ଆଶା ଆକାଂକ୍ଷା ଯେପରି କବର ନେଲା l ମୁକ ପାଲଟିଲା ସମ୍ବିତ l କାହାକୁ କରିବ ନିଜର l ସମୟ ର ପ୍ରବାହ, ବୟସ ର ଉତ୍ତାଳ ତରଙ୍ଗ ରେ ହୃଦୟ ଦେଇଥିଲା ସିନା ସମାଜ ର ଶିକୁଳି ରୁ ମୁକୁଳି ପାରିଲାନି l ସଂପୂର୍ଣ୍ଣା କୁ ପାରିବାରିକ ସ୍ୱୀକୃତି ମିଳିଲାନି l ତା ଭିତରେ ବିଦ୍ରୋହ ର ସ୍ୱର ଉଠିଲା l ଦୁହେଁ ପରସ୍ପର ଠାରୁ ଭିନ୍ନ ହୋଇଗଲେ l ମାସ ପରେ ମାସ ଗଡି ଚାଲିଲା l ତଥାପି ସଂପୂର୍ଣ୍ଣା ର ମନ ତାକୁ ସାହାସ ଦେଲା ସମ୍ବିତ କୁ ପାଇବା ପାଇଁ l ଯେତେ ସଂଗ୍ରାମ ଭିତରେ ନିଜକୁ ହଜାଇଲା l ସ୍ୱର ଉଠାଇଲା କିନ୍ତୁ ଫଳ ପାଇଲାନି l ବିଚରା ସମ୍ବିତ ମନରେ ସ୍ବପ୍ନ ସବୁ ସାଇତା ହୋଇ ରହିଲା l ନା ମରୁଛି ନା ଜିଉଁଛି l ପିତାମାତା ଙ୍କର ବାଧ୍ୟ ସନ୍ତାନ ଟିଏ ହୋଇ ପ୍ରେମିକା ର ମନକୁ ଦୁର୍ବଳ କରିଦେଲା l ସମ୍ପର୍କ ମଝିରେ ପାଚେରୀ ଠିଆ ହେଲା ସମ୍ବିତ ର ପରିବାର l ଏଠି ଦୁଇଟି କଅଁଳ ହୃଦୟ ଆଘାତ ଆସିଲା l ନା ସେମାନେ ଏକାଠି ହେଲେ ନା ଏକାଠି ହେବେ କିଏ ଜାଣେ ହତାଶ ର ଦୀର୍ଘ ଶ୍ୱାସ ଛାଡି ବିଚରା ସଂପୂର୍ଣ୍ଣା ସମ୍ବିତ ର ବାଟକୁ ଚାହିଁ ବସିଛି l ମନରେ ଅସୁମାରୀ ଆଶା l ଯଦି ପ୍ରେମ ସତ୍ୟ ନିଶ୍ଚେ ତା ମନର ମଣିଷ ତା ପାଖକୁ ଫେରିଆସିବ l ପ୍ରେମରେ ସଂଘର୍ଷ ଥାଏ, ସ୍ୱାର୍ଥ ନଥାଏ, ପ୍ରେମ ଚିରଶାଶ୍ୱତ ବନ୍ଦନୀୟ l ସଂପୂର୍ଣ୍ଣା ଆଜି ଭାବୁଛି ବାସ୍ତବ ଦୁନିଆରେ ମୁଁ ସମ୍ବିତ କୁ ନ ପାଏ l ଏ ଆତ୍ମା ରେ ପ୍ରେମକୁ ସାଇତି ରଖି ସ୍ମୃତିରେ ବଞ୍ଚିବି ।

     କ୍ରମଶଃ


Rate this content
Log in

Similar oriya story from Abstract