Sarojini Jena

Tragedy Fantasy

4  

Sarojini Jena

Tragedy Fantasy

ଅଧୁରା ସଂସାର

ଅଧୁରା ସଂସାର

3 mins
344



    ସ୍ବପ୍ନ ବହୁତ ଥିଲା, ମିନି ଭାବିଥିଲା ପ୍ରକାଶର ହାତ ଧରି ସୁଖରେ ଦିନ କଟିଯିବ l ଶାଶୁ, ଶ୍ୱଶୁର, ଦେବର ବାସ ଏତିକି ତା ପରିବାର l ବିବାହ ପୂର୍ଵରୁ ସେ ପ୍ରକାଶକୁ ଭଲ ପାଇଥିଲା l ଦୁହେଁ ଖୁବ ଖୁସିରେ ପରଜାପତି ଭଳି ଜୀବନ କାଟି ଥିଲେ, ହସିଥିଲେ ବୁଲିଥିଲେ, ଖେଳିଥିଲେ l ବାଲି ଘର ଗଢୁ ଗଢୁ ସତସତିକା ଘର ଗଢିବାକୁ ଚିନ୍ତାକଲେ l ମିନିର ପରିବାର ଜାଣିଥିଲେ, ତେଣୁ ସେ ତାଙ୍କ ତରଫରୁ ବିବାହର ପ୍ରସ୍ତାବ ଦେଇଥିଲେ l କିନ୍ତୁ ଏପଟେ ପ୍ରକାଶର ମା ରାଜି ନଥିଲେ l କାହିଁକି କେଜାଣି, ମିନିତ ସୁନ୍ଦର ଥିଲା, ଗ୍ରାଜୁଏଟ l କିନ୍ତୁ ମିନିକୁ ବୋହୂ କରି ଆଣିବାକୁ ଶାଶୁଙ୍କ ପସନ୍ଦ ନଥିଲା l ସବୁ ପରେ ବି ମିନିର ପ୍ରକାଶ ସହ ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା l ବିବାହ ରେ ମିନି ବି ମନମୁତାବକ ଯୌତୁକ ଆଣିଥିଲା l କିନ୍ତୁ ଏପରେ ମିନିର ଶାଶୁ ନାକଟେକି ଟେକି ହେଉଥିଲେ l ଭୋଜି ଦିନରେ ପ୍ରକାଶ ଆଉ ମିନି ବହୁତ ଖୁସି ଥିଲେ l ଦୁଇଟି ପ୍ରାଣର ମିଳନ, ହୁଏତ ଏତେ ଖୁସି ମୁଁ କାହାକୁ ଦେଖି ନ ଥିଲି l ପ୍ରକାଶର ଚଳଚଞ୍ଚଳ ଭୋଜିରେ ନିମନ୍ତ୍ରିତ ଅତିଥିଙ୍କୁ ବାରମ୍ବାର ଆପ୍ୟାୟିତ, ତାଙ୍କ ଭଲମନ୍ଦ ଯନ୍ତ୍ରଚାଳିତ ମନୁଷ୍ୟ ପରି ବୁଝୁ ଥିଲା l ଏପଟେ ବୋହୂ ବେଶରେ ମିନି ବହୁତ ସୁନ୍ଦର ଦିଶୁଥାଏ l ଚଳଚଞ୍ଚଳ ଆଖି, ହସ ମୁଖର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥାଏ l ଉପହାର ଉପରେ ଉପହାର କିନ୍ତୁ ମୁଁ ସେଇଠି ଲକ୍ଷ୍ୟ କରୁଥାଏ l ଶାଶୁର ଚାହାଣି, ମିନି ପ୍ରତି ମୁଁହ ସୁଖି ଯାଇଥାଏ l ରାଗରେ ଗରଗର ହେଉଥାଏ l ଭୋଜି ସମାପ୍ତ ହେଲା, ଅତିଥି ସ୍ୱଗୃହକୁ ଫେରିଗଲେ l ବିବାହର କିଛିଦିନ ପରେ ମିନିର ସଂସାରରେ ଅଦିନ ଝଡ ଦେଖା ଗଲା l ସ୍ୱାମୀର ସ୍ନେହଶ୍ରଦ୍ଧା ଶ୍ୱଶୁରଙ୍କ ସ୍ନେହଶ୍ରଦ୍ଧା ମିଳିଲା ସତ l ଶାଶୁଙ୍କର ଯେଉଁ ମାତୃତ୍ୱ ତାକୁ ମିଳିଲାନି l ଶାଶୁବୋହୂ ଚଳଣୀ ପରିବର୍ତ୍ତେ ସଉତୁଣୀ ପରି ଚଳିବାକୁ ଲାଗିଲେ l ଆଧୁନିକା ଶିକ୍ଷିତା ମିନି ସବୁ ସହି ବି ପ୍ରତିବାଦ କରୁଥିଲା l ତାର କୌଣସି କର୍ମ ଶାଶୁକୁ ପସନ୍ଦ ନଥିଲା l ତାର ଅହଂକାର ଥିଲା ମୋ ପୁଅ, ମୁଁ ଜନ୍ମ କରିଛି, ବେଶି ମୋର l ମିନି ଯେପରି ଚାକରାଣୀ ଭଳି ଚଳୁ l ପ୍ରତି କଥାରେ କଥା କଟୁ ସମାଲୋଚନା, ଗୃହକଳି ଧୀରେ ଧୀରେ ବଢୁଥିଲା l ଏସବୁ ପ୍ରକାଶ ସହ୍ୟ କରିପାରୁନଥିଲା l ଦେଖୁଥିଲା ମାର ବ୍ୟବହାର l ଯଦି ପାଟି ଖୋଲୁଥିଲା ତାକୁ ବି ଶୁଣିବାକୁ ପଡୁଥିଲା l ଅକଥ୍ୟ ଭାଷା, ମୁଣ୍ଡକୁ ତଳକୁ ପୋତି, ଯାହା ରୋଜଗାର କରୁଥିଲା ମାକୁ ବଢ଼ାଇ ଦେଉଥିଲା l ବୋହୂକୁ ଶାଶୁ ଘରେ ସ୍ୱାଧୀନତା ମିଳିଲାନି କି ପ୍ରକାଶ ପାଖରେ ମନଭରି ହୃଦୟର ଦୁଃଖ ବଖାଣି ପାରିଲାନି l କିନ୍ତୁ ପ୍ରକାଶ ଏ ସବୁ ଲକ୍ଷ୍ୟ କରୁଥିଲା l ମାକୁ ବିରୋଧ ସତ୍ୱେ ମାର ନିର୍ଯାତନା ଦିନକୁ ଦିନ ବଢ଼ି ଚାଲିଥିଲା l ୟା ମଧ୍ୟରେ ମିନିର ଏକ ପୁତ୍ର ସନ୍ତାନ ଯାତ ହୋଇଥିଲା l ଜନ୍ମଦିନ ଆଉ ଦଶଦିନ ଥିଲା l ମିନିପ୍ରକାଶ ଦୁହେଁ ଜନ୍ମଦିନର କାର୍ଯ୍ୟ ପାଇଁ ସଜାଗ ଥିଲେ l ବହୁତ ଖୁସି ହୋଇ ଯୋଗାଡ଼ରେ ଲାଗି ପଡ଼ିଥିଲେ l କାଳରାତ୍ରି ଆସିଲା ନଭେମ୍ବର ଦୁଇହଜାର ଷୋହଳ ମସିହା ସଠିକ ତାରିଖ ମନେ ନାହିଁ l ମୋର ବଡ଼ ଯା ରାତ୍ରି ପ୍ରାୟ ତିନିଟାରେ ମୋ କବାଟ ବାଡେଇ ହଠାତ ମୋତେ କହିଦେଲା ପ୍ରକାଶର ହାର୍ଟ ଆଟ୍ଟା୍କ ମୁଁ ଚମକି ପଡିଲି ଘରୁ ଯାଇ ଦେଖିଲୁ ଖଟ ଉପରେ ସେପରି ଶୋଇରହିଥିଲା l ମାତ ଅସ୍ତ ବ୍ୟସ୍ତ ଘର ସାରା ଗଡୁଥିଲା l ସ୍ତ୍ରୀ ର ଆଖିରୁ ଲୁହଧାର ଶ୍ରାବଣର ଧାରା ପରି ବହି ଯାଉଥିଲା l ନିସ୍ତେଜ, ନିର୍ବାକ ହୋଇଯାଇଥିଲା l ଏ ସଂସାର ତ ଭାଙ୍ଗିଗଲା, ବୋଧେ ଆର ଜନ୍ମକୁ ସାଥି ହୋଇ ରହିବେ ବର୍ତମାନ ମିନି ତା ବାପାଙ୍କ ଆଳୟରେ l କାରଣ ପ୍ରକାଶ ଗଲାପରେ ଏଠି ତା ମନ ବୁଝିବାକୁ କେହି ନାହିଁ l ଦ୍ଵିତୀୟ ବିବାହ ବି କରି ନାହିଁ l ପ୍ରକାଶ ର ସନ୍ତକକୁ ଛାତିରେ ଜାବୁଡି ବଂଚିଛି ପ୍ରକାଶ ସ୍ମୃତିରେ l ତେଣୁ ଏଇ ଅଦିନ ଝଡ଼ଟେ ପାଇଁ ହୁଏତ ମାଙ୍କ ବୁଝାମଣା ଅଭାବ ଥିଲା l ଝିଅ ପରି ବୋହୂ କୁ ଯଦି ସେ ଦେଖିଥାନ୍ତେ ଖୁସି ସଂସାରଟା ହୁଏ ତ ଭାଙ୍ଗି ଯାଇନଥାନ୍ତା l ଗୃହ ଆଜି ଶୂନ୍ୟ l ତା ଭିତରେ ବି ପ୍ରସ୍ତାବ ଯାଇଛି ଦେବରଙ୍କୁ ବିବାହ ପାଇଁ, ମିନିର ଏକା ଜିଦ୍ଦି ମୁଁ ମୋ ସ୍ୱାମୀଙ୍କ ସ୍ମୃତିରେ ବଞ୍ଚିବି l ସେ ଗୃହକୁ ଆଉ ଫେରିବିନି l ଏପଟେ ନିଶୂନ ସଂସାରରେ ହତାଶର କଳାବାଦଲ ଛାଇ ହୋଇ ଯାଇଛି l ପ୍ରକାଶର ମା ଗୁମୁରି ଗୁମୁରି କାନ୍ଦୁଛି l ନା କହି ପାରୁଛି ନା ସହି ପାରୁଛି l କ୍ରମଶଃ.............


        (ଗପ ହେଲେ ବି ସତ କାହାଣୀ )



Rate this content
Log in

Similar oriya story from Tragedy