Sarojini Jena

Inspirational

3  

Sarojini Jena

Inspirational

ମା' ଓ ଶାଶୁ

ମା' ଓ ଶାଶୁ

3 mins
205



   ଯୁଗେ ଯୁଗେ ନାରୀ ଚୀରବନ୍ଦନୀୟା, ନମନୀୟା l ଏ ସୃଷ୍ଟି ରେ ଈଶ୍ୱର ନାରୀଙ୍କୁ ଜନ୍ମ ଦେଇ ସମାଜରେ ମାତୃ ରୂପରେ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି l ନାରୀର ଭିନ୍ନ ଭିନ୍ନ ରୂପ ମଧ୍ୟରୁ କନ୍ୟା, ଭଗିନୀ, ଜାୟା, ଜନନୀ l ସେଇ ନାରୀର ଏଇ ରୂପ ମଧ୍ୟରୁ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଅଭିନୟ କରି ସମାଜ,ପରିବାରକୁ ଶୀର୍ଷକୁ ନେଇଥାଏ l ନାରୀର ପ୍ରଚେଷ୍ଟାରେ,ପ୍ରେରଣାରେ ଗୋଟିଏ ସୁନ୍ଦର ସଂସାରର ପରିକଳ୍ପନା ହୁଏ l ଯୁଗେ ଯୁଗେ ସେ କଲ୍ୟାଣମୟୀ,ମମତାମୟୀ, ସ୍ନେହମୟୀ ଜନନୀ l ମାତୃ ରୂପ ତା'ର ବହୁତ ମଧୁର, ଶ୍ରେଷ୍ଠ ରୂପ ସଦା ଅମୃତର ଝରଣାଟିଏ l ତତ ମଧ୍ୟରୁ ମା' ଓ ଶାଶୁ ଗୋଟିଏ ରୂପ,ଭିନ୍ନ ଅଭିନୟ l

    ସନ୍ତାନଟିଏ ଜନ୍ମ ନେଲେ ପ୍ରଥମେ ମା'ର କୋମଳ ସ୍ପର୍ଶ ଅନୁଭବ କରିଥାଏ l ମା' ଜନ୍ମଦାତ୍ରୀ, ପାଳନକର୍ତ୍ତୀ l ପଣତରେ ଢାଙ୍କି ସୁଖ ମନାସି ଦୁଃଖକୁ ଆପଣାଇ ଥାଏ l ଉପାସ ପେଟରେ ଉଦାସ ମୁଖରେ ସଦା ସର୍ବଦା ସନ୍ତାନର ଚିନ୍ତାରେ ନିମଗ୍ନ ଥାଏ l ଦୁନିଆର କୌଣସି ଖୁସି ତାକୁ ସୁଖ ଦେଇ ନଥାଏ l ଏପରିକି ସେ ସ୍ୱାମୀ ଠାରୁ ସନ୍ତାନକୁ ଶ୍ରେୟ ଦେଇଥାଏ l ସମୟ ପଡିଲେ ସ୍ୱାମୀର ଲକ୍ଷ୍ମଣ ରେଖାକୁ ଟପି ସନ୍ତାନ ପାଇଁ ଉତ୍ସର୍ଗୀକୃତ ହୋଇଥାଏ l ମା'ର ବର୍ଣ୍ଣନା ଅବର୍ଣ୍ଣନୀୟ l ଯେତେ ବର୍ଣ୍ଣନା କଲେ ମଧ୍ୟ କମ ପଡିବ l ସେ ସଂଜ୍ଞାକୁ ବର୍ଣ୍ଣନା କରିବା ବହୁତ କଷ୍ଟ ସାଧ୍ୟ l ମା' ସବୁବେଳେ ମା' l ସନ୍ତାନର ଫେରିବା ପଥକୁ ଚାହିଁ ଥାଏ ଯେ ସେହିଁ ମା' l ସନ୍ତାନ ଝୁଣ୍ଟି ପଡିଲେ ଯାହାକୁ କଷ୍ଟ ହୁଏ ସେହିଁ ମା' l ସନ୍ତାନର ସୁଖ ଦୁଃଖରେ ଯେ ଭାଗି ହୁଏ ସେ ମା' l ରାତ୍ରି ଉଜାଗର ରହି ଶରୀର ସୁଖକୁ ତେଜି ସନ୍ତାନକୁ କୋଳରେ ଜାବୁଡି ଯେ ସନ୍ତାନର ଆଶୁ ଆରୋଗ୍ୟ କାମନା କରେ ସେହିଁ ମା' l କିଏ ବା ବର୍ଣ୍ଣିବ ତା' କାହାଣୀ l

    ଆଉ ମା'ର ଭିନ୍ନ ରୂପ ଆଉ ଭିନ୍ନ ଅଭିନୟ ହେଲା ଶାଶୁ l ଯେ ମମତାମୟୀ ରୂପେ ସ୍ନେହମୟୀ ହୋଇ ମଧ୍ୟ କଠୋର ଶାସନ ନୀତି, ଶୃଙ୍ଖଳା ନୀତି ଆପଣେଇ ଥାନ୍ତି ସେହିଁ ଶାଶୁ l ମା' ପାଶରେ ଶିଶୁର ରକ୍ତ ବିନ୍ଦୁ ଜଡିତ ଥାଏ l ଯେହେତୁ ମା'କୁ ବେଶି କଷ୍ଟ ହୁଏ l ଶାଶୁ ଯେହେତୁ ରକ୍ତରେ ଦୂରତ୍ୱ ଥାଏ, କଠୋରତା ଆଚରଣ ତ ସାଧାରଣତଃ ଥାଏ l ଆଜିକାଲି ସମାଜରେ ଶାଶୁ ବୋହୂ ସମ୍ପର୍କ ତିକ୍ତ ହୋଇସାରିଛି l ପୂର୍ଵ କାଳରୁ ମଧ୍ୟ ଏ ପ୍ରଥା ପ୍ରଚଳିତ l ଏ ପରିସ୍ଥିତି ଥିଲା ଶାଶୁମାନେ ବୋହୂକୁ ହାତ ଉଠାଇ ଶାସନ କରୁଥିଲେ l ମା' ବି ଶାସନ କରେ ମାରେ କିନ୍ତୁ ସେ ମାଡ଼ରେ ମମତ୍ବ ଜାଗି ଉଠେ l କୋଳରେ ଯାକି ଦେହ ଆଉଁସି ନିଜକୁ ବାରମ୍ବାର ଧିକ୍କାର କରି ଆଖିରୁ ଲୁହ ଗଡା଼ଏ l କିନ୍ତୁ ଶାଶୁ ବୋହୂର ସମ୍ପର୍କ ଟିକିଏ ବୁଝାମଣା ପାଇଁ ଗୃହରେ କଳହ ଯାତ ହୁଏ l ବିଚରା ସ୍ୱାମୀ ପୁଅଟି ବଳି ପଡ଼ିଯାଏ l ଏତିକି ଫରକ, ତଥାପି ସବୁ ଶାଶୁମାନେ କଠୋର ହୋଇନଥାନ୍ତି l ମନୁଷ୍ୟର ପ୍ରକୃତି ଅନୁସାରେ ନିଜ ନିଜର ଆଚରଣ ଉଚ୍ଚାରଣ କରିଥାନ୍ତି l ସମୟ ଅନୁସାରେ ସବୁ କଥାକୁ ସ୍ୱାଗତ କରି ସଂସାରର ନାଆ 

ବାହିନେବା ଉଚିତ l ବେଶି ମନେପଡେ ମା', କାହିଁକି? ଶାଶୁ ଘରେ ଯେଉଁ ଶାସନ ଥାଏ ଶାଶୁଙ୍କ ପାଖରେ, ମା' ପାଖରେ ନଥାଏ l ଘରେ ଏପରିକି ପରିସ୍ଥିତି ସ୍ୱାମୀ ପାଶରେ ବୋହୂର ସମସ୍ତ ଆଚରଣ ଗୁଣକୁ ପର୍ଦ୍ଦାଫାଶ କରିଥାଏ, ଯାହା ଶାଶୁ ବୋହୂ,ସ୍ୱାମୀସ୍ତ୍ରୀ ସମ୍ପର୍କରେ ଫାଟ ଆସିଥାଏ l

    ତେଣୁ ଏ ସଂସାରକୁ ବୈକୁଣ୍ଠମୟ କରିବାକୁ ହେଲେ ଏଇ ଅଭିନୟ ଠାରୁ ଦୂରେଇ ସର୍ବଦା ମା ସର୍ବଂସହା ମାତା ଧରିତ୍ରୀ ପରି ହୋଇ ସଂସାରକୁ ହସାଇବାକୁ ପଡିବ l ମା', ଶାଶୁ ମଧ୍ୟରେ ଯେଉଁ ଦୂରତ୍ୱ ସେ ଅପସରି ଯିବ l ବାର୍ଦ୍ଧକ୍ୟର ଯନ୍ତ୍ରଣା ଯେଉଁ ଆଉ ହୁଏତ ଭୋଗିବାକୁ ପଡ଼ିବନି l କେତେପଦ ମିଠା କଥା, ଆଦର ଯତ୍ନ, ସ୍ନେହ ଦ୍ୱାରା ଶାଶୁର ମର୍ଯ୍ୟାଦା ହୁଏତ ମା' ଠାରୁ ଅଧିକ ବଢିଯାଆନ୍ତା l ତାହା ତ ସମ୍ଭବ ନୁହେଁ l ଯଥାର୍ଥରେ କୁହାଯାଏ l ମା'-ମା ଶାଶୁ-ଶାଶୁ l ସମସ୍ତଙ୍କ ଅନୁଭବ ହିଁ ମା' ଶାଶୁ ମଧ୍ୟରେ ଥିବା ଫରକକୁ ସହଜରେ ବୁଝାଇ ପାରିବ l



Rate this content
Log in

Similar oriya story from Inspirational