Sarojini Jena

Inspirational

3.4  

Sarojini Jena

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

2 mins
167


   ଈଶ୍ୱରଙ୍କ ଦରବାରରେ ମନୁଷ୍ୟ ହେଉଛି ଶ୍ରେଷ୍ଠ ଦାନ l ମନୁଷ୍ୟର ଜୀବନ ବହୁତ ଉର୍ଦ୍ଧ୍ୱରେ l ଏକ ମହାନ ଉଦ୍ଦେଶ୍ୟର ସାଧନ ପାଇଁ ତାର ସୃଷ୍ଟି l ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଉନ୍ନତି ସାଧନ କରିବା ଆଦର୍ଶ ଜୀବନର ମୂଳ ଲକ୍ଷ୍ୟ l ବାସ୍ତବ ସୁଖ ଶାନ୍ତି ହିଁ ଆଦର୍ଶ ଜୀବନରୁ ମିଳିଥାଏ l ଆଦର୍ଶ ଜୀବନର ଗଠନ ପାଇଁ ସାଧନାର ଆବଶ୍ୟକତା ଥାଏ l ବିବିଧ ଅନୁଭୂତି ଓ ଅଭିଜ୍ଞତା ବ୍ୟକ୍ତି ଜୀବନକୁ ପରିପୁଷ୍ଟ କରିଥାଏ l ଆଦର୍ଶ ମନୁଷ୍ୟ ଆଦର୍ଶ ଜୀବନ ଯାପନ କରି ଆଦର୍ଶର ବାର୍ତ୍ତା ପ୍ରଚାର କରେ l ସତ୍ୟ, ଅହିଂସା ଜୀବନର ଚାବିକାଠି l ଯେପରି ରାମାୟଣରେ ଶ୍ରୀରାମଙ୍କ ଚରିତ୍ର l


    ଆଦର୍ଶ ଜୀବନ ପାଇଁ ଆମକୁ ସର୍ବଦା ସତ୍ୟ ପଥରେ ଚାଲିବାକୁ ପଡିବ l ଅହିଂସା ପରମଧର୍ମ ଭଗବାନ ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଜୀବନରୁ ଆମକୁ ଶିଖିବାକୁ ମିଳିଥିଲା l ଆଦର୍ଶ ଜୀବନ ଯାପନ ପାଇଁ ସରଳ ଜୀବନ ଓ ଉଚ୍ଚ ଚିନ୍ତାର ଅତ୍ୟାବଶ୍ୟକ ଥାଏ l ବିଳାସବ୍ୟସନ ଜୀବନକୁ ଲକ୍ଷ୍ୟ ଭ୍ରଷ୍ଟ କରେ l ଭୌତିକ ଆଶକ୍ତି ବୃଦ୍ଧି କରାଇ ଅମିତବ୍ୟୟି କରିବାରେ ସହାୟକ ହୋଇଥାଏ l ସମସ୍ତ ପ୍ରାଣୀ ସମୟର ଅଧୀନ l ମନୁଷ୍ୟର ସୀମିତ ଆୟୁ ଭିତରେ ଯଥା ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ l ସମୟାନୁବର୍ତ୍ତୀ ବ୍ୟକ୍ତି ହିଁ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହୁଏ l ସମୟର ସଦୁପଯୋଗ ହିଁ ଆଦର୍ଶ ଜୀବନ ବିତାଇପାରେ l ମନୁଷ୍ୟର ବିଭିନ୍ନ ଗୁଣ ମଧ୍ୟରୁ ସାଧୁତା, ମାନବିକତା ଦୁଇଟି ଉଜ୍ଜ୍ୱଳ ରତ୍ନ l ଦୟା, ସ୍ନେହ, ସହାନୁଭୂତି ମାନବିକତାର ଉତ୍ତରଣ ପାଇଁ ଆବଶ୍ୟକ l ଭାରତ ବର୍ଷରେ ଆଜି ମାନବିକତାର ଅବକ୍ଷୟ ଘଟିଛି l ବ୍ୟକ୍ତି ଚରିତ୍ରରେ ମାନବର ଅଭ୍ୟୁଦୟ ନ ହେଲେ ସମାଜର ପତନ ହେବ l ତେଣୁ ଆଦର୍ଶ ଜୀବନ ବିତାଉ ଥିବା ବ୍ୟକ୍ତିର ହୃଦୟରେ ମାନବିକତାର ପ୍ରଦୀପ ଅହରହ ପ୍ରଜ୍ବଳିତ ହେବା ବାଞ୍ଛନୀୟ l


   ଆଦର୍ଶ ବ୍ୟକ୍ତିର ଜୀବନରେ ଶ୍ରମ ମର୍ଯ୍ୟାଦା ଗୁରୁତ୍ୱପୂର୍ଣ୍ଣ l ଏହା ଶ୍ରେଷ୍ଠ ଅବଦାନ l ଜୀବନରେ ସଫଳତା ଓ ଲକ୍ଷ୍ୟ ହାସଲ ପାଇଁ ଦୃଢ ପ୍ରତିଜ୍ଞା ଅପରିହାର୍ଯ୍ୟ l ମନୁଷ୍ୟ କେବଳ ନିଜ ପାଇଁ ଜନ୍ମ ନେଇ ନଥାଏ, ସମାଜରେ ବାସ କରୁଥିବା ଦୁଃଖୀରଙ୍କିଙ୍କର ସେବାରେ ଉତ୍ସର୍ଗ କରୁଥିବା ବ୍ୟକ୍ତି ହିଁ ସମାଜରେ ଆଦର୍ଶ ମନୁଷ୍ୟର ସ୍ଥାନ ନେଇଥାଏ l


    ଜୀବନର ସଫଳତା ଆଦର୍ଶ ଜୀବନ ଉପରେ ପ୍ରତିଷ୍ଠିତ l ଆଦର୍ଶ ଜୀବନ ହିଁ ଆଦର୍ଶ ବ୍ୟକ୍ତିତ୍ବର ପରିଚିତି l ଆମ ସଂସ୍କୃତି ସଦା ସ୍ମରଣ କରାଇ ଦିଏ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପୀ ଗରିୟସୀ l ଉତ୍କଳ ମଣି ଗୋପବନ୍ଧୁଙ୍କର ଆଦର୍ଶ ଜୀବନର ସମ୍ବଦ୍ଧରେ -:

      "ମିଶୁ ମୋର ଦେହ ଏ ଦେଶ ମାଟିରେ

      ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ,

      ଦେଶର ସ୍ୱରାଜ ପଥେ ଯେତେ ଗାଡ଼

      ପୁରୁତହିଁ ପଡି ମୋର ମାଂସ ହାଡ଼ l"


    ଏଇ ଆଦର୍ଶରେ ଅନୁପ୍ରାଣିତ ହେଲେ ଏ ମନୁଷ୍ୟ ଜୀବନ ସାର୍ଥକତା ଲାଭ କରିବ l



Rate this content
Log in

Similar oriya story from Inspirational