Sarojini Jena

Tragedy

3  

Sarojini Jena

Tragedy

ତୁମେ ଗଲା ପରେ (ବାପା )

ତୁମେ ଗଲା ପରେ (ବାପା )

2 mins
207


ତୁମେ ଗଲା ପରେ ସବୁ ଶ୍ରୀହୀନ ଲାଗୁଛି l ଆଉ ଭଲ ଲାଗୁନାହିଁ ତୁମ ଆଳୟ l ସବୁ ସ୍ଥାନରେ ତୁମ ସ୍ମୃତି ଭାସି ଉଠୁଛି l ସେହି ପିଲାଦିନ,ତୁମ ଶାସନ, କଠୋରତା, ସ୍ନେହ,ଶ୍ରଦ୍ଧା, ପରିଶ୍ରମ, ରାତ୍ରି ଉଜାଗର ରହି ସନ୍ତାନକୁ ସୁଖି କରିବାକୁ ଏତେ ହାଡଭଙ୍ଗା ଶ୍ରମ ଦେଇ ତୁମେ ତୁମ ସୁନ୍ଦର ସଂସାର ରଚିଥିଲ l ସେ ସଂସାରେ ମା, ଆମେ ତିନି ଭଉଣୀ, ଗୋଟେ ଭାଇ,ଜେଜେବାପା,ଜେଜେମା ସଭିଙ୍କୁ ସୁଖରେ ରଖିବାକୁ ତୁମେ ହିଁ କଷ୍ଟ ସହିଥିଲ l କି ବର୍ଷା, କି ଖରା, କି ଶୀତ ସବୁର ଫେଣ୍ଟା ଫେଣ୍ଟି ଦୃଶ୍ୟ ମୁଁ ଦେଖିଛି l ମୁଁ ଦେଖିଛି, ତୁମର ପିତୃତ୍ୱ ଅନୁଭବ କରିଛି l କେବେ କିଛି ମନା କରିନ l ସବୁ ସ୍ୱାଧୀନତା ଦେଇଥିଲ l ରକ୍ଷଣଶୀଳ ସମାଜରେ ତୁମେହିଁ ଆମ ଆଦର୍ଶ l ତୁମ ପ୍ରଚେଷ୍ଟା ତୁମ ଆଶୀର୍ବାଦ ତୁମ ପ୍ରେରଣାରେ ଆମେ ଆଜି ଯିଏ ଯେଉଁ ସ୍ଥାନରେ ରହିଛୁ l ମିଶା ମିଶି ସୁଖ ଦୁଃଖକୁ ନେଇ l ନିରବ ପଥର ପରି ସବୁ ସହିଥିଲ l ନୀଳକଣ୍ଠ ସମ ବିଷ ପାନ କରିଥିଲ ମଧ୍ୟ l ଯେତେ ଯାହା ଶୁଣିଥିଲ ସବୁ ଆମ ପାଇଁ l ଆମ ପାଦରେ କଣ୍ଟା ଟିକେ ବାଜିବାକୁ ଦେଇନ l ତୁମ ଛାତ ତଳେ ଆମେ ସୁରକ୍ଷିତ ଥିଲୁ l ସେ ଛାତ ତ ଆମ ଭୁଷୁଡ଼ି ପଡିଛି l ତଥାପି ହୃଦୟରେ ସର୍ବଦା ତୁମକୁ ତୁମ ସ୍ମୃତିକୁ ଜାବୁଡି ବାକି ଜୀବନ ଜିଇଁବୁ l ତୁମ କଥା ବେଶୀ ମନେ ପଡେ l ଯେବେ ଆସୁ ପିତ୍ରାଳୟ ତୁମର ଅନିଚ୍ଛା ସତ୍ୱେ ଆମକୁ ବିଦାୟ ନେବାକୁ ପଡେ l ମନକୁ ଦୁଃଖ କରିଦିଅ l ନିରୀହ ଆଖିରେ ଚାହିଁ ରହିଥାଅ ଆମର ବିଦାୟ ବେଳାକୁ l ସେହିଁ ପିତାଙ୍କ ହୃଦୟ, ବାପାଙ୍କ ହୃଦୟ l ତୁମେ ସରଳ, ନିର୍ଭିକ, ନିଷ୍କପଟ ଥିଲ l ହୃଦୟରେ ସଦା ସନ୍ତାନଙ୍କ ପାଇଁ ସ୍ନେହର ଝରଣା ଛୁଟୁ ଥିଲା l ସଭିଙ୍କ ଚିନ୍ତା ତୁମକୁ ଘାରୁଥିଲା l କିଛି ପାଇବାକୁ କେବେ ପିଲାଙ୍କ ଠାରୁ ଆଶା କରି ନଥିଲ l ସବୁବେଳେ ତୁମେ ଦେଇଥିଲ ଆମେ ନେଉଥିଲୁ l ସର୍ବଦା ତୁମ ହୃଦୟ ଆମ ପାଇଁ ଆନ୍ଦୋଳିତ ହେଉଥିଲା l ସେଇ ବାପାଙ୍କୁ ଆଜି ହୃଦୟରୁ ମୋର କୋଟି କୋଟି ପ୍ରଣାମ l ଯାହାର ବୀର୍ଯ୍ୟରେ ଏ ଶରୀର ଗଢ଼ା, ଋଣ ତ କେବେ ସୁଝି ପାରିଲୁନି କି ସାତ ଜନ୍ମ ଗଲେ ସୁଝି ହେବ ନାହିଁ l ସର୍ବଦା ତୁମ୍ଭ ଆଶୀର୍ବାଦ କାମନା କରୁଛୁ ଯେଉଁଠି ଥାଅ ଶାନ୍ତିରେ ଥାଅ l ଆମକୁ ଆଶୀର୍ବାଦ ସଦା ଢାଳୁଥାଅ l ତୁମ ଆଦର୍ଶରେ ଏ ସଂସାର ରଥକୁ ଆମେ ବାହି ନେଉ l


Rate this content
Log in

Similar oriya story from Tragedy