Sujata Behera

Abstract Tragedy Others

3  

Sujata Behera

Abstract Tragedy Others

ସଂପର୍କ ଗୋଟିଏ ନୁଆ ଆରମ୍ଭ

ସଂପର୍କ ଗୋଟିଏ ନୁଆ ଆରମ୍ଭ

8 mins
184


ଆଜି ମିନୁ କୁ ପୁଅ ଘର ଦେଖିବାକୁ ଆସିବେ। ସକାଳୁ ଉଠି ସବୁ କାମ ପାଇଟି ସାରି ଚୁପଚାପ ବସିଛି। ପୁଅ କୁ ଫଟୋ ରେ ଦେଖିଛି ମିନୁ।ସବୁ ଝିଅମାନେ ମନେ ମନେ ଖୋଜନ୍ତି ତାଙ୍କ ମନଲାଖି ବର ଠିକ ତା ବାପାଙ୍କ ଭଳି ହେଇଥିବେ,ବଡ ଭାଇଙ୍କ ପରି ସବୁ ମୁହୁର୍ତ୍ତରେ ସବୁ ଅସୁବିଧା କୁ ସୁବିଧା କରି ପାରୁଥିବ। କିନ୍ତୁ ମିନୁ ସବୁବେଳେ କୁହେ ୟା ବାହାଘର ଯଦି ଏମିତି ଲୋକ ସାଙ୍ଗେ ହୁଏ ଠିକ ତୋ ବାପାଙ୍କ ଭଳି ହେଇଥିବ,ସେ ଜମା ବି ରହିବନି ଶାଶୁଘରେ।ଏମିତି କଣପାଇଁ ସେ ହି ଜାଣିଥିବ। ପୁଣି ଟିକେ ପରେ ଲାଜେଇ ଦର୍ପଣ ଆଗରେ ନିଜକୁ ଦେଖି, କ'ଣ ତମେ ମୋତେ ସତରେ ବାହା ହବ? ମୁଁ କିନ୍ତୁ ଚାହେଁ ତମେ ମୋ ବାପାଙ୍କ ଭଲିଆ ନ ହେଇଥାଅ,ଯଦି ମୋ ବାପାଙ୍କ ପରି ହେଲ ମୁଁ ତମକୁ ଛାଡିଦେଇ ଆସିବି। ପୁଣି ଯେମିତି ଅଜଣା ଡର ହଠାତ ମନ ଭିତରେ ଛୁଇଁ ଯାଉଛି- ବାହା ହେଲା ପରେ ମୁଁ ସବୁ ଚଳେଇ ପାରିବି ତ?କଣ ହବ ଯେ ମୋର,ମୋତେ ଛାନିଆ ଲାଗୁଛି।


ମିନୁ! ତୋର ସବୁ କାମ ସରିଲା କି ନାଇଁ? କଣ ଦି ଟା ଖାଇ ଦେଇ ଭଲ ଡ୍ରେସ୍ ଟେ ପିନ୍ଧି ଦେ...ନାଇଁ ନାଇଁ ଶାଢି ଗୋଟେ ପିନ୍ଧି ଦେ,ତୁ ବହୁତ ସୁନ୍ଦର ଦେଖାଯିବୁ। ପୁଅ ଘର ପହଁଚିବା ସମୟ ହେଇଗଲାଣି। - ମାଳତି ମିନୁ କୁ ତର ତର ରେ କହି କହି ରୋଷେଇ ଘରକୁ ଗଲେ।


ହଁ ମାଆ!! ସବୁ କାମ ସରିଛି। ତୁ ଜମା ବି ବ୍ୟସ୍ତ ନ ହେଇ ଆରାମ ରେ ରହ। ପୁଅ ଘର ଲୋକ ଯେତେବେଳେ ଆସୁଛନ୍ତି ଆସନ୍ତୁ।


ମାଳତି! ସମସ୍ତେ ଆସି ପହଁଚି ଗଲେଣି ବସ ଷ୍ଟାଣ୍ଡ ପାଖାପାଖି ହେଇଗଲେଣି।୧୫ ମିନିଟ ରେ ପହଁଚିଯିବେ ଘରେ।ଝିଅ କୁ କୁହ ସେ ନ ରାଗି କି କଥା ବାର୍ତା ଭଲରେ କରିବ ଟିକେ।ମୋ ଆଗରେ ତ ସବୁବେଳେ ମୁହଁ ଟା ହାଣ୍ଡି କରିକି ରଖିଥିବ। - ବାପା ମିନୁ କୁ କଣେଇ ଚାହିଁ ମାଳତି କୁ କହି ପକେଇଲେ।


ତୁମେ ତ ବହୁତ ଭଲ ଲୋକ ହେଇଥିବ ସେଇଥି ପାଇଁ ତମ କୁ ସମସ୍ତେ ରାଗୁଛନ୍ତି।ହଉ! ଯାଅ ସେମାନେ କୋଉଠି ହେଲେଣି,ପହଁଚିଲେଣି କି ନାହିଁ ପଚାର ଟିକେ।

କିଛି ସମୟ ପରେ,ପୁଅ ଘର ଆସି ପହଁଚିଲେ। ରାକେସ,ରାକେସ ର ବାପା ଏବ

ମାଆ ଆଉ ରାକେସ ର ବନ୍ଧୁ।


ଆସନ୍ତୁ! ଆସନ୍ତୁ। ରାସ୍ତା ରେ କିଛି ଅସୁବିଧା ହେଇନି ତ? - ବାପା ହାତ ବଢେଇ ଦେଇ କହିଲେ।

- ନାଁ..ନାଁ...ମୋର ପତ୍ନୀଦେବି ଙ୍କର ବାହାରିବା ରେ ଟିକେ ବିଳମ୍ବ ହେଇଯାଏ। - ହସି ହସି ବିଦ୍ୟାଧର ବାବୁ ହାତ ବଢେଇ ଦେଇ କହିଲେ।


ଆଜ୍ଞା ବସନ୍ତୁ।


ଗ୍ଲାସ ରେ ଫଳ ରସ ,ଫଳ ,ବିସ୍କୁଟ ଓ ପାଣି ପ୍ଲେଟ ଟା ଟେବୁଲ ଉପରେ ରଖିଦେଇ ହସ୍ତ ଦୁଇ ଯୋଡି ଦେଇ ପଚାରିଲେ ମିନୁ ର ମାଆ- ସକାଳୁ ବାହାରି କି ଆସିଥିବେ ,ଜଳଖିଆ କରିଛନ୍ତି? 


ଚା ଟିକେ କରିକି ଆଣୁଛି।


ନାଇଁ କିଛି ଦରକାର ନାହିଁ। ଆପଣ ବସନ୍ତୁ।


ଆମେ ବସିଲେ କାମ ସବୁ ଅଟକି ଯିବ ଯେ!...ବସିବାକୁ ଆମକୁ ସମୟ ବା କାହିଁ? -ମାଳତି ଟିକେ ଅଟହାସ୍ୟ ଢଙ୍ଗ ରେ କହିଲେ।


ହଁ ହଁ ଠିକ କଥା ଟେ କହିଲେ,ସତ ନୁହଁ ଆଉ କଣ! ଆମେ ନଥିଲେ ଏମାନେ କଣ ଟିକେ କରି ଖାଇପାରିବେ କି ପଚାରିଲେ! - ରାକେସ ର ମାଆ ହସି ହସି କହି ,ମିନୁ ର ମାଆ ଓ ସେ ଦୁହେଁ ମିଶି ହସି ଦେଲେ।

ପୁଅ! କେବେ ଆସିଲ? ଛୁଟି କେତେଦିନ ପାଇଁ ଅଛି? ଆଉ ଜଣେ ତୁମ ବନ୍ଧୁ ହେଇଥିବେ ନିହାତି!- ମାଳତି ରାକେସ କୁ ପଚାରିଲେ।

ହଁ ମାଉସି ଏ ମୋର ସ୍କୁଲ ବେଳ ର ସାଙ୍ଗ । ଅଫିସ ଦୁଇ ଦିନ ଛୁଟି ଥିଲା। କାଲି ପୁଣି ଅଫିସ ଅଛି ସକାଳୁ।


ବିଦ୍ୟାଧର ବାବୁ ରିଟାୟାରମେଣ୍ଟ ପାଇଁ କେତେ ସମୟ ଅଛି? ବଡ ପୁଅ ଏବେ କୋଉଠି? ଝିଅ ?

- ମୋର ଦୁଇ ବର୍ଷ ରହିଲା ଆଉ। ତା ପୁର୍ବରୁ ପିଲା ମାନଙ୍କ କାମ ସାରିଦେବା କଥା।ଝିଅ ସମସ୍ତ ଙ୍କ ଠାରୁ ବଡ, ବାହାଘର ନଅ ବର୍ଷ, ଝିଅ ର ଝିଅ ଟିଏ ଓ ପୁଅ ଟିଏ, ଦିଲ୍ଲି ରେ ରହୁଛନ୍ତି ଝିଅ ଜ୍ୱାଇଁ। ଝିଅ ଆସିଥିଲା ଏଇ ଆର ମାସ ରେ ଯାଇଛନ୍ତି।ବଡ ପୁଅ ସେମିତି ତା ସସାଁର ଆଉ କାମ ରେ ବ୍ୟସ୍ତ।ସାନ ବି ଏବେ ଆସିଛି କାଲି ଯିବ।

.

.

କଥା କଥାରେ ରାଜନିତି ବିଷୟ ଆଡେ ଗତି କଲାଣି।କାହିଁ କେତେ ଆଡୁ କଥା ସରୁନି ହେଲେ ଲମ୍ବି ଚାଲିଚି।


କଥା ମଝିରୁ ଅଟକାଇ ମାଳତି କହିଲେ- କଥା ବାର୍ତା ସେତିକି ଥାଉ ଚାଲନ୍ତୁ ଖାଇଦେବେ ଆଗେ।

- ନାଇଁ! ନାଇଁ! ଝିଅ କୁ ଆଗ ଡାକି ଆଣନ୍ତୁ। ଝିଅ କୁ ଦେଖିବା କାମ ଟା ସାରିଦେବା। ଭୋକ ତ ଲାଗିନି ଏଯାଏଁ। ଆଉ ଟିକେ ସମୟ ଯାଉ,ଖାଇବା।

- ଠିକ ଅଛି! ମୁଁ ଝିଅ କୁ ଡାକି ଦେଇ ଆସୁଛି।


ମିନୁ ରୁମ ର କବାଟ ଖୋଲି ଭିତର କୁ ଗଲାବେଳେ- ଚାଲ ମାଆ! ଡାକରା ଆସିଗଲା।

ହଁ ଯେ ରୋଷେଇ ଆସିଛି କି ନାଇଁ ପଚାରିଲେ କଣ କହିବି ମୋତେ ତ କିଛି ଆସିନି!

ମିନୁ ଓ ମାଳତି ଏକା ସାଙ୍ଗରେ ବାହାରିକି ଆସିଲେ।

ନିଳ ରଙ୍ଗର ଶାଢୀ ରେ ମିନୁ ର ଗୋରା ଦେହ କୁ ବେଶ ମାନୁଛି। ତା ସାଙ୍ଗକୁ ଗୋରା ମୁହ କୁ ଗୋଲାପି ଲିପସ୍ଟକ,ଲମ୍ବା କେଶ ରେ ସାଗର ବେଣୀ। ଟିକିଲି ଟା ମଥାରେ ଆହୁରି ବେଶି ସନ୍ଦର ମାନୁଛି ମିନୁ କୁ। ଆଖି ଲାଖିଯିବ ସତରେ।


ସମସ୍ତଙ୍କୁ ନମସ୍କାର କର ମିନୁ। ମିନୁ ସମସ୍ତ ଙ୍କୁ ମୁଣ୍ଡିଆ ମାରି ରାକେସ କୁ ଟିକେ ଛାଡି କି ଗୋଟେ ଚେୟାର ରେ ବସିଲା।


ବସିଲା ସମୟରେ ରାକେସ କୁ କଣେଇ କଣେଇ ଚାହିଁ ଥାଏ ମିନୁ। ସାଙ୍ଗ ମାନେ କଣ କିଛି କହି କହି ଚିଡୋଉଥାନ୍ତି।


ପଢାପଢି କଣ କରିଛ? ଆଉ ସବୁ କୋଉଥିରେ ରୁଚି ରହିଛି?


- ପ୍ଲସ ଥ୍ରି ସରିଛି। ଏମିତି.....- 

 ଟପ୍ପର ହେଇଛି ତାଙ୍କ କ୍ଲାସ ରେ। ପାଠ ଭଲ ପଢୁଛି ।ଏବେ ଚାକିରି ପାଇଁ ଫରମ ପକେଇଛି ୨-୩ ଜାଗାରେ।....ମିନୁ ର ବାପା ମଝିରେ ତରତର ରେ କହିଦେଲେ।

ଘର କରଣା ଜିନିଷ କିଛି ଜାଣିଛ କି ନାହିଁ? ମାଆ ଙ୍କୁ ରୋଷେଇ ରେ ସାହାଯ୍ୟ କରୁଥିବ ଯେ !- ରାକେସ ର ମାଆ ମିନୁ କୁ ପଚାରିଲେ।

ନ ଆସିଥିଲେ ଶିଖେଇଦେବେନି ଆପଣଙ୍କ ଘରେ।- ମାଳତି ହଠାତ କରି କହି ପକାଇଲେ ରାକେସ ର ମାଆ ଙ୍କୁ।

ହଁ ଟିକେ ଟିକେ ଶିଖିଛି।...ହେଲେ ବେଶୀ କିଛି ଜାଣିନି। ...


ରାକେସ ,ରାଜା କଣ ପଚାରିବ ପଚାରୁନ। 

ନାଁ ମଉସା,ଆପଣ ପଚାରନ୍ତୁ ,ଆପଣଙ୍କୁ ପସନ୍ଦ ହେଲେ ତ ଗାଡି ମାଡି ଚାଲିବ। ରାକେସ ର ତ ହଁ ,ଖାଲି କହି ପାରୁନି କିଛି ନା !!- ରାଜା ହସି ହସି କହିଲା।

ମଉସା, ଚାଲନ୍ତୁ ଆମେ ଖାଇବା ପାଇଁ ଯିବା..ସେମାନେ ଦୁଇ ଜଣ ଟିକେ କଥା ହଉଥାନ୍ତୁ। ରାକେସ ପରେ ଆସିଯିବ।


ହଉ! ଠିକ କଥା। ତମେ ଦୁଇ ଜଣ କଥା ହୁଅ।ରାକେସ ଆମେ ସେପଟେ ଅଛୁ ତୁ ଆସିବୁ!!


ଆଙ୍ଗ୍ୟା ବାପା....


ରାକେସ ମିନୁ ଆଡେ ଚାହିଁ କହିଲା- ଏବେ ଟିକେ ଆରାମ ରେ ବସ। ମୁଁ କିଛି ପଚାରିବା ପୁର୍ବରୁ ଗୋଟେ କଥା କହିବି- ଏଇ ଶାଢୀ ରେ ତମେ ବହୁତ ସୁନ୍ଦର ଲାଗୁଛ।ନୀଳ ରଙ୍ଗ ତମ ଉପରେ ବେଶ୍ ମାନୁଛି।


ଧନ୍ୟବାଦ! ଆପଣ ବି ବହୁତ ବଢିଆ ଦେଖା ଯାଉଛନ୍ତି।

- ସତରେ ନାଁ କଣ! ଆଛା..ସେଥିପାଇଁ ମୋତେ କଣେଇ ଚାହୁଁଥିଲ?

ଆପଣ ବି ମୋତେ ଚାହୁଁଥିଲେ ବୋଲି ତ ମୋ ନଜର ପଡିଲା,ନହେଲେ ମୁଁ କାହିଁକି ଦେଖିବାକୁ ଯିବି-- ମୁରୁକି ହସି ହସି ମିନୁ ଉତ୍ତର ଦେଲା।

ଅରେ ବାପରେ...ହଉ । ତମର କିଛି ପଚାରିବାର ଅଛି ମୋତେ! ଶୁଣ! ବାହାଘର ପରେ ତମେ ଭାବିବାନି ତୁମ ସ୍ୱପ୍ନ ତୁମ ଭବିଷ୍ୟତ ରେ କିଛି ମାନେ ରହିବନି,ତମେ ଯାହା ବି ଚାହିଁବ ସେ ସବୁ କରିପାରିବ। ମୁଁ ତମ ସାଙ୍ଗରେ ତୁମକୁ ସାହାଯ୍ୟ କରିବି।

ମୁଁ କିଛି ପଚାରିବିନି...ଆପଣ ତ ସବୁ କହୁଛନ୍ତି ମୁଁ ଅଧିକ ଆଉ କଣ ପଚାରିବି??



କିଛି ଜାଣିବାର ନାହିଁ ମୋ ବିଷୟରେ,କିଛି ପଚାରିବାର ନାହିଁ।? ଆଛା !...ମୁଁ ଶୁଣିଛି ତମେ ବହୁତ ଭଲ ଚିତ୍ର ଆଙ୍କ? ଆମ ଚିତ୍ର କେବେ ଆଙ୍କିବ?

- ଯେବେ ଆପଣ କହିବେ!...

.

.

.


ସରିଲା କି ନାହିଁ ,ରାକେସ? ଆସେ ଏପଟକୁ।

ହଁ ବାପା! ଆସୁଛି।


ଖାଇବା ସରିଲା ପରେ କଥା କଥାରେ ସମୟ ବିତି ଚାଲିଥାଏ। ଅପରାହ୍ନ ଚାରିଟା।

ଗୋପିନାଥ ବାବୁ ଆମେ ତାହେଲେ ଆସିଲୁ।ଝିଅ ଆମର ପସନ୍ଦ ହେଇଛି। ଝିଅର ଜାତକ ପୁଅର ଜାତକ ଭଲ ଜୋତିଷ ପାଖେ ଗଣେଇଦେବେ। ଆମେ ତ ଦେଖିଦେଇଛୁ ,ଆପଣ ଥରେ ଦେଖିଦେବେ। ବାକି ଯାହା ଭଗବାନ୍ କ ଇଛା।

ପକେଟ ରୁ ପର୍ସ ଟା ବାହାର କରି ସୁମି କୁ ଦେଲେ,ଯାଅ ଝିଅ କୁ ଦେଇକି ଆସିବ ଏଥିରୁ ଯାହା ଦେବା କଥା।

ଆସିଲୁ ବିଦ୍ୟାଧର ବାବୁ। ଫୋନ ରେ ଜଣେଇବୁ ଆମେ। 

ଆରେ ରାକେସ,ଭାଉଜ ଙ୍କ ଫୋନ ନମ୍ବର ଆଣିଲୁ କି ନାହିଁ? - ରାକେସ ର ବନ୍ଧୁ ରାକେସ କୁ ଚିଡେଇକରି କହିଲା।

ତୁ ସୁଧୁରିବୁନି..ଚାଲ ଚାଲ ଯିବା।



ରାତି ଭୋଜନ ସରିଲା ପରେ ମା ଝିଅ ର କଥା କଣ ସରୁଛି।ଆଜି ପୁଣି ମିନୁ କୁ ପୁଅ ଘର ଦେଖିକି ଯାଇଛନ୍ତି।ମିନୁ ଖଟ ଉପରେ ବାସି କଣ ସବୁ ଭାବୁଥାଏ। ଟିକେ ଅନ୍ୟମନସ୍କ ଲାଗୁଛି। ଯେମିତି କେତେ କଣ କହିବାକୁ ଚାହୁଁଚି କିନ୍ତୁ ପଚାରିଲେ କାଳେ କଥା ଖରାପ ହବ।

ମିନୁ ପଚାରିଦେଲା ଜାହା ସବୁ କେତେଥର ତା ମନ ପ୍ରତିବନ୍ଧକ ବାନ୍ଧିଥିଲା ତା ମାଆ କୁ-

ମାଆ! ରାକେସ ବି କଣ ମୋତେ ଭଲ ପାଇବେନି??ତୋତେ ଯେମିତି ବାପା ବ୍ୟବହାର ଦେଖୋଉଛନ୍ତି,କଟୁ କଥା କହୁଛନ୍ତି,ଜେଜେ ମାଆ ଯେତେ ସବୁ ଅତ୍ୟାଚାର କରିଛନ୍ତି,ମୋ ବାହାଘର ପରେ ବି ମୋ ସାଙ୍ଗରେ ବି ଠିକ ଏମିତି ହବ??


- ମିନୁ ତୁ ଏ କଣ କହୁଛୁ ମାଆ!! -ଭାବ ବିହୋଳ ରେ ପଚାରିଲେ ମାଳତି।

- ତୁ ବାପାଙ୍କୁ କେତେ ଭଲ ପାଉ??ବାପା ବି କଣ ତୋତେ କେବେ ଭଲ ପାଆନ୍ତି ବୋଲି କହିଛନ୍ତି??


- ଏମିତି କୁହା କୁହି ଆମ କାଳ ରେ କେହି କରନ୍ତିନି। ତୋ ବାପାଙ୍କୁ ନ ଦେଖିକି ବାହା କରିଦେଇଛନ୍ତି ତୋ ଅଜା। ତୋ ବାପାଙ୍କୁ ଭଲ ନ ପାଉଥିଲେ ତାଙ୍କର ସବୁ କଥା କୁ ସହି ଯାଉଛି। ରାଗିଲେ ବି ତାଙ୍କ ଉପରେ ବେଶି ଦିନ କଥା ନ ହେଇକି ରହି ପାରିବିନି। ଆଉ କାହାକୁ ରାଗିଲେ କିଛି କହିପାରିବେନି ବୋଲି ସେ ମୋତେ କହିଦିଅନ୍ତି ,ଟିକେ ଜୋର ରେ।


- ହେଲେ କାହିଁକି? ରାକେସ ବି ଯଦି ଏମିତି ମୋ ସାଙ୍ଗରେ କରିବେ ତାହେଲେ ତୁ ବି କଣ ଏମିତି ଚୁପ ରହିବୁ? ବାପା ତୋତେ ଯୋଉ ଭଳି ଭାବରେ କହୁଛନ୍ତି ,ଯଦି ବାହାଘର ର ମାନେ ମାଡ ମାରିବା,ଗାଳି କରିବା,torture କରିବା ତାହେଲେ କେମିତି ମୋ ବାହାଘର କରିବୁ ବୋଲି କହୁଛୁ। ନର୍କ ରେ ଛାଡିଦେବୁ ତୁ ମୋତେ??


-ମୁଁ ଜାଣିଛି,ତୋ ବାପାଙ୍କୁ ତୁ ସେଦିନ ଠୁ ରାଗିଛୁ। ହେଲେ ଭୁଲି ଯାଆନି ସେ ତୋ ବାପା। କଣ କେତେ ବେଳେ ରାଗିକି କହୁଛନ୍ତି ତୋ ଭଲ ପାଇଁ। ମୋର ତ ଅଭ୍ୟାସ ହେଇଗଲାଣି।ଜାଣିସାରିଲିଣି ଯେ ଆଉ କିଛି ମୋ ଜୀବନରେ ବଦଳିବାର ନାହିଁ। ଯେତିକି ଦିନ ରହିବି ତୋ ବାପାଙ୍କର କଟୁ କଥା ଶୁଣିକି ରହିଯିବି। 


- ତୋତେ ସବୁବେଳେ ଏମିତି କହୁଛନ୍ତି ବୋଲି ମୁଁ ବି କିଛି ଯାଣିପାରୁନି !!

- ମୋ ଜୀବନ ରେ ଏତେ ଲମ୍ବା ବାଟ କୁ ଚାଲିବା ଟା ସହଜ ନଥିଲା।ବହୁତ ଥର ଭାବିଛି ତୋ ବାପାଙ୍କୁ ଛାଡି କୁଆଡେ ଗୋଟେ ଚାଲିଯିବି! ଯାଇଥାନ୍ତି ବା କୁଆଡେ,ଲୋକ ମାନଙ୍କ ଟାହିଟାପରା ବଢିବ ପଛେ କମିବନି,କାହା ଘରେ ନିାଆଁ ଲଗେଇବା ତ ତୋ ବାପା ଙ୍କ କଥା ବା କଣ କହିବି। ତୋ ଆଈ ପାଖ କୁ ଯାଇଥିଲେ ସେ ତା ଆର ଦିନ ଆଣିକି ଛାଡି ଦେଇଥାନ୍ତା।କହିଥାନ୍ତା- ଆମ ମାଇପି ମାନଙ୍କର ନିତିଦିନିଆ କଥା,କୁଆଡେ ପଳେଇଲେ ଖାଇବାକୁ ବା ଗଣ୍ଡେ କୋଉଠୁ ପାଇବା। ସେମିତି ରେ ବି ଡହଳବିକଳ,ଏମିତି ବି ଡହଳ ବିକଳ। ଏଇ ସବୁ ତ ଆମର ଦିହସୁହା ହେଇଗଲାଣି।ଆମ କଥା କୁ କିଏ ବା ଶୁଣିବ।

- ବୋଉ!!- ମାଳତି ସୁକୁ ସୁକୁ ହେଇ କହିଲା।

- ଏଇଟା ଆମ ଭାଗ୍ୟ ଲୋ ମାଆ! ତୁ ଆଉ ବେଶୀ ଦିନ ଏଇଠି ରହିଲେ କଥା ଟା ଅସୁନ୍ଦର ହବ। ଅର୍ଥ ରୁ ଅନର୍ଥ ବାହାର କରିବେ ଲୋକେ। ଭୁଲ ତୋତେ କହିବେ ସଭିଏଁ। ତୁ ନିଜେ କହ ତୋ ବାଆ ତୋତେ ରଖେଇ ଦବ କି ତୋତେ ଏଇ ଘରେ। ତୋ ଭାଉଜ ବି ଅଛି। ତୋତେ ଦେଖି ସେ ବି ତା ବାପ ଘରକୁ କାଲି ଦଉଡି ଯିବ। ତୁ ତ ସବୁଠୁ ବୁଝିବା ପିଲା ଟା! ଆଜି ଏମିତ ହତାଶ ହୋନା। ଆଉ ଜାହା ସେଇ କାଳିଆ ଠାକୁର ର ଇଛା।ତୁ ଚିନ୍ତା କରନା,ସବୁ ଠିକ ହେଇଯିବ। ଆଉ କେଇଟା ଦିନ କଥା।ତୁ ସବୁ ତୋ ମନରୁ ପୋଛିଦେ।


ଆଉ କଣ? ତା ପରଦିନ ତୋ ଅଜା ମୋତେ ନେଇ ତମ ଗାଁ ରେ ଛାଡିଦେଇ ଆସିଲେ ତା ସାଙ୍ଗକୁ କହିଲେ ଯେ ତୋ ଘର ତୁ ସମ୍ଭାଳି ଚଳିବୁ।


ମିନୁ ର ଶୁଖିଲା ମୁହଁ କୁ ଚାହିଁ ଦେଇ କହି ଉଠିଲେ- ଶୁଣ ମାଆ! ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ମଜବୁତ ସେତେବେଳେ,ଯେତେବେଳେ ଦୁଇ ଜଣ ଦୁଇ ଜଣ ଙ୍କ ମନ ନେଇ ଚଳିବ। ସ୍ତ୍ରୀ କଥା ସ୍ୱାମୀ ବୁଝି ପାରୁଥିବ,ସ୍ୱାମୀ କଥା ସ୍ତ୍ରୀ ।ତୁ ରାଗିଲେ ସେ ତୋତେ ବୁଝେଇବ,ସେ ରାଗିଲେ ତୁ ତାକୁ ଭଲରେ ବୁଝିକି ଚଳିବ। ପରସ୍ପର ଭିତରେ ସମ୍ପର୍କ ଏତେ ମଜବୁତ ଥିବ ଯେ କେହି କିଛି କହି ପାରିଦେନି।



ଆଉ ହଁ...ରାକେସ ଭଲ ପିଲା। ସେ ତୋତେ ଭଲରେ ରଖିବେ। ଆଜିକାଲି ନୁଆ ଯୁଗ ର ପିଲା ତମେ ସବୁ ,ପାଠଷାଠ ପଢିଚ। ତୁ ଜେମିତି ଭାବୁଚୁ ସେମିତି କିଛି ଡରିବା ଦରକାର ନାହିଁ ।ତୋ ବାପା ତୋତେ କେତେ ଭଲ ପାଆନ୍ତି ତୁ କଣ ଜାଣିନୁ। ପୁରୁଣା କଥା କୁ ଧରି ବସିଲେ କଥା ମୋଟ ହବ ପଛେ କମିବନି।ଯେତେ ଭାବିବୁ ଏଇ କଥା ସବୁ ତୋର ଭୁଲ ହବ ମାଆ। ଆଉ ବାପା ଏବେ କେତେ ବଦଳିଗଲେଣି।ଆଗ ଭଳିଆ କଣ ଅଛନ୍ତି! ତୁ ତୁଛାଟାରେ ମନ ଖରାପ କରି ରଖିଛୁ।

- ଉଁ..ଉଁ

- ଉଁ କଣ! ହଉ କହିଲୁ ଦେଖି ତୋର ରାକେସ ପସନ୍ଦ କି ନାହିଁ? ସେମାନଙ୍କର ତ ଝିଅ ପସନ୍ଦ,ଆମର ବି ପୁଅ ପସନ୍ଦ।ଘର ଲୋକେ ବି ସବୁ ଭଲ। ବାକି ଭଗବାନ ଙ୍କ ଇଛା ।


- ମୋର ତ ପରିକ୍ଷା ଫଳ ବାହାରିନି ଏ ଯାଏ! ବାହାଘର କଥା ପରେ ଭାବିଲେ ହବନି। କିଛି ଗୋଟେ ଚାକିରି କରିଥାନ୍ତି, ପ୍ରଥମ ଦରମା ରେ ତୋ ପାଇଁ ସୁନା ର କାନ ଫୁଲ ଟେ କରିବି ବୋଲି ଭାବିଥିଲି।

- ସେମାନେ ତ କିଛି ମନା କରି ନାହାନ୍ତି,ତୁ ଚାହିଁଲେ ଚାକିରି ବି କରିବୁ,ପାଠ ବି ପଢିବୁ।


ଆଉ ଶୁଣ,ସମୟ ତୋତେ ହିଁ ବାହାର କରି ଏ ସବୁ କରିବୁ। ଘର କାମ ତ ଯାହାହେଲେ ଟିକେ କରିବାକୁ ହବ ଲୋ ମାଆ, ନହେଲେ ତୋତେ କିଛି ଆସିନି କହିବେ।ତୋ ମାଆ କିଛି ଶିଖେଇନି ବୋଲି କହିବେ।

- ତୁ ବି ନା ମାଆ! ସବୁ କାମ ....ନା ନା ମୁଁ ବାହା ହେବିନି । ଏତେ କାମ ମୁଁ କେମିତି ପାରିବି ଯେ?

- ହଉ ହଉ! ୧୦-୨୦ ଟା ପିଲା ରଖିଦବ ଯେ ତମର ସବୁ କାମ କରିଦେବେ ସେମାନେ। ତୁ ବସିକି ଆରାମ କରିବୁ।ଏବେ ଯାଆ ଶୋଇପଡ। ଏମିତି ଆମେ ଦୁଇ ଜଣ ବସି କଥା ହେଉଥିଲେ କଥା ସରିବନି।ମୁଁ ବି ଯାଉଛି ଟିକେ ଶୋଇ ପଡେ। ସକାଳ କୁ ପୁଣି କେତେ କାମ।


- ହଁ! ହଁ! ତୁ ବି ଯାଆ ଟିକେ ଆରାମ କରିବୁ। ମୁଁ ଶୋଇଲି।

ଗୁଡ୍ ନାଇଟ(ଶୁଭ ରାତ୍ରି)- ମିନୁ ଚାଦର ଘୋଡେଇ ହୋଇ ଶୋଇଲା,ଗଲା ବେଳେ ଲାଇଟ ବନ୍ଦ କରି ଦେଇ ଯିବୁ।
















Rate this content
Log in

Similar oriya story from Abstract