Sujata Behera

Inspirational

3  

Sujata Behera

Inspirational

ରାକ୍ଷୀ ପୁନେଇଁ

ରାକ୍ଷୀ ପୁନେଇଁ

4 mins
39


ଆଜି ରାକ୍ଷୀ ପୂର୍ଣ୍ଣିମା ଏବଂ ଗହ୍ମା ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମା ଏଥିପାଇଁ କୁହାଯାଏ କାହିଁକି ନା ଆଜି ଦିନରେ ଚାଷୀମାନେ ତାଙ୍କର ବେଉଷଣ ସାରି ଗୋମାତାଙ୍କୁ ପୂଜା କରନ୍ତି, ପିଠା ଖାଇବାକୁ ବି ଦିଅନ୍ତି । ଆଜି ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ବି । ହେଲେ ଆଜି ରାକ୍ଷୀ ପୂର୍ଣ୍ଣିମା ବୋଲି ଆମେ ସମସ୍ତେ ଜାଣୁ । ଭାଇ ଭଉଣୀମାନଙ୍କ ପର୍ବ । ଏଇ ଦିନରେ ସବୁ ଭଉଣୀମାନେ ସକାଳୁ ସକାଳୁ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ମଜା କରିଥାନ୍ତି । ହେଲେ ମୋ ଭାଇର ଆଜି ଦେଖା ଦର୍ଶନ ମିଳିବାଟା କଷ୍ଟ । ଏଇ ଦିନରେ ସେ ସକାଳୁ ଉଠି କୁଆଡେ ଗାୟବ ହେଇ ଯାଏ, କାହାକୁ କିଛି ନକହି । ଆଜି ବି ସକାଳୁ ସକାଳୁ କୁଆଡେ ଯାଇଛି କେଜାଣି!


ରୀମା! ଭାଇକୁ ଫୋନ କରି ଡାକେ, କୋଉଠି ଅଛି ସେ । ସକାଳ ଆଠଟାରେ ଯାଇଛି ଯେ ଏଗାରଟା ହେଲାଣି । - ରୀମାକୁ ମାଳତୀ ପଚାରିଲା । 


ମୁଁ କେମିତି ଜାଣିବି ତୋ ଗେହ୍ଲା ପୁଅ କୁଆଡେ ଯାଇଛି । ପଚାଶ ଥର ଫୋନ କଲ୍ କରି ସାରିଛି, ଉଠେଇବାର ନାଁ ଗନ୍ଧ ନାହିଁ ତା'ର । - ଖଟାଳିଆ ମୁଁହରେ ମାଳତୀ ଉତ୍ତର ଦେଲା ରୀମା । 

ଥରେ କି ଦୁଇ ଥର କରିଥିବ କି ନାହିଁ ଫୋନ୍, ଇଏ କୁଆଡ ପଚାଶ ଥର ଫୋନ କରିଛି । କାମରେ କୁଆଡେ ଯାଇଥିବ । କିଛି ଖାଇ କି ଯାଇନି ଛୁଆଟା! ଜଲଦି ଆସିବାକୁ କହ । 


ହଉ! କରୁଛି ରହ । ସେ ଜାଣିଶୁଣି ସକାଳୁ କୁଆଡେ ପଳେଇଛି । ମୋତେ କଣ ଦବାକୁ ପଡିବ ବୋଲି ସେଇଥି ପାଇଁ ଡରି କି ଆସୁନି ଏଯାଏଁ । - ହସି ହସି ସୋନୁକୁ ଫୋନ ଲଗାଇ କହିଲା ରୀମା । 


ଥାଉ!ଥାଉ! ଆଉ ଫୋନ କରେନା । ହାତକୁ କଷ୍ଟ ହବ, ପଇସା ବି ସରିଯିବ । ତାପରେ ପୁଣି ମୋତେ କହିବୁ ରିଚାର୍ଜ କରିବାକୁ । - ସୋନୁ ଗେଟ୍ ପାଖରେ ଜୋତା ଖୋଲି ଖୋଲି କହିଲା । 


ମୋ ସୁନା ଭାଇକୁ କହିବିନି ତ କଣ ଗାଁ ବାଲାଙ୍କୁ କହିବି ମୋର ରିଚାର୍ଜ କରିବାକୁ । ଆଛା ଭାଇ! ଆଜି ସୁର୍ଯ୍ୟ କୋଉ ଦିଗରେ ଉଇଚି କି! ନା ତୁ କଣ ଭୁଲି ଯାଇଛୁ କି ଆଜି ରାକ୍ଷୀ ବୋଲି । ଜଲଦି ପଳେଇ ଆସିଛୁ ଘରକୁ । - ଥଟା ପରିହାସ କରି ହସି ହସି କହିଲା ରୀମା । 


ହଁ ସବୁ ମନେ ଅଛି ମୋର । ସାଙ୍ଗମାନେ ସବୁ ପଲେଇଲେ, ମୁଁ ବି ପଲେଇ ଆସିଲି । ମୋତେ ବି ଜୋର ଭୋକ ହେଲାଣି,ତୁ ରାକ୍ଷୀ ବାନ୍ଧିବୁ ନା ମାଆକୁ କହିବି ଖାଇବା ବାଢିବ ? - ହସି ହସି ସୋନୁ କହିଲା । 


- ବୋଉ ଦେଖିଲୁ । କଣ ହେଉଛି ତୋ ପୁଅ । କହ ତାକୁ କାଲି ରାତିରୁ ତା ପାଇଁ ଗୁଲାବଜାମୁନ ବନେଇଛି, ଆଜି ସକାଳୁ ଖିରି ବି ବନେଇଛି । ଆଉ ତା ପାଖେ ଟିକେ ବି ସମୟ ନାହିଁ! ଇଏ ଏକୁଟିଆ କାମ କରୁଛି ବୋଧେ! 


- ହଉ ଲୋ ବାୟାଣୀ! ତୁ ରାକ୍ଷୀ ପାଇଁ ଆୟୋଜନ କରେ ମୁଁ ଧୋଇଧୁଆ ହେଇକି ଆସେ । 


ହଁ ! ଜଲଦି ଆସିବୁ । 


ଥାଳିରେ ରାକ୍ଷୀ, ଫୁଲ, ଚନ୍ଦନ, ଦୀପ,ଗୁଲାବଜାମୁନ ସବୁ ସଜେଇ କି ଆଣିଲା ଭିତରେ ସୋନୁ ବି ବାହାରି କି ଆସିଲା । 


ବସେ ଏଇଠି । - ଚେୟାରକୁ ଦେଖେଇକି କହିଲା ରୀମା । 

ଆରେ ବାପରେ! ଆଜି ରାକ୍ଷୀ ପାଇଁ ଚେୟାରକୁ ବି ବେଲୁନ ଲଗେଇ ସଜେଇ ଦେଇଛୁ । ତୋ ଯାତ୍ରା ଜମା ବି ସରିବନି । - ମୁରୁକି ମୁରିକି ହସି ଦେଇ କହିଲା ସୋନୁ । 


ଚନ୍ଦନ ଲଗେଇ, ଫୁଲ ପକେଇ ବନ୍ଦେଇ ଦେଲା ପରେ ହାତ ଦେଖେଇବାକୁ କହିଲା ସୋନୁକୁ । 

ମୁଁ ଜାଣିଛି ଭାଇ, ତୁ ସବୁବେଳେ ମୋ ରକ୍ଷା କରିବୁ । ସୁନା ଭାଇଟା ମୋର । - ସୋନୁ ହାତରେ ବାନ୍ଧି ବାନ୍ଧି କହୁଥାଏ ରୀମା । 

ମିଠା ଗୋଟିଏ ଖୋଇ ଦେଲା ପରେ ମୁଣ୍ଡିଆ ମାରିଲା ବେଳକୁ ସୋନୁ କହିଲା-

ମୋର ଏବେ ଛୁଟି । ତୋ ରକ୍ଷା କରିବା ପାଇଁ ଆଉ ଜଣକୁ ଆମେ ଖୋଜିସାରିଛୁ ପରା । ତୋ ବାହାଘର ପରେ ସେ ସବୁ କଥା ବୁଝିବ ତୋର । - ମଜାକରେ ଟିକେ ଚିଡେଇକି କହିଲା ସୋନୁ । 

ତାହେଲେ ତମେମାନେ ମୋତେ ସବୁ ଭୁଲିଯିବ । ଓହୋ! ମୋ ବାହାଘର ହେଇଯିବ ଭାବି କି ଆଜି ଜଲଦି ଆସିଛୁ ତୁ ସେଇଥି ପାଇଁ । ନହେଲେ ତୁ ତ ଏତେ ଜଲଦି କୋଉଥର ବି ଆସିନୁ, ଯେତେ ଡାକିଲେ ବି! - ମନ ଦୁଃଖରେ କହି ନିଜ ରୁମକୁ ପଳେଇଗଲା ରୀମା । 


ରୀମା! ସେମିତି କହିଦେଲି ଟିକେ । ରାଗେନା ମୋ ଭଉଣୀଟା ପରା । - ଡାକି ଡାକି କହିଲା ସୋନୁ । 

ଯାଆ! ତା ରୁମକୁ ଡାକି କି ବୁଝେଇକି ଆସିବୁ । କାନ୍ଦୁଥିବ ନହେଲେ ବସି କି । - ମାଳତି ସୋନୁକୁ କହିଲା । 


ବାୟାଣୀଟା ପରା । ଏମିତି କିଏ ରାଗେ ଭାଇ ଉପରେ । ତୁ ବାହା ହେଇକି ଗଲେ ସବୁଠୁ ବେଶୀ ମୁଁ ଝୁରିହେବି ତୋତେ । ତୋର ମନେ ଅଛି, ଛୁଆ ଦିନେ ବାପା ତୋତେ କହିଦେଇଥିଲେ- ବୋଉ ସାଙ୍ଗେ କାମ ପାଇଟି ଟିକେ ଶିଖେ, ବାହାଘର ହେଲେ ଶାଶୁଘର ଲୋକ ଜେମିତି କିଛି ନ କୁହନ୍ତି । ମୁଁ କେମିତି ବାପାଙ୍କ ସାଙ୍ଗରେ କେତେ ଝଗଡା କରିଥିଲି, କହିଥିଲି - ଏମିତି କାହିଁକି କହୁଛ ବାପା! ନା ସେ କୁଆଡେ ବି ଯିବନି । ଏଇଠି ରହିବ, ଏଇ ଘରେ, ଆମ ସାଙ୍ଗରେ । ଯଦି କାମ ଶିଖିଲେ ଶାଶୁଘର ପଠେଇ ଦବ, ତାହେଲେ ତୁ କିଛି କାମ ଶିଖେନା ରୀମା!!' ତାହେଲେ ତୁ କହ - ଆମେ କେମିତି ଭୁଲିଯିବୁ ଆମର ସୁନାନାକି ଭଉଣୀକୁ । ତୁ ବି ତାହେଲେ କଣ ଭୁଲିଯିବୁ କି? ଭାଇ କ'ଣ ତା ଭଉଣୀକୁ ଭୁଲିଯାଏ କି?

ହଁ ! କହିବୁ ଯଦି ରାଜେଶକୁ ଫୋନ କରି କହିଦେଉଛି ଯେ ମୋ ଭଉଣୀଟା ହେଉଛି ଚଣ୍ଡି । ରଖି ପାରିବ ଯଦି କୁହ, ନହେଲେ ବାହାଘର କ୍ୟାନସେଲ । ବୁଝେଇ ସୁଝେଇବାରେ ଲାଗିଥିଲା ସୋନୁ ରୀମାକୁ । 


ମୁ୍ଁ କାହିଁକି ଚଣ୍ଡି ହେବି ଯେ!! - ରୀମା ସୋନୁକୁ କଣେଇ କି ଅନେଇ ଦେଇ କହିଲା । 

ଜୋରେ ହସି ଦେଇ ସୋନୁ କହିଲା- ହଁ! ତୁ ପରା ମୋର ସୁନା ଭଉଣୀଟା, ଚଣ୍ଡି କାଇଁ ହବୁ । ତୁ ଏମିତି ଛୋଟ ପିଲାଙ୍କ ଭଳିଆ ମନ ଦୁଃଖ ଜମା ବି କରିବୁନି । ତୋ ଭାଇ ତୋ ପାଖରେ ସବୁବେଳେ ଅଛି । ଯେତେବେଳେ ବି କିଛି ବି ଦରକାର ପଡିଲେ ମୋତେ କହିବୁ । କିଛି ବି ଭାବେନି ଆଉ ଇଆଡୁ ସିଆଡୁ । ଆମେ ସବୁ ତୋତେ ବହୁତ ଭଲ ପାଉ! ବୁଝିଲୁ ପାଗେଳି । - ସୋନୁ ରୀମାକୁ ବୁଝେଇକି କହିକା । 


ରୀମା! ଦେଖ ଭାଇ ତୋ ପାଇଁ କ'ଣ ଆଣିଛି । - ମାଳତୀ ସୋନୁ ଆଣିଥିବା ଉପହାରକୁ ନେଇକି ରୁମ ଭିତରକୁ ଆସି କହିଲା । 


ମୋ ପାଇଁ ନୂଆ ଡ୍ରେସ, ଏଇ ଟେଡି ବି । କେତେ ସୁନ୍ଦର ହେଇଛି ଭାଇ! ଡ୍ରେସଟା ତୁ ପସନ୍ଦ କରିଛୁ ମୁଁ ଜାଣି ପାରୁଛି, ହେଲେ ଏଇ ଟେଡି ପାଇଁ କିଏ କହିଲା ତୋତେ? କିଛି ତ ଭିତିରିଆ କଥା ଅଛି । ବୋଉ ମୁ ଭାବୁଛି ଭାଇ ବୋଧେ ମୋ ପାଇଁ ଭାଉଜ ଠିକ କରି ସାରିଛି । - ମଜାରେ ହସି ହସି ପଚାରିଲା ସୋନୁକୁ -ଆଉ କ'ଣ ଆଣିଛୁ କହିଲୁ! ଭାଇ??


ହେଉ! ହେଉ! ତମେ କଥା ହେଇକି ଆସ ଦୁଇ ଜଣ । ମୁଁ ଖାଇବା ବାଢୁଛି । ଆସ ଜଲଦି । କ୍ଷିରୀ ବି ଖାଇଦବ - ରୀମା ବନେଇଛି ସକାଳୁ ସକାଳୁ । 



Rate this content
Log in

Similar oriya story from Inspirational