STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସନ୍ଦେହ

ସନ୍ଦେହ

2 mins
218


ପ୍ରେମ ହେଉଛି ଏକ ପବିତ୍ର ସଂପର୍କ । ଯାହା ସ୍ବତଃ ହୃଦୟର ଜନ୍ମନିଏ ପରଷ୍ପର ପ୍ରତି ଆକର୍ଷିତ ହୁଅନ୍ତି । ଆଉ ସନ୍ଦେହ ବି ସେଇ ପ୍ରେମରଏକ ଶାଖା । ପ୍ରେମ ର ପାଖେପାଖେ ଛାଇ ହେଇ ଲୁଚି ରହିଥାଏ ସନ୍ଦେହ । ପ୍ରେମ କରୁଥିବା ମଣିଷଟି ସବୁବେଳେ ତା ସାଥି ଉପରେ ଅଧିକାର ଜମେଇ ନିଏ । ସେ ଚାହେଁନି ସେ ଅନ୍ୟ କାହାସହ କଥାହେଉ ବା ନିକଟତ୍ତର ହେଉ । ସେ ଏକାଧିପତ୍ୟ ଭାବରେ ତାକୁ ଚାହିଁବସେ । ଏମିତିରେ ବେଳେ ବେଳେ ଅବୁଝାମଣା ହେତୁ ସୁଖି ସଂସାରଟେ ଭାଙ୍ଗିଯାଏ ।


ସୁରମା ଓ ପ୍ରତୀକ ଙ୍କ ଆରେଞ୍ଜ ମେରେଜ ହେଇଥିଲା । ଦୁହିଙ୍କ ଭିତରେ ଭଲ ବୁଝାମଣା ଥିଲା । ପରଷ୍ପର ବହୁତ ଭଲପାଉଥିଲେ । ହେଲେ ମାତ୍ର ସାଧାରଣ ଘଟଣାକୁ ନେଇ ଛାଡପତ୍ର ହେଇଗଲା । ସୁରମା ବାହାଘର ପରେ ସ୍ବାମୀସହ ବମ୍ବେରେ ଆସି ରହୁଥିଲା । ସ୍ବାମୀ ଚାକିରିକୁ ଗଲାପରେ ସେ ବୋର୍ ହେଉଥିଲା ତେଣୁ ଫେସବୁକ ଖୋଲି ପୁରୁଣା ସାଂଗ ମାନଙ୍କୁ ଠାବକଲା । ସେ ଭିତରେ ତାରସ୍କୁଲ ସାଙ୍ଗ ମନୋଜ ବି ଥିଲା । ପଞ୍ଚମ ଶ୍ରେଣୀଯାଏ ପଢୁଥିଲେ ରାଉରକେଲା ରେ । ତାପରେ ସେମାନେ ବଦଳିହେଇ ବାହାରକୁ ଚାଲିଗଲେ । ସେ ଦିନଠୁ ଦୁହିଙ୍କ ଭିତରେ ଆଉ ସଂପର୍କ ନଥିଲା । ହେଲେ ଏ ଫେସବୁକ ଏତେଦିନ ପରେ ପୁରୁଣା ସଂପର୍କକୁ ଯୋଡି ଦେଇଥିଲା । ମଝି ମଝିରେ ପ୍ରତୀକ ନଥିଲାବେଳେ ଦୁଇଜଣ ଚାଟ କରନ୍ତି । ସକାଳୁ ସବୁଦିନ ଗୁଡମନି୍ଗର ଷ୍ଟିକର ଟେ ପଠାଇବ ନିଶ୍ଚୟ । କେଉଁଦିନ କଣ ଖାଦ୍ୟ ତିଆରିଲ ସବୁକଥା ପଚାରିବ । ତା ଜନ୍ମଦିନରେ ଏକଦାମୀ ଶାଢୀ ପଠେଇ ଦେଇଥିଲା ସେଥିରେ ଡିଅର ସମ୍ବୋଧନ ଥିଲା । ସେତିକି କଥାକୁ ନେଇ ଘରେ ମହାଭାରତ ସୃଷ୍ଟି ହେଇଗଲା ।


କିଏ କିଏ ତୁମକୁ ଏ ଦାମି ଉପହାର ପଠାଉଛନ୍ତି? ବିନା ଲାଭରେ କିଏ କାହାକୁ ଉପହାର ଦେବ । ନିଶ୍ଚୟ ତୁମସହ କିଛି ଭାବର ସମନ୍ଧ ଥିବ?ମୁଁ ନଥିଲାବେଳେ କେଜାଣି ତୁମେ କଣକଣ କରୁଛ?ତୁମପାଇଁ ମୁଁ ବି ବଦନାମ ହେଇଯିବି । ସେ ତାର ଫୋନ ନେଇ ସବୁ ଓ୍ବାଡସପ ମେସେଞ୍ଜର ଚେକ କଲେ । କେତେ ଲୋକ ଆପତ୍ତିଜନକ ଫଟୋ ଭିଡିଓ ପଠାଇଥିଲେ । ସେ ସେମାନଙ୍କୁ ଜାଣିନି ଅଥଚ ଏମିତି କିଛି ଅଶ୍ଲିଳ ଫଟୋ ପଠାଇ ଦିଅନ୍ତି । ଭାବନ୍ତିନି ତାଙ୍କର ଏ ମସ୍ତିପାଇଁ କୌଣସି ଝିଅର ସଂସାର ଭାଙ୍ଗିଯିବ । । କିନ୍ତୁ ମନୋଜ ସହତାର ସଂପର୍କ ଏକଦମ୍ ପବିତ୍ରଥିଲା । ନିର୍ମଳ ଥିଲା ଗଙ୍ଗାଜଳପରି । କାଚପରି ସ୍ବଚ୍ଛଥିଲା । ଭାଇଭଉଣୀର ସଂପର୍କଥିଲା । ସେଥିପାଇଁ ସେ ଡିଅର କହୁଥିଲା । ହେଲେ ଡିଅର୍ ର ଅନେକ ଅର୍ଥ ଅଛି । ଅବୁଝା ଲୋକକୁ କିଏ ବୁଝେଇବ ଏକଥା । ସେମାନେ ଛୋଟବେଳେ ଏକାଠି ରହୁଥିଲେ । ଦୁଇ ପରିବାରରେ ବନ୍ଧୁତା ଭାଇଭାଇର ସଂପର୍କ ଥିଲା ।


ବାପା ମାନେ ଭାଇ ଭାଇ ଡକାଡକି ହେଉଥିଲେ । ପିଲାମାନେ ବି ଭାଇଭଉଣୀର ସ୍ନେହରେ ବନ୍ଧା ଥିଲେ । ଭଉଣୀଏ ରାକ୍ଷୀ ବାନ୍ଧୁଥିଲେ ଭାଇ ମାନଙ୍କୁ । ସୁୁରମା ବି କେତେଥର ମନୋଜକୁ ରାକ୍ଷୀ ବାନ୍ଧିଛି । ହେଲେ ସେ କଥା ସୁମିତ ଶୁଣିବାକୁ ଚାହୁଁନଥିଲା । ଜଣେ ନାରୀଟେ କାହାକୁ ନଛୁଇଁବି ଏମିତି କଳୁଷିତ ଆଖ୍ୟାପାଇଯାଏ । ଅଥଚ ପୁରୁଷଟେ ଅନେକନାରୀସହ ଅନୈତିକ ସଂପର୍କ ରଖିବି ପବିତ୍ର ରହେ କେମିତି?ତା ସ୍ବାଭିମାନକୁ ବଡ ବାଧିଥିଲା ସୁମିତ ର କଥା । ସେ ଛାଡପତ୍ର ନେବାକୁ ରାଜି ହେଇଯାଇଥିଲା । ସେଦିନୁ ସେ ନଜ ଗାଁକୁ ଚାଲିଆସିଛି । ଯାହଉ ବିଇଡି କରିଥିଲା ବୋଲି ଗାଁହାଇସ୍କୁଲରେ ଚାକିରିଟେ ମିଳିଯାଇଛି ସ୍ବାଭିମାନରେ ବଞ୍ଚିବାପାଇଁ । ସେ ସୁମିତ ସହ ଦେଖିଥିବା ସ୍ବପ୍ନ ଅଧାଗଢା ହେଇ ରହିଗଲା କେବଳ ସନ୍ଦେହ ପାଇଁ । ଜୀବନର ସବୁ ସରସତା ଚାଲିଗଲା ମନ ଭାଙ୍ଗିଗଲା ସବୁଦିନ ପାଇଁ ।



Rate this content
Log in

Similar oriya story from Inspirational