STORYMIRROR

Lalita Mohan Mishra

Tragedy

2  

Lalita Mohan Mishra

Tragedy

ସ୍ମୃତି

ସ୍ମୃତି

2 mins
133

ସ୍ମୃତି ହେଉଛି ବିଗତ ଦିନର ଏକ ବିଳପିତ ଅନୁଭୂତି । ସ୍ମୃତି ହେଉଛି ଦଗ୍ଧ ହୃଦୟର ବିତର୍କିତ ଦିନରାତି । ଏଠି ଖାଲି ସ୍ମୃତି ଅଛି ସାଥି ବିନା ରାତି ଅଛି କିନ୍ତୁ ପ୍ରୀତି କାହିଁ ନାହିଁ ତ... । ଏଠି ଖାଲି ରାତି ଅଛି ବିରହର ତାତି ଅଛି, ଜହ୍ନ କାହିଁ ନାହିଁ ତ... । । 


ମନେ ପଡେ..... ଅଫିସ୍ ସାମ୍ନାରେ ଥିବା ରାଧାଚୂଡା଼ ଗଛର କଥା । ଖରା ଦିନେ ଖୂବ୍ ପୂରିଲା ପୂରିଲା ଦିଶେ ଗଛଟି । ଘଞ୍ଚ ସାଗୁଆ ପତ୍ର ସହିତ ହଳଦିଆ ଫୁଲସବୁ ଖୁବ୍ ମନଭରି ହସନ୍ତି । ଆଉ ସେମାନଙ୍କୁ ଦେଖି ବିଭୋର ହୁଏ ମୁଁ । ଚ଼ଳଚ଼ଞ୍ଚଳ ହୁଏ ମୋ କଲମ । ଭରା ବୈଶାଖରେ ସେ ସାଜେ ମୋ କବିତାର ନାୟିକା । ସେ କିନ୍ତୁ ଜାଣେନା ମୁଁ ଆଜି ତାକୁ ଝୁରୁଛି ବୋଲି । 


ବାତ୍ୟା ଆସିଲାନି ତ' ମୋ ଖୁସୀକୁ ଛଡେଇ ନେଇଗଲା । ସେ ଯିବା ସହିତ ମୋର ଉଦ୍ଦେଶ୍ୟ ଲକ୍ଷ୍ୟ ସେଦିନ ଚାଲିଗଲା । ଉଜୁଡି ଗଲା ମୋର ସର୍ବ ସୁଖ । ଉପୁଡି ଗଲା ବୃକ୍ଷ । ଯାହା କିଛି ବାକିଥିଲା ସେ ବି ମାଳି ହାତରେ ହାଣ ଖାଇଗଲା । କେତେ ଗଛ ଉପୁଡି ଗଲା ପରେ ମଧ୍ୟ ଉଠିଲେ । ଚେର ଡାଳ ସବୁ ମାଟିକୁ ଆକାଶକୁ... ହାତ ପାଦ ବଢେଇ ପୁଣି ଠିଆ ହେଲେ... ଆପଣା ଆପଣା ସ୍ଥାନରେ । ହେଲେ ସେ ଉଠି ପାରିଲାନି ଆଉ । 


ଯେମିତିକି ମନର ମାନସୀ ସେଦିନ ବସ୍ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ତୁଳନାରେ ସେ ଅଳ୍ପକେ ବଞ୍ଚିଯାଇଥିଲା । ମୁଁ ତ ଆଶା ଶୂନ୍ୟ ହୋଇଥିଲି କିନ୍ତୁ ମାଳି ରୂପକ ଡାକ୍ତର ଅପରେସନ କଲେ । କେତେ ଦୁର୍ଘଟଣାରୁ ବଞ୍ଚିଥିବା ରୋଗୀ ପୁନର୍ଜନ୍ମ ଲାଭ କରି ହସି ହସି ଘରକୁ ଗଲେ । ମୋର ମନର ମାନସୀ ହସି ହସି ଠିଆ ହେବାକୁ ଚେଷ୍ଟା କଲା । ପାରିଲା ନାହିଁ । ଦୁର୍ଘଟଣା ଯୋଗୁ ମସ୍ତିଷ୍କରେ ଭୀଷଣ ଆଘାତ ହୋଇଥିଲା । ସେ ହେତୁରୁ ସେ ଆଉ ବେଶୀ ଦିନ ରହି ପାରିଲା ନାହିଁ । ରାଧାଚୂଡା ପରି ଚାଲିଗଲା । ଗଲା ତ ଗଲା ତା' ସୁନ୍ଦର ସ୍ମୃତି ଟିକକ ମୋ ମନତଳେ ଅଲିଭା କରି ଦେଇ ଗଲା । 


ହଁ, ଏବେ ଏମିତି ଲାଗୁଛି, ଯିବା ଆଗରୁ ରାଧାଚୂଡା଼ ଗଛ ତା' ଫୁଲର ସବୁତକ ହଳଦିଆ ରଙ୍ଗ ମତେ ଦେଇଗଲା....


ସେହି ସ୍ମୃତି ଫୁଲଟିକୁ ମୁଁ ସାଇତି ରଖିଛି ହୃଦୟ ବଗିଚାରେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy