STORYMIRROR

Swagatika Nayak Lucylipi

Romance Tragedy Thriller

3  

Swagatika Nayak Lucylipi

Romance Tragedy Thriller

ସ୍ମୃତି ଗୋଟେ ବର୍ଷାର

ସ୍ମୃତି ଗୋଟେ ବର୍ଷାର

2 mins
458


ମାଟି ତଳେ ଆତ୍ମଗୋପନ କରିଥିବା ବୀଜମାନେ ବର୍ଷାର ସ୍ପର୍ଶରେ ମ ଥାଟେକି ଚାହାନ୍ତି । ବର୍ଷା ଆସିଲେ ମନତଳ ଉଦ୍ୟାନରୁ ସ୍ମୃତି ମାନେ ଆଖିମିଟିକା ମାରନ୍ତି ନିଜ ଅସ୍ତିତ୍ଵ ଜାହିର କରନ୍ତି । ଆନମନା ହେବାକୁ ବାଧ୍ୟ କରନ୍ତି । ଏଇ ଯେମିତି ବର୍ଷା ଆସିଲେ ମନେ ପଡ଼ନ୍ତି ସେ! ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ବି ସେ ମନତଳେ ଉଙ୍କି ମାରନ୍ତି । ମନେପଡେ ତାଙ୍କର ସ୍ନେହ ବୋଳା କଥା ତାଙ୍କ ସହ କାଟିଥିବା ସ୍ୱର୍ଗୀୟ ମୁହୂର୍ତ୍ତମାନ । ଯଦିଓ ଏଇ ବୟସରେ ପୂଜା ପାଠ ଭଜନ କୀର୍ତ୍ତନ ମାଳା ଜପିବା କଥା ହେଲେ ଏସବୁ ପରିବର୍ତ୍ତେ ବେଶି ବେଶି ଭାବେ ତାଙ୍କ କଥା । ପୁଣି ଭାବେ ସଂସାରରେ ଥାଇ ଅନ୍ୟ ଜଣଙ୍କ କଥା ଭାବିବା କ'ଣ ଠିକ? ପାପ ପୁଣ୍ୟର ହିସାବ କରୁ କରୁ ସେକ୍ସପିୟରଙ୍କ କଥା ମନେ ପଡେ" ପ୍ରେମ ଯେତିକି ଚମତ୍କାର ସେତିକି ଭୟଙ୍କର ମଧ୍ୟ" । ସତରେ ଜଣକ ଭଲପାଇବାରେ ବଞ୍ଚି ହୁଏ ଅନେକ ବର୍ଷ ପୁଣି ଝୁରି ଝୁରି ମରିବାରେ ଥାଏ ଆନନ୍ଦ । ତାଙ୍କ ସହ ଦେଖା ହୋଇଥିଲା ଶୀତରେ ଆତ୍ମୀୟତା ବଢିଲା ଗ୍ରୀଷ୍ମରେ ଆଉ ବର୍ଷାରେ ଦୁହେଁ ଦୁହିଁଙ୍କଠାରୁ ଚାଲିଗଲୁ ବହୁ ଦୂରକୁ କିନ୍ତୁ ସେହିଠାରୁ ପାଦେ ବି ଆଗକୁ ବଢିନି ଆମ ଆତ୍ମା ସେମିତି ଅଟକି ରହିଥିବ ଅନନ୍ତ କାଳ ପର୍ଯ୍ୟନ୍ତ । ଆମ ସମ୍ପର୍କକୁ ଦେଇ ପାରିନୁ ଗୋଟେ ନାଁ । ଏଇ ଅତ୍ୟାଧୁନିକ ଯୁଗର ଯନ୍ତ୍ର ମାଧ୍ୟମରେ ବାଣ୍ଟିପାରିନୁ ଭାବାବେଗକୁ ଶବ୍ଦରେ । ସାଇତି ରଖିଛୁ ଯତ୍ନରେ ଛାତି ତଳେ ସେଥିପାଇଁ ବୋଧେ ନିଜ ନିଜ ଦୁନିଆରେ ଖୁସିରେ ରହିପାରିଛୁ । ନିଜ ଭିତରେ ଅନୁଭବ କରିଛୁ ଚକୋର ଆଉ ବର୍ଷାର ଅଦେଖା ପ୍ରେମକୁ । ବର୍ଷା ଆସିଲେ ଆମେ ଭିଜୁ ଯେମିତି ଜହ୍ନ ଓ କଇଁ ଭିଜନ୍ତି ପ୍ରେମର ବର୍ଷାରେ...

ହମ କୋ ହମିସେ ଚୁରାଲୋ ଦିଲମେ କହିଁ ତୁମ ଛୁପାଲୋ... ରିଙ୍ଗ ଟୋନରେ ପ୍ରକୃତିସ୍ଥ ହେଲି ଫୋନରେ ଏକ ଅଜଣା ନମ୍ବର ଉଠେଇବି ନା ଉଠେଇବିନି ଦୋ ଦୋ ପାଞ୍ଚ ହଉ ହଉ ଉଠେଇ କାନ ପାଖକୁ ନେଇ ନିରବ ରହିଲି...  

ହ୍ୟାଲୋ!!!!

ସତେ କି ଖସିପଡିବି‌ ମୁଁ ଆକାଶରୁ ସେ ଫୋନ୍ କରିଛନ୍ତି ! ଓଠରେ ଶବ୍ଦ ହିଁ ନଥିଲା ବ୍ୟକ୍ତ କରିବାକୁ... ଅନେକ ବର୍ଷ ପରେ ମୁଁ ଶୁଣିଛି ତାଙ୍କ କଣ୍ଠସ୍ୱର... 

ଆରେ କିଛି କହୁନ ଯେ ମୁଁ ଜାଣେ ତମେ ଫୋନ୍ ରିସିଭ କରିଚ କିଛି କହିବନି ଅଭିମାନ କରିଚ ?

ସ୍ଵତଃ ମୋ ଓଠରୁ ବାହାରି ଆସିଲା ଅଭିମାନ କରିବାର ଅଧିକାର ମୋର ନାହିଁ ?

: ଜୀବନଟା ଯେତେବେଳେ ତମର ଅଭିମାନ କ'ଣ କିଛି ବି କରିପାର।

: ହଠାତ୍ ମନେପଡିଲି ! ମୁଁ ପଚାରିଲି ।

: ମନରେ ଥିବା ମଣିଷକୁ ମନେପକାଯାଏନା । ତମେ କହିଥିବା କଥା ଭୁଲିଯାଇଚ କି ? ସେ କହିଲେ।

: ଓଃ... ମନେ ରଖିଚ ସବୁକଥା ମୋର !

ଯେ ମୋ ବଞ୍ଚିବାର ଆୟୂଧ ତା କଥା କ'ଣ ଭୂଲିହୁଏ!!!

ନିଜ ଭିତରେ କିଛି ଗୋଟେ ଘଟୁଥିବାର ଅନୁଭବ କରୁଥିଲି... ହଠାତ୍ ସେ କହିଲେ ଲୁଇଶ ଗୋଟେ କଥା କହିବି?

ହଁ କୁହ

ଅନେକ ବର୍ଷ ହେଲା ଆମେ ବର୍ଷାରେ ଭିଜିନେ ଏକାଠି ମୋର ଶେଷ ଇଚ୍ଛା ତମସହ ଭିଜିବାକୁ!!

କିନ୍ତୁ ଆମେ ତ... 

କଥା ମଝିରୁ ସେ କହିଲେ ଜାଣେ ଆମେ ଅଲଗା ଅଲଗା ଜାଗାରେ ରହୁଚେ ଭିଜିବା କେମିତି ଏଇ କଥା ତ!!!!?

ହଁ!!

ତମେ ଥରେ ବର୍ଷାକୁ ଛୁଇଁ ଦିଅ ମୁଁ ଆପେଆପେ ଭିଜି ଯିବି ।

ଏଇ ତ ବର୍ଷା ଆସିଲା ହଠାତ୍ କହିପକେଇଲି ମୁଁ । ସେ କହିଲେ ଯାଅ ଶେଷ ଇଛା ପୂରଣ କରିଦିଅ । ବର୍ଷାକୁ ଛୁଇଁଲି ତ ଅନୁଭବ କଲି ଯେମିତି ସେ ମୋ ପାଖରେ ଅଛନ୍ତି... ଓଃ ମୁଣ୍ଡ ଭିତରେ କିଛି ଘଟୁଛି... ଯେମିତି ମୁଁ ଏ ପୃଥିବୀରୁ ବହୁ ଦୂରକୁ ଚାଲିଯାଉଛି... 

ଆଖି ଖୋଲି ଦେଖିଲି ତ ମୁଁ ଶୋଇଛି ମେଡିକାଲ ବେଡ଼ରେ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance