STORYMIRROR

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

2 mins
260

୨୦୧୬ ମସିହା ଜୁନ ମାସ ର କଥା। ବ୍ୟକ୍ତିଗତ ଟ୍ରାନ୍ସଫର ନେଇ ନୂଆ ନୂଆ ମୁଁ ଭୁବନେଶ୍ୱର ଆସିଥାଏ। ଏଇଠୁ ହି ଇଂଜିନିୟରିଂ ପଢିଥିଲେ ବି ପ୍ରାୟ ସାଙ୍ଗ ସାଥି ମୋର ଅନ୍ୟ ସହର ରେ ପୋଷ୍ଟିଂ ପାଇଥାନ୍ତି। ଆଉ ମୁଁ ମୋର କିଛି ପାରିବାରିକ କାରଣ ବଶତଃ ଭୁବନେଶ୍ୱର ପଳେଇ ଆସିଥିଲି ଟ୍ରେନିଂ ପରେ ପରେ। ସେଥିପାଇଁ ଅଫିସ ରେ ପ୍ରାୟ କେହି ଚିହ୍ନା ନଥାନ୍ତି। ଯୋଗ କୁ ଯୋଉ ଟିମରେ ମୋତେ ପ୍ରୋଜେକ୍ଟ ମିଳିଲା, ସେଠି ସମସ୍ତେ ମୋ ଠୁ ଅତି କମରେ ୪-୫ ବର୍ଷ ବଡ ଥିଲେ। ପ୍ରଥମେ ପ୍ରଥମେ ଟିକେ ଅସୁବିଧା ହେଇଥିଲେ ବି ଧୀରେ ଧୀରେ ନିଜକୁ ଆଡ଼ଜଷ୍ଟ କରିନେଇଥିଲି ମୋ ସହକର୍ମୀ ମାନଙ୍କ ସହ। ତେବେ ସମସ୍ତଙ୍କଠୁ ଟିକେ ଅଲଗା ଥିଲା ସେ।ମୋରି କ୍ୟୁବରେ ମୋର ବିପରୀତ କର୍ନରରେ ସେ ବସେ।ବୟସରେ ବଡ ମୋଠୁ। ସେଥିପାଇଁ କେବେ ଖୋଲା ଖୋଲି କଥା ହେଇ ପାରୁନଥିଲି ମୁଁ। କିନ୍ତୁ କାହିଁକି କେଜାଣି ଭାରି ଆପଣାର ଲାଗୁଥିଲା ସେ। ସ୍କୁଲ କଲେଜରେ ବଡ ମାନଙ୍କୁ ଭାଇ ଭଉଣୀ ଡାକିଲା ପରି ଓଡ଼ିଆରେ ସହକର୍ମୀଙ୍କ ସହ କଥା ହେଲା ବେଳେ ସେଇ ଭାଇ, ଦିଦି ଡାକ ଟା ବାହାରି ପଡେ(ଯଦିଓ କର୍ପୋରେଟ ସଂସ୍କୃତି ରେ ପ୍ରଫେସନାଲ ଡାକ ହେଲା କେବଳ ନା ଧରି ଡାକିବା)। କିନ୍ତୁ ତାକୁ ଦିଦି ଡାକିଲା ବେଳେ ମନ ଟା ପୁରି ଉଠେ ମୋର। ତା କଥା ବାର୍ତ୍ତା, ତା ସ୍ନେହ ଶ୍ରଦ୍ଧା ସବୁ କିଛି ମୋତେ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ସେଇ ଅଳ୍ପ କେତେଟା ଦିନରେ। ମନେ ମନେ ତା ପ୍ରତି ସମ୍ମାନ ଆଉ ଭଲ ପାଇବା ଥିଲେ ବି ତା ସାମ୍ନାରେ ମୁଁ ମନ ଖୋଲି କଥା ହେଇପାରେନି।ଖାଲି କାମ ସମ୍ପର୍କୀୟ ଯେତିକି କଥା ସେତିକି।

ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣମୀ। ସୀମିତ ଛୁଟି ଥିବାରୁ ଆଉ ସପ୍ତାହ ମଝିରେ ପଡି ଥିବାରୁ ମୁଁ ଘରକୁ ଆସି ପାରିନଥିଲି ସେ ବର୍ଷ। ଆଉ ସାନ ଭଉଣୀ ମୋର ରାକ୍ଷୀ ପଠେଇଥିଲା କୋରିଅରରେ। ଯୋଗକୁ ରାକ୍ଷୀ ଟା ଠିକ ସେଇଦିନ ହି ପହଞ୍ଚିଥିଲା ଅଫିସରେ।ଗେଟ ପାଖରୁ ପାର୍ସଲ ରିସିଭ କରି ଯାଇ ନିଜ କ୍ୟୁବରେ ବସିଲି ଚୁପ ଚାପ।ବାହାରେ ରହୁଥିବାରୁ ତା ପୂର୍ବ ବର୍ଷ ବି ଯାଇ ପାରିନଥିଲି ଘରକୁ।ସେଥିପାଇଁ ମନଟା ଟିକେ ଉଣା ଲାଗୁଥିଲା ସେଦିନ।ମନେ ମନେ ଭାରି ଖୋଜୁଥିଲି ମୋ ଭଉଣୀକୁ। ରାକ୍ଷୀଟାକୁ ପ୍ୟାକେଟରୁ କାଢି ବ୍ୟାଗ ଭିତରେ ପୁରାଉ ପୁରାଉ କଣ ମନ ହେଲା କେଜାଣି ହାତରେ ନିଜେ ନିଜେ ଗୁଡେଇ ବାକୁ ଚେଷ୍ଟା କଲି। ଗଣ୍ଠି ପକେଇ ପାରୁନଥିଲେ ବି ଚେଷ୍ଟା ଜାରି ରଖିଥିଲି କୌଣସି ମତେ ବାନ୍ଧି ରଖିବା ପାଇଁ। ଆଉ ମୋ ଅଜାଣତରେ ଏ ସବୁ ସେ ଲକ୍ଷ କରୁଥିଲା ନିଜ କ୍ୟୁବରେ ଥାଇ।ହଠାତ ପଛରୁ ଶୁଭିଲା, "ଘରୁ ରାକ୍ଷୀ ଆସିଛି କିରେ ! ଦେ ମୋତେ ମୁଁ ବାନ୍ଧି ଦଉଛି। "ମୁଁ ଆଶ୍ଚର୍ଯ୍ୟ ହେଇ ପଛକୁ ଚାହିଁ ଦେଖିଲି ତ ସେ। ମୁଁ କହିଲି ତମେ ବାନ୍ଧିବ? ସେ କହିଲା କାଇଁ ମୁଁ କଣ ଭଉଣୀ ନୁହଁ, ଦିଦି ଡାକୁଛୁ ଟି। ବାସ ଏତିକି କହି ରାକ୍ଷୀ ଟା ମୋ ହାତରୁ ଟାଣି ନେଇ ସେ ମୋ ହାତକୁ ଭିଡି ଧରି ବାନ୍ଧି ଦେଇଥିଲା ସାରା ଜୀବନ ପାଇଁ ସମ୍ପର୍କ ଟେ।

ଆଜି ଆମ ଭାଇ ଭଉଣୀ ସମ୍ପର୍କ କୁ ପ୍ରାୟ ୫ ବର୍ଷ ହେଇଗଲାଣି।କେତେ କେତେ ଝଗଡା, ରୁଷା, ମାନ ଅଭିମାନ ଦେଖିଲାଣି ଆମ ସମ୍ପର୍କ।ତେବେ କଥାରେ ଅଛି ନା ଯୋଉଠି ଯେତିକି ଭଲ ପାଇବା, ସେଇଠି ସେତିକି ଅଭିମାନ।ଏପରି ଦିନଟେ ନଥିବ ଆମେ ଦି'ଜଣ ଦି'ଜଣକୁ ମନେ ପକେଇ ନଥିବୁ କି କଥା ହେଇ ନଥିବୁ। ମୋ ନିଜଠୁ କାହିଁ କେତେ ଗୁଣ ଅଧିକ ବିଶ୍ୱାସ କରେ ମୁଁ ତାକୁ ।ଘରେ ବଡ ପୁଅ ହେଇଥିବାରୁ ସବୁବେଳେ ମନରେ ଥାଏ ମୋର, ମୋର ଗୋଟେ ବଡ ଭାଇ କି ଭଉଣୀ ନଥାନ୍ତା! ମୋ ମୁଣ୍ଡରେ ହାତଟେ ରଖିବାକୁ, ମୋ ପିଠିରେ ସେ ସାହସର ଥାପୁଡ଼ାଟେ ଦେବାକୁ ଆଉ ମୋତେ କହିବାକୁ ତୁ ଚାଲ, ମୁଁ ତୋ ପଛରେ ଅଛି। ଆଉ ଈଶ୍ବରଙ୍କ କୃପାରୁ ସେଇଥିପାଇଁ ବୋଧେ ମୁଁ ଖୋଜି ପାଇଛି ତାକୁ ମୋ ମିକି ନାନୀ ରୂପରେ। 


Rate this content
Log in

Similar oriya story from Abstract