Mamatamanjari Das

Tragedy

4  

Mamatamanjari Das

Tragedy

ସମ୍ପର୍କ ର ସଜ୍ଞା

ସମ୍ପର୍କ ର ସଜ୍ଞା

5 mins
429


ସମ୍ପର୍କ ଗଢିବାଟା ବଡ଼ କଥା ନୁହେଁ । କାହିଁକି ନା ସମ୍ପର୍କ ଗଢ଼ିବାଟା ଅତି ସହଜ ହୋଇଥାଏ । କିନ୍ତୁ ସେଇ ସମ୍ପର୍କକୁ ଲିଭେଇବା ବହୁତ କଷ୍ଟ । ସମ୍ପର୍କ ଗଢ଼ି ତୋଳିବାରେ ଜାତି, ଅଜାତି, ଧର୍ମ, ବର୍ଣ୍ଣ, ଉଚ୍ଚ, ନୀଚ, ଧନୀ, ଗରିବ , ଶିକ୍ଷିତ, ଅଶିକ୍ଷିତ, ବଡ଼, ସାନ କିଛି ବି ପ୍ରଭେଦ ନଥାଏ । ଯେଉଁଠି ମନ ସହ ମନ ମିଶିଯାଏ, ହୃଦୟକୁ ଭଲ ପାଇବା ଛୁଇଁ ଯାଏ , ସେଇଠି ସମ୍ପର୍କ ଆପେ ଆପେ ଗଢ଼ି ହେଇଯାଏ ।

       କିନ୍ତୁ ଆଜିକାଲି ସମ୍ପର୍କ ବେଳେ ବେଳେ ଏମିତି କଦାକାର ରୂପ ନେଉଛି ଯାହାକି , କହିବାକୁ ବି ଖରାପ ଲାଗୁଛି । ସତରେ ମଣିଷ ଏତେ ସ୍ୱାର୍ଥପର ଏତେ ନୀଚ ଏତେ ତଳକୁ ଖସି ଯାଏ ସେ କଥା କେବଳ ଅନୁଭବୀ ହିଁ ଜାଣେ । ସ୍ବାର୍ଥ ପାଇଁ ମଣିଷ ଏମିତି ଅନ୍ଧ ଯେ ଚିହ୍ନା ମୁହଁ ବି ତା ପାଖରେ ଅଚିହ୍ନା ହେଇଯାଏ । ଦେଖି ନ ଦେଖିଲା ପରି ଆଡେଇ ଚାଲିଯାଏ । ସିଏ ଏମିତି ବ୍ୟବହାର କରେ , ସତେ ଯେମିତି ତା'କୁ ସେ କେବେବି ଦେଖିନି । ଭାବିଲା ବେଳକୁ ବହୁତ କଷ୍ଟ ଲାଗୁଛି ନା । ହେଲେ କଥାଟା ନିରାଟ ସତ ।

  ବହୁତ ପଛକୁ ଫେରି ଯାଇଛି ଅନିମା ପାହାଡ଼ର ଗୋଟିଏ ପଥର ଉପରେ ବସି ସେ ଭାବିବାକୁ ଲାଗିଲା ତାର ସେଇ ଅଭୁଲା କାହାଣୀ । କେତେ ରୋମାଞ୍ଚକର ଥିଲା ସେ ଘଟଣା ଗୁଡ଼ିକ । ସତରେ ସେ କେମିତି ଏତେ ବିଶ୍ୱାସ କଲା ସେମାନଙ୍କ ଉପରେ । ସତରେ ସେ କେତେ ବଡ଼ ଭୁଲ୍ କଲା ସେମାନଙ୍କୁ ନିଜର ଭାବିକି । ସତରେ ଏ ମଣିଷ କେତେ ଯେ ମାରାତ୍ମକ ।

  ଅନିମା ସାମନ୍ତରାୟ । ବାପା ମାଆଙ୍କର ଅଲିଅଳି "ଅନି" ବହୁତ ସରଳ , ଶାନ୍ତ ଶିଷ୍ଟ ଥିଲା । ଛଳନା କପଟ ତାକୁ କିଛି ବି ଜଣା ନ ଥିଲା । ସେ ସତ୍ଯ, ସଚ୍ଚୋଟ ଥିଲା । ସମସ୍ତଙ୍କୁ ବିଶ୍ୱାସ କରୁଥିଲା । ତେଣୁ ତାହାର ଫାଇଦା ସମସ୍ତେ ଉଠେଉ ଥିଲେ ।ତା ଉପରକୁ ଯେତେ ଦୁଃଖ କଷ୍ଟ ଆସିଲେ ବି ସେ ସବୁ ସହି ଯାଉଥିଲା । ହେଲେ କାହାକୁ କିଛି କହୁ ନ ଥିଲା । ତେଣୁ ସମସ୍ତେ ତାକୁ ସେମାନଙ୍କ ସ୍ବାର୍ଥ ପାଇଁ ବ୍ୟବହାର କରୁଥିଲେ ।ଏହି କଥା ମାଆ ବାରମ୍ବାର ତାଗିଦ କରୁଥିଲେ ଅନିମା କୁ । ହେଲେ ସେ କବଳ ହସିଦେଇ କୁହେ "ମାଆ ସେମାନେ ଯଦି ତାଙ୍କ ପ୍ରକୃତି ନଛାଡୁଛନ୍ତି ମୁଁ ମୋ ସ୍ୱଭାବ ଛାଡିବି କାହିଁକି ? ହସ ଖୁସିରେ ଚାଲିଥିଲା ଅନିମାର ସଂସାର । ହେଲେ ହଠାତ କଳା ବାଦଲ ଖଣ୍ଡେ ଢାଙ୍କିଦେଲା ତା'ପରିବାର କୁ । ବାପା ମାଆ ଦୁଇ ଜଣ ଯାକ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କଲେ । ଆଉ ପୁରା ଏକୁଟିଆ ହୋଇଗଲା ସେ । ବଡ ବାପା ବଡ ମାଆ ସବୁ ସମ୍ପତି ଅକ୍ତିଆର କରିନେଲେ ଆଉ ତାକୁ ଚାକରାଣୀ ଭଳି ଖଟାଇଲେ । ସେତେବେଳେ ଅନିମା ବି.ଏସ୍ .ସି ଶେଷ ବର୍ଷର ଛାତ୍ରୀ । ଯେନ ତେନ ପ୍ରକାର ପାଠ ପଢା ସରିଗଲା ସିନା ଆଉ କିନ୍ତୁ ଆଗକୁ ପଢି ପାରିଲାନି ସେ । ଘରର ସବୁ କାମ କରେ ।ହେଲେ ଖାଇବା ପାଇଁ ଦେଲା ବେଳକୁ ବଡ ମା ପୋଡା ରୁଟିରୁ ଗୋଟିଏ ଭାତ ଦିମୁଠା ଦେଇ ଦିଅନ୍ତି ବାସ ସେତିକି । ଯଦି କୋଉଦିନ ଅଧିକ ଖଣ୍ଡେ ରୁଟି ମାଗିଦିଏ ସେଦିନ ଆରମ୍ଭ ହୁଏ ମହା ଭାରତ । ବଡ ମା କୁହନ୍ତି ବାପା ମାଆକୁ ତ ଖାଇଲୁ ଅଆଉ ଏଠାରେ ମାଗଣାରେ ବସି ଗେଫୁଛୁ ତ ରୁଟିର ଦାମ୍ ତତେ କୋଉଠୁ ଜଣା ପଡିବ ।

ଏଥରକ କିନ୍ତୁ ଅନିମା କୁ ବହୁତ ବାଧିଲା ।ସେ ସ୍ଥିର କରିନେଲା ଘରଛାଡି ଚାଲିଯିବ ଯୋଉଠି ଛୋଟ ମୋଟ କାମ କରି ନିଜ ପେଟ ପୋଷିବ । ସେଇଆ କଲା ଅନିମା । ରାତ୍ରିର ଅନ୍ଧାରରେ ସେ ଘର ଛାଡିଲା । ଟ୍ରେନରେ ବସିଲା । ପାଖରେ ବସିଥାନ୍ତି ଜଣେ ପ୍ରୌଢ଼ ବ୍ୟକ୍ତି । ବୟସ ଆନୁମାନିକ ସତୁରି ହେବ । ଖରାଦିନ । ଭୀଷଣ ଗୁଳୁଗୁଳି । ହଠାତ ବ୍ୟକ୍ତି ଜଣକ ଅସୁସ୍ଥ ହୋଇ ପଡିଲେ । ଅନିମା ନିଜ ପାଖରେ ଥିବା ପାଣି ବଟଲ୍ କାଢି ତାଙ୍କୁ ପିଇବା ପାଇଁ ଦେଲା । ତଥାପି ସେ ସୁସ୍ଥ ହେଉ ନଥାନ୍ତି । ପରବର୍ତ୍ତୀ ଷ୍ଟେସନ ରେ ଓହ୍ଲାଇ ଲା ଅନିମା । ପାଖରେ ଥିବା କ୍ଲିନିକ୍ କୁ ବୃଦ୍ଧ ଜଣକୁ ନେଇ ଟ୍ରିଟମେଣ୍ଟ କଲାପରେ ସେ ଯେତେବେଳେ ଟିକେ ସୁସ୍ଥ ଅନୁଭବ କଲେ ଅନିମା ବାହାରିଲା ଯିବାପାଇଁ ।

ପ୍ରୋଢ ଜଣକ ପଚାରିଲେ ,"ଝିଅ କୁଆଡେ ଯିବ" ? କି ଉତ୍ତର ଦେବ ଅନିମା । ଚୁପ୍ ରହିଲା । ବୃଦ୍ଧ ଜାଣିଗଲେ ଅନିମାର ମନର ଅବସ୍ଥା । ତାକୁ ସାନ୍ତ୍ବନା ଦେଇ କହିଲେ ବ୍ୟସ୍ତ ହନି ମା ମୋ ଘର ଏଇଠି । ଆଜି ରହିଯିବୁ କାଲି ଯିବୁ ।

ସମ୍ମତି ଜଣାଇଲା ଅନିମା । ଗୋଟିଏ ଟ୍ୟାକ୍ସି ଡାକି ଉଭୟେ ଗଲେ ବୃଦ୍ଧଙ୍କ ଘରକୁ । ଗାଡି ଯାଇ ଅଟକିଲା ଏକ ବିରାଟ ପ୍ରାସାଦ ନିକଟରେ । ଗାଡିରୁ ଓହ୍ଲାଇ ବୃଦ୍ଧ ଜଣକ ଅନିମାକୁ ଡାକିଲେ । ବହୁତ ସନ୍ତର୍ପଣରେ ଗୃହକୁ ପ୍ରବେଶ କଲା ଅନିମା ।

ଦୁଇଟି କୋଠରୀ ଅତିକ୍ରମ କଲାପରେ ତୃତୀୟ କୋଠରୀ ରେ ଜଣେ ବୃଦ୍ଧା ଅସହାୟ ଭାବେ ବେଡ ରେ ଶୋଇଥାନ୍ତି । ପାଦ ଶବ୍ଦ ଶୁଣି ପଚାରିଲେ କଣ ଔଷଧ ନେଇ ଆସିଲ ?

ବୃଦ୍ଧ ଜଣକ ଉତ୍ତର ଦେଲେ ହଁ ଔଷଧ ଆଣିଛି, ଆଉ ଜଣଙ୍କୁ ସାଥିରେ ବି ଆଣିଛି । ଅନୁସନ୍ଧିତ୍ସୁ ନୟନରେ ବୃଦ୍ଧା ଚାହିଁଲେ । ଆଉ ପଚାରିଲେ ଏ କିଏ ? ଦୃଷ୍ଟି ତାଙ୍କର ପଡିଲା ଅନିମା ଉପରେ ହଠାତ ଅନୁ ଅନୁ ହୋଇ ବିଛଣା ରୁ ଉଠି ବସିଲେ ସେ । ଅନିମା ଖାଲି ନୁହେଁ ବୃଦ୍ଧ ଜଣଙ୍କ ବି ଆଶ୍ଚର୍ଯ୍ୟ ହୋଇଗଲେ । ଯିଏ ବର୍ଷ ବର୍ଷ ହେଲା ବେଡ୍ ରୁ ଉଠି ପାରୁ ନଥିଲା ସେ ଏମିତି ଉଠିବା ଗୋଟିଏ ଚମତ୍କାର ନୁହେଁ ତ ଆଉକଣ ??

କିଛି କହିବା ପାଇଁ ଚାହୁଁଥିଲା ଅନିମା ହେଲେ ଇଶାରା ରେ ବୃଦ୍ଧ ଜଣଙ୍କ ରୋକି ଦେଲେ ତାକୁ । କିଛି ସମୟ ପରେ ବୃଦ୍ଧା ଶୋଇ ପଡିଲେ । ଆଉ ବୃଦ୍ଧ ଜଣକ ତାଙ୍କ ଜୀବନ କାହାଣୀ କହି ବସିଲେ ଅନିମା କୁ ।

ସତ୍ୟ ପଟ୍ଟନାୟକ । ଜଣେ ଭିଜିଲାନ୍ସ ଅଫିସର ,ସ୍ତ୍ରୀ ସୁମତି, ଝିଅ ଅନୁ ଓ ପୁଅ ଓମ୍ କୁ ନେଇ ହସଖୁସିରେ ସଂସାର ଚାଲିଥିଲା । ପୁଅ ଡାକ୍ତର , ଝିଅ ବି ଡାକ୍ତର । ପୁଅ ବାହାର କୁ ଚାଲିଗଲା ଯେ ଆଉ ଫେରିଲାନି । ଆଉ ଝିଅ ଦୁର୍ଘଟଣା ରେ ମୃତ୍ୟୁ ବରଣ କଲା । ସେହି ଦିନଠାରୁ ସୁମତି ପାଗଳ । ପୁଅ ଥରେ ଆସିଥିଲା ତା ସ୍ତ୍ରୀକୁ ନେଇ । ହେଲେ ରୋକ୍ ଠୋକ୍ କହିଦେଲା ମୁଁ ତୁମ ମାନଙ୍କର ସେବା କରି ପାରିବି ନାହିଁ । ତୁମ ସମ୍ପତ୍ତି ବି ମୋର ଦରକାର ନାହିଁ, ବାର ବାର ଫୋନ୍ କରି ମୋତେ ଡିଷ୍ଟର୍ବ କରିବନି । ଏଠାରେ ରୁହ କି ବୃଦ୍ଧାଶ୍ରମରେ ଯୋଉଠି ରୁହ ।

ସେହି ଦିନଠାରୁ ମନକୁ ଟାଣ କରିନେଲି ଝିଅ । ମୋ ସ୍ତ୍ରୀ ର ସେବା ମୁଁ କରୁଛି । ଲୁହ ଦୁଇଧାର ବୋହି ଆସିଲା ବୃଦ୍ଧଙ୍କ ର । ଅନିମା ଭାବି ପାରୁନଥିଲା କ'ଣ କରିବ ? ବୃଦ୍ଧଙ୍କର ଲୁହ ପୋଛି ଦେଲା ଅନିମା ।ଆଉ କହିଲା "ବାପା ଆଉ କାନ୍ଦନି ମୁଁ ଆଜିଠାରୁ ତୁମ ଅନୁ " ତୁମର ସମସ୍ତ ସୁଖ ଦୁଃଖରେ ସହଭାଗୀ ହୋଇ ରହିବି ।

ଅନିମା ର ସେବାରେ ସୁମତି ଭଲ ହୋଇ ଆସୁଥିଲେ । ଖୁସିରେ ପୁରି ଉଠୁଥିଲା ସଂସାର । ଅନିମା ଭାବୁଥିଲା ସତରେ ଆଜିକାଲି ଦୁନିଆରେ ସମ୍ପର୍କ ର ସଜ୍ଞା କଣ ????

ଜୁଆର, ସମୟ ଚକ୍ର କେତେବେଳେ ଯେ କୋଉ ମୋଡ଼ ନିଏ , କିଏବା କହି ପାରେ ? ଅନିମା ଜୀବନରେ ଠିକ୍ ସେୟା ହିଁ ଘଟିଗଲା । ସିଏ ଯାହା କେବେବି କଳ୍ପନା କରି ନ ଥିଲା , ବାସ୍ତବରେ ତାହା ହିଁ ହେଇଗଲା । ମାଉସୀ ତାକୁ ମଧ୍ୟ ନିଜ ଝିଅ ପରି ସ୍ନେହ ଆଦର କରୁଥିଲେ । ଏକାଠି ଖାଉଥିଲେ,ପିଉଥିଲେ ଓ ଶୋଉଥିଲେ ମଧ୍ୟ । ସେମାନଙ୍କର ଭଲ ପାଇବା ଭିତରେ ଅନିମା ଏମିତି ହଜି ଯାଇଥିଲା ଯେ , କେତେବେଳେ ଆଠ ମାସ ବିତି ଗଲା, ସିଏ ଜାଣି ପାରିଲାନି । ସମସ୍ତେ ଅନିମା କୁ ନିଜର ବୋଲି ଭାବି ନେଇଥିଲେ । ଅନିମା ମଧ୍ୟ ସେମାନଙ୍କୁ ନିଜର ଭାବି ସବୁ କାମ ଖୁସିରେ କରି ନେଉଥିଲା । ତାକୁ ଲାଗୁଥିଲା ସତରେ ଏମାନେ ତାହାର ଅତି ଆପଣାର ,ଅତି ନିଜର । ଏମିତି ଲୋକଙ୍କ ପାଖରେ ସମ୍ପର୍କ ଗଢ଼ି ଦେଇଥିବାରୁ ରୂପାଲି ଭଗବାନଙ୍କୁ ପ୍ରଣାମ ଜଣେଇଲା ।

      


Rate this content
Log in

Similar oriya story from Tragedy