KAMALKUMAR DASH

Thriller

2  

KAMALKUMAR DASH

Thriller

ଶୁକୁରୁ

ଶୁକୁରୁ

2 mins
74



    ଗୋଟେ ମାଲ ଗାଡି ଧୀର ମନ୍ଥର ଗତିରେ ଆଗକୁ ବଢ଼ୁଥିଲା | ତା ଡ୍ରାଇଭର ଥିଲେ ଖାନ୍ ବାବୁ ଓ ଗାର୍ଡ ଥିଲେ ପ୍ରଧାନ ବାବୁ | ଗାଡି ତିରିଶି କି.ମି. ଗଲା ପରେ ଆଉ ଆଗକୁ ବଢ଼ିଲାନି, ଜଙ୍ଗଲ ଭିତରେ ଗାଡି ଠିଆ ହୋଇଗଲା | ସେତେବେଳେ ୱlକି ଟକି ଆସିନଥିଲା | ଲଙ୍ଗ ହର୍ଣ୍ଣ୍ ଦେଇ ଆସିଷ୍ଟାଣ୍ଟ୍ ଡାଇଭର ଓହ୍ଲାଇ ପଛକୁ ଚାଲିଲା, ଗାର୍ଡ୍ ପଧାନ ବାବୁ ନାଲି ପତାକା ଦେଖାଇ ଚାଲି ଚାଲି ଆଗକୁ ଆସିଲେ | ବ୍ରେକ ରିଲିଜ କଲା ପରେ ଗାଡି ଆଗକୁ ବଢ଼ିଲା | ଗାଡି ଧୀରେ ଧୀରେ ଗଲାବେଳେ ପ୍ରଧାନବାବୁ ବ୍ରେକ ଭ୍ୟାନରେ ଚଢିଲେ ଓ ଗ୍ରୀନ ସିଗ୍ନାଲ ଦେଲେ | ଗାଡି ସ୍ପିଡ଼ ଧରିଲା ପରେ ଦେଖିଲେ କି ତାଙ୍କ ବ୍ରେକ ଭ୍ୟାନ୍ ଭିତରେ ଗୋଟେ ଆଦିବାସୀ ବସିଛି | ତାକୁ ପଚାରିଲେ ଆରେ ବାବା ଏଠି କଣ କରୁଛ ସେ କିଛି କହିଲାନି କିନ୍ତୁ ତା ହାତରେ ଧନୁ ତୀର ଥିଲା | ଖାଇବା ବେଳ ହୋଇ ଯାଇଥିଲା ,ପ୍ରଧାନ ବାବୁ ନିଜ ଟିଫିନ ଖୋଲିଲେ ଓ ତାକୁ ଦିପଟ ରୁଟି ଓ କିଛି ତରକାରୀ ଦେଲେ |କିଛି ସମୟ ପରେ ତାଙ୍କ ଗାଡିଟି ଦଶ କିମି ଦୂରରେ ଥିବାଏକ ଷ୍ଟେସନରେ ରହିଲା ଗାର୍ଡ ସେ ଆଦିବାସୀଙ୍କୁ ନେଇ ଷ୍ଟେସନ ମାଷ୍ଟରଙ୍କ ପାଖରେ ଛାଡିଲେ ଓ ସବୁ କହିଲେ କିଛି ସମୟ ପରେ ପ୍ରଧାନ ବାବୁଙ୍କ ଟ୍ରେନ ସେ ଷ୍ଟେସନ ଛାଡି ଆଗକୁ ବଢିଗଲା | ସେ ଆଦିବାସୀ ଟି ନିଜ ନା ଶୁକୁରୁ ବୋଲି କହିଲା | ପ୍ରାୟ ୨ ଘଣ୍ଟା ପରେ କିଛି ଆଦିବାସୀ ଧନୁ ତୀର ଧରି ଆସି ଷ୍ଟେସନ କୁ ଘେରିଗଲେ | ତାଙ୍କ ସର୍ଦ୍ଦାର ଷ୍ଟେସନ ଭିତରକୁ ଆସି ଶୁକୁରୁକୁ ଦେଖି ଖୁସି ହେଲା ଓ ତାକୁ ସାଥିରେ ନେଇ ଯିବାକୁ କହିଲା ହେଲେ ସେ ରାଜି ହେଲାନି | ସୁକୁରୁ କହିଲା ମୁଁ ତାଙ୍କ ସଂଗେ ଯିବିନି ସେମାନେ ମତେ ମାରିଦେବେ | ଷ୍ଟେସନ ମାଷ୍ଟର , ଷ୍ଟେସନ ପାଖରେ ଥିବା ଗାଁ ଲୋକଙ୍କୁ ଡାକିଲେ | ସେମାନେ ଆସି ଦି ପକ୍ଷ ଙ୍କୁ ବୁଝାଇଲେ | ତାଙ୍କ କଥାରୁ ଜଣ| ପଡିଲା କି ସୁକୁରୁ ସେ ଗାଁ ରୁ ଗୋଟେ ଝିଅକୁ ଟାଣି ବାହା ହେବାକୁ ଆସିଥିଲା , ହେଲେ ସଫଳ ହେଲl ନି ଓ ଗାଁ ଵାଲା ତା ପଛରେ ପଡିଗଲେ | ସେ ସନ୍ଧ୍ୟାରେ ପାଖ ଗାଁରେ ରହିଲା ଓ ତା ପରା ଦିନ ନିଜ ଘରକୁ ଫେରିଗଲା | 


Rate this content
Log in

Similar oriya story from Thriller