subrat kumar jena

Inspirational

3  

subrat kumar jena

Inspirational

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

2 mins
220


ସବୁଥର ଦୁଇଦିନ ଆଗରୁ କେତେ ଅଳି । ଦୁଇ ଦିନ ପରେ ମୋ ଜନ୍ମଦିନ । ମୋ ଲାଗି କେକ୍ ଆଣିବ, ବେଲୁନ ବାନ୍ଧିବ । ହଁ ମୋ ଲାଗି କିଛି ଭଲ ଗିଫ୍ଟ ଆଣିବ । ମୋ ଲାଗି ପିଠା, ମିଠା ଓ ଡ୍ରେସ ବି ଆଣିବାକୁ ଭୁଲିବନି । ଏମିତି କେତେ କଣ ଜିଦ୍ ତାହାର । 

ଏମିତି ଏମିତି ସମୟ ଗାଡି ଚାଲୁଛି ତା ରାସ୍ତାରେ । ଆମକୁ ବି ସମୟ ସହ ତାଳ ଦେଇ କେଉଁଠି ଦୌଡ଼ିବାକୁ ପଡୁଛି କେଉଁଠି ପୁଣି ଠିକରେ ଚାଲି ନପାରି ଝୁଣ୍ଟି ପଡି ରକ୍ତାକ୍ତ ହେବାକୁ ପଡୁଛି । ହେଲେ ଶ୍ରୀକୁ ଏଥିରୁ ବା କଣ ମିଳିବ । ତା ଚପଳମତି ହୃଦୟରେ ଏସବୁ କଥା କାହିଁକି ଯେ ପଶିବ । ସେ ତ ତାର ଚୁଲୁବୁଲି ସ୍ୱଭାବରେ ଏମିତି ନିତି ହସି କାନ୍ଦି ଦିନ କାଟିଦେଉଥାଏ । 

  ବାପା ମାଆ ତାର ନିହାତି ଗରିବ ନ ହେଲେ ବି ସେତେ ସକ୍ଷମ ନୁହନ୍ତି । ତଥାପି କେବେ ଝିଅର ଛୋଟ ଛୋଟ ଇଚ୍ଛାକୁ ସେମାନେ ଅପୂରଣ କରିନାହାନ୍ତି । ନିଜେ ପଛେ ଭୋକ ଉପାସରେ ରହିଯାଇଛନ୍ତି ହେଲେ ସର୍ବଦା ଝିଅର ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି । କହିଲେ କେଉଁ ବାପା ମାଆ ନିଜର ସନ୍ତାନ ସନ୍ତତିଙ୍କ ଆଖିରେ ଲୁହ ଦେଖିବାକୁ ଭଲ ପାଆନ୍ତି କି ? ଆଉ ସେମାନେ ବା କାହିଁକି ଚାହିଁବେ । 

   ଶ୍ରୀ ଆସି ପଞ୍ଚମ ଶ୍ରେଣୀରେ ପାଠ ପଡ଼ିଲାଣି । ଭଲ ପାଠ ପଢୁଥିବାରୁ ସମସ୍ତେ ତାକୁ ଆଦର କରନ୍ତି । ସେବି ଗୁରାଜନମାନଙ୍କୁ ସଦା ସମ୍ମାନ ଦିଏ । କଥାବାର୍ତ୍ତାରେ ଶାଳିନତା ଦେଖାଏ । ତେଣୁ ସେ ସବୁରି ପ୍ରିୟ । 

 ବାପା ମାଆ ତାର ଚିନ୍ତିତ ଥାଆନ୍ତି । ଆଉ ଦୁଇ ଦିନ ଗଲେ ଝିଅର ଜନ୍ମଦିନ । ହେଲେ ଏଥର ଯେଉଁ ଅବସ୍ଥା ପାଇସାଟିଏ ବି ନାହିଁ । ବଡ଼ କଷ୍ଟରେ ଘର ଚଳୁଛି । ଏ ବାତ୍ୟାଟା କୁଆଡେ ଥିଲା ସେ ବି ଆସି ଉଜାଡ଼ି ଦେଲା ସବୁକିଛି । ଯାହା କିଛି ପରିଶ୍ରମ କରି ରଖିଥିଲେ, ସେତକ ଲାଗିଗଲା ଘର ମରାମତିରେ । ଆଉ ଏବେ ହାତ ଶୂନ୍ୟ । ଘର ମରାମତି କରିନଥିଲେ ରହିଥାନ୍ତେ କେଉଁଠି । 

  ଜନ୍ମଦିନର ପୂର୍ବ ରାତି ଚିନ୍ତାରେ ଥାନ୍ତି ଦୁଇଜଣ । କାଲି ସକାଳ ପାହିଲେ ପିଲାଟାର ଜନ୍ମ ଦିନ । ହେଲେ କେଉଁଠୁ କିଛି ଯୋଗାଡ଼ ହୋଇପାରିଲା ନାହିଁ । କିଏ ବା ଏ ଅସମୟରେ ସାହାଯ୍ୟ କରିବ । ସମସ୍ତଙ୍କର ତ ଏବେ ବନ୍ୟା ପାଣି ଆସି ବିପଦ । ଏମିତି ଭାବି ଭାବି ଭାରି ଚିନ୍ତିତ ଥାନ୍ତି ସେମାନେ । ହେଲେ ଏଥର କାହିଁକି କେଜାଣି ଝିଅ ଦୁଇଦିନ ଆଗରୁ ସବୁଥର ପରି କିଛି ଜିଦି ଧରିନି । 

ଶ୍ରୀକୁ ପାଖକୁ ଡାକିଲେ ବାପା । ଶ୍ରୀ କହିଲା କଣ ହେଲା ବାପା କାହିଁକି ଡାକିଲେ । ବାପା କହିଲେ ଆରେ ମା କାଲି ତୋର ଜନ୍ମଦିନ, ହେଲେ ତୋ ଲାଗି କିଛି ଆଣିବାକୁ ମୋ ପାଖରେ ପାଇସାଟିଏ ବି ନାହିଁ । ତେଣୁ ତୁ ଏଥର ମନ ଦୁଖ କରିବୁନି କହି ବାପା କାନ୍ଦି ପକାଇଲେ । ଲୁହ ପୋଛିଦେଲା ଶ୍ରୀ, କହିଲା କାହିଁକି କାନ୍ଦୁଛନ୍ତି ବାପା । ଏଥର ତ ସବୁଆଡେ ବିପଦ ଚାଲିଛି । ଏଥର ନହେଲା ନାହିଁ ଆରଥର ଜନ୍ମଦିନ ପାଳନ କରିବା । ମୁଁ କଣ ଆଉ ଛୋଟ ପିଲା ହୋଇ ଅଛି ? ମୁଁ ପରା ବଡ଼ ହୋଇଗଲିଣି । 

ବାପାଙ୍କ ମୁଁହରେ ହସ ଫୁଟି ଆସିଲା । କହିଲେ ଆରେ ବା ସତରେ ମୋ ଝିଅ ବହୁତ ବଡ଼ ହୋଇଗଲାଣି । ଶ୍ରୀ କହିଲା ବାପା କାଲି ମୋ ଲାଗି ଚାରା ଗଛଟିଏ ଆଣିଦେବ ମୁଁ ବାଡ଼ି ପଛରେ ଗଛଟିଏ ଲଗାଇବି । ପ୍ରତିଥର ଜନ୍ମଦିନରେ ମୁଁ ଗୋଟାଏ ଗୋଟାଏ ଗଛ ଲାଗାଇବି ଓ ପ୍ରକୃତିକୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରିବି । ।



Rate this content
Log in

Similar oriya story from Inspirational