subrat kumar jena

Tragedy

4  

subrat kumar jena

Tragedy

ସେଇ ଜାନୁଆରୀ

ସେଇ ଜାନୁଆରୀ

3 mins
227


ଜାନୁଆରୀର ଏଇ ଫେରନ୍ତା ଶୀତରେ ବି ଏତେ ଶୀହରଣ, ଏତେ ଉନ୍ମାଦନା ! ପୂର୍ବ ନିର୍ଦ୍ଧାରିତ ପାର୍କ ସାମ୍ନା ଗେଟ ଅତିକ୍ରମ କରିବା ପରେ ଚାରିପଟେ ଆଖି ବୁଲାଇ ଆଣିଲା ସ୍ମରଣୀକା।ଖୋଜୁଥିଲା ଗତ ଦୁଇବର୍ଷ ତଳେ ଅନେକ ସମୟ ବିତାଇଥିବା ସେଇ ସିମେଣ୍ଟ ବେଞ୍ଚ ଓ ସେ ପାଖରେ ମୂକସାକ୍ଷୀ ଭାବେ ଠିଆ ହୋଇଥିବା କୃଷ୍ନଚୂଡ଼ା ଗଛଟିକୁ ।ଏତେ ଭିଡ଼ ନଥିଲେ ବି କିଛି ଲୋକ ଓ ପ୍ରେମୀଯୁଗଳ ଏପଟ ସେପଟ ହେଉଥିଲେ।ସେ ଏ ସହରରେ ମାତ୍ର ଦୁଇବର୍ଷ ହେଲା ରହିଛି ସତ କିନ୍ତୁ ସମସ୍ତେ ପ୍ରାୟ ଅପରଚିତ ଏଇଠି ।ତାର ସେଇ ପୂର୍ବ ପରିଚିତ ସିମେଣ୍ଟ ବେଞ୍ଚ ଉପରେ ବସି ଭ୍ୟାନିଟିରୁ ସ୍କାର୍ପଟିକୁ ଆଣି ମୁଣ୍ଡରେ ଭିଡ଼ିଦେଇ ହାତ ଘଣ୍ଟାକୁ ଚାହିଁଲା ।ଆହୁରି କୋଡିଏ ମିନିଟ ବାକି।

 କାଳେ କିଛି ମେସେଜ ଥିବ ଭାବି ମୋବାଇଲର ହ୍ଵାଟ୍ସଅପ ଅନ କଲା ସ୍ମରଣୀକା ।ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା "ହାଏ କେମିତି ଅଛ ?"।କିଏ ବୋଲି ଜାଣିବାକୁ ପ୍ରୋଫାଇଲ ଫଟୋକୁ ବଡ଼ କଲାରୁ ଜାଣିପାରିଲା ସୌଭାଗ୍ୟ ବୋଲି ।

  ନିଜକୁ ସମ୍ଭାଳି ପାରିଲାନି ସ୍ମରଣୀକା ।ଛଳ ଛଳ ଗୋଇଗଲା ଆଖି । ଅମାନିଆଁ ଦୁଇଟୋପା ଲୁହ ଝରି ଆସିଲା ଆଖିପାତାରୁ ।ନିଜକୁ ସମ୍ଭାଳି ଲୁହ ପୋଛି ନେଲା ।ଆଜି ସେଇ ଜାଗା ଆଛି,ସେଇ ସିମେଣ୍ଟ ବେଞ୍ଚ ଅଛି,ସେଇ କୃଷ୍ନଚୂଡ଼ା ଗଛ ଅଛି ଖାଲିଯାହା ସୌଭାଗ୍ୟ ନାହିଁ ।ଏମିତି ଅଚାନକ ହେବବୋଲି ସେ କଳ୍ପନାରେ ବି କେବେ ଭାବି ନଥିଲା ।

         ନୂଆ ନୂଆ ଚାକିରୀ କରୁଥାଏ ସ୍ମରଣୀକା।ସେହି ଅଫିସରେ ଭେଟ ହୋଇଥିଲା ତାର ସହକର୍ମୀ ସୌଭାଗ୍ୟ ସହ ।କଥାବାର୍ତା ଆରମ୍ଭ ହୋଇଥିଲା ଏକ ଅଜବ ଭାବରେ ।ସ୍ମରଣୀକାର ମୋବାଇଲ ବାଲାନ୍ସ ସରିଯାଇଥାଏ ।କାହାକୁ କହିବ କହିବ ରିଚାର୍ଜ ଲାଗି ଭାବିହେଉଥାଏ କାରଣ ତାକୁ ଏକ ଜରୁରୀ କଲ କରିବାର ଥିଲା ।

  ଏହି ସମୟରେ ଆସି ପହଁଚିଲା ସୌଭାଗ୍ୟ ।ପଚାରିଲା କଣ ଆଜି ନୂଆ ଆସିଛ ।ହଁ ମାରିଲା ସ୍ମରଣୀକା। ତୁମ ନାଁ? ମୋ ନାଁ ସ୍ମରଣୀକା ।କଣ ଭାବିଲା କେଜାଣି ସ୍ମରଣୀକା କହିଲା ଗୋଟେ ସାହାଯ୍ୟ ଦରକାର ,କରିବେ ?ହଁ କୁହ।ମୋର ଗୋଟେ ଜରୁରୀ କଲ କରିବାର ଅଛି ଟିକେ ଆପଣଙ୍କ ମୋବାଇଲ ଦରକାର ।ଆରେ ଆପଣଙ୍କର କାହିଁକି କହୁଛ ତୁମର କହିପାର ।ଓକେ ଠିକ ଅଛି ।ମୋବାଇଲ ଦେଲା ସୌଭାଗ୍ୟ ,କଥା ହେଲା ସ୍ମରଣୀକା ।ବାସ ତାପରଠୁ ଦୁହିଁଙ୍କ ଭିତରେ ଧୀରେ ଧୀରେ ଆତ୍ମୀୟତା ବଢିଯାଇଥିଲା ।

  ଦୁହେଁ ପ୍ରାୟତଃ ଛୁଟିଦିନରେ ଘୁରି ବୁଲୁଥିଲେ ସପିଙ୍ଗମଲ,ରେଷ୍ଟୁରାଣ୍ଟ, ପାର୍କ ଏମିତି ବହୁତ ଜାଗାରେ ।କିନ୍ତୁ ଅଧିକାଂଶ ସମୟ କଟୁଥିଲା ଜନତା ପାର୍କରେ । ପ୍ରଥମ ତ ଏମିତି ଯାଉଥିଲେ ବସୁଥିଲେ, ଗପୁଥିଲେ,ମଉଜ କରୁଥିଲେ ଦୁହେଁ ।ଏମିତିରେ ପ୍ରିୟ ହୋଇଯାଇଥିଲା ପାର୍କର ସେ ସିମେଣ୍ଟ ବେଞ୍ଚ ଓ ପ୍ରିୟ କୃଷ୍ନଚୂଡ଼ା ଗଛ ।

    ହେଲେ ସମୟ ଚକରେ ସନ୍ଦେହ ଆସି ଶତ୍ରୁ ପାଲଟିଥିଲା ଦୁହିଁଙ୍କ ଭିତରେ ।ସୌଭାଗ୍ୟ ଭାବୁଥିଲା ତାକୁ ଛାଡି ତାସହ ଅନ୍ୟମାନଙ୍କ ସହ କିଛି ଖରାପ ସମ୍ପର୍କ ଅଛି । ଧୀରେ ଧୀରେ ତାଠୁ ଦୁରେଇ ଯାଇଥିଲା ସୌଭାଗ୍ୟ ।ଯେତେ ଚେଷ୍ଟା କଲେବି ବୁଝାଇପାରିନଥିଲା ତାକୁ ।

    ଆଜି ଅନେକ ଦିନ ପରେ ତାର ମେସେଜ ।ଦୁଃଖ କରିବ କି ଖୁସିରେ ଆତ୍ମହରା ହେବ ଭାବିପାରୁନଥିଲା ସେ । ଆଖି ଆଗରେ ଭାଷିବୁଲୁଥିଲା ପୁରୁଣା ସମୟ ତା ସହ ବିତେଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ସବୁ ।ଭାବି ଚାଲୁଥାଏ କଣ ଉତର ଦେବକି ନାହିଁ । ହଁ ନାହିଁ ଭିତରେ ଲେଖିଦେଲା "ତୁମ ବିନା ଏକା ଏକା କାଟୁଛି ଜୀବନ, ତୁମ ବିନା ଭଲ ଲାଗେନି ରାତି ଅବା ଦିନ "।

     ଅନଲାଇନ କୁ ଆସିଯାଇଥାଏ ସୌଭାଗ୍ୟ ।କୋଉଠି ଅଛ ?ଆମର ସେ ପ୍ରିୟ ସ୍ଥାନରେ ।କୋଉଠି? ଏତେ ଶୀଘ୍ର କଣ ଭୁଲିଗଲ !ଆରେ କୁହ?କାହିଁ କଣ ଆସିବକି ?ହଁ ଯଦି ତୁମେ ଚାହିଁବ । ତୁମେ କଣ ଚାହୁଁଛ ତୁମକୁ ମୁଁ ନାଁ କରିପାରିବି ।ଜନତା ପାର୍କରେ ଅଛି ।ଠିକ ଅଛି ମୁଁ ଆସୁଛି ଅପେକ୍ଷା କର ।

  ଏପଟେ ସମୟ ବିତିଯାଇଥାଏ କୋଡିଏ ମିନିଟ ।ସମୟ ହୋଇଯାଇଥାଏ ନୂଆ ଚାକିରୀ ଲାଗି ସାକ୍ଷାତକାର ଲାଗି ।କଣ କରିବ ଭାବୁଥାଏ ସ୍ମରଣୀକା ।ଦୀର୍ଘନିଶ୍ୱାସଟିଏ ମାରି ସ୍ଥିର କଲା ଅପେକ୍ଷା କରିବ ସୌଭାଗ୍ୟର ।ଏତେ ଦିନ ପରେ ହଜିଲା ପ୍ରେମ ଯେତେବେଳେ ପାଖକୁ ଆସୁଛି କେମିତି ହାତଛଡା କରିପାରିବ ସେ ମୁହୂର୍ତକୁ ।ଚାକିରୀ ତ ପଛରେ ମିଳିପାରିବ । ମନେ ମନେ ଖୁସିରେ ନାଚିଯାଉଥାଏ ସ୍ମରଣୀକା ସୌଭାଗ୍ୟର ଆସିବା କଥାକୁ ଭାବି ଭାବି ...........।



Rate this content
Log in

Similar oriya story from Tragedy