STORYMIRROR

subrat kumar jena

Others

1  

subrat kumar jena

Others

ମୁକ୍ତ ଆକାଶ

ମୁକ୍ତ ଆକାଶ

1 min
535

ସାରା କାନ୍ଦି କାନ୍ଦି ଆଖି ଯୋଡିକ ଲାଲ ହୋଇ ଯାଇଥାଏ।

ଆଉ କ'ଣ କରିଥାନ୍ତା ବା ସୋମ।ସବୁକିଛି ଠିକ ଠାକ ଚାଲିଥିଲା ବେଳେ ଏମିତି ଅଘଟଣ !ସତେ ଯେମିତି ସବୁ ମାନସାଙ୍କ ଭୁଲ ପ୍ରମାଣିତ ହୋଇଯାଉଥାଏ।ଅବଶ୍ୟ ସେ ସବୁ ପରେ ବି ନିଜକୁ ସମ୍ଭାଳି ନେଇ ନୂଆ କିଛି କରିବାର ପ୍ରୟାସ ଜାରି ରଖିଥିଲା।କିନ୍ତୁ ଅଚାନକ ସେ କେମିତି ସମ୍ଭାଳିଥାନ୍ତା ନିଜକୁ ,ଯେତେବେଳେ ନିଜ ସଫଳତା ବିଫଳତାରେ ସାହାରା ଦେଉଥିବା ମଣିଷ ଟି କାହାକୁ କିଛି ନଜଣାଇ ଏମିତି ଏକା କରିଦେଲେ।

ଏ କଥାକୁ ସହଜେ ଗ୍ରହଣ କରି ପାରୁନଥାଏ ସୋମ।ଏମିତିରେ କେତେବେଳେ ଯେ ରାତି ପାହି ସକାଳ ହୋଇଗଲା ଜମା ଜାଣି ପାରିଲାନି ସେ। ନିଜକୁ ବହୁତ ବୁଝାଇଲା ପରେ ବାହାରକୁ ଆସି ଆକାଶ କୁ ଚାହିଁଲା। ଦେଖିଲା ମୁକ୍ତ ଆକାଶର ବୁକୁରେ ସବୁଦିନ ଯେମିତି ଯାହା ଘଟେ ଆଜିବି ତାହା ଘଟୁଥିଲା। ନୀଳ ଆକାଶ ବୁକୁରୁ ସୂର୍ଯ୍ୟଙ୍କର ଲୋହିତ କିରଣ ସତେ ଯେମିତି କହୁଥିଲା ,ଆଗକୁ ମାଡିଯିବାକୁ ସବୁ ବାଧା ବିଘ୍ନ କୁ ପଛକୁ କରି।ବୋଧେ ଏହା ଥିଲା ତାପ୍ରତି ମୁକ୍ତ ଆକାଶର ଆହ୍ୱାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍