subrat kumar jena

Inspirational

3  

subrat kumar jena

Inspirational

ନେତ ନାନୀର ସ୍ୱାଧୀନତା

ନେତ ନାନୀର ସ୍ୱାଧୀନତା

4 mins
175



କି କଥା ଏଗୁଡ଼ାକ ।ବୁଢ଼ୀ ଲୋକ ଲୋକ ବୋଲି ମୋର କ'ଣ କିଛି ଆତ୍ମ ସ୍ୱାଭିମାନ ନାହିଁ ।ସରକାର ଦେଶକୁ ,ରାଜ୍ୟକୁ ସ୍ଵଛ ଶାସନ କରିବାକୁ ଏତେ ନିୟମ କାନୁନ କରୁଛନ୍ତି ।ହେଲେ ସେଗୁଡାକୁ କଣ ଏମାନେ ମାନୁଛନ୍ତି ।ହଁ ଏତ କଳି କାଳ କଥା ।ଏଠି କହିବି କାହାକୁ ଆଉ ମୋତେ ଶୁଣିବ କିଏବା ।ବଡ଼ି ସକାଳୁ ଆସି ବସିଛି ଯେ ବସିଛି ।ମୋ ନଅମ୍ବର ଟା କଣ ଆସୁଛି ।ଏ ପୋଡ଼ାମୁହାଁ ଭୋକକୁ କୋଉ ଆଇତି କରିହେଉଛି ।ସକାଳୁ କଣ ଦିଟା ପାଟିରେ ଦେଇଥିଲିଯେ ଦିନ ଆସି ବାରଟା ହେଲାଣି ।ସୁରୁଜ ମହାପୃ ଆସି ମୁଣ୍ଡ ଉପରେ ।ଏଇ ରାଇଜଳେ କଣ ଶୁଣୁଛନ୍ତି ।ସରକାର କଣ ଟିକେ ସାହାଯ୍ୟ କରୁଥିଲେ ଯେ ସେତକ ବି ଗଲା ।ଆରେ ମୋ କଥା ଟିକେ ବୁଝରେ ।କାହିଁ ମୋତେ ହଇରାଣ କରୁଛ ।ହୋ ନବୀନ ବାବୁ ମୋ କଥା ଟିକେ ବୁଝ । ନ ହେଲେ ମୁଁ ଚଳିବି କେମିତି ?

ସ୍ୱାଗତ-ଆରେ ଆରେ ବୁଢ଼ୀ ମାଉସୀ କ'ଣ ହୋଇଛି ତୋର ?

ନେତ-ଆରେ କଣ କହିବି ପୁଅ ।ଏଇଥରକୁ ମିଶାଇ ୨୫ଥର ହେଲାଣି ଏଇ ପଂଚାୟତ ଅଫିସ କୁ ଆସି ଆସି ମୋ ପାଦରେ ଛାଲ ପଡି ଗଲାଣି ।ହେଲେ ମୋ କଥାବା କିଏ ଶୁଣୁଛି ।

ସ୍ୱାଗତ-କଣ ହୋଇଛି ତୋର ।ତୋର ଅସୁବିଧା କ'ଣ ଅଛି ?

ନେତ-ଆରେ ବାପ ମୁଁ ଘରେ ଏକା ।ନାଁ ମୋର କେହି ଅଛନ୍ତି ନାଁ ରହିବାକୁ ଘର ଖଣ୍ଡେ ଅଛି ।ଯାହା ପରଘରେ କାମ ପାଇଟି କରି ପେଟ ପୋଷେ ।ଶୁଣିଥିଲି ନିରାଶ୍ରୟକୁ ସରକାର ସାହା ବୋଲି ।ହେଲେ କ'ଣ କହିବିରେ ପୁଅ । ନା ଥାଉ ।କାହିଁକି କି ଲାଭ ଭଲା ।

ସ୍ୱାଗତ -ମାଉସୀ କୁହ ।ମୁଁ ଚେଷ୍ଟା କରିବି ତୁମ ଅସୁବିଧାର ସମାଧାନ କରିବାକୁ ।

ନେତ-ହଁରେ ପୁଅ ମୋର ଗୋଟେ ରାସନ କାର୍ଡ ଥିଲା ।ଯାହା ଚାଉଳ ମିଳୁଥିଲା ମୁଁ ଚଳି ଯାଉଥିଲି ।ଭତ୍ତା ଟଙ୍କା ବି ମିଳୁଥିଲା ।ହେଲେ ପୁଅ ତେରସ୍ତା ବର୍ଷ ଏଇ ନିଆଁନଗା ଭୋଟ ହେଲାଯେ ମୋର ବିପଦ ପଡିଗଲା ।

ସ୍ୱାଗତ- ହଁ ଭୋଟରେ କ'ଣ ହେଲା ?

ନେତ-ଭୋଟରେ ସମସ୍ତେ ଆସିଲେ କହିଲେ ଆମକୁ ଭୋଟ ଦେବ ବୋଲି ।ଆମେ ତୁମର ଏଇଆ କରିଦେବୁ ସେଇଆ କରିଦେବୁ ।ହେଲେ ଭୋଟ ଦିନ କେହି ଆସିଲେନି ।ଭୋଟ ଦେବାକୁ ପାଞ୍ଚ ଖଣ୍ଡ ଗାଁ ଡେ଼ଇଁକି ଯିବାକୁ ପଡ଼ିଥାନ୍ତା ।କହିଲୁ ପୁଅ ମୁଁ କେମିତି ଯାଇଥାନ୍ତି ।ସେଇ କଥାକୁ ନେଇ ମୋର ଏତେ ଅସୁବିଧା ।

ସ୍ୱାଗତ - ସେଇଠୁ କ'ଣ ହେଲା ?

ନେତ- କ'ଣ ହେଲା କେଜାଣି ମୋର ଭତ୍ତା ମିଳୁନି କି ମୋର ଚାଉଳ ମିଳୁନି ।ଡିଲର କୁ ପଚାରିଲିରୁ ସେକହୁଛି ତୁମର ସେମାନେ କାଟି ଦେଇଛନ୍ତି ।ତୁମେ ଯାଇକି ସରପଞ୍ଚ ଙ୍କୁ ଦେଖା କର ।ସେଥିଲାଗି ମୁଁ ଏଠିକି ଅନେକ ଥର ଆସିଲିଣି ହେଲେ କେହି ଶୁଣୁନାହାନ୍ତି ।ଆଛା ପୁଅ ତୁ ତ କିଏ କହିଲୁନି ?

ସ୍ୱାଗତ - ମାଉସୀ ଜଣେ ତୁମର ପୁଅ ଭଳି ।ଯେଉଁମାନେ ଅସୁବିଧାରେ ପଡ଼ିଥାନ୍ତି ସେମାନଙ୍କୁ ମୁଁ ସାହାଯ୍ୟ କରେ ।ତୁମ କଥା ମୁଁ ନିଶ୍ଚିତ ସମାଧନ କରିଦେବି ।ତୁମେ ତୁମର ପୁରୁଣା କାଗଜ ପତ୍ର ଦିଅ ।


ବା ରେ ଦୁନିଆ ବା ।ଦେଶ ସ୍ବାଧୀନତାର ୭୫ତମ ବର୍ଷ ପାଳନ କରୁଛି ।ହେଲେ କ'ଣ ହେବ ।ସବୁ ସରକାରୀ ସୁବିଧା ଖୋସାମଦିଆ ଆଉ ତୋଷାମଦିଆଙ୍କ ପାଇଁ ।ହେଲେ ଏଠି ଗରିବ ଖଣ୍ଡେ ମୋ କୁଡ଼ିଆ କି ପ୍ରଧାନମନ୍ତ୍ରୀ ଆବାସ ପାଉନି କିନ୍ତୁ ଦ୍ବିମହଲା ଥିଲା ବାଲାକୁ ମିଳୁଛି ଆବାସ ଯୋଜନା ।


ହୃଷୀ- ଗୋଟେ ପାଲା ଲଗେଇଛନ୍ତି ।ସବୁଆଡେ ଲାଞ୍ଚ ନହେଲେ କିଛି କେହି ଶୁଣୁନାହାନ୍ତି ।ଭୋଟ ବେଳେ ଆସିକି ମଉସା ମାଉସୀ ଭାଇ ଭାଉଜ ହେଲେ ଭୋଟ ସରିଲେ ତାଙ୍କ ପ୍ରକୃତି ବାହାର କରୁଛନ୍ତି ।କିଛି ଗୋଟେ ବୁଝିବାକୁ ଗଲାରୁ କହୁଛନ୍ତି ତାଙ୍କ ପାଖରେ ସମୟ ନାହିଁ ।

ସ୍ୱାଗତ - କ'ଣ ହୋଇଛି ଭାଇ ।କାହିଁ ପାଟି କରୁଛନ୍ତି ?

ହୃଷୀ-କ'ଣ କହିବି ଭାଇ ଚାରିବର୍ଷ ହେଲାଣି ମୋ ଝିଅର ନାଁକୁ ରାସନ କାର୍ଡରେ ଚଢାଇବି ଯେ ଆଜି ଯାଏ କରିପାରିଲିନି ।

ସ୍ୱାଗତ - କଣ ପାଇଁ ?

ହୃଷୀ- ମୋ ମା ମଲାଯେ ତହିଁ ପର ମାସରୁ ତାର ନାଁ କାଟିଦେଲେ ।ହେଲେ ମୋ ଝିଅର ନାଁ ଯୋଡିବାକୁ କେତେ ଗୁହାରୀ ।ପୁଣି ଲାଞ୍ଚ ବାବଦରେ ହଜାରେ ଟଙ୍କା ମାଗୁଛନ୍ତି ।ମୁଁ ମଜୁରିଆ ଲୋକ ମ

କୋଉଠୁ ଆଣି ଦେବି ଲାଞ୍ଚ ।ଉପରେ ଯାହା ଯେମିତି ଚଳି ଯାଉଥିଲୁ ଏଇ କରୋନା ଆସିଲା ଯେ ଆମ ଅଣ୍ଟା ଭାଙ୍ଗିଦେଲା ।କେମିତି ଚାଳିବୁ କହିଲ ଭାଇ ।


ହେ ଭଗବାନ !ଏମାନେ ସବୁ ଖାଇଦେବେ ।ସରକାର ଆଉ କ'ଣ କରିବେ ।ଯାହା ଦେଲେ ଗରିବ ଲୋକଙ୍କ ଲାଗି ସବୁ ଖାଇଦେଲେ ଏମାନେ ।ଏମାନଙ୍କର ଡର ବୋଲି ଟିକେ ନାହିଁ ।


କିଛି ଦିନ ବ୍ୟବଧାନରେ.....


ସ୍ୱାଧୀନତା ଦିବସ ।ନେତ ନାନୀ ତା ତିନି ରଙ୍ଗୀ ଶାଢ଼ୀ ପିନ୍ଧି ପହଁଚିଲା ପଂଚାୟତ ଅଫିସ ପାଖେ ।ଦୂରରୁ ବି ହୃଷୀ ଆସୁଥାଏ ।ଉଭୟ ବେଶ ଖୁସି ଥିଲା ଭଳି ଲାଗୁଥାନ୍ତି ।ହଠାତ ପଚାରି ବସିଲେ ସ୍ୱାଗତ..


ସ୍ୱାଗତ - ଆଉ ମାଉସୀ ।ହୃଷୀ ବାବୁ କେମିତି ଅଛ ।ଭଲରେ ଥିବ ନିଶ୍ଚିତ ।

ନେତ - ହଁରେ ପୁଅ ସବୁ ଭଲ ।ଆଉ ତୁ କେମିତି ଅଛୁ ।

ହୃଷୀ- ବାବୁ କି ଆଶ୍ଚର୍ଯ୍ୟ ହେଲା କେଜାଣି ସବୁ ବଦଳି ଗଲେ ।ଯିଏ ଆମକଥା ଶୁଣୁନଥିଲେ ସେମାନଙ୍କୁ ବିଲୁଆ ଶୁଙ୍ଘିଲାକି କେଜାଣି ।ଆମ ଘରଠି ଆସି ସବୁ ତାଙ୍କ ଆଡୁ କରିଦେଇଗଲେ ।ଆଉ ଲାଞ୍ଚ ନାଁ ଧରୁ ନାହାନ୍ତି ।ଭଗବାନ ତାଙ୍କୁ ସଦବୁଦ୍ଧି ଦେଲେ ବୋଧେ ।

ସ୍ୱାଗତ - ବହୁତ ଭଲ କଥା ।ଆପଣମାନଙ୍କ ସମସ୍ୟାର ସମାଧାନ ହୋଉଗଲା ।ହଉ ଚାଲ ଏଥର ପତାକା ଉଡାଇବା ।

ନେତ - ହଁ ରେ ପୁଅ ଚାଲ ।ଏଇଆକୁ ହିଁ କହନ୍ତି ପ୍ରକୃତ ସ୍ୱାଧୀନତା ।ନହେଲେ ଥିଲା ବାଲାଙ୍କର ବଢି ଚାଲିଥିବ ଆଉ ଗରିବ ଅଧିକ ଗରିବ ହେଉଥିବ ।ସେକି କଥା ।

ସ୍ୱାଗତ -ହଁ ଭଲ କଥାଟିଏ କହିଲ ।ସବୁ ସମସ୍ୟାର ସମାଧାନ ଅଛି ।ହେଲେ ଠିକ ଜାଗାରେ ପହଞ୍ଚି ପାରିଲେ ହେଲା ।

ଏହି ସମୟରେ ଦୁଇଜଣ ପୋଲିସ ଆସି ସାଲୁଟ କଲେ ସ୍ୱାଗତ ବାବୁଙ୍କୁ ।ସରପଞ୍ଚ ବାବୁ ଆସି ଜୁହାର ହୋଇ କହିଲେ ସାର ଚାଲନ୍ତୁ ପତାକା ଉତ୍ତୋଳନ କରିବେ ।

ନେତ - ସରପଞ୍ଚ ବାବୁ ଇଏ କିଏକି ?

ସରପଞ୍ଚ- ଏଇ ପରା ଆମ ନୂଆ ଉପଜିଲ୍ଲାପାଳ ।

ନେତ ଆଉ ହୃଷୀ -ହାଁ ଉପଜିଲ୍ଲାପାଳ !



Rate this content
Log in

Similar oriya story from Inspirational