ରହସ୍ୟ
ରହସ୍ୟ


ମକର ପୁର ଗାଁରେ ସମସ୍ତେ ଆନନ୍ଦରେ ଜୀବନ ଯାପନ କରୁଥିଲେ।ସମସ୍ତଙ୍କ ସୁଖଦୁଃଖରେ ସମସ୍ତେ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଉଥିଲେ ।ହେଲେ ସମୟ ସବୁ ବେଳେ ସମାନ ଯାଏନି ।ଧିରେ ଧିରେ ଗର୍ବ ଅଂହକାର ରେ ମାତି ପରସ୍ପର ମଧ୍ୟରେ ଝଗଡା ଆରମ୍ଭ କରିବାକୁ ଲାଗିଲେ ।ପ୍ରତିଦିନ ଗାଁରେ ନ୍ୟାୟ ନିଶାପ ବସେ ।ଗାଁ ମୁରବିଏ ସବୁ ସମସ୍ୟାର ସମାଧାନ କରିଦିଆନ୍ତି ।
ଅନେକ ଦିନ ପରେ ଗାଁରେ ଆଉଥରେ ସେହି ପୁରୁଣା ଏକ ରୋଗ ଫେରିଥାଏ ।ଅନେକ ଲୋକଙ୍କର ଅଭିଯୋଗ ହେଲା ସେମାନଙ୍କର ଆସବାପତ୍ର କୁ କିଏ ଚୋରାଇ ନେଉଛି।ହେଲେ କିଏ ଏସବୁ କାରନାମା କରୁଛି ,ଯେତେ ଚେଷ୍ଟା କଲେବି ଜଣା ପଡୁନଥାଏ।
ହେଲେ ଏତିକିରେ କଥା ସରିଲାନି ।ଏହାଠାରୁ ଢେର ଅଧିକ କିଛି ଘଟଣା ଘଟିଚାଲିଲା । ମଝିରେ ମଝିରେ ଗାଁର କାହା କାହା ଘର ଆଗରେ ସିନ୍ଦୁର,ନଡ଼ିଆ ଗୋଡି,ଦୁବ,କିଛି କେଶ ଦେଖିବାକୁ ମିଳିଲା ।
ହେଲେ ସମସ୍ତଙ୍କ ମୁଁହରେ ଗୋଟିଏ ପ୍ରଶ୍ନ ,ଏ ସବୁ କିଏ କରୁଛି ।ଅନେକ ଲୋକ ଅନେକ ରାତ୍ରି ଅନିଦ୍ରା ହେଲେ କାରଣ ଜାଣିବାକୁ ।ହେଲେ ଫଳ କିଛି ମିଳିଲାନି ।ବରଂ ଅନେକ ଆହୁରି ନୂଆ ନୂଆ ଘଟଣା ମାନ ନିତି ଘଟିଚାଲିଲା ।
ବିଦେଶରେ ରହି ପାଠ ପଢୁଥିଲା ସୌମ୍ୟ।ପଢ଼ା ଶେଷ କରି ଗାଁକୁ ଫେରିଥାଏ।କିଛି ଦିନ ପରେ ସେ ଏ ସବୁ ବିଷୟ ଘର ଲୋକଙ୍କ ଠାରୁ ଶୁଣିବାକୁ ପାଇଲା ।ମନେ ମନେ ସ୍ଥିର କରିନେଲା ଯେମିତି ବି ହେଉ ଏହାର ସତ୍ୟା ସତ୍ୟ କୁ ଲୋକଲୋଚନକୁ ଆଣିବାପାଇଁ ।ପ୍ରଥମେ ପ୍ରଥମେ କାହାକୁ କିଛି ନକହି ଏକା ଏକା ଅନୁସନ୍ଧାନ ଆରମ୍ଭ କରିଚାଲିଲା ।ଏହାରି ଭିତରେ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିରରେ ସବୁ ଆଲୌକିକ କଥା ହେଉଥାଏ ।ସୌମ୍ୟ କାହାକୁ କିଛି ନକହି ନିଜ କାମ ଆରମ୍ଭ କରିଥାଏ ।ଏପରିକି ଏ କଥା ନିଜ ଘର ଲୋକଙ୍କୁ ବି ଜଣାଇନଥାଏ ।କିଛି ଦିନ ପରେ ଗାଁ ମୁରବୀଙ୍କ ସବୁ କଥା ଯାଇ ଜଣାଇଲା ।ଗାଁରେ ପୁଣି ସଭା ବସିଲା ।
ସଭାରେ ସେଇ ଗୋଟିଏ ପୁରୁଣା ବିଷୟ ଆଲୋଚନା ହେଲା ।ମୁରବି ମାନେ ବାରମ୍ବାର ପଚାରିଲେ ଦୋଷୀ କିଏ ବୋଲି ।ନହେଲେ ଦୋଷୀକୁ କେମିତି ଧରିହେବ ସେ ବିଷୟରେ କହିବାକୁ ।ହେଲେ ସମସ୍ତେ ଚୁପ।ଶେଷରେ ସେମାନେ ପଚାରିଲେ ତୁମ ମାନଙ୍କ ଭିତରୁ ଏପରି କିଏ କରୁଛକି?କେହି କିଛି ଉତର ଦେଲେନି ।ଯେତେ ଠାକୁରାଣୀଙ୍କ ନିୟମ ପକାଇଲେ ବି କୌଣସି ଉତର ମିଳିଲାନି ।ଗାଁ ଠାକୁରାଣୀ ମନ୍ଦିରରୁ କିଏ ଚୋରି କରିଛି ସେ ବିଷୟରେ ସମସ୍ତେ ଚୁପ।ଶେଷରେ ସୌମ୍ୟ ବସିବା ଜାଗାରୁ ଉଠି ଆସିଲା ।ମିକୁ,ଅନୁ,ରୁଗୁ କୁ ହାତ ଠାରି ପଚାରିଲା ।ଆରେ ତୁମେ ମାନେ କିଛି କହୁନ !ହେଲେ ତୁମେ କାହିଁକି ବ୍ୟସ୍ତ ବିବ୍ରତ ଲାଗୁଛ ।ସେମାନେ କହିଲେ ନାହିଁ ସେମିତି କିଛି ନାହିଁ ।
ସୌମ୍ୟ ଆରମ୍ଭ କଲା ।କଣ ତୁମେ ମାନେ ତୁମ ଦୋଷ ସ୍ୱୀକାର କରିବ ନା ନାହିଁ ।ସେମାନେ ଓଲଟା ଯୁକ୍ତି ତର୍କ ଆରମ୍ଭ କରିଦେଲେ ।ବିନା ପ୍ରମାଣରେ ଆମକୁ କେମିତି ତୁମେ ଦୋଷୀ କରୁଛ ।ତୁମର ଆମେ କି କ୍ଷତି କରିଥିଲୁ ।ସମସ୍ତଙ୍କ ମୁଁହରେ ସେହି ଗୋଟିଏ କଥା ।ନାଁ ସେମାନେ ବହୁତ ଭଲ ପିଲା ।ସେମାନେ ସେମିତି କରିପାରିବେନି ।ନିଶ୍ଚୟ ସୌମ୍ୟ ର କୋଉଠି ଭୁଲ ରହିଯାଇଥିବ ।ସୌମ୍ୟ ପ୍ରମାଣ ଦେଖାଇବାକୁ ଯାଇ ଯେତେ ବେଳେ ଲାପଟପ ଆଣି ଖୋଲି ସବୁ ରେକର୍ଡ଼ିଂଗ ଦେଖାଇଲା ।ସେମାନଙ୍କ ମୁଣ୍ଡ ଏକାଥରେ ଖରାପ ହୋଇଗଲା ।ସମସ୍ତେ ଚୁପ ଚାପ ଆସି ଗାଁ ମୁରବୀଙ୍କ ଗୋଡ଼ ତଳେ ପଡିଗଲେ ।ଭୁଲ ମାଗି ସବୁ ଚୋରାଇଥିବା ଜିନିଷକୁ ଫେରାଇଦେଲେ ।ସୌମ୍ୟ ର ବାପା ପଚାରିଲେ ,ଆରେ ତୁ ଏତେ ସବୁ କେମିତି କରିଲୁ ।ସୌମ୍ୟ ହସି ହସି କହିଲେ ବାପା ମୁଁ ବିଦେଶରେ କଣ ପାଇଁ ପାଠ ପଢ଼ୁଥିଲି ।କଣ ଏଇ ସାମାନ୍ୟ ଘଟଣା ଟାକୁ ସମାଧାନ କରିପାରିନଥିଲେ ।ମୋ ପାଠ ପଢ଼ାର କି ମୂଲ୍ୟ ରହିଥାନ୍ତା ।।