Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

subrat kumar jena

Horror

3  

subrat kumar jena

Horror

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

2 mins
246



ଜାଣେନା କୋଉଠୁ ଆଣିଲା ଏ ପ୍ରକାରର ବୁଦ୍ଧି ।କିଏ କେଜାଣି ମଙ୍ଗୁଲୁ ମୁଣ୍ଡରେ ଏ ସବୁ ପୁରାଇଲା।ସେହିଦିନରୁ ନାଁ ଠିକରେ ସେ ଶୋଇ ପାରୁଛି ନାଁ ଠିକସେ ଖାଇ ପାରୁଛି ।ସଦା ବେଳେ ଖାଲି ବକର ବକର ।କଣ ଗୁଡାଏ ମନକୁ ମନ ଗପି ଚାଲୁଛି ।ଜିଏ ଦେଖୁଛି ସେ ଭାବୁଛି ବୋଧେ ଏ ପାଗଳ ହୋଇଯାଇଛି ।


                 ହେଲେ ଏହା ଭିତରେ ପୂର୍ଣ୍ଣମୀ ହେଉ ଅବା ଅମାବାସ୍ୟା ଆସିଲେ ମଙ୍ଗୁଲୁ ର ଦେଖା ମିଳେନି ।ଜଣା ପଡେନି କେଉଁଆଡ଼େ ନିଖୋଜ ହୋଇଯାଏ ।ସତେ ଯେମିତି ଗୋଟେ ବଡ଼ କାମ କରିବାକୁ ବୋଧେ ସେ ଯୋଜନା କରିଥିଲା ।ପୁଣି ତହିଁ ପରଦିନ ପୁଣି ଆସି ଗାଁରେ ହାଜର ।ପଚାରିଲେ କହେ ଗୋଟେ ବଡ଼ କାମ କରିବାକୁ ଯାଇଥିଲା ।ଘରକୁ ଫେରିଲା ପରେ ଘରେ ତାର ସ୍ତ୍ରୀ ସହିତ ଆରମ୍ଭ ହୋଇଯାଏ ଝଗଡା ଝାଣ୍ଟି ।ଘର କଥା କେମିତି ବୁଝିବ ଏକା ଏକା ସେ ସ୍ତ୍ରୀ ଲୋକଟା ।ଘର ସଂସାର ସିନା କରିଦେଲା ହେଲେ ଘରେ କଣ ଅଛି ନାହିଁ ସେ କଥା ମଙ୍ଗୁଲୁ ଜମା ବୁଝେ ନାହିଁ ।କହିଲେ ହୁଁ କି ଧୂଁ କିଛି କହେନି ।


ସମସ୍ତେ ଭାବୁଥିଲେ ବୋଧେ ମଙ୍ଗୁଲୁ ଆଉ କିଛି କରୁଛି ।ନହେଲେ କାହା ବୁଦ୍ଧିରେ ପଡି ଖରାପ ରାସ୍ତାକୁ ଯାଇ ଗୁଣୀ ଟୁଣି ବିଦ୍ୟାରେ ମୁଣ୍ଡ ପୁରାଇଛି ।ତା ସ୍ତ୍ରୀ ବି ସେ କଥା ପାଖ ପଡ଼ିଶାକୁ କହିଥିଲା ।ମଙ୍ଗୁଲୁ ରାତି ହେଲେ ମଣିଷ ଖପୁରୀରେ ସିନ୍ଦୁର ମାରି ପୂଜା କରୁଛି ।ରାତି ଅଧରେ ସେ ମୁଣ୍ଡାଟା ଖାଲି ହସୁଛି ଯେ ହସୁଛି ।ତାକୁ ଭାରି ଡରମାଡ଼େ ହେଲେ କାଳେ ମଙ୍ଗୁଲୁ କିଛି କହିବ ଭାବି କିଛି କହେନି ।


      ଦିନକୁ ଦିନକୁ ଗାଁରେ ଆଶ୍ଚର୍ଯ୍ୟ ଘଟଣା ସବୁ ଘଟିବାକୁ ଲାଗିଲା ।ମଙ୍ଗୁଲୁ ପାଖକୁ ବହୁତ ଜାଗାରୁ ବହୁତ ଲୋକ ଭେଟିବାକୁ ଆସିଲେ ।ଧୀରେ ଧୀରେ ପାଖ ଆଖରେ ମଙ୍ଗୁଲୁ ବାବା ନାମରେ ପ୍ରସିଦ୍ଧ ହୋଇଗଲା ।ପାଖ ଲୋକ ଟୁପୁରୁ ଟାପର ହେବାକୁ ଲାଗିଲେ ।

ସମସ୍ତେ ଗୁପ୍ତ ଭାବରେ ତା ଉପରେ ନଜର ରଖିବାକୁ ଲାଗିଲେ ।


    ଦିନକର କଥା ରାମ ସେଠି ର ୭ବର୍ଷର ପୁଅ ରାତିରେ ଶୋଇବା ବିଛଣାରୁ ଉଠି କୁଆଡେ ଚାଲିଗଲା ।କିଛି ସମୟ ପରେ ରାମର ନିଦ ଭାଙ୍ଗିଲା ବେଳକୁ ପୁଅ ତାର ନାହିଁ ।ସେ ହାଉଳି ପକାଇଦେଲା ।ସବୁ ଗାଁ ଲୋକେ ରୁଣ୍ଡ ହେବାକୁ ଲାଗିଲେ ।ସେମାନଙ୍କ ଭିତରୁ କେହି ଜଣେ କହିବାକୁ ଲାଗିଲା ,ସମସ୍ତେ ତ ଅଛନ୍ତି ସେ ଗୁଣିଆ ମଙ୍ଗୁଲୁ କୁଆଡେ ଗଲା ।ତାର ଘରେ ଯାଇ ଦେଖିଲାବେଳକୁ ସେ ଘରେ ନଥିଲା ।ଯୋଗକୁ ସେଦିନ ଅମାବାସ୍ୟା ଥାଏ ।ସମସ୍ତେ ମିଳି ମିଶି ଖୋଜିବାକୁ ଆରମ୍ଭ କଲେ ।ଗାଁ ସାରା ଖୋଜି ଖୋଜି ଥକି ପଡ଼ିଲେ ହେଲେ ସେ ଦୁଇଜଣଙ୍କର ଦେଖା ମିଳିଲାନି ।ଶେଷରେ ଅଭି କହିଉଠିଲା ,ଆରେ ମୁଁ ସେ ମଙ୍ଗୁଲୁକୁ ବହୁତ ଥର ଆର ଗାଁ ମଶାଣି ପାଖରେ ଥିବା ପରିତ୍ୟକ୍ତ କୋଠିକୁ ଜିବାର ଦେଖିଛି ।ଚାଲ ସେଠି ଥରେ ଦେଖି ଦେଇ ଆସିବା ।ସମସ୍ତେ ଶୀଘ୍ର ଶୀଘ୍ର ସେଠି ପହଂଚି ଗଲେ ।ଆଉ ଯଦି ଅଳ୍ପ ସମୟ ଡେରି ହୋଇଥାନ୍ତା ତେବେ ରାମ ସେଠିର ପୁଅର ଜୀବନ ଆଉ ନଥାନ୍ତା ।ମଙ୍ଗୁଲୁ ତା ହାତ ଗୋଡ଼ ବାନ୍ଧି ତାକୁ ପୂଜାର୍ଚନା କରି ପ୍ରେତାତ୍ମାଙ୍କୁ ବଲିଦେବା ଉପରେ ।ସମସ୍ତେ ମିଶି ତାକୁ ବହେ ମାଡ଼ ମାରିଲେ ।ତାକୁ ଆଣି ଗାଁ ମୁଣ୍ଡରେ ଗୋଟେ ଗଛରେ ବାନ୍ଧି ରଖିଲେ।ସକାଳୁ ସକାଳୁ ପୋଲିସ ଡାକି ହସ୍ତାନ୍ତର କରିଦେଲେ ।ସେବେଠାରୁ ଗାଁରେ ପୁଣି ଶାନ୍ତି ଫେରି ଆସିଲା ।ହେଲେ ମଙ୍ଗୁଲୁ ର ସ୍ତ୍ରୀ ର ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଲା ।ଶେଷରେ ଗାଁର ଲୋକେ ତାକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇ ସାହାଯ୍ୟ କଲେ ଓ କିଛି କାମଧନ୍ଦା ଯୋଗାଇ ଦେଲେ ।ସେବେଠାରୁ କେହି ଗାଁର ଗୁଣୀ ଗାରେଡିକୁ ପଶ୍ରୟ ଦିଅନ୍ତି ନାହିଁ ।।।



Rate this content
Log in

More oriya story from subrat kumar jena

Similar oriya story from Horror