Trushna Das

Action Crime Thriller

4.2  

Trushna Das

Action Crime Thriller

ଶହୀଦ

ଶହୀଦ

4 mins
355


ବୀରପୁର ଗ୍ରାମରେ ବିଜୁ ଓ ତାଙ୍କ କାକା ଯଗୁର ଭୟାଭୟ ବ୍ୟାପିଛି। ସେମାନେ ସେ ଗାଁର ବଡ଼ ଗୁଣ୍ଡା। ସମସ୍ତେ ସେମାନଙ୍କୁ ଡରନ୍ତି। ସେ ଗାଁର ସ୍ତ୍ରୀ ଲୋକମାନେ ବିଜୁ, ଯଗୁ ଓ ସେମାନଙ୍କ ଗୁଣ୍ଡାମାନଙ୍କୁ ବହୁତ ଡରନ୍ତି।କାରଣ ସେମାନେ ଗାଁର ଝିଅ ବୋହୂଙ୍କ ଜୀବନ ସହ ଖେଳିବାକୁ ପଛାନ୍ତି ନାହିଁ। ସେମାନେ ଗାଁରୁ ଲୁଟପାଟ ମଧ୍ୟ କରନ୍ତି।ଏମିତି ବି ଶୁଣିବାକୁ ମିଳିଛି ଯେ ସେ ଦୁଇ ଜଣଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଛି। ହେଲେ ପୋଲିସକୁ ଏ ପର୍ଯ୍ୟନ୍ତ କିଛି ପ୍ରମାଣ ମିଳି ନାହିଁ।


ହଠାତ୍ ସେ ଗାଁକୁ ମେଘା ନାମକ ନାଚବାଲି ଆସିଛନ୍ତି।ସେ ଦେଖିବାକୁ ବହୁତ ସୁନ୍ଦର।ତାଙ୍କର ନାଚ ଓ ସୁନ୍ଦରତାରେ ବିଜୁ ପୁରା ଆକର୍ଷିତ ହୋଇ ଗଲେ। ସେ ସାଙ୍ଗେ ସାଙ୍ଗ ମେଘାଙ୍କୁ ବିବାହର ପ୍ରସ୍ତାବ ଦେଲେ। ହେଲେ ମେଘା ବିବାହ ପାଇଁ ରାଜି ହୋଇଥିଲେ କିନ୍ତୁ ତା ସହ ସର୍ତ୍ତ ରଖିଥିଲେ ଯେ ସେ ନ ଇଚ୍ଛା କରିବା ପାଇଁ ବିବାହ ପରେ ମଧ୍ୟ ସେ ଦୁହେଁ ଶାରୀରିକ ସମ୍ପର୍କ ରଖିବେ ନାହିଁ। ବିଜୁ ଏଥିରେ ରାଜି ହୋଇ ଗଲେ ଏବଂ ମେଘାଙ୍କୁ ବିବାହ କଲେ। 


ଗାଁ ଲୋକମାନେ ଲୁଚି ଲୁଚି ମେଘାଙ୍କ ଚରିତ୍ର ବିଷୟରେ ନାନା ପ୍ରକାର କଥା କହୁ ଥାଆନ୍ତି।ଯେମିତିକି କେମିତିକା ଝିଅ କେ ଜାଣ।ବିଜୁ ପରି ଗୁଣ୍ଡାକୁ ବିବାହ କଲା। ମେଘା ନିହିତି ଗୋଟିଏ ଚରିତ୍ରହୀନା ଝିଅ.... ଇତ୍ୟାଦି। 


ହେଲେ ସମସ୍ତଙ୍କୁ ମେଘାଙ୍କର ପରିଚୟ ଅଜଣା ଥିଲା। ସେ ଥିଲେ ସି. ବି. ଆଇ ଇନ୍ସପେକ୍ଟର ମେଘା। ବିଜୁ ଓ ଯଗୁ ଆତଙ୍କବାଦୀ ସହ ସମ୍ପୃକ୍ତ ବୋଲି ସନ୍ଦେହ କରି ସେ ଗାଁକୁ ନାଚବାଲି ସାଜି ଆସିଥିଲେ।


ମେଘା ବିବାହ ପରେ ବିଜୁଙ୍କ ଘରେ ରହି ସେ ବିଜୁ ଓ ଯଗୁଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଲାଗିଲେ ଏବଂ ଲୁଚି ଲୁଚି ସେ ଖବର ସବୁକୁ ସି. ବି. ଆଇ ଙ୍କୁ ଦେଉଥାଆନ୍ତି। 


ମେଘା କିନ୍ତୁ ବିବାହ ପରେ ଜାଣିବାକୁ ପାଇଲେ ଯେ ବିଜୁ ସେତେବି ଖରାପ ଲୋକ ନୁହଁନ୍ତି।ପ୍ରକୃତରେ ଗୁଣ୍ଡା ହେଉଛନ୍ତି ତାଙ୍କ କାକା ଯଗୁ।ଯଗୁ ଆତଙ୍କବାଦୀଙ୍କ ସହ ଜଡ଼ିତ। କିନ୍ତୁ ବିଜୁର ଆତଙ୍କବାଦୀ ସହ ଜଡ଼ିତ ନୁହଁନ୍ତି।ସେ ଆହୁରି ଜାଣିବାକୁ ପାଇଲେ ଯେ ଯଗୁ ଆତଙ୍କବାଦୀଙ୍କ ସହ ମିଶି ଗୋଟିଏ ବଡ଼ଧରଣର ଅକ୍ରମଣ ପାଇଁ ଯୋଜନା କରୁଛନ୍ତି। ହେଲେ କଣ ପ୍ରକୃତ ଯୋଜନା ମେଘା ଜାଣି ପାରି ନାହାଁନ୍ତି। 


ଠିକ ସେହି ସମୟରେ ଯଗୁ ମେଘାଙ୍କୁ ନେଇ ସନ୍ଦେହ କରିଛନ୍ତି ଏବଂ ବିଜୁଙ୍କୁ ମେଘାଙ୍କ ବିରୁଦ୍ଧରେ ଅନେକ କଥା କହି ବିଜୁଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ଏମିତି ହେଲେ ବିଜୁ ମେଘାଙ୍କୁ ଘରୁ ବାହାର କରି ଦେବେ ବୋଲି ଭାବିଛନ୍ତି। 


ହେଲେ ମେଘା ସବୁ ଲୁଚି ଲୁଚି ଶୁଣିଲେ। ଶେଷରେ ସେ ଘରେ ରହିବା ପାଇଁ ସେ ବାଧ୍ୟ ହୋଇ ବିଜୁ ଓ ତାଙ୍କ ସମ୍ପର୍କକୁ ଦୃଢ କରିବାକୁ ଯାଇ ବିଜୁଙ୍କ ଶାରୀରିକ ସମ୍ପର୍କ ରଖିଛନ୍ତି। ହେଲେ ଆସ୍ତେ ଆସ୍ତେ ମେଘା ବିଜୁଙ୍କ ଭଲ ଗୁଣ ଜାଣିବାକୁ ପାଇ ସେ ବିଜୁଙ୍କୁ ମନେ ମନେ ଭଲ ପାଇବାକୁ ଲାଗିଲେଣି।ସେ ଜାଣି ଯାଇଥିଲେ ଯେ ବିଜୁ ପ୍ରକୃତରେ ନାରୀମାନଙ୍କ ସମ୍ମାନ କରନ୍ତି। ସେ ସେହି ଲୋକଙ୍କୁ ହଇରାଣ କରନ୍ତି ଯିଏ କି ଅନ୍ୟାୟରେ ଟଙ୍କା ଆୟ କରୁଥିବ। ଆଜି ଗାଁ ଲୋକଙ୍କ ମନରେ ଯେଉଁ ଭୟ ରହିଛି ସେଥିପାଇଁ କେବଳ ତାଙ୍କ କାକା ଯଗୁ ଦାୟୀ। 


ଦିନେ ହଠାତ୍ ବିଜୁ ଆସି ମେଘାଙ୍କ ପାଖକୁ ଭୟଭୀତ ଅବସ୍ଥାରେ ଆସି କହିଲେ ଯେ ସେ ମେଘାଙ୍କୁ ନେଇ ସେ ଗାଁକୁ ଛାଡ଼ି ପଳାଇବେ। କାରଣ ସେ ଜାଣିବାକୁ ପାଇଲେ ଯେ ତାଙ୍କ କାକା ଆତଙ୍କବାଦୀଙ୍କ ସହ ଜଡ଼ିତ ଏବଂ ସେମାନେ କିଛି ଗୋଟିଏ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। 


ଏତିକି ଶୁଣି ମେଘା କହିଲେ ସେ ସବୁ ଜାଣିଛନ୍ତି।ସେ ନିଜର ପରିଚୟ ଦେଇ ସବୁ ଖୋଲି କହିଲେ। ତା ପରେ କହିଲେ ବିବାହ ତାଙ୍କର ସି. ବି. ଆଇ ଯୋଜନା ଅନୁଯାୟୀ କରିଥିଲେ ହେଲେ ଏବେ ସେ ବିଜୁଙ୍କୁ ହୃଦୟରୁ ଭଲ ପାଆନ୍ତି।


ଏତିକି ଶୁଣି ବିଜୁ ଭୋ ଭୋ ହୋଇ କାନ୍ଦି ମେଘାଙ୍କୁ କହିଲେ ତୁମେ ବି ଶେଷରେ ମୋତେ ଛଳନା କରି ବିବାହ କରି ଥିଲ.... ହେଲେ ମୁଁ ତ ତୁମକୁ ପ୍ରକୃତରେ ଭଲ ପାଇ ବିବାହ କରି ଥିଲି। ବିଜୁ ଅଭିମାନ ମାରି କୋଠରୀରୁ ବାହାରକୁ ପଳାଇବାକୁ ବାହାରୁ ଥାଆନ୍ତି। ଠିକ ସେହି ସମୟରେ ମେଘା ଅଚେତ ହୋଇ ଗଲେ। 


ବିଜୁ ନିଜ ଅଭିମାନ ଛାଡ଼ି ମେଘାଙ୍କୁ ଡାକ୍ତରଖାନା ନେଇ ଗଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ ମେଘା ଗର୍ଭବତୀ ଅଛନ୍ତି। ସେ ମେଘାଙ୍କୁ ବୁଝାଇ କହିଲେ ଯେ ସେ ଗାଁରୁ ସେମାନେ ତାଙ୍କ ଛୁଆ ପାଇଁ ପଳାଇବେ। ହେଲେ ମେଘାଙ୍କର ଦେଶପ୍ରେମ ଦେଖି ଶେଷରେ ସେ ମେଘାଙ୍କ କଥାରେ ଏକ ମତ ହୋଇ ସେ ଗାଁରେ ରହିଛନ୍ତି ଏବଂ କାକା ଯଗୁ ଓ ଆତଙ୍କବାଦୀଙ୍କ ଯୋଜନା ବିଷୟରେ ତଥ୍ୟ ସଂଗ୍ରହ କରିବାରେ ମେଘାଙ୍କୁ ସାହାଯ୍ୟ କରିଛନ୍ତି। 


ମେଘା ଓ ବିଜୁ ତଥ୍ୟରୁ ଜାଣିବାକୁ ପାଇଲେ ଯେ କାକା ଯଗୁ ଓ ଆତଙ୍କବାଦୀମାନେ ଭାରତର ମନ୍ଦିର ଓ ମସଜିଦ୍ ମାନଙ୍କରେ ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ କରି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଧର୍ମ ଯୁଦ୍ଧ କରିବା ଯୋଜନା କରିଛନ୍ତି। ଆକ୍ରମଣର ଠିକଣାର ନକ୍ସା କାକା ଯଗୁ ଓ ଆତଙ୍କବାଦୀମାନଙ୍କ ପାଖରେ ଅଛି। 


ବିଜୁ ଲୁଚି ଲୁଚି ଯାଇ ସେ ନକ୍ସା ଆଣି ମେଘାଙ୍କୁ ଦେଲେ ଏବଂ ମେଘା ତାହା ନେଇ ସି. ବି. ଆଇ ଙ୍କୁ ଦେଉଥିବା ସମୟରେ ଯଗୁ ଓ ଆତଙ୍କବାଦୀମାନେ ମେଘାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଜୁ ଅଟକାଇବାକୁ ଯାଇ କାକା ଯଗୁ ଓ କେତେକ ଆତଙ୍କବାଦୀଙ୍କୁ ମାରି ଦେଲେ। ସେହି ସମୟରେ ଭାରତର ସୈନ୍ୟବାହିନୀ ସେଠାରେ ପହଞ୍ଚିଲେ। ଆତଙ୍କବାଦୀମାନେ ଆଖିବୁଜି ଗୁଳି ଚଳାଇଥିଲେ। ସେହି ସମୟରେ ବିଜୁଙ୍କ ଦେହରେ ଗୁଳି ବାଜି ଗଲା ଓ ବିଜୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କଲେ। ଭାରତର ସୈନ୍ୟବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲେ ଏବଂ ବାକି ସମସ୍ତ ଆତଙ୍କବାଦୀମାନଙ୍କୁ ମାରି ଦେଲେ। 


ଭାରତ ସରକାର ବିଜୁଙ୍କୁ ଶହୀଦ ବୋଲି ଘୋଷଣା କଲେ। ପ୍ରଶଂସା କରି କହିଲେ ଯେ ବିଜୁ ପୋଲିସ କି ଭାରତ ସେନା ବାହିନୀରେ ନ ଥାଇ ମଧ୍ୟ ଆଜି ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି। ସେ ଭାରତ ମାତାର ଜଣେ ବୀର ପୁତ୍ର। ଆହୁରି କହିଲେ ଆଜି ମେଘା ଓ ବିଜୁଙ୍କ ପାଇଁ ଆମ ଦେଶ ବହୁତ ବଡ଼ ବିପଦରୁ ରକ୍ଷା ପାଇଲା। ନ ହେଲେ ଆତଙ୍କବାଦୀ ଆକ୍ରମଣ ଓ ଧର୍ମ ବିଦ୍ରୋହରେ ଦେଶ ପୁରା ତଳିତଳାନ୍ତ ହୋଇ ଯାଇଥାଆନ୍ତା। ମେଘା ଓ ବିଜୁଙ୍କର ବହୁତ ପ୍ରଶଂସା କଲେ। ଭାରତ ସରକାର ମେଘାଙ୍କୁ ଶହୀଦ ବିଜୁଙ୍କ ସ୍ତ୍ରୀ ଓ ତାଙ୍କ ଭାବି ସନ୍ତାନର ମାଆ ହିସାବରେ ଦଶ ଲକ୍ଷ ଟଙ୍କା ଦେଲେ।ସମସ୍ତେ ମେଘା ଓ ବିଜୁଙ୍କ ପ୍ରଶଂସା କରୁ ଥାଆନ୍ତି। 


ବିଜୁଙ୍କ ଅନ୍ତିମ ସଂସ୍କାର ଜଣେ ସୈନ୍ୟ ଶହୀଦ୍ ହେଲେ ଯେମିତି କରାଯାଏ ଠିକ୍ ସେହିପରି ତାଙ୍କର ମଧ୍ୟ ହେଲା।ବିଜୁଙ୍କ ଗୋଟିଏ ପ୍ରତିମୂର୍ତ୍ତି ବୀରପୁରରେ କରାଗଲା। 


ହେଲେ ବିଚାରି ମେଘା ଦେଶକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀ ବିଜୁଙ୍କୁ ହରାଇ ବସିଲେ। ଏବେ ତାଙ୍କ ବଞ୍ଚିବାର ଉଦ୍ଦେଶ୍ୟ ହେଉଛି ନିଜ ଦେଶର ସୁରକ୍ଷା ଓ ନିଜ ସନ୍ତାନକୁ ବାପା ମାଆ ଦୁହିଁଙ୍କ ସ୍ନେହ ଶ୍ରଦ୍ଧା ଦେଇ ପାଳନ କରିବା। 


ଦିନେ ଯେଉଁ ବୀରପୁର ଗ୍ରାମବାସୀ ବିଜୁଙ୍କୁ ଗୁଣ୍ଡା ଓ ମେଘାଙ୍କୁ ଚରିତ୍ରହୀନା କହୁଥିଲେ ଆଜି ସେମାନେ ବିଜୁ ଓ ମେଘା ତାଙ୍କ ଗାଁର ବୋଲି କହି ଗର୍ବ କରୁଛନ୍ତି। ସମସ୍ତେ ମେଘାଙ୍କୁ ଇନ୍ସପେକ୍ଟର ଓ ଶହୀଦଙ୍କ ସ୍ତ୍ରୀ ହିସାବରେ ସମ୍ମାନ ଦେଉଛନ୍ତି।


Rate this content
Log in

Similar oriya story from Action