ଶେଫାଳି
ଶେଫାଳି
ଘରେ ଘରେ ଶଙ୍ଖ ହୁଳହୁଳି ରେ ପ୍ରକମ୍ପିତ ହେଉଛି ପୁର ପଲ୍ଲୀ|ମା ' ଆସିଛନ୍ତି ବୋଲି ଗାଁ ଠାରୁ ସହର ନାଚି ଉଠୁଛି ଏକ ନିଆରା ଖୁସିରେ | ନୂଆ ବସ୍ତ୍ର, ପିଠା ପଣା ର ସୁଅ ଛୁଟୁ ଥାଏ, କିନ୍ତୁ ସେଦିନ ଶେଫାଳି ର ପେଟ ଭୋକରେ ପୋଡି ଯାଉଥାଏ,
ଭୋକ ର ଦାଉ ସହି ନପାରି କାହାକୁ କିଛି ନକହି ପାଖ ଗାଁ କୁ ଭୋଜି ଖାଇବାକୁ ପଳାଇ ଯାଏ |
ନାନା ପ୍ରକାର ବ୍ୟଞ୍ଜନ, ଓଃ କି ସୁଆଦ, ସତେକି ମା " ନିଜେ ସ୍ଵ ହସ୍ତରେ ଖାଦ୍ୟ ପତ୍ର ରେ ବାଢି ଦେଉଛନ୍ତି, ଏମିତି କିଛି କଥା ଶେଫାଳି ର କାନ ରେ ପଡିବାରୁ ଶେଫାଳି ଆହୁରି ଉତ୍ସ୍ରାହିତ ହେଇଗଲା, ଭୋଜିରେ ବସିବାକୁ | ଦୌଡ଼ି ଦୌଡ଼ି ଗଲା ବେଳେ ମାଧ ମିଶ୍ର ବୁଢ଼ା କୁ ରାସ୍ତାରେ ଦେଖିକି ଲୁଚିଗଲା, କିନ୍ତୁ ବୁଢାର ଆଖି ସତେକି ପାରା଼ ଆଖି, ଶେଫାଳି କୁ ଦେଖିକି ସେ କହିଲେ "ଆରେ, ଆରେ କୁଆଡେ ଦୌଡ଼ି ଯାଉଛୁ, ତୁ ସେ ଯାଗା କୁ ଜାନି, ସେ ଜାଗାରେ ତତେ ଦେଖିଲେ ଗୋଡ଼େଇବେ, ସେଠି ବ୍ରାହ୍ମଣ ମାନଙ୍କ ପାଇଁ ଭୋଜି ହେଇଛି " ମାଧ ମଉସା ଗାଁ ର ମୁଖିଆ, ତାଙ୍କ କଥା କେହି ବି ଭାଙ୍ଗନ୍ତି ନାହିଁ, ସେ କହିଲା ପରେ ଶେଫାଳି ମନ ଭାଙ୍ଗିଗଲା, ନିରୀହ କୁନି ଆଖିରୁ ଠପ ଠପ ହୋଇ ଦୁଇ ବୁନ୍ଦା ଲୁହ ଝରି ପଡିଲା |ସେ ଅଧା ରାସ୍ତାରୁ ଫେରି ଆସିଲା, ଶେଫାଳି ର ବୟସ ମାତ୍ର ନଅ ବର୍ଷ, କିନ୍ତୁ ମନରେ ତାର ନଅ ସହ ପ୍ରଶ୍ନ ଏ ଜାତି ଭାବ କୁ ନେଇ | ଶୁଦ୍ର କୂଳ ରେ ଜନ୍ମ ନେଇଥିବାରୁ, ପାଖ ଗାଁ ରେ ଥିବା ତାର ସାଙ୍ଗ, ସାଥି ମାନଙ୍କ ସହ ଖେଳ ବୁଲ ବି କରି ପାରେ ନାହିଁ, ସେଥିପାଇଁ ତା ମନରେ ସବୁବେଳେ ଅବଶୋଷ ଥାଏ, ତାଙ୍କ ବସ୍ତି ଆଉ ପାଖ ଗ୍ରାମ ର ମଝିରେ ଏକ ମାତା ରାଣୀ ଙ୍କ ମନ୍ଦିର ଥାଏ, ସେ ମନ୍ଦିର ପଛରେ ଥିବା, ପଡିଆରେ ଶେଫାଳି ଯାଇକି ବସେ, କିନ୍ତୁ ମନ୍ଦିର ପ୍ରାଙ୍ଗଣ ରେ, ମନ୍ଦିର ପୂଜକ ମନା କରିଥିବାରୁ ସେ ଯାଏନି | ସେଦିନ ଭୋକ ରେ ଅଧା ରାସ୍ତାରୁ ଫେରିଲା ବେଳେ, ମନ୍ଦିର ଯାଇକି କିଛି ପ୍ରସାଦ ନନାଙ୍କୁ ମାଗିବ ବୋଲି ଭାବିକି ମଦିର ପାଖକୁ ଦୌଡ଼ି ଯାଇଥିଲା, ସେଠାରେ ଦେଖେତ କିଛି ଛୋଟ ଛୋଟ ପିଲା ବସିଛନ୍ତି,ମନ୍ଦିର ନନା କିଛି କାମରେ ପାଖ ପୂଜା ଦୋକାନକୁ ଯାଇଥାନ୍ତି |ପାଖରେ ଜଣେ, ବାବୁ, ବାବୁଆଣି ବ୍ୟସ୍ତ ହୋଇ ଛିଡା ହୋଇଛନ୍ତି, ଶେଫାଳିକୁ ଦେଖିକି ସଙ୍ଗେ ସଙ୍ଗେ ଖୁସି ହୋଇଗଲେ ଏବଂ ନିଜ ଗାଡ଼ିରେ ବସେଇକି ନିଜ ଘରକୁ ସବୁ ପିଲାମାନଙ୍କ ସହ ନେଇଗଲେ,
ବାବୁଆଣୀ ଜଣଙ୍କ ପାଖ ଗାଁ, ଆରପଟ ଗାଁ ରେ ରହନ୍ତି, ବଙ୍ଗଳା ଟି ଭାରି ସୁନ୍ଦର ହେଇଛି | ସବୁ କୁନି ଝିଅ ମାନଙ୍କୁ ସେ ଗାଡ଼ିରୁ ଓହ୍ଲାଇ କି ହଳଦୀ ପାଣିରେ ଗୋଡ ଧୋଇକି, ନିଜ ପଣତ କାନିରେ ଗୋଡ଼ ପୋଛିକି, ଘରକୁ ନେଇଗଲେ କିନ୍ତୁ ଶେଫାଳି ପ୍ରଥମେ ଘର କୁ ଯିବାକୁ ମନା କଲା, ପରେ ବାବୁ ବାଧ୍ୟ କରିବାରୁ ସେ ଘରକୁ ଗଲା | ସେଦିନ ନବରାତ୍ର ର ନବମୀ ଦିନ ଥାଏ, ବାବୁଆଣି କନ୍ୟା ଭୋଜନ ର ଆୟୋଜନ କରି କନ୍ୟା ମାନଙ୍କୁ ଆଣିବାକୁ ମନ୍ଦିର ନନା ଙ୍କୁ କହିଥିଲେ, ସେଠି ଆଠ ଜଣ କନ୍ୟା ଯୋଗାଡ଼ ହୋଇଥିଲେ, ଆଉ ଜଣେ କନ୍ୟା, ନଥିଲେ ଶେଷ ସମୟରେ ଶେଫାଳି ଆସିବାରୁ, ବାବୁଆଣୀ ଙ୍କର ନଅ ଜଣ କନ୍ୟା ହୋଇଗଲେ, କନ୍ୟା ଭୋଜନ ପାଇଁ,,, ବିଭିର୍ଣ୍ଣ ପ୍ରକାର ଖାଦ୍ୟ, ପତ୍ର ରେ ପରସି ଦେଲେ, ଶେଫାଳି ଅତ୍ୟନ୍ତ ଖୁସି ହୋଇକି ଖାଉଥାଏ, ପତ୍ର ରେ ଖାଦ୍ୟ ଟିକିଏ ବି ନଥାଏ,,, ହଠାତ ସେଠି ମାଧ ମିଶ୍ର ମଉସା ପହଁଚିଲେ, ବାବୁଆଣୀ, ବାବୁ ମାଧ ମିଶ୍ର ମଉସାଙ୍କ ଝିଅ, ଜ୍ୱାଇଁ |ଶେଫାଳି କୁ ଦେଖି ସେ ଝିଅ କୁ ଶେଫାଳି ର ପରିଚୟ ଦେବାରୁ ଝିଅ ର ମନ ଖରାପ ହୋଇଗଲା, ସେତବେଳକୁ କନ୍ୟା ଭୋଜନ ସାରିକି, କନ୍ୟା ମାନଙ୍କୁ ଦକ୍ଷିଣା ଦେଇ ନିଜ ଗାଡି ରେ ମାଧ ମଉସାଙ୍କ ଜ୍ୱାଇଁ ପୁଣି ନେଇକି ମନ୍ଦିର ରେ ଛାଡ଼ିବେ ବୋଲି ବାହାରି ଗଲେଣି | ବାବୁଆଣୀ ଦେଖିଲେ କି କୁନି କୁନି ପାଦ ଚି଼ହ୍ନ ନାଲି ରଙ୍ଗର ପଡିଛି ତାଙ୍କ ଘରେ, ପଛରେ ଶେଫାଳି ଆସିକି ବସିଲା, ଯେଉଁଠି ସେପର୍ଯନ୍ତ ପଡିଛି, ସେ ତାଙ୍କ ସ୍ୱାମୀ ଙ୍କୁ ଜଣାଇବାରୁ ତାଙ୍କ ସ୍ୱାମୀ ତାଙ୍କୁ ହଠାତ ଆଶ୍ଚର୍ଯ୍ୟ ହୋଇକି କହିଲେ କି,, ପରେ ଯେଉଁ ଝିଅ ଟି ଆମ ଘରକୁ ଆସିକି ଭୋଜନ ପାଇଁ ବସିଥିଲେ, ମୁଁ ଗାଡ଼ିରେ ନଅ ଜଣଙ୍କୁ ଦେଖିଲି କିନ୍ତୁ ମନ୍ଦିର ରେ ଆଠ ଜଣଙ୍କୁ ଓହ୍ଲାଇଲି, ସେ ଝିଅ ଟି ମୋ ସହ ମନ୍ଦିର କୁ ଯାଇନି, ମନ୍ଦିର ନନା ଙ୍କୁ ପଚାରି ବାରୁ, ଶେଫାଳି ବିଷୟରେ ସେ ମନ୍ଦିର ପଛ ପଡିଆରେ ଯାଇକି ଦେଖିଲାରୁ ଶେଫାଳି ସୋଇଛି | ନନା ଯାଇକି ଡାକିଲାରୁ ସେ ନିଘୋଡ଼ ନିଦରେ ଶୋଇକି ଉଠିଲା ଭଳି, ଲାଗିଲା, ମାଧ ମଉସା ସବୁ କଥା କହିଲାରୁ ଜଣା ପଡିଲା କି ସ୍ୱୟଂ ମାତା ରାଣୀ, ଶେଫାଳି ରୂପେ କନ୍ୟା ଭୋଜନ ରେ ମାଧ ମଉସାଙ୍କ ଝିଅ ଘରକୁ ଯାଇଥିଲେ,,,| ସେବେଠାରୁ ମାଧ ମଉସା ତାଙ୍କ ଭୁଲ ବୁଝି ପାରି ମାଆ ଙ୍କୁ କ୍ଷମା ପ୍ରାର୍ଥନା କଲେ |
ମା କଲ୍ୟାଣମୟୀ, ମା ଚଣ୍ଡମୁଣ୍ଡ ବିନାଶିନୀ, ମା ଅଭୟ ପ୍ରଦାୟିନୀ ଦୁନିଆରେ ଥିବା ସମସ୍ତ ପ୍ରକାର ଅନ୍ଧାର କୁ ଦୂର କରି ଆଲୋକ ପ୍ରଦାନ କରନ୍ତି, ଜାତି, ଭେଦ, ଉଚ୍ଚ ନୀଚ ସର୍ବଶେଷେ ଯିଏ ମାଆ ଙ୍କୁ ଭକ୍ତି ରେ ଡାକିଲା, ମାଆ ସେଇଠି ପହଂଚନ୍ତି, ମାଆ ସର୍ବଦା ଭକ୍ତ ପାଇଁ ଧରା ପୃଷ୍ଟ କୁ ଆଶ୍ୱିନ ମାସ ଅବତରଣ କରିଥାନ୍ତି, ଏହାକୁ ନବରାତ୍ର, ଦୁର୍ଗାପୂଜା ଭାବେ ପାଳନ କରିଥାଉ |
