STORYMIRROR

Sabita Tripathy

Inspirational

4  

Sabita Tripathy

Inspirational

"ଅଚିହ୍ନା ମାଆ "

"ଅଚିହ୍ନା ମାଆ "

3 mins
351


ମୁଁମ୍ବାଇ ଭଳି ଜନ ଗହଳି ଭିତରେ କେହି ଜଣେ ଆତ୍ମୀୟତା ଦେଖାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ର କଥା, ତାହା ପୁଣି ପୁଣି ବଜାର ର ଭିଡ ଭିତରେ ।


ହଠାତ୍ ସେଦିନ ବର୍ଷା ଝିପି ଝିପି ରେ ସସ୍ମିତା ମାଡାମ ତାଙ୍କ ପୁଅ ସହ ବାହାରି ପଡିଲେ ବଜାରକୁ | ସମୟ ସନ୍ଧ୍ୟା ୫ ଟା ପ୍ରାୟ ହେବ।ବଜାର ର ଭିଡରେ କିଣା କିଣି କରିବା ବେଳେ ତାଙ୍କର ଦେଖା ହୁଏ ଜଣେ ବୟସ୍କା ମହିଳା ଜଣଙ୍କ ସହ, ସେ ଓଡ଼ିଆ ଜାଣି, ସ୍ମିତ ହାସ୍ୟ ଟେ ଦେଇଥିଲେ, ସସ୍ମିତା ମାଡାମ ଙ୍କ ର ଏହା ପୁରୁଣା ଅଭ୍ୟାସ ଯେଉଁଠି ଓଡିଶା ର ଲୋକ ଦେଖନ୍ତି ତାଙ୍କର ଇଛା ହୁଏ ଟିକେ ଗପିବା ପାଇଁ,କିନ୍ତୁ କାହାର କେଉଁ ଭଳି ମାନସିକତା ଥିବ, ସେଥିପାଇଁ ସେ ତାଙ୍କର ମନ ଓ ପ୍ରକୃତି କୁ ବାନ୍ଧି ରଖିଥାନ୍ତି | ସେ ମହିଳା ଜଣଙ୍କ ଅତ୍ୟନ୍ତ ଆତ୍ମୀୟ ଲୋକଙ୍କ ଭଳି ତାଙ୍କର ମୁହଁରେ ଆତ୍ମୀୟତା ର ହସ ଟେ ସସ୍ମିତା ଙ୍କୁ ଚାହିଁ ହସିଦେଲେ | ସସ୍ମିତା ଙ୍କୁ ସେଦିନ ବହୁତ ଭଲ ଲାଗିଲା | ମହିଳା ଜଣଙ୍କ ସସ୍ମିତା ଙ୍କୁ ଦେଖି ବୋଧ ହୁଏ ଭାରି ଖୁସି ହୋଇଯାଇଥିଲେ, ଭିଡରେ କିଛି ସମୟ କଥା ହେବାକୁ ତାଙ୍କ ଆଖିର ଇସାରା ସୂଚେଇ ଦେଉଥାଏ | ସସ୍ମିତା ବୁଝିପାରି ନିଜ ଆଡୁ କିଛି କଥା ଆରମ୍ଭ କରିଥିଲେ, କଥା ହେବାରୁ ଜଣା ପଡିଲା କି ମହିଳା ଜଣଙ୍କ ର ନାମ ପ୍ରମିଳା ମାଉସୀ | ପ୍ରମିଳା ମାଉସୀ ଓ ତାଙ୍କ ସ୍ୱାମୀ ଦୁହେଁ ଏକା ମୁମ୍ବାଇ ଭଳି ସହରେ ରହୁଛନ୍ତି| କିଛି ସମୟ କଥା ହେଲା ପରେ ଜାଣିବାକୁ ପାଇଲେ କି ପ୍ରମିଳା ମାଉସୀ ଙ୍କର ଗୋଟେ ପୁଅ, ଗୋଟେ ଝିଅ ବି ଅଛନ୍ତି, ଦୁହେଁ ସେମାନଙ୍କ ନିଜ ନିଜ ପରିବାର ର ବ୍ୟସ୍ତତା ରେ ରହୁଛନ୍ତି, ଝିଅ ଟି ଲଣ୍ଡନ ରେ ଜ୍ୱାଇଁ ଙ୍କ ସହ, ପୁଅ ଟି ଦିଲ୍ଲୀ ରେ ତା ସଂସାର ସହ | ସସ୍ମିତା କିଛି ମୁହୂର୍ତ ପ୍ରମିଳା ମାଉସୀ ଙ୍କୁ ଚାହିଁ ରହି ନିରବ ର ସହ ତାଙ୍କ ହୃଦୟ କୁ ବୁଝିବାକୁ ଚେଷ୍ଟା କରିଥିଲେ | ପ୍ରମିଳା ମାଉସୀ ଙ୍କର ଅତ୍ୟନ୍ତ ଅଭିମାନ ଭାଗବାନ ଙ୍କ ପ୍ରତି ସ୍ପଷ୍ଟ ଜଣା ପଡୁଥିଲା |

ବାସ୍ତବରେ ବେଳେ ବେଳେ ଆମେ ଯାହା ଭାବିଥାଉ ତାହାର ସମ୍ପୂର୍ଣ୍ଣ ବିପରୀତ ଆମେ ଆମ ଜୀବନରେ, ଆମ ଭାଗ୍ୟ ରେ ଦେଖିଥାଉ | ମାଉସୀ ଙ୍କ ପୁଅ ଅନ୍ୟ ଜାତିରେ ବିବାହ କରିବାକୁ ବାଧ୍ୟ କରିଥିଲେ, ଯେହେତୁ ପ୍ରମିଳା ମାଉସୀଙ୍କ ପରିବାର ଟି ବ୍ରାହ୍ମଣ ପରିବାରର ଥିଲେ, ସେଥିପାଇଁ ପ୍ରମିଳା ମାଉସୀ ଓ ତାଙ୍କ ସ୍ୱାମୀ ପୁଅ ଙ୍କୁ ଅନ୍ୟ ଜାତି ରେ ବିବାହ କରିବାକୁ ବାରଣ କରିଥିଲେ | ପିତା, ମାତା ଙ୍କ ବାରଣ ରହିବା ସତ୍ୱେ ବି ପୁଅ ତାଙ୍କ ଜିଦିରେ ଅଟଳ ରହିଥିଲେ |


ମା ' ମନ ସର୍ବଦା କୋମଳ, ସେ ଦୁନିଆ ଆଗରେ ଯେତେ ବି ନିଜକୁ କଠୋର ଦେଖାଇଲେ, ତା ଭିତରେ ଥିବା, କୋମଳ ମମତା ଭରା ହୃଦୟଟି ପିଲାମାନଙ୍କ ପାଖରେ ହାରିଯାଇଥାଏ | ସେୟା ହିଁ ପ୍ରମିଳା ମାଉସୀ ଙ୍କ ସହ ହୋଇଥିଲା, ପ୍ରମିଳା ମାଉସୀ ପୁଅ ପାଇଁ ତାଙ୍କ ସ୍ୱାମୀ ଙ୍କ ପାଖରେ ହାତ, ଗୋଡ଼ ଧରି ପୁଅର ଖୁସି ମାଗିଥିଲେ | ବାହାଘର ବି ପୁଅ ସ୍ଥିର କରିଥିବା ଝିଅ ସହ କରାଇଲେ କିନ୍ତୁ ଭଗବାନ ପ୍ରମିଳା ମାଉସୀ ଙ୍କ ଖୁସି କୁ ରଖିଲେ ନାହିଁ, ବାହାଘର ପରେ ପୁଅ ବାପା, ମା ଙ୍କ ଠାରୁ ଅଲଗା ହୋଇ ରହୁଛି | ସୁଖ, ଦୁଃଖ ରେ କେବେବି ବାପା, ମା ଙ୍କୁ ପଚାରୁନି,,,| " ଜୀବନ ଟା ଯେମିତି ବୃଦ୍ଧ ସମୟରେ ଦୁହିଁଙ୍କ ପାଇଁ ବୋଝ ଭାବି ବୋହିବାକୁ ପଡୁଛି " | ପ୍ରମିଳା ମାଉସୀ ଏହା କହୁ କହୁ ସସ୍ମିତା ଙ୍କ ସାମ୍ନାରେ କାନ୍ଦି ପକେଇ ଥିଲେ, ପ୍ରମିଳା ମାଉସୀ ଙ୍କ ଆଖିର ଲୁହ ରୁ ଗୋଟେ ମା ' ହୃଦୟର ମମତା ବି ଅସହାୟ ହୋଇ ପଡିଛି ବୋଲି ସ୍ପଷ୍ଟ ପ୍ରମାଣହେଉଥିଲା |

  

କଥାରେ କଥାରେ ପ୍ରମିଳା ମାଉସୀ ବି କହିଥିଲେ ଝିଅ ଟି ଆମ ଦୁହିଁ ଙ୍କୁ ପଚାରେ, ଭାରତ ଆସିଲେ " ଆମ ପାଖରେ କିଛି ଦିନ ରହି, ତା ଶାଶୁ ଘରକୁ ଯାଏ "| ଗୋଟେ ଝିଅ ବାପା, ମା' ଙ୍କ ଦରଦ କୁ ବୁଝି ପାରୁଛି କିନ୍ତୁ ଶାଶୁ ଶ୍ୱଶୁର ଙ୍କୁ କାହିଁକି ବୁଝି ପାରେନି? ଭଗବାନ ଙ୍କ ର ଏକି ବିଚିତ୍ର ବିଡମ୍ବନା, ବାସ୍ତବରେ ଭାବିଲେ ଦୁଃଖ ଲାଗୁଛି|ପ୍ରମିଳା ମାଉସୀ ଙ୍କ ଭଳି ଅନେକ ମା ମାନଙ୍କର ଆଖିରେ ପୁତ୍ର ବିଚ୍ଛେଦ ର ଲୁହ, ଏହି ସ୍ଥାନରେ ମା' ଟି ଧୋକା ଖାଇ ନଥାଏ, ମା 'ର ମମତା ଧୋକା ଖାଉଛି |


ପ୍ରମିଳା ମାଉସୀ ସସ୍ମିତା ଙ୍କ ହାତ ଧରିକି ନିଜ ଝିଅ ବୋଲି କହିଦେଇଥିଲେ,, ଝିଅ ଭାବିକି ହୃଦୟର କିଛି କଷ୍ଟ କୁ ପରିପ୍ରକାଶ କରିଦେଲେ ବୋଲି କହିଥିଲେ |ମା ' ଝିଅ ର ସମ୍ପର୍କ ବି ନିଆରା.. ଏଥିରେ ଆତ୍ମୀୟତା ଖାଲି ନ ଥାଏ, ଅନେକ ପ୍ରକାର ଅକୁହା କଥାର ଆଦାନ ପ୍ରଦାନ ଥାଏ, ଯାହାକି ଅନ୍ୟ କେହି ବୁଝି ପାରିବେନି |ମହା ପ୍ରଭୁ ଜଗନ୍ନାଥ ତାଙ୍କ ପୁଅ ଙ୍କୁ ପ୍ରମିଳା ମାଉସୀ ଙ୍କ କୋଳ କୁ ଫେରାଇ ଦିଅନ୍ତୁ, ଏହା ହିଁ କାମନା ।



Rate this content
Log in

Similar oriya story from Inspirational