ଭୟ
ଭୟ
ଓହଃ କି ଖରା ହେଉଛି, ଦିନ ଚାରିଟା ହେଲାଣି କିନ୍ତୁ ଖରା କମିନି, "ନାନି ତୁ ତଳକୁ ଓହ୍ଲେଇ ଆସେ " ବାସ ସେତିକି ଥାଉ, ମୁଁ ଆଉ ଗୋଟେଇ ପାରିବିନି, ତୁ ଗଛ ଉପରେ ବସିକି ପାଚିଲା ଖାଉଛୁ, ମତେ କଷି ପିଜୁଳି ପକାଉଛୁ |
ଏହା କହି ରେଶ୍ମା, ପୁଷ୍ପା କୁ ଜୋର ଜୋର ରେ ଡାକୁଥାଏ, ରବିବାର ସ୍କୁଲ ଛୁଟି, ସେଥିପାଇଁ ଦିନ ତମାମ ଖେଳ, କୁଦ |
ରେଶ୍ମା,ପୁଷ୍ପା ଦୁଇ ଭଉଣୀ | ରେଶ୍ମା ସବୁ କଥାରେ ଡର, ଆଉ ପୁଷ୍ପା କାହାକୁ ବି ଡରେ ନାହିଁ, ସେଥିପାଇଁ ରେଶ୍ମା ଯେଉଁଠି କି ବି ଗଲେ ପୁଷ୍ପା କୁ ସାଙ୍ଗରେ ନେଇକି ଯାଏ|
ମିଳିମିଶି କି ଦୁହେଁ ସ୍କୁଲ ଯାଆନ୍ତି, ପୁଣି ଛୁଟି ହେଲେ ସାଙ୍ଗ ହୋଇ ଘରକୁ ଫେରନ୍ତି |ଗାଁ ରେ ସାଙ୍ଗ ମାନଙ୍କ ସହ ଖେଳିବାକୁ ବି ଗଲେ ଦୁହେଁ ସାଙ୍ଗ ହୋଇ ଖେଳିବାକୁ ଯାଆନ୍ତି |
ଦୁହେଁ ସେଦିନ ଖରାବେଳେ ଘର ପାଖରେ ରହିଥିବା ବଡ଼ ବୋଉ ଙ୍କ ବାଡିରୁ ପିଜୁଳି ଆଣିବାକୁ ସ୍ଥିର କଲେ, ବୋଉ ପାଖରେ ସୋଇଛନ୍ତି ବୋଲି ପାଦ ଥାପି ଥାପି ଦୁହେଁ ବାହାରି ଗଲେ ଘରୁ, ଯାଇକି ପହଞ୍ଚିଗଲେ, ବିଜୁଳି ଗଛ ପାଖରେ |
ରେଶ୍ମା କୁ ଗଛ ଚଢି ଆସେନା ସେଥିପାଇଁ ସେ ବିଜୁଳି ଗଛ ତଳେ ରହିଲା ଏବଂ ପୁଷ୍ପା ବିଜୁଳି ଗଛ ଉପରକୁ ଚଢ଼ିଗଲା |
ଆଖ, ପାଖରେ କେହି ନାହାନ୍ତି, ସେଥିପାଇଁ ପୁଷ୍ପା ପିଜୁଳି ଖାଇବା ସହ ଗଛ ଉପରେ ବସି ତଳକୁ ପିଜୁଳି ଫୋପାଡୁ ଥାଏ, ରେଶ୍ମା ସବୁ ପିଜୁଳି ଯାକ ନିଜେ ପିନ୍ଧି ଥିବା ଫ୍ରକ ରେ ସାଉଣ୍ଟୁ ଥାଏ, ହଠାତ ପିଜୁଳି ଗଛ ର ମଳିକିଆଣି, ବଡ଼ବୋଉ ଆସିକି ପହଞ୍ଚିଗଲେ, ରେଶ୍ମା ଦେଖି କି ବଡ ବୋଉଙ୍କୁ ଦୋୖଡିକି ପଳାଇ ଗଲା କିନ୍ତୁ ପୁଷ୍ପା ବଡ ବୋଉ ଙ୍କୁ ଦେଖିକି ଧୀରେ ଗଛ ରୁ ଓଲ୍ହେଇ କି ସେଇଠି ଛିଡା ହୋଇଗଲା | ବଡ଼ ବୋଉ ରେଶ୍ମା କୁ ଦଉଡିବାର ଦେଖି ରାଗିଗଲେ ଏବଂ ପିଜୁଳି ଚୋରି ରେଶ୍ମା କରିଛି ବୋଲି ବହୁତ ଗାଳି କଲେ | ରେଶ୍ମା ଙ୍କ ମାଆ ପାଖକୁ ଆସିକି ଅଭିଯୋଗ କରିବା ସହ ସବୁଦିନ ରେଶ୍ମା ଗଛରୁ କଷି ପିଜୁଳି ସବୁ ତୋଳୁଛି ବୋଲି କହିକି ଜୋର ରେ ପାଟି କରିବାକୁ ଲାଗିଲେ | ରେଶ୍ମା ଯେତେ ସଫେଇ ଦେଲେ ବି କେହି ତାର ସତ କଥାକୁ ବିଶ୍ୱାସ କଲେ ନାହିଁ କି ସେ ପିଜୁଳି ଖାଲି ଗୋଟାଉଥିଲା, ପୁଷ୍ପା ପିଜୁଳି ଗଛ ଉପରୁ ଫପାଡୁ ଥିଲା ବୋଲି | ମାଆ ରେଶ୍ମା କୁ ତାର ଭୁଲ ପାଇଁ ବହୁତ ମାରିଥିଲେ |ପୁଷ୍ପା ସୁନା ପିଲା ହୋଇ ଦୋଷ ଛଡା ହୋଇ ଯାଇଥିଲେ |
ମନର ଭୟ ସର୍ବଦା ଅନ୍ୟ ସାମ୍ନା ରେ ନିଜକୁ ଭୁଲ ବୋଲି ପ୍ରମାଣିତ କରିଥାଏ | ରେଶ୍ମା ଯଦି ସେଦିନ ଦଉଡିକି ନ ଅସିଥାନ୍ତା ତାହାଲେ ପୁଷ୍ପା ଭଳି ସେ ବି କିଛି ବାହାନା କରିପାରିଥାନ୍ତା | କିନ୍ତୁ ସେ ଭୟ ରେ ସ୍ଥାନ ଛାଡି ପଳାଇ ଆସିବାରୁ ଚୋରି ନକରି କି ବି ଚୋର ବୋଲି ପ୍ରମାଣିତ ହୋଇଗଲା |
