ଏଇତ ଜୀବନ
ଏଇତ ଜୀବନ
ବୃଦ୍ଧା ଜଣକ ହଠାତ ରାସ୍ତା କଡରେ ପଡ଼ିଥିବା ସିମେଣ୍ଟ ଚୌକି ଉପରେ ବସି ପଡି ଜୋର ରେ ଦୀର୍ଘ ନିଶ୍ୱାସ ଟେ ଟାଣିଲେ.... ଚାଲୁ ଚାଲୁ ବସିପଡିବାରୁ ମୁଁ ତାଙ୍କ ପାଖକୁ ଯାଇକି ପଚାରିଲି,,
ମାଉସୀ କଣ ହେଲା? ଆପଣ ଏମିତି ବସି ପଡିଲେ,,, ଦେହ ଭଲ ନାହିଁ କି?
ଉତ୍ତର ରେ ସେ ମତେ କହିଲେ, ନା ଟିକେ ଦେହ ଟା ଭଲ ଲାଗୁନି, ଆଉ ଚାଲି ପାରୁନି... ସେଥିପାଇଁ ଅଳ୍ପ ଟିକେ ଚାଲିଲା ବେଳକୁ ହାଲିଆ ଲାଗୁଛି,,,
ତାପରେ ମୁଁ ତାଙ୍କୁ କହିଲି କି ହଉ ଆପଣ ଘରକୁ ଯାଆନ୍ତୁ... ମୁଁ ଯାଉଛି, ଏହା କହି ମୁଁ ସେ ଜାଗାରୁ ଚାଲି ଆସିଲି....
କିନ୍ତୁ ବୃଦ୍ଧା ଜଣଙ୍କ ଆଖିରେ ମୁଁ ସ୍ପଷ୍ଟ ଦେଖିପାରୁଥିଲି କି କିଛି ହୃଦୟର ଭାଷା ସେ କହିବାକୁ ଚାହୁଁଛନ୍ତି... କିନ୍ତୁ ସମୟ ର ଅଭାବ ଯୋଗୁଁ ମତେ ଚାଲି ଆସିବାକୁ ପଡିଥିଲା... ଏମିତି କିଛି ଦିନ ମୁଁ ଯେତେବେଳେ ସେ ସ୍ଥାନ କୁ ଯାଏ.. ମୋ ଆଖି ସେହି ବୃଦ୍ଧା ଜଣଙ୍କୁ ଖୋଜୁଥାଏ.... କିଛି ଦିନ ଗଲା ପରେ ହଠାତ ମୁଁ ପୁଣି ସେହି ବୃଦ୍ଧା ଙ୍କୁ ବସିଥିବାର ଦେଖିକି ପାଖକୁ ଗଲି... ଆଉ ସେ ବି ମତେ ଦେଖିକି କେଜାଣି କାହିଁ ବହୁତ ଖୁସି ହେଇଗଲେ... ମୁଁ ତାଙ୍କ ପାଖରେ ବସିଲି... ଆଉ ଏମିତି ହାଲ ଚାଲ ପଚାରୁ ପଚାରୁ ଜାଣିବାକୁ ପାଇଲି କି ବୃଦ୍ଧା ଜଣକ ତାଙ୍କ ପୁଅ ବୋହୁ ଙ୍କ ପାଖରେ ରହୁଛନ୍ତି |ତାପରେ ଏମିତି ଗପରେ ଗପରେ ଏକ ହୃଦୟ ଭରା କରୁଣ କାହାଣୀ ର ଦୃଶ୍ୟପଟ୍ଟ ଟେ ସେ ମୋ ସାମ୍ନାରେ ରଖିଦେଲେ,,,, କରୋନା ର ଦ୍ୱିତୀୟ ଲହର ରେ ସେ ତାଙ୍କ ସ୍ୱାମୀ ଙ୍କୁ ହରେଇ ଦେଇଛନ୍ତି... ପୁଅ ଗୋଟେ, ଝିଅ ଗୋଟେ ସମସ୍ତେ ସମସ୍ତଙ୍କ କାମରେ ଓ ସଂସାର ରେ ବ୍ୟସ୍ତ... ବୃଦ୍ଧା ଓ ତାଙ୍କ ସ୍ୱାମୀ ଏକତ୍ର ରହୁଥିଲେ, କିନ୍ତୁ ସମୟ ଟା ଯେ ଦିନେ ଏତେ ନିଷ୍ଠୁର ହେଇଯିବ ତାହା ଦୁଇଜଣଙ୍କୁ ଅଗୋଚର ଥିଲା.... ସ୍ୱାମୀ ଙ୍କ ଦେହାନ୍ତ ପରେ ବୃଦ୍ଧା ସମ୍ପୂର୍ଣ ଏକା ଅନୁଭବ କରିବାରୁ ପୁଅ ବୋହୁ ଙ୍କ ପାଖକୁ ପଳାଇ ଆସିଥିଲେ ଟିକେ ମନ ଓ ହୃଦୟକୁ ଆଶ୍ବସ୍ତି ଦେବାକୁ....
କିନ୍ତୁ ବୃଦ୍ଧା ଙ୍କ ମୁହଁ ର ପରିଭାଷା ଓ ତାଙ୍କର ଧୀର ବାଣୀ ସ୍ପଷ୍ଟ କରୁଥିଲା କି ସେ ପୁଅ ବୋହୁ ଙ୍କ ପାଖରେ ବି ସମ୍ପୂର୍ଣ ଏକା ଅନୁଭବ କରୁଛନ୍ତି କିଛି କଥା ଆଳ ରେ ବି ସେ କହିଦେଲେ କି ତାଙ୍କ ପୁଅ ବୋହୁ ଦୁହେଁ ଚାକିରିଆ..... ସେମାନେ ସବୁବେଳେ ବ୍ୟସ୍ତ.. ସେଥିପାଇଁ ବୃଦ୍ଧା ଜଣକ ଚାଲି ନ ପାରିଲେ ବି ଚୌକି ଉପରେ ବସିବାକୁ ପଳାଇ ଆସନ୍ତି ଏବଂ କିଛି ଆପଣା ର ଲାଗିଲା ଭଳି ଚେହେରା ର ଅନ୍ୱେଷଣ ରେ ରହନ୍ତି... ମିଳିଗଲେ ଏଇମିତି କିଛି ମନର ଭାଷା କୁ ବ୍ୟକ୍ତ କରି ପକାନ୍ତି....
ବାସ୍ତବରେ ଏ ଦୁନିଆ ବଡ ବିଚିତ୍ର, ପିଲାମାନେ ଯେବେ ଛୋଟ ଥାନ୍ତି.. ତାଙ୍କ କାମ କରିବାରେ ବାପା, ମା ଦୁହେଁ ପୁରା ଜୀବନ କୁ ଉସର୍ଗି କୃତ କରିଥାନ୍ତି କିନ୍ତୁ ପିଲା ବଡ ହେଇଗଲେ ସଂସାର ଆଉ ଜୀବନ ର ସଂଜ୍ଞା ଖୋଜୁ ଖୋଜୁ ନିଜେ ହଜି ଯାଆନ୍ତି...... ଏଇତ ଜୀବନ..
