ପ୍ରଶ୍ନ ସେଇ ଓଲା ଚାଳକର
ପ୍ରଶ୍ନ ସେଇ ଓଲା ଚାଳକର
ହଠାତ୍ ପୁଷ୍ପିତା ବ୍ୟସ୍ତ ବିବ୍ରତ ହୋଇ ବାରମ୍ବାର ଫୋନ ର ସ୍କ୍ରିନ କୁ ଖୋଲୁଥିଲା,, ବହୁତ ବିଳମ୍ବ ହୋଇଯିବ ଘରେ ପହଞ୍ଚିବାକୁ ଏହା ଭାବି "ଓଲା " ଆପ୍ସ୍ କୁ ନଜର ପକାଉଥାଏ କେତେ ଦୂର ରେ ଗାଡି ଦେଖାଉଛି ଏବଂ ତାଙ୍କ ପାଖରେ କେତେବେଳେ ପହଞ୍ଚିବ |
ସେଦିନ ମୁମ୍ବାଇ ର ମାଲାଡ଼ ରେ ଷ୍ଟୋରୀମିରର (Author Of The Year-2022 Events ) ଟି ଆୟୋଜନ କରିଥାଏ, ସେଥିରେ ଯୋଗ ଦେବାକୁ ପୁଷ୍ପିତା ତାଙ୍କର କେତେଜଣ ଲେଖିକା ବୟୋଜ୍ୟଷ୍ଟା ବାନ୍ଧବୀ ମାନଙ୍କ ସହ ଯୋଗ ଦେବାକୁ ଯାଇଥିଲେ |କାର୍ଯ୍ୟ କ୍ରମ ଶେଷ ହେବା ପରେ ସମୟ ପାଖ ପାଖି ସନ୍ଧ୍ୟା ୬.୩୦ ହେବ ପ୍ରାୟ, ବାହାରକୁ ଆସି ଦେଖିଲେ ପୁରା ବ୍ୟସ୍ତ, ଚଳ ଚଞ୍ଚଳ ରାସ୍ତାଟି କିନ୍ତୁ ସନ୍ଧ୍ୟା ସମୟରେ ଏତେ ଭିଡ଼ ଯେ କୌଣସି ଅଟୋ କିମ୍ବା କାର୍ ରହିବାକୁ ଚାହୁଁନଥିଲେ | ଶେଷରେ ସେ ଗୋଟେ ଅଟୋ ପାଇଥିଲେ ସେଥିରେ ବସିକି ସେ ରେଲୱେ ଷ୍ଟେସନ ଆସିକି ଟ୍ରେନ୍ ଧରିକି ଘରକୁ ଆସିବେ ବୋଲି ଚିନ୍ତା କରିଥିଲେ, ଅଟୋର ବାନ୍ଧବୀ ଙ୍କ ସହ ବସିଗଲେ କିଛି ସମୟ ଅତିକ୍ରମ କରି ଜାଣିଲେ କି ଭିଡ଼ ଥିବାରୁ ଚାହୁଁଥିବା ଟ୍ରେନ୍ ଟି ସେ ଧରି ପାରିବେନି, ସେଥିପାଇଁ ସେ ବାଧ୍ୟ୍ୟ ହୋଇ ଓଲା କରିବାକୁ ନିଷ୍ପତି ନେଇଥିଲେ | ପୁଷ୍ପିତା ମାଡାମ ଓଲା ବୁକ୍ କରିଦେଲେ, କିଛି ସମୟ ଅପେକ୍ଷା ପରେ ଓଲା ଚାଳକ ଫୋନ କରିଲେ ଏବଂ ଓଲା ରେ ବସିଗଲେ ସମସ୍ତେ | ପୁଷ୍ପିତା ମାଡାମ ଟିକେ ଅନ୍ୟ ମନସ୍କ ଥିଲେ ତାଙ୍କ ପୁଅ ପାଇଁ ସେଥିପାଇଁ ସେ OTP ଟା ଦେଇଦେଲେ ତ କିନ୍ତୁ ଚାଳକ ର ମୁହଁ ଦେଖିନଥିଲେ | ଓଲା ଚାଳକ ଟି ଯେମିତି ସମସ୍ତ ଙ୍କ ମୁହଁ କୁ ପଢିଲା ଭଳି ପ୍ରଶ୍ନ ପଚାରି ଚାଲୁଥାଏ | ପୁଷ୍ପିତା ଙ୍କ ବାନ୍ଧବୀ ଜଣେ ଓଲା ଚାଳକ ର ସମସ୍ତ ପ୍ରଶ୍ନ ଗୁଡିକ ର ଉତ୍ତର ଦେଇ ଚାଲୁଥାନ୍ତି | ପ୍ରଥମେ ଲାଗିଲା ଯେମିତି ଓଲା ଚାଳକ ସ୍ତ୍ରୀ ଲୋକ ମାନଙ୍କୁ ଦେଖିକି ଗପୁଛି | କିନ୍ତୁ କିଛି ବାଟ ଆସିଲା ପରେ ସ୍ପଷ୍ଟ ଜଣା ପଡିଲା କି ଓଲା ଚାଳକ ଜଣକ ଓ଼ଲା ଚଳାଉଛନ୍ତି ସତ କିନ୍ତୁ ତାଙ୍କର ଲକ୍ଷ ଅଲଗା ଥିଲା, ଜୀବନରେ ଲକ୍ଷ ହାସଲ ନ କରୁଥିବା ବ୍ୟକ୍ତି ଜଣକ ସର୍ବଦା ପ୍ରଶ୍ନ ର ପାହାଡ଼ରେ ପୋତି ହୋଇ ଯାଏ | କାହିଁକି ସେ ତାର ଲକ୍ଷ ପଥରୁ ନିବୃତ ରହିଲା ସେଥିପାଇଁ ସେ ସର୍ବଦା ଅନୁସନ୍ଧାନ କରିଥାଏ | ନିଜେ ନିଜକୁ ପ୍ରଶ୍ନ ପଚାରି ପଚାରି ଉତ୍ତର ନ ମିଳିଲେ, ଏମିତି ଅଜଣା ବ୍ୟକ୍ତି ଙ୍କ ସହ ଖୁବ କମ ସମୟରେ ଆପଣାର ଭାବି କିଛି ମନ ର ଭାବନା କୁ ବ୍ୟକ୍ତ କରିଥାଏ | ଯାହା ହେଉ ସେଦିନ ସେ ଓଲା ଚାଳକ ଜଣକ ଯେମିତି ଏକ ଶିକ୍ଷା ଦେଉଥାଏ କି ଏ ଦୁନିଆ ରେ ସବୁ ଅଜଣା ଲୋକ ତମ ପାଇଁ କ୍ଷତି କରିନଥାନ୍ତି,, କିଛି ଏମିତି ବି ଥାନ୍ତି ଅଜଣା ହୋଇ ବି ଯେମିତି ଭାବର ଆଦାନ ପ୍ରଦାନ ରେ ଜଣା ହୋଇ ଯାଆନ୍ତି | ରାସ୍ତା ସେଦିନ କେମିତି କଟିଗଲା ଜଣା ପଡ଼ିଲାଣି ଘରେ ପୁଷ୍ପିତା ମାଡାମ ପହଞ୍ଚୁ ପହଞ୍ଚୁ ସମୟ ରାତ୍ରି ୧୧ ଟା ହେଲାଣି | ଜୀବନ ର ରାସ୍ତା ବି ହସ ଖୁସି ରେ ଚାଲିବାକୁ ପଡିଲେ ବନ୍ଧୁ ର ଆବଶ୍ୟକ ନିଶ୍ଚୟ | ଜୀବନ ରାସ୍ତା ସମ୍ପର୍କୀୟ, ଭାଇବନ୍ଧୁ, ସାଙ୍ଗ ସାଥି ଙ୍କ ସହ ସରଳ ହୋଇଯାଇଥାଏ |
