STORYMIRROR

Krupasindhu Mishra

Inspirational

3  

Krupasindhu Mishra

Inspirational

ସେକାଳ ପଖାଳ କାଳିଆ ବଳଦ

ସେକାଳ ପଖାଳ କାଳିଆ ବଳଦ

1 min
14.8K


ସେକାଳ ପଖାଳ କାଳିଆ ବଳଦ (୨୯)

ଅମଳ ସରିବା ପରେ ଆସିଯିବେ ଦଳକୁ ଦଳ ,

କିଏ ଆସିଥିବେ ହାତୀଙ୍କୁ ନେଇ, ଖାଇବେ  କଦଳୀ ପାଚିଲା ଫଳ ,

ପଇସା ଦେଲେ ସେ  ମାହୁନ୍ତକୁ ଦେଇଦେବେ ଶୁଣ୍ଢରେ

ବଦଳରେ ଆଶୀର୍ବାଦ ଢାଳିଦେବେ ଶୁଣ୍ଢ ଛୁଇଁକିରି ତମ ମୁଣ୍ଡରେ

କୁହାବୋଲା କରି ଛୋଟ ପିଲାଙ୍କୁ  ଯେ ହାତୀ ଉପରକୁ ଉଠେଇ ଥିବ

ପିଲାଟା ପିଠିରେ ବସିବା ଆଗରୁ କାନ୍ଦିକି ବ୍ରହ୍ମାଣ୍ଡ କମ୍ପେଇଦବ

ପେଟରା ଭିତରେ ଗୋଖର ନାଗ ଓ ତମ୍ପ ପୂରାଇ,

ସାପୁଆ କେଳା ବି ବସି ଯିବ ଆସି,  ଡମ୍ବରୁ ବଜାଇ ସାପଖେଳାଇ

"କାଳିନ୍ଦୀ ହ୍ରଦକୁ ଗଲେ ବନମାଳୀ ପଦୁଅଁ ଫୁଲ ସେ ତୋଳି କି ଗୋବିନ୍ଦ ହରି "

ଗୀତ ଗାଇ ଗାଇ, ମୁଠିକି ହଲେଇ, ସାପମାନଙ୍କର ଫଣା ଦୋହଲାଇ, ଦେଖେଇବ ତା ଚାତୁରୀ

,ମାଙ୍କଡ  ଦି’ଟାଙ୍କୁ ବର କନିଆର  ପୋଷାକ ପିନ୍ଧେଇ ସଜ କରେଇ

ନଚେଇଲା ବାଲା ନଚେଇବ ତାଙ୍କୁ ଛୋଟ ଛୋଟ ଦିଟା ବାଡ଼ି ଧରେଇ,

"ହନୁ ମୋର ନାଟ କରିବ, ହାଟକୁ ଯିବ, ଭାର ବହିବ, ସିପେଇ ହବ, ଚୋର ଧରିବ"

ଯାହା କହୁଥିବ ମାଷ୍ଟର ତାର ସେଇମିତି ଅଭିନୟ କରିବ

ଓଲଟି ଓଲଟି କଳାବାଜି ଯେବେ କରିବେ ସିଏ 

ଛୋଟ ପିଲାଙ୍କର ମନର ଆନନ୍ଦ କଳିବ କିଏ. ?  

ପଇସା ପକାନ୍ତି କିଛି କିଛି ଖେଳ ଦେଖିବା ଲୋକେ

ଘର ମାଲିକ ଠୁଁ ଅଧିକା ନିଅନ୍ତି ଆଠଣା ଟଙ୍କେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational