Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ସେବିକା

ସେବିକା

2 mins
279


 ରବିବାର ସକାଳ କଫି କପ,ସବୁଦିନ ଠାରୁ ନିଆରା ଲାଗେ ସଂକେତ ଙ୍କୁ, କାରଣ ଆଜି ସେ କମ୍ପାନୀ ବନ୍ଦ୍ କରିଥାନ୍ତି, ସପ୍ତାହର ଗୋଟିଏ ଦିନ। ଆଜି କିନ୍ତୁ କଫି କପ୍ ଭିତରେ ସଂଚିତାଙ୍କ ଆଶ୍ରୁବୋଳା ମୁହଁଟି ଛଡା ଆଉ କିଛି ଦେଖାଯାଉ ନଥିଲା ତାଙ୍କୁ, ଏମିତିରେ ପାଖରେ ବସି ସଂଚିତା ସମାଜର ମୂଖ୍ୟ ଖବର ଗୁଡିକୁ ପଢ଼ି ତର୍ଜମା ମଧ୍ୟ କରିବାକୁ ପାଖରେ ବସି ନାହାନ୍ତି। କୋଉ ଥିରେ ଅଭାବ ରଖିନାଂହାନ୍ତି ସଂକେତ। ଦୁନିଆଁର ସବୁ ଆଣି, ଯଥା ସବୁଠୁ ଦାମୀ ଫର୍ଣିଚର୍, ଦାମୀ ଗହଣା, ଶାଢ଼ୀ, ଚପଲ, କସ୍ମେଟିକ୍ସ ଇତ୍ୟାଦି ଆଣି ଅଜାଡ଼ି ଦେଇଛନ୍ତି ସଂଚିତା ଙ୍କ ପାଇଁ।    

   ଏକମାତ୍ର ନିର୍ଭରଯୋଗ୍ୟ ପୁଅ ପାରାଲିସିସ୍ ଆକ୍ରାନ୍ତ ହେଲାପରେ ଶିଳ୍ପପତି ଅନୁଭବ ପୁଅ ସଂକେତ ପାଇଁ ଗରୀବ ଘରର ଜାହି ତାହି ପାଠ ପଢିଥିବା ଝିଅ ଟିଏ ଖୋଜୁଥିଲା ବେଳେ, ଶିଳ୍ପ ପତି ଅବିନାଶ ବାବୁଙ୍କ ଅଳିଅଳି ଶିକ୍ଷିତା, ସୁନ୍ଦରୀ ଝିଅ ଯେ ସଂକେତ ଜୀବନକୁ ନିଜ ଇଚ୍ଛାରେ ଆସିବ, ଏକଥା ପରିବାରର କେହି କଣ ନିଜ ଆଖି କାନ କୁ ନିଜେ ବି ବିଶ୍ୱାସ କରିପାରିନଥିଲେ ସଂକେତ। ବିବାହ ପୁର୍ବରୁ ଓ ପରେ ଏ ପ୍ରଶ୍ନର ଉତ୍ତରରେ, ସଂଚିତାଙ୍କର କେବଳ ଗୋଟିଏ ଉତ୍ତର, ସେବା ଓ ସଙ୍କେତଙ୍କ ମନୋବଳ ବଢ଼ାଇବା ତାଙ୍କର ଏକମାତ୍ର ଲକ୍ଷ। ଆଉ ସେବା ଯତ୍ନ ବଳରେ ସବୁକିଛି ସମ୍ଭବ କରିବାକୁ ଯାଇ, ନିଜ କଥାର ସତ୍ୟତା ପ୍ରମାଣିତ କରିବାକୁ ଯାଇ ସଙ୍କେତ ଆଜି ସଲଖି ଠିଆ ହେବା ସହ ବିନା ମୁଭିଂ ଚେୟାର ଛାଡି , ଦିବ୍ୟାଙ୍ଗରୁ ସାଧାରଣ ମଣିଷରେ ପରିଣତ ହୋଇପାରିଛନ୍ତି ଓ ତା ସହ ନିଜ ଶିଳ୍ପ କାରଖାନା ନିଜେ ସଂଚିତାଙ୍କ ସହଯୋଗ ରେ ଚଲାଇଆସୁଛନ୍ତି। ସେଥିରୁ ସମୟ କାଢ଼ି ଦେଶ ବିଦେଶ ଭ୍ରମଣ, ଚାରିଧାମ ଦର୍ଶନ ଇତ୍ୟାଦି ବି ସଂଚିତାଙ୍କ ମନଖୁସି ପାଇଁ କରାଇଛନ୍ତି, ତେବେ କାଲିଠାରୁ ସଂଚିତାଙ୍କ ଗୋଲାପୀ ମୁହଁର ଦୁଇ ନୀଳ ନୟନରୁ ଏତେ ଅଶ୍ରୁ ଝରିବା, ସଂକେତ ପ୍ରଥମ ଦେଖି ଖାଲି ମନଦୁଃଖ କଣ, ଡରି ବି ଯାଇଛନ୍ତି। ହେଲେ ପଚାରିପାରୁନାଂହାନ୍ତି।

    କିଛି ସମୟ ପରେ ନିଜେ ସଂଚିତା ଯେବେ ସଂକେତଙ୍କର କଫି ଥଣ୍ଡା ହୋଇଯିବାର ଦେଖିଛନ୍ତି, ପଚାରିଛନ୍ତି, କଣ ହେଲା ? ଆଉ ସେଇ ପ୍ରଶ୍ନ ସଂକେତଙ୍କର, ସଞ୍ଚିତାଙ୍କୁ ? କଣ ହେଇଛି ତୁମର ? ଏଥର ସଂଚିତା ପେପର ଦୁଇଟିରେ ବାହାରିଥିବା ଦୁଇଟି ଖବର କୁ ପଢିବାକୁ ବଢ଼େଇ ଦେଇଛନ୍ତି, ସଂକେତ କୁ ସଂକେତ ପଢ଼ିଛନ୍ତି ଦୁଇଟି ଯାକ ମର୍ମନ୍ତୁଦ କାହାଣୀ। ଗୋଟିକରେ ଜେଜେ ମାଆ, ରାନ୍ଧିଥିବା ଗରମ ଭାତରେ ଗୋଡ ଦୁଇଟି ଭରି, ଦୁଇବର୍ଷର ଶିଶୁକନ୍ୟାର ମୃତ୍ୟୁ। ଆଉ ଗୋଟିକରେ ମାଆ ନିଜ ଦୁଇ ବର୍ଷର ଶିଶୁ କନ୍ୟାକୁ ତଳକୁ ଫୋପାଡି, ନିଜେ ଡେଇଁ ପଡ଼ିବା ବେଳେ ଉଦ୍ଧାର ହୋଇଛି ସତ କିନ୍ତୁ ଶିଶୁ କନ୍ୟା ମୃତ। ସଂଚିତା ଙ୍କ ସହ ସଂକେତ ବି କାନ୍ଦୁଥିଲେ କଇଁ କଇଁ। ଶେଷକୁ ସଂଚିତା ,ସଂକେତଙ୍କର ଗୋଡ଼ ଧରି କାନ୍ଦି କାନ୍ଦି କହୁଥିଲେ ମୁଁ ମା ହେବାକୁ ଚାହେଁ ସଂକେତ ମୁଁ ମାଆ ହେବାକୁ ଚାହେଁ। ସଂକେତ ଙ୍କ ଉତ୍ତର ଥିଲା କିଏ ମନା କଲା, ତୁମେ ନିଜେ ତ ନାହିଁ କରିଥିଲ। ତ ସଂଚିତା କହୁଥିଲେ, ମୁଁ ସେଭଳି ନିଜେ ମାଆ ହେବା କଥା କହୁନି ସଙ୍କେତ ମୁଁ ଅନାଥ ଶିଶୁ ଆଶ୍ରମ ଖୋଲିବାକୁ ଚାହେଁ, ଖାଲି ଅନାଥ ନୁହେଁ ଯିଏ ବା ଯେଉଁମାନେ ନିଜ ପିଲାକୁ ଚଳେଇ ପାରୁନାହାନ୍ତି ବା ମାନସିକ ଓ ଶାରିରୀକ ସ୍ତରରେ ମଧ୍ୟ ପିଲାର ଯତ୍ନ ନେଇପାରୁ ନଥିବା ମାଆ ମାନଙ୍କୁ ଅନୁରୋଧ କରି ସେହି ଅନଗ୍ରସର ପିଲାଙ୍କ ମାଆ ହେବି। କୁହ ସଙ୍କେତ କୁହ । ସଙ୍କେତ କହୁଥିଲେ ନିଶ୍ଚୟ ଖାଲି ସେତିକି ନୁହେଁ, ଆତ୍ମହତ୍ୟା ପାଇଁ ମାଆ କଣ ପ୍ରତ୍ୟେକଙ୍କୁ ନିବୃତ୍ତ ରଖି, ତାଙ୍କ ସନ୍ତୁଳିତ ଜୀବନ ଠିକ ହେବା ପର୍ଯ୍ୟନ୍ତ ସେମାନଙ୍କ ଶିଶୁ ମାନଙ୍କୁ ମଧ୍ୟ ଆଶ୍ରମରେ ଛାଡି ପାରିବାର ବିଜ୍ଞାପନ ସହ ଘରେ ଘରେ କର୍ମୀ ମାନଙ୍କ ଦ୍ଵାରା ଏ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାର ସମସ୍ତ ସହଯୋଗ ମୁଁ ଯୋଗାଇ ଦେବି ସଂଚିତା, ତୁମେ ଆଉ କାନ୍ଦ ନାହିଁ ବରଂ ସେବା ପାଇଁ ସୁଦୃଢ ହୁଅ।



Rate this content
Log in

Similar oriya story from Abstract