Kartik The Poet

Inspirational Others

3  

Kartik The Poet

Inspirational Others

ସେ ପରା ମା' ଟିଏ

ସେ ପରା ମା' ଟିଏ

2 mins
228



ହସ୍ପିଟାଲ ରେ ଡ୍ୟୁଟି ସାରି କେଂଟିନ ରେ ଯାଇ ବସିଗଲି । ଭୋକ ଆଉ ସମ୍ଭାଳି ହେଉ ନଥିଲା । ସବୁ ଦିନ ପରି ସେଇ ରୁପା ମାଉସୀ ଖାଇବା ଆଣି ମୋ ଟେବୁଲ ଉପରେ ରଖି ଦେଲ। । ହେଲେ ମୋ ମାଛ ବେସର ନଥିଲା । ବିରକ୍ତ ହେଇ ରୁପା ମାଉସୀ ଉପରେ ରାଗ ଶୁଝେଇ ଦେଲି, କିନ୍ତୁ ଭୋକ ଏତେ ହେଉଥିଲା ଯେ ସେ ଯାହା ବି ଦେଇ ଥିଲେ ସବୁ ଖାଇ ଦେଲି । ହାତ ଧୋଇ ପକେଟ ରେ ହାତ ବୁଲେଇଲା ବେଳକୁ ଜାଣିଲି ଯେ ଭୁଲ ବଶତଃ ସେଦିନ କିନ୍ତୁ ମୁଁ ରୁମାଲ ନେବାକୁ ଭୁଲି ଯାଇଥିଲି । ସେ ରୁପା ମାଉସୀ ଟିକେ ଦୂରରୁ ମତେ ଦେଖୁଥିଲା, ମୋ ପାଖକୁ ଆସି ପଣତ କାନି ଟା ବଢ଼େଇ ଦେଇ କହିଲା " ହାତ ପୋଛି ଦିଅ ପୁଅ ।" ସତରେ ସେ କେମିତି ଜାଣିଲା ଯେ ମୋ ମନ କଥା? ମୋ ଆଖିରେ ଲୁହ ଆସି ଯାଇଥାଏ ଖୁସି ରେ । ହାତ ତ ପୋଛି ଦେଲି ହେଲେ ତାକୁ ଆଉ ମାଉସୀ ଡାକିବାକୁ ଇଛା ହେଲାନି, ମନ ଟା କଣ କହିଲା କେଜାଣି ମୋ ପାଟିରୁ ବୋଉ ବାହାରିଗଲା । ଆଜି ବି ମନେ ଅଛି ରୁପା ମାଉସୀ ଆଖି ବି ଲୁହରେ ଜକେଇ ଆସିଥିଲା । 


ମୁଁ ବାହାରିଲି ମୋ ଘରକୁ ଯିବାକୁ, ହେଲେ ରୁପା ମାଉସୀ ର ସେଇ ପଣତ କାନି ରେ ହାତ ପୋଛି ମୋ ବୋଉ କଥା ମୋର ମନେ ପଡ଼ିଗଲା । ବୋଉ କୁ ଫୋନ ଲଗେଇ କଥା ହେଇ ହେଇ ମୁଁ ରୋଡ଼ କ୍ରସ କରୁଥିଲି, ହଠାତ ଗୋଟାଏ ଆମ୍ବୁଲାନ୍ସ ମତେ ପିଟି ଦେଇ ଥାନ୍ତା, ହେଲେ ପଛରୁ କେହି ଜାଣେ ମତେ ଟାଣି ଦେଲା ଆଉ ଆମେ ଦୁହେଁ କଚାଡି ହେଇ ପଡ଼ିଲୁ । ସେ ଆଉ କେହି ନଥିଲେ ସେ ଥିଲେ ରୁପା ମାଉସୀ । ମୋର ସିନା କିଛି ହେଇ ନଥିଲା, ହେଲେ ତାଙ୍କରି ମୁଣ୍ଡ ଫାଟି ଯାଇଥିଲା । ହସ୍ପିଟାଲ ରେ ଷ୍ଟ୍ରିଚ ହେଲା ପରେ ସେ ମୁଁହ ଦେଖି କହିଲେ,"ତୁମେ ମୋ ପୁଅ ଭଳି, ତୁମେ ଯଦି କାନ୍ଦିବ ତାହେଲେ ମୋର ଷ୍ଟ୍ରିଚ ଶୁଖିବନି ପୁଅ । ତୁମେ ହସିଲେ ମୋର ଜଲଦି ଠିକ ହେଇଯିବ । " ଲୁହ ପୋଛି ମୁଁ ହସିଦେଲି । ସେ ବାରମ୍ବାର ବାରଣ କରିବା ସତ୍ୱେ ମୁଁ ତାଙ୍କୁ ବାଇକ ରେ ବସେଇ ଘରେ ଛାଡି ଆସିବା ପାଇଁ କହିଲି । ତାଙ୍କ ଘର ବାହାରୁ ଦେଖି ମୁଁ ଖୁସି ହେଇଗଲି । ବହୁତ ବଡ ବଙ୍ଗଳା ଥିଲା । ଗେଟ ଖୋଲି ଆସିଲି ହେଲେ ସେଇ ବଡ ବଙ୍ଗାଳ। ଶେଷ ରେ ଥିଲା ଗୋଟାଏ ଛୋଟ ଘର, ଷ୍ଟୋର ହାଉସ ଭଳି ମନେ ହେଉଥିଲା । ମୁଁ ଚକିତ ହେଇଗଲି, କିନ୍ତୁ ସେ କହିଲା" ଏଇ ବଙ୍ଗଳା ରେ ହିଁ ମୋ ପୁଅ ବୋହୁ ରହନ୍ତି, ସବୁଦିନ ତାଙ୍କୁ ଦେଖି ପାରୁଛି । ୟା ଠୁ ଆଉ ବଡ କଥା କଣ ଯେ ୟେ ବୁଢ଼ୀ ପାଇଁ !" ଭାବିବାକୁ ବହୁତ କିଛି ଛାଡିଦେଲା ରୁପା ମାଉସୀ ମୋ ପାଇଁ । ରାତି ସାରା ମୁଁ ବି ଶୋଇନି । 


ସକାଳୁ ପୁଣି ଡିଉଟି, ରୋଗୀ ମାନଙ୍କ ଭିଡ଼ ଭିତରେ କେହି ଜଣେ ମତେ ଟିଫିନ ବକ୍ସ ଟିଏ ବଢ଼େଇ ଦେଲେ, ମୁଁ ଡାକିବା ଆଗରୁ ଚାଲିଗଲେ । ରୋଗୀ ସେବା ସାରି ପୁଣି କେଂଟିନ ଗଲି, ରୁପା ମାଉସୀ କିନ୍ତୁ ନଥିଲେ । ଜଣେ ଆସି ସିଧା ସିଧା କହିଦେଲେ କି ମାଛ ବେସର ହେଇ ପାରିବନି । ମୋ ମୁଣ୍ଡ ଟିଣ ହେଇଗଲା । ଯାହା ମିଳିଲା ମୁଁ ଖାଇବା ଷ୍ଟାର୍ଟ କଲି, କିନ୍ତୁ କଣ ଇଛା ହେଲା କେଜାଣି ସେ ଟିଫିନ ବକ୍ସ ଟା ବେଗ ରୁ ବାହାର କରି ଖୋଲିଲି । ସେଥିରେ ଥିଲା ମାଛ ବେସର, କେଂଟିନ ର ରାମୁ କାକା ଆସି କହିଲେ "ରୁପା ମାଉସୀ ଦେଇଛି, " ।

 


ଖାଲି ଭଗବାନ ସବୁଠି ନଥାନ୍ତି, ମା ଟିଏ ବି ସବୁଠି ଥାଏ ।


                   


Rate this content
Log in

Similar oriya story from Inspirational