Kartik The Poet

Tragedy Thriller

3  

Kartik The Poet

Tragedy Thriller

ରିଭେଞ୍ଜ

ରିଭେଞ୍ଜ

3 mins
213


ମୋନା, ଚାହିଁ ବସିଥିଲା ତା' ପ୍ରେମିକ ରାଜକୁ ଦିଲ୍ଲୀର ଏକ ହୋଟେଲ ରୁମରେ l ରୁମ ନମ୍ବର ୭୮୬, କବାଟ ନକ ହେଲା, ମୋନା କବାଟ ଖୋଲିଲା l ସେ ଚମକି ଗଲା, ତା' ପ୍ରେମିକ ବଦଳେ ମତେ ଦେଖି l ଜବରଦସ୍ତ ମୁଁ ଭିତରକୁ ପଶିଲି l ମୋ ରକ୍ତ ଗରମ ହେଇ ଯାଉ ଥାଏ, ତଥାପି ମୁଣ୍ଡ ଥଣ୍ଡା କରି ମୋନା ଆଗରେ ଆଣ୍ଠେଇ ପଡି ଖାଲି ଗୋଟାଏ ପ୍ରଶ୍ନ ପାଗଳ ଭଳି ପଚାରିବାରେ ଲାଗିଲି lପ୍ରଶ୍ନଟି ହେଲା, "ତମେ ମୋ ସହ କାଇଁ ଏମିତି କଲ? କାହିଁକି ମୋ ସ୍ୱପ୍ନକୁ ଅଧା ଗଢ଼ା ସ୍ୱପ୍ନ କରି ଛାଡିଦେଲ? ମୋର କୋଉଠି ଭୁଲ ରହିଗଲା? " କଣ ମୋ ପ୍ରେମକୁ ନେଇ ତୁମର ସନ୍ଦେହ ଅଛି କି?ଆଉ ତାକୁ ସିଧା ସିଧା ଶୁଣେଇ ଦେଲି ଯେ ଯେତେବେଳେ ଯାଏଁ ମତେ ମୋ ପ୍ରଶ୍ନର ଉତ୍ତର ମିଳିନି, ସେତେବେଳେ ଯାଏଁ ମୁଁ ଯିବିନି l ମୋନା ଅଣନିଃଶ୍ୱାସୀ ହେଇ ବାରମ୍ବାର ଘଡି ଦେଖୁ ଥାଏ, କାହିଁକି ନା ରାଜ ଆସିବାର ସମୟ ହେଇ ଆସିଲାଣି l ଶେଷରେ ମୋନା ଚିଲେଇ ଚିଲେଇ କହିଲା, "କଣ ଆଉ କରିଥାନ୍ତି? ତମ ପାଖେ କଣଟା ଥିଲା? ନା ଗାଡି, ନା ଭଲ ଘର ନା ଭଲ ଚାକିରୀ ଖଣ୍ଡେ? ଆଉ ଏସବୁକୁ ନେଇ ମୁଁ କେମିତି ଚଳି ଥାନ୍ତି ତମ ସହ? ପ୍ଲିଜ଼ ହାତ ଯୋଡୁଛି, ଜଲଦି ପଳାଅ ଏଠୁ, ପ୍ଲିଜ l"

ମୁଁ କହିଲି, "ମୋ ଭଲ ପାଇଵା କଣ ମିଛ ଥିଲା?"

ସେ କହିଲା, "ମୋ ପସନ୍ଦର ଡ୍ରେସ ଗୋଟିଏ ଗିଫ୍ଟ ଦେବାକୁ ଯାହାର କ୍ଷମତା ନାଇଁ, ସେ ପୁଣି ଭଲ ପାଇଵା ଦେଖାଉଛି l ରାଜକୁ ଜାଣ? ସେ ଏତେ ବଡ ମଲ୍ଟି ନାସନାଲ କମ୍ପାନୀର ମ୍ୟାନେଜର, ଦେଢ଼ ଲକ୍ଷ ଟଙ୍କା ଦରମା l"

ମତେ ମୋର ସବୁ ଉତ୍ତର ପ୍ରାୟ ମିଳି ସାରିଥିଲା l ମୁଁ ଚାଲି ଆସିଲି ସେଠୁ l


ତା'ପରଦିନ ଭୋର ପାଞ୍ଚଟା , ବୋଧେ ହୁଏ ମୋନା ଏବେ ବି ଶୋଇଥିବ ରାଜର ଛାତି ଉପରେ l ମୁଁ ହ୍ଵାଟ୍ସଆପରେ ମେସେଜ କଲି l ଆଉ ସିଧା ସଳଖ ଲେଖିଥିଲି, "ପୁରା ୭ ଦିନ ସମୟ ଦଉଛି l ଆଉ ୭ ଦିନ ଭିତରେ ତମେ ଯଦି ମୋ ପାଖକୁ ନ ଫେରିବ, ତାହେଲେ ତୁମର ମୋର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସମସ୍ତେ ଦେଖିବେ l ଏଇଟା ମୋର ଶେଷ ନିଷ୍ପତ୍ତି l ଏଣିକି କଣ କରିବ, କଣ ନାଇଁ ସବୁ ତମ ଉପରେ l ବାଏ ମୋନା l"


୬ ଦିନ କଟି ଗଲାଣି, ଆଉ ଗୋଟାଏ ଦିନ ବାକି ଅଛି l ମୋ ହ୍ଵାଟ୍ସଆପକୁ ମେସେଜ ଆସିଲା, ମୋନା କରିଥିଲା l ଲେଖା ଥିଲା, "କ୍ଷମା କରିଦେବ ମତେ ପ୍ଲିଜ଼, ଟଙ୍କା ଲୋଭରେ ପଡି ମୁଁ ତମକୁ ଭୁଲି ଯାଇଥିଲି l ଘୃଣା ଲାଗୁଛି ମତେ ମୋ ନିଜ ଉପରେ l ମୋ କଲେଜ କୋର୍ସ ଫି ଭରିବାକୁ ତମେ ବାଇକ ଷ୍ଟଣ୍ଟ କରି ପଇସା ଯୋଗାଡ଼ କରୁଥିଲ l ଅନେକ ଥର ତମ ଦେହ ହାତ ଖଣ୍ଡିଆ ବି ହେଇଚି l ହେଲେ ଆଜି ମୁଁ ଚାକିରୀ ଖଣ୍ଡେ କରିଦେଲି ବୋଲି ତୁମ ପ୍ରେମକୁ ପାଦରେ ଆଡେଇ ଦେଲି l ଛି, କଣ କରିଛି ମୁଁ l ମୁଁ ଜାଣେ ମୋ ପାପର ପ୍ରାୟଶ୍ଚିତ ନାଇଁ l ହେଲେ ତୁମେ ଯଦି ମତେ କ୍ଷମା କରି ମତେ ନିଜର ନ କର, ତାହେଲେ ସତ କହୁଛି ମୁଁ ବିଷ ପିଇ ଦେବି l ମୋ ପାଖେ ଆଉ କିଛି ରାସ୍ତା ନାଇଁ l"

ମୁଁ ରିପ୍ଲାଇ କଲି, " ଆରେ ପାଗଳୀ, ଛି, ଏମିତି କଣ କହୁଛ ଯେ l ଲଭ ୟୁ ହମେସା l"

ମୋନାର ମେସେଜ, "ଲଭ ୟୁ ମାଇ ଜାନ l"

ତାପରେ ସେ କlଲି ହିଁ ଦେଖା କରିବାକୁ କହିଲା, ଆଡ୍ରେସ ସେଣ୍ଡ କଲା l ସେଇ ଏକା ହୋଟେଲ, ଆଉ ରୁମ ନମ୍ବର ବି ସମାନ, ୭୮୬ l 


ମୁଁ ଗୋଟାଏ ଦାମୀ ଗିଫ୍ଟ ନେଇ ପହଞ୍ଚି ଗଲି ସନ୍ଧ୍ୟାରେ l ମୋନା ମତେ ଆଗରୁ ଅପେକ୍ଷା କରିଥିଲା l ସେଦିନ ବୋଧେ ମୋନା ସବୁଠୁ ବେଶୀ ସୁନ୍ଦର ଦିଶୁଥିଲା l ଆଲିଙ୍ଗନ, ଚୁମ୍ବନ ଏମିତି କେତେ କଣ ରୋମାନ୍ସ ଚାଲିଲା l ୟା ଭିତରେ ରାତି ହେଇ ସାରିଥିଲା l ମିଶିକି ଡିନର ବି କଲୁ l 


ରାତି ପାଖା ପାଖି ଦି' ଟା l ଏସି ଚାଲିଥିବା ସତ୍ତ୍ୱେ ଗମ ଗମ ଝାଳ ବାହାରୁଥିଲା l ମୁଁ ବେଡ଼ ଉପରେ ପଡି ରହିଥିଲି ନିସ୍ତେଜ ହେଇ l ମୋନା ବାରମ୍ବାର ମୋ ଗଳା ଚିପି ମର୍ଡର କରିବାକୁ ଚେଷ୍ଟା କରୁଥିଲା l ହେଲେ ସେ ହାରି ଯାଉଥିଲା l କାହିଁକିନା ଏବେ ଘଣ୍ଟାଏ ତଳେ ମୁଁ ତା'ର ମର୍ଡର କରି ସାରିଥିଲି l ହଁ ଏବେ ସେ ଖାଲି ଗୋଟାଏ ଅତୃପ୍ତ ଆତ୍ମା, ମତେ ଛୁଇଁ ବି ପାରୁ ନଥିଲା l ମୋର ବି କୋଉଠି ଭୁଲ ରହିଲା ଯେ ! ମୁଁ ତ ନିଜକୁ ବଞ୍ଚେଇବାକୁ ଯାଇ ତାକୁ ମାରିଛି l

            



Rate this content
Log in

Similar oriya story from Tragedy