STORYMIRROR

Jayashree Sahu

Inspirational Others Children

3  

Jayashree Sahu

Inspirational Others Children

ସେ ମାଆ

ସେ ମାଆ

5 mins
832

ଆଜି ମମତା ଦେବୀ ଲୁଚେଇ ଲୁଚେଇ ଯାଇ ବାଡି ପଟେ କାନ୍ଦୁଛନ୍ତି। ଲୁହର ବର୍ଷା ଯେପରି ହେଉଛି ତାହା ପୁଣି ତୁହାକୁ ତୁହା। ଅନ୍ତରର ବେଦନାକୁ ନିଜ ଛାତି ତଳେ ଚାପି ରଖି କାନିରେ ପାଟି ବନ୍ଦ କରି ଦୌଡ଼ି ଯାଇଥିଲେ ବାଡ଼ିପଟକୁ ଟିକେ ମନ ଖୋଲି କାନ୍ଦିବେ ବୋଲି। ପୁଅକୁ ଦୁରେଇ ଦେବାର ଦୁଃଖ ତାଙ୍କୁ ତିଳ ତିଳ କରି ମାରୁଥିଲା। ନିଜର ଏହି କଷ୍ଟକୁ ଅନ୍ୟ କାହାକୁ ଜଣାଇବାକୁ ଚାଂହୁନଥିଲେ। ଛୋଟ ବେଳୁ ଏପର୍ଯ୍ୟନ୍ତ କୋଳେଇ କାଖେଇ ବଡ଼ କରିଥିବା ପୁଅ ଆଜି ହଷ୍ଟେଲ ଚାଲି ଯିବ ମଝିରେ ମଝିରେ ଘରକୁ ଯଦିଓ ଆସିବ ତା ସତ୍ତ୍ୱେ ବି ନିଜପୁଅର ବିଛେଦକୁ ସହି ପାରୁ ନାହାନ୍ତି। ସେ ପରା ମାଆ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଛନ୍ତି ।

   ଛୋଟବେଳୁ ଏପର୍ଯ୍ୟନ୍ତ ପୁଅକୁ କେତେ ମାଡ଼ ଗାଳି ଦେଇଛନ୍ତି କେତେଥର କହିଛନ୍ତି ତୋତେ ଜନ୍ମ ଦେଇ ଭୁଲ କରିଛି ମୋ ପାଖରୁ ଦୁରେଇ ଯାଆ। ଦୁଷ୍ଟାମୀ କଲେ ବାଡାନ୍ତି ଜାଣନ୍ତି ପୁଅକୁ କଷ୍ଟ ହେଲା ନିଜକୁ ଦମନ କରିବାକୁ ଚେଷ୍ଟା କରନ୍ତି । ପୁଅର ଭବିଷ୍ୟତ ଗଠନ ପାଇଁ ମାଡ଼ ବି ଦରକାର। ବେଶୀ ସମୟ ନିଜକୁ ଦମନ କରି ପାରନ୍ତି ନାହିଁ । ନିଜ ପଣତ କାନିରେ ପୁଅର ଲୁହକୁ ପୋଛି ଦେଇ ତାକୁ ବୁଝେଇବାକୁ ଚେଷ୍ଟା କରନ୍ତି। ବାପାଙ୍କ ଭଳି ସେ ଏତେ ଶକ୍ତ ନୁହନ୍ତି ରାଗ ଆସିଲେ ବାଡେ଼ଇ ପକାନ୍ତି ବାପା କିନ୍ତୁ ପାଖକୁ ଡାକି ବୁଝାନ୍ତି। ସେ କ'ଣ ସତରେ ଏତେ କଟୁକଥା ସବୁ ପୁଅକୁ କହୁଥିଲେ ନା କଦାପି ନୁହଁ ଉପରକୁ ଲୋକ ଦେଖାଣିଆ ଏପରି ମନୋଭାବ ଦେଖାଉ ଥିଲେ ହେଲେ ହୃଦୟରୁ ତାଙ୍କ ପୁଅକୁ ଭଲ ପାଉଥିଲେ। ହଁ କହୁଥିଲେ ମୋ ପାଖରୁ ଦୁରେଇ ଯାଆ ହେଲେ ତାହା କଣ ତାଙ୍କ ହୃଦୟର କଥା କଦାପି ନୁହଁ। ପୁଅ ଉଚ୍ଚଶିକ୍ଷା ପାଇଁ ପାଖ ସହରକୁ ଯିବ। ସେଠି ହଷ୍ଟେଲରେ ରହିବ ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ହେଲେ ସେ ଆସି ବାଡ଼ି ପଟେ କାନ୍ଦୁଛି କଣ ପାଇଁ ।

   ଯେଉଁ ପୁଅକୁ ନିଜେ ଖୁଏଇ ନ ଦେଲେ ମନ ଶାନ୍ତି ହୁଏ ନାହିଁ। ପୁଅ ନିଜେ ଯେତେ ଖାଇଥିଲେ ବି ମାଆ ଖାଇଲା ବେଳେ ଦି ଗୁଣ୍ଡା ପସେଇ ଦିଏ ପାଟିରେ। କିଛି ଖାଇନି ମୋ ଛୁଆଟା ନିଜେ ଖାଇଛି ଟିକେ ଟିକେ ମୋ ପୁଅକୁ ନ ଖୁଏଇବା ପର୍ଯ୍ୟନ୍ତ ମୁଁ ଖାଇ ପାରିବି ନାହିଁ ଦେଖୁ ନ କେମିତି ଶୁଖି କଳାକାଠ ପଡ଼ିଗଲାଣି। ହେଲେ ହଷ୍ଟେଲ ଗଲେ ପାଣିଆ ଡାଲି ଆଳୁ ଚକଟା ଖାଇବ। ନିଜେ ଥାଳି ଧରି ଧାଡିରେ ଠିଆ ହୋଇଥିବ ତୁମ ପାଳି ଆସିଲେ ଖାଇବା ଦେବେ। ନିଜେ ପେଟ ପୁରା ନ ଖାଇଥିବ କେହି ଆସି ଖୁଏଇ ଦେବେ ନାହିଁ କିମ୍ବା ଆଉ ଖାଇବୁ ବୋଲି ମଧ୍ୟ ପଚାରିବେ ନାହିଁ।

     ନିଜ ଛାଇକୁ ଦେଖି ଡରୁଥିବା ପୁଅ ବାହାରକୁ ଯିବ। ସବୁବେଳେ ମାଆ ପଣତକାନିକୁ ଧରି ଚାଲୁଥିବା ପୁଅ ଆଜି ଦୁରେଇ ଯିବ। ରାତିରେ ଶୋଇଥିବା ବେଳେ କୁକୁର ଭୁକି ଦେଲେ ମାଆକୁ ଅଧିକ ଜୋରରେ ଜାବୁଡ଼ି ଧରିବ ହେଲେ ହଷ୍ଟେଲ ଗଲେ ମାଆର ସ୍ଥାନ ତକିଆ ନେଇ ପାରେ ମାତ୍ର ମାଆର ମୁଣ୍ଡ ଆଉଁଶା ।

    ରାସ୍ତା ପାର ହେଲା ବେଳେ ଆଗକୁ ପକାଉଥିବ ଗୋଡ଼ ପଛକୁ ନେଇ ଆସେ ପୁଅ ଘାଵରେଇ ଯାଏ କଣ କରିବ ହେଲେ ମାଆ ହାତ ଧରି ରାସ୍ତା ପାର ହୋଇଥାଏ। ସହରକୁ ଗଲେ ସେଠି ତ ମାଳମାଳ ବସ ଟ୍ରକ ଗାଡ଼ି ଘୋଡା ରାସ୍ତା ପାର ହେବ କିପରି ।

  ଏସବୁ କଥା ଭାବି ଭାବି ଆଖିର ଲୁହ ଜମାରୁ ଶୁଖୁ ନ ଥାଏ। ଯେମିତି ଲାଗୁଥାଏ ଏହି ଲୁହର ନଦୀ ଯାଇ କେଉଁ ସମୁଦ୍ରରେ ମିଶିଵ ବୋଧ ହୁଏ । ଏତେ ସବୁ କଷ୍ଟ ଯନ୍ତ୍ରଣାକୁ ସହି ନିଜ ପୁଅର ଉଜ୍ଵଳ ଭବିଷ୍ୟତ କାମନା କରି ବିଦାୟ ଦେବାକୁ ହେବ। ପୁଅର ହଷ୍ଟେଲ ଯିବାରେ ସେ ଖୁସି ଅଛନ୍ତି ବୋଲି ଦେଖେଇବା ପାଇଁ ପଡିବ । ମାଆର ଅନ୍ତରର ଦୁଃଖକୁ କିଏ ବା ବୁଝିପାରିବ। ଭିତରୁ ପାଟି ଶୁଭିଲା ମାଆ କୁଆଡେ ଗଲୁ ହଷ୍ଟେଲ ଯିବା ସମୟ ପରା ହୋଇଗଲାଣି । ଏ ଶବ୍ଦ ଥିଲା ମମତାଙ୍କ ପୁଅ ତନ୍ମୟର ଶବ୍ଦ।

   ତନ୍ମୟ କେନ୍ଦ୍ରାପଡାର ବିଦ୍ୟାଭାରତୀ ସ୍କୁଲରୁ 91ଶତକଡ଼ା ରଖି ଉତ୍ତୀର୍ଣ୍ଣ ହୋଇଛି। କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଥିଲା। ପାଠପଢା ଅନ୍ଲାଇନରେ ଚାଲିଥିଲା। କରୋନା ଯୋଗୁଁ ଏତେ ଦିନ ଘରେ ଥିଲା ନ ହେଲେ ସେ କେବେଠାରୁ କଲେଜ ଚାଲି ଯାଇ ସାରିଥାନ୍ତା। ମାଆଙ୍କୁ ଛାଡି ଯିବାର ଦୁଃଖ ଯେତିକି ଥିଲା ଏକ ନୂଆ ଯାଗାକୁ ଯାଉଛି ସେତିକି ଖୁସି ମଧ୍ୟ ଥିଲା। ନୂଆ ନୂଆ କଲେଜ ଯିବ ଚାଲିଚଳଣି ରଙ୍ଗ ଢଙ୍ଗ ସବୁ କିଛିକୁ ବଦଳାଇବାକୁ ପଡିବ। ହଷ୍ଟେଲରେ ବିଭିନ୍ନ ସ୍ଥାନରୁ ଆସିଥିବା ପିଲାଙ୍କ ସହ ମିଶିଵ। ନୂଆ ନୂଆ ସାଙ୍ଗ । ଯାହାବି ହେଉ କରୋନାର ପ୍ରକୋପ କମି ଯାଇଥିବାରୁ ହଷ୍ଟେଲ ଯିବାକୁ ପଡ଼ିବ।

ଘରର ସମସ୍ତ ସଦସ୍ୟ ମାନଙ୍କ ଆଶୀର୍ବାଦ ନେଇ ଗାଁ ଠାକୁରାଣୀଙ୍କ ଉଦେଶ୍ୟରେ ମୁଣ୍ଡିଆ ପକାଇ ହଷ୍ଟେଲ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ବୁଢ଼ୀ ମାଆ ମୁଣ୍ଡରେ ହାତ ବୁଲେଇ ଦେଇ କହିଲା ବାପାରେ ପାଠ ପଢି ବେଗି ବେଗି ଘରକୁ ପଳେଇ ଆସିବୁ। ମୋ କଥା ମନେ ପକାଇବୁ। ତୁ ମୋ ସହ ଖେଚେଡାମି କଲେ ମୁଁ ତୋତେ ବଂକୁଲି ବାଡ଼ିରେ ପିଟେ ସେଥିପାଇଁ ତୁ ମୋତେ ଛାଡ଼ି ଚାଲି ଯାଉ ନୁ ତ। ତୋ ଦାଦାକୁ କହୁଥିଲି ଏଇ ଘରେ ରହି ଯିବା ଆସିବା କରୁ। ଆଖି ଆଗରେ ପିଲା ଟା ରହିବ। ହେଲେ ସେ ମୋତେ କହିଲା ମାଆ ଏହା ଆଉ ସେ ଯୁଗ ହୋଇ ନାହିଁ। ଯୁଗ ବଦଳି ଯାଇଛି। ସେ ସହରରେ ପଢିଲେ ଭଲ କଲେଜରେ ପଢିବ ବହୁତ ପିଲାଙ୍କ ସହ ମିଶିଵ। ଏଠାରୁ ଯିବା ଆସିବାରେ ଦୈନିକ ଦୁଇ ଘଣ୍ଟା ଯିବ। ସେ ଯଦି ଯା ଆସ କରେ ତେବେ ପାଠ ପଢିବା ପାଇଁ କମ ସମୟ ମିଳିବ। ସେ କ୍ଲାନ୍ତ ହେଇଯିବ। ପଢିବା ପାଇଁ ଇଚ୍ଛା ହେବ ନାହିଁ। ସେଠି ହଷ୍ଟେଲରେ ରହିଲେ ପଢ଼ିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। ପ୍ରତିଯୋଗି ମନୋଭାବ ରହିବ। ତା ମାଆ କେତେ କଷ୍ଟ କରି ତାକୁ ସେଠି ପଢେବ ସେ ବୁଝି ପାରିବ। ବାପାରେ ନଇଁ ପଡ଼ିଲୁ ତୋ ମୁଣ୍ଡକୁ ଟିକେ ଆଉଁସି ଦିଏ ।ମନ ଦେଇ ପଢିବୁ ଦୁଷ୍ଟାମୀ ହେବୁ ନାହିଁ। ବାହାର ପିଲାଙ୍କ ସହ ବେଶୀ ମିଶାମିଶି କରିବୁ ନାହିଁ। ପାଠ ପଢାକୁ ସବୁବେଳେ ଆଗରେ ରଖିବୁ।

    ତନ୍ମୟକୁ ହଷ୍ଟେଲରେ ଛାଡିବା ପାଇଁ ମାଆ ଓ ଦାଦା ଯାଇଥାନ୍ତି। କଲେଜର ସାରମାନଙ୍କୁ ଦେଖା କଲେ। ପୁଅ ଖୁବ ଭଲ ପଢେ ତଥାପି ଛୋଟ ପିଲା କେତେବେଳେ କୁସଙ୍ଗରେ ପଡି ଯାଇ ପାରେ। ଆପଣ ତାକୁ ଆଖି ଆଗରେ ରହିଥିବେ। ପ୍ରାୟ ସବୁ ସାରଙ୍କ ଫୋନ ନମ୍ବର ଟିପି ରଖିଲେ। ପୁଅର ପାଠ ପଢା ସମ୍ପର୍କିତ କଥାବାର୍ତ୍ତା ହେବା ପାଇଁ। କଲେଜର ସମସ୍ତ ଦରମା ଦେଇ ଦେଲେ। ତାପରେ ହଷ୍ଟେଲକୁ ଗଲେ ଯେଉଁଠି ତନ୍ମୟ ରହିବ।

    ପାଞ୍ଚ ମହଲା ବିଶିଷ୍ଟ ପ୍ରସାଦ। ବାହାର ପଟ ହଳଦିଆ ରଙ୍ଗର ପଲସ୍ତରା ମରା ଯାଇଥାଏ। ଭିତରକୁ ପ୍ରବେଶ ପୂର୍ବରୁ ଜଣେ ସିକୁରୀଟି ଗାର୍ଡ ଅଟକାଇ ଦେଇ ସମସ୍ତ ଜିନିଷ ପତ୍ର ଯାଞ୍ଚ କଲେ ଏବଂ ପରିଚୟ ପତ୍ର ଦେଖିବା ପରେ ଭିତରକୁ ଯିବା ପାଇଁ ଅନୁମତି ଦେଲେ। ବାହାର ଦେଖିବାକୁ ଯେତିକି ସୁନ୍ଦର ଭିତର ମଧ୍ୟ ଠିକ ସେତିକି ସୁନ୍ଦର। ତନ୍ମୟର ପଚିଶ ନମ୍ବର କୋଠରୀ ଦିଆ ଯାଇଥାଏ। ଭିତରକୁ ପଶି ଗଲା ବେଳକୁ ତା ପୂର୍ବରୁ ଆଉ ଦୁଇ ଜଣ ପିଲା ମଧ୍ୟ ଅଛନ୍ତି। ତାଙ୍କୁ ଜଣେ ସାର ବସି ପଢ଼ାଉଛନ୍ତି। ଏମାନେ ସମସ୍ତେ ପ୍ରବେଶ କରିବା ଦେଖି ସାର ଉଠି ପଡିଲେ। ଏବଂ ଏଠି ନୂଆ କି ବୋଲି କହିଲେ। ତନ୍ମୟ ଯାଇ ସାରଙ୍କୁ ପ୍ରଣାମ କରି ନିଜର ପରିଚୟ ଦେଲା। ତନ୍ମୟର ମାଆ ଓ ଦାଦା ହାତଯୋଡି ନମସ୍କାର କଲେ। ସାର କହିଲେ ଏମାନଙ୍କର କଲେଜରେ ପାଠ ପଢା ସରିବା ପରେ ଯାହାର କୌଣସି ସନ୍ଦେହ ଥାଏ ତାକୁ ଆସି ରୁମରେ ବୁଝାଇ ଦେଇ ଯାଆନ୍ତି। ସେଠାରେ ଥିବା ଅନ୍ୟ ଦୁଇ ଜଣ ପିଲା ତନ୍ମୟ ସହ କରମର୍ଦନ କରି ତା ପାଇଁ ଉଦିଷ୍ଟ ସ୍ଥାନ ଦେଖେଇ ଦେଲେ।

ତନ୍ମୟର ମାଆ ଓ ଦାଦା ସାରଙ୍କ ସହ କଥାବାର୍ତ୍ତା ହେଲେ। ସାର ସେମାନଙ୍କୁ ନେଇ ହଷ୍ଟେଲର ବିଭିନ୍ନ ପ୍ରକୋଷ୍ଠ ସବୁ ବୁଲେଇ ଦେଖେଇଲେ। କ୍ୟାଣ୍ଟିନକୁ ନେଇ ଗଲେ। ବିରାଟ ବଡ଼ ହଲ ଟିଏ। ଟେବୁଲ ଚେୟାର ସବୁ ପଡ଼ିଛି। ପରିଷ୍କାର ପରିଛନ୍ନ ଦେଖାଯାଉଛି। ସବୁକୁ ତନ୍ନ ତନ୍ନ କରି ଦେଖି ସାରିବା ପରେ ବର୍ତ୍ତମାନ ବିଦାୟ ନେବାର ସମୟ। ପୁଅକୁ ହଷ୍ଟେଲରେ ଛାଡି ଆସିବା ପୂର୍ବରୁ ହଷ୍ଟେଲ ଦାୟିତ୍ୱରେ ଥିବା ସାରଙ୍କୁ ମାଆ କହିଲେ ସାର ତନ୍ମୟ ମୋର ଏକୋଇରବଳା ବିସିକେଶନ। ଆପଣଙ୍କ ହାତରେ ମୋ ପୁଅକୁ ଦେଇ ଯାଉଛି। ତାକୁ ସବୁବେଳେ ଟିକେ ଦେଖୁଥିବେ। ତାକୁ ଯାହା ଦେବେ ସେ ଖାଇଦେଵ। କେଉଁଥିରେ ଜିଦି କରେ ନାହିଁ। ତନ୍ମୟର ଦାଦା ତନ୍ମୟ କାନରେ କହିଲେ ସାର ତନ୍ମୟର ଲାଉ ସବୁଠାରୁ ପ୍ରିୟ ସେ ଲାଉ ଖାଇବାକୁ ବହୁତ ପସନ୍ଦ କରେ। ଦାଦା ତନ୍ମୟକୁ ଚିଡାଉଥିଲେ କାରଣ ଲାଉ ତାକୁ ଜମାରୁ ପସନ୍ଦ ନୁହେଁ। ତନ୍ମୟ ଦାଦାଙ୍କୁ କହିଲା ଦାଦା ଏହି ସମୟରେ । ତନ୍ମୟର ମାଆ ବିନା ପୂର୍ଣଛେଦରେ ସାରଙ୍କୁ କହି ଚାଲିଥାନ୍ତି ନିଜ ପୁଅ ବିଷୟରେ। ତନ୍ମୟ ମାଆଙ୍କର କାନିକୁ ଟାଣି କହିଲା ମାଆ ମୁଁ ବଡ଼ ପିଲା ହେଲିଣି ଏ ସବୁ କହି ମୋତେ। ତା ମାଆ କହିଲେ ଗୋଟିଏ ମାଆ ପାଖରେ ତା ସନ୍ତାନ ସବୁବେଳେ ସାନ ମା ପୁଅଙ୍କର ଏକଥା ଶୁଣି ତାଙ୍କ ସାର ହସି ପକେଇ ଥିଲେ ଓ କହିଲେ ମୋ ମାଆ ବି ଠିକ ଏହିପରି।



Rate this content
Log in

Similar oriya story from Inspirational