Jayashree Sahu

Children Stories Inspirational

4.5  

Jayashree Sahu

Children Stories Inspirational

ଶିବାୟ ଶିବାନୀ

ଶିବାୟ ଶିବାନୀ

5 mins
371


ଶିବାୟ ମୃତ୍ୟୁ ଖବର ଶୁଣିବା ପରେ ଶିବାନୀ ରାହା ଧରି କାନ୍ଦିବାକୁ ଲାଗୁଥାଏ ଭାଇ ମୁଁ ତୋ ସହ ଆଉ ପ୍ରତିଯୋଗିତା କରିବି ନାହିଁ ତୁ ଫେରିଆ। ହେଲେ ତା ଭାଇ ତ କେଉଁ ଅଫେରା ରାଇଜକୁ ପଳେଇ ଯାଇଥିଲା। ଯେଉଁଠାରୁ ଫେରିବା ଅସମ୍ଭବ। ଭାଇ ଫେରିଆ . . . ତୁ ଚାଲିଗଲେ ଗାଁର ଡାକ୍ତରଖାନା କିଏ ତିଆରି କରିବ। ଗରିବ ଲୋକମାନେ ସେମାନଙ୍କର ଚିକିତ୍ସା ପାଇଁ ତୋତେ ଅପେକ୍ଷାରତ।

ପ୍ରାୟ ସମସ୍ତ ନିଉଜ ପେପର ହେଡିଂରେ ଥାଏ ଭାଇ ଶବ ପାଖରେ ବାହୁନି ବାହୁନି କାନ୍ଦୁଛି ଭଉଣୀ।

 ଭାଇ ମୁଁ କାହା ହାତରେ ରାଖୀ ବାନ୍ଧିବି। କାହାକୁ ମିଠା ଖୁଆଇ ଦେଇ ମୁଣ୍ଡିଆ ମାରିବି। କିଏ ମୋତେ ସମସ୍ତ ବିପଦ ଆପଦରେ ସାହାଯ୍ୟ କରିବ।

ଶିବାୟ ଓ ଶିବାନୀ। ଶିବାୟ ଘରର ବଡ଼ ପୁଅ ଓ ଶିବାନି ସାନ ଝିଅ। ବାପା ମା ଙ୍କ ଇଚ୍ଛା ଶିବାୟ ଓ ଶିବାନୀ ଦିହେଁ ପାଠପଢି ଚାକିରୀ ଖଣ୍ଡେ କରିବ। ବାପା ନାଁ ଉଜ୍ଵଳ କରିବେ। ଶିବାନୀ ଝୁଅ ପିଲାଟା ପାଠ ନ ପଢିଲେ ତା ଭବିଷ୍ୟତ କଣ ହେବ??? ନିଜ ଗୋଡ଼ରେ ନିଜେ ଠିଆ ହେଲେ ସିନା .... । ଶିବାୟର ଇଚ୍ଛା ଡାକ୍ତର ହୋଇ ତାଙ୍କ ଗାଁରେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସାହାଯ୍ୟ କରିବ। ଯେଉଁମାନେ ଅର୍ଥଅଭାବରୁ ବଡ଼ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି ସେମାନଙ୍କ ପାଇଁ ଏଠାରେ ଏକ ଚିକିତ୍ସାଳୟ ଖୋଲିବ। ଶିବାନିର ଇଚ୍ଛା ତା ଭାଇ ଯାହା କରିବ ସିଏ ତାହାହିଁ କରିବ। ତା ଭାଇ ଡାକ୍ତର ହେଲେ ସେ ସେହି ବିଭାଗର ମୁଖ୍ୟ ଡାକ୍ତର ହେବ। ଦୁହେଁ ମିଶି ଏ ଡାକ୍ତରଖାନାକୁ ସାରା ବିଶ୍ୱରେ ପରିଚିତ କରେଇବେ।

   ତା ବୁଢ଼ୀମା ସବୁବେଳେ ଖାଲି କେଂ କେଂ ହେଉଥିବ। ଝୁଅ ପିଲାଟା କୁ କାଇଁ ପାଠ ପଢେଇବ। କିଛି କାମରେ ଆସିବ ନାହିଁ। ପାଠ ପଢିଲେ ବି ଲାଭ କଣ। ଯାହା ହେଲେ ବି ସେ ଚୁଲି ମୁଣ୍ଡକୁ ଯିବ। ବରଂ ଛୋଟ ବେଳୁ ରୋଷେଇ ବାସ ଘର କାମ ଧନ୍ଦା ଶିଖିଲେ ଭବିଷ୍ୟତରେ କାମରେ ଆସିବ। ସେ ଅଞ୍ଚଳରେ ଝିଅ ପିଲାଙ୍କ ପାଠ ପଢାକୁ ଏତେ ପ୍ରାଧାନ୍ୟ ଦିଅନ୍ତି ନାହିଁ।

ପ୍ରତିଟି କଥାରେ ଶିବାନିକୁ ଡାକ ପକାଇବା ତା ଜେଜେମାର ଗୋଟିଏ ଜନ୍ମ ଗତ ରୋଗ। ସକାଳୁ ସକାଳୁ ଶିବାନି ଯା ଫୁଲ ତୋଳି ଆଣିବୁ। ତୋ ହାତ ତିଆରି ମାଳ ପିନ୍ଧିବା ପାଇଁ କାଳିଆ ଠାକୁର ଅନେଇ ରହିଛି। ଶିବାନି ବଡି ଭୋରୁ ଉଠି ବଗିଚାରୁ ଫୁଲ ଆଣି ବିଭିନ୍ନ ପ୍ରକାର ମାଲ ଗୁଂଥେ। ଜେଜେମାର ଗୁଣ ବିଷୟରେ ଘରେ କାହାକୁ ଅଛପା ନାହିଁ। ଜେଜେମା ଯେତେବେଳେ ଶିବାନିକୁ କୌଣସି କାମ ପାଇଁ ବରାଦ କରୁଥିବେ ତା ମା କହିବେ ବୋଉ (ଜେଜେମାଙ୍କୁ ବୋଉ ବୋଲି ଡାକନ୍ତି) କଣ ଦରକାର ମୋତେ କୁହନ୍ତୁ ମୁଁ କରିଦେବି ଆପଣଙ୍କ କାମ। ଝିଅ ପଢୁଛି ତାକୁ ବାରମ୍ବାର ଡାକିବା ଦ୍ୱାରା ତା ମନ ଅନ୍ୟମନସ୍କ ହେଉଛି।

ଜେଜେମା:- ହଁ ଝୁଅ ପିଲାଟାକୁ ଏମିତି ମୁହଁ ଦେଉଛ ବାପା ମା ଦିଜଣ ଯାକ। ପିଠିରେ କେହି ପଡିବେ ନାହିଁ। ସେତେବେଳେ ଭାବିଲା ବେଳକୁ ନେଡି ଗୁଡ଼ କହୁଣିକୁ ବୋହି ଯାଇଥିବ। ତୁମ ହାତରେ କିଛି ନ ଥିବ। ଅଧିକ ସୁବିଧା ସୁଯୋଗ ଦେବା କଣ ଠିକ କଥା।

   ଶିବାୟ ଯେବେ ପ୍ରଥମେ ପ୍ରଥମେ ସ୍କୁଲ ଗଲା ତାକୁ ଦେଖି ଶିବାନୀର ଇଚ୍ଛା ହେଉଥିଲା ସେ ଶୀଘ୍ରଶୀଘ୍ର ବଡ଼ ହେଇଯାଇ ତା ଭାଇ ଭଳି ସ୍କୁଲ ଜାମା, ନୂଆ ବହି, ଖାତା, ସିଲଟ, ଖଡ଼ି, କଲମ ଅଣା ହେବ। ତା ମା ତାକୁ ଗଣ୍ଡେ ପଖାଳ ଖୁଏଇ ଦେଇ କହିବ ଶିବାନୀ ମା ଶିବାନୀ ମନ ଦେଇ ପାଠ ପଢିବୁ। ଆସିଲେ ଗରମ ଭାତ ରାନ୍ଧି ଦେଇଥିବି ଖାଇବୁ। ତା ଭାଇ ସ୍କୁଲରୁ ଆସିଲା ପରେ ସ୍କୁଲରେ କଣ କଣ ପଢା ହୁଏ ଆସି ଶିବାନୀକୁ ପାଠ ପଢ଼ାଇ। ଶିବାନୀ ର କୋଉଠି କିଛି ଭୁଲ ହୋଇ ଗଲେ କହେ ଏ ଗଧି ପାଠ ନ ପଢିଲେ ଶାଶୁ ଘରେ ଯାଇ ଚୁଲି ଖେଂଚିବୁ। ପାଠ ପଢା ଠୁ ସେଟା କଷ୍ଟ କାମ। ଆଖି ପୋଡ଼ୁଥିବ ଏଣେ ରୋଷେଇ କରୁଥିବୁ। ମୁଁ ଯାଇ କହିବି ରାଜା ଭଳିଆ ଏ ଶିବାନି ଖାଇବା ପାଇଁ ଦେଲୁ। ତୁ ଦେବୁ ଯଦି ଭଲ ନ ହୋଇ ଥିବ ଖାଇବା ମୁଁ ଗୋଟିଏ ଡାକ ଛାଡିବି ଜେଜେମାକୁ ତା ପରେ ତା ପାଟିରୁ ଯେଉଁ ସବୁ ସୁଦ୍ଧ ଭାଷା ବାହାରିବ ତୁ ଜାଣି ଥିବୁ ତ।

ଶିବାନୀ କହେ ନା ନା ..... । ସେମିତି ହେବନି। ମୁଁ ମାଲିକ ହେବି ତୁ ଆସି କହିବୁ ଆଜ୍ଞା ମ୍ୟାଡାମ ନମସ୍କାର। ଦୁହେଁ କଳି ଲାଗିଲେ.... କେହି କାହା ଠାରୁ କମ ନୁହନ୍ତି।

ଶିବାନୀ:- ବାପା ଆସନ୍ତୁ ତୋ ନାମ କହିବି ।

  ଶିବାୟ ଓ ଶିବାନି ଖୁବ ଭଲ ପାଠ ପଢୁଛନ୍ତି। ଶିବାନିର ସବୁବେଳେ ଇଚ୍ଛା ବଡ଼ ଭାଇ ଠାରୁ ଅଧିକ ମାର୍କ ରଖିବ। ହେଲେ ବେଳେ ଦୁଇ ତିନି ମାର୍କ ଯଦି କମିଗଲା ଘରେ ଏମିତି କାନ୍ଦିବ ସାହି ପଡିଶା ଜାଣିବେ। ତା ମା ସବୁବେଳେ କହିବେ ସେ ବଡ଼ ପିଲା ତା ସହ କଣ ପ୍ରତିଯୋଗିତା କରୁଛୁ। ତୁ ତା ବୟସର ହୋଇଗଲେ ତା ଠାରୁ ଅଧିକ ମାର୍କ ରଖିବୁ।

   ଯେତେବେଳେ ଦ୍ୱିତୀୟ ଶ୍ରେଣୀର ହୋଇଥିଲା ସେ ତା ମାର୍କ ସହ ଭାଇ ମାର୍କ କୁ କମ୍ପେୟାର କରୁଥିଲା। ସେ ଯଦି ଅଧିକ ରଖିଛି ତେବେ ଭଲ କଥା ଯଦି କମ ଥିବ ସେତେ ଅଧିକ ରାତି ଯାଏ ପଢିବ। ଦୁଇ ଜଣ ଯାକ ଦେଖନ୍ତି କିଏ କେତେ ଅଧିକ ସମୟ ପଢୁଛି।

ପଡିଶା ଘର ବଡ଼ ମା ଭଳି ହେବେ ତାଙ୍କ ବାପଘର ଆସିଥିଲେ। ସେ ଶିବାୟ ମା କୁ ଆଣି ଦୁଇଟି ମିଠା ଦେଇଥିଲେ। ଗୋଟିଏ ଶିବାୟର ଅନ୍ୟଟି ଶିବାନିର। ଶିବାୟ ଥିବା ଅବସ୍ଥାରେ ସେ ଦେଇଥିଲେ ମା କୁ। ଶିବାୟ ତା ମାକୁ କହିଲା ମା ବଡ଼ମା ଯେଉଁ ମିଠା ଦେଇଥିଲେ ମୋତେ ଦେ ମୁଁ ଖାଇବି। ଶିବାୟ ତା ଭାଗ ଖାଇ ସାରିବା ପରେ ଭଉଣୀ ଭାଗଟିକୁ ଲୁଚେଇ ଦେଇ ଡାକ ପକେଇଲା ଶିବାନି ଶିବାନି .... ଶୀଘ୍ର ଆ... ଗୋଟିଏ ଭଲ କଥା କହିବି।

ଶିବାନି:- କହ କଣ ହେଲା।

ଶିବାୟ:- ବଡ଼ମା ଘର ବାପଘର ଆସିଥିଲେ ସେ ଯେଉଁ ମିଠା ଆଣିଥିଲେ ଆମ ଘରେ ଆଣି ଦେଇଯାଇଥିଲେ।

ଶିବାନି:- (ଦୌଡ଼ି ପଳେଇଲା) ମା ମୋତେ ମିଠା ଦେ ମୁଁ ଖାଇବି। ବଡ଼ ମା ଘର ଯେଉଁ ମିଠା ଦେଇଥିଲେ।

ମା:- ଭାଇ ନେଇ ଗଲା । ଯା ତା ପାଖରୁ ନେଇ ଯିବୁ। ଯଦି ଖାଇଦେଇଥିବ କାଲି ବାପାଙ୍କୁ କହିବି ତୋ ପାଇଁ ମିଠା ନେଇ ଆସିବେ।

ଶିବାନି:- ଭାଇ ମୋ ମିଠା ଦେ ... କୋଉଠି ରଖିଛୁ ଲୁଚେଇ ...

ଶିବାୟ:- ତୁ ଖାଇ ଥାନ୍ତୁ କି ? ? ମୁଁ ମିଠା ଖାଇଦେଇଛି। ଝିଅ ପିଲାମାନେ ମିଠା ଖାନ୍ତି ନାହିଁ।

ଶିବାନି କାନ୍ଦିବାକୁ ଲାଗିଲା। ବାପା, ମା, ଜେଜେମା ସମସ୍ତେ ଦୌଡ଼ି ଆସିଲେ। କଣ ହେଇଛି ଜାଣିବା ପାଇଁ।

ବାପା ଶିବାୟର କାରସାତି ଜାଣିଥିଲେ। ଶିବାନିକୁ ରଗେଇବ।

ବାପା:- ତୁ ଏପର୍ଯ୍ୟନ୍ତ ତୋ ଭାଇକୁ ଚିନ୍ହି ପାରିଲୁ ନାହିଁ। ଏମିତି କିଛି ଅଛି ଯାହା ତୋତେ ନ ଦେଇ ସେ ଖାଇ ଦେଇଛି।

ଶିବାନି :- କାନ୍ଦି କାନ୍ଦି ଭାଇକୁ ମାରିବା ପାଇଁ ଗୋଡେଇଲା। ମାରି ପାରିଲା ନାହିଁ। ବଡ଼ ପାଟି କରି ଚିରାଡ଼ିବାକୁ ଲାଗିଲା। ଠିକ ସେ ସମୟରେ ଶିବାୟ ଆସି ତା ପାଟିରେ ଦୁଇଟି ଯାକ ମିଠା ପସେଇଦେଲା। ତା ଭାଗ କୁ ମଧ୍ୟ ଶିବାନିକୁ ଦେଇ ଦେଇ ଥାଏ। ଶିବାନି ମିଠା ଖାଇ ସାରିବା ପରେ ଭାଇ ତୁ ନ ଖାଇ ମୋତେ କଣ ପାଇଁ ଦେଇ ଦେଲୁ।

ଶିବାୟ:- ଅନ୍ୟକୁ ଦେବାରେ ଯେଉଁ ଆନନ୍ଦ ଥାଏ ତାହା ନିଜେ ଖାଇବାରେ ନ ଥାଏ।

  ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବା ପାଇଁ ଶିବାୟ ତା ବାପାଙ୍କ ସହ ଯାଇଥାଏ। ସମସ୍ତଙ୍କର ବିଶ୍ଵାସ ଥାଏ ସେ ନିଶ୍ଚିତ ପାଇବ। ଶିବାନୀ ତା ମାକୁ କହିଥାଏ ମା ଭାଇ ତ ନିହାତି ବୃତ୍ତି ପାଇବ। ଆଜି ପୁରି ତରକାରୀ କର ସେ ଆସିଲେ ଖାଇବ। ତା ମନ ପସନ୍ଦର ଜିନିଷ।

   ପରୀକ୍ଷା ସରିବା ପରେ ବାପାଙ୍କ ସହ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏକ ଅଜଣା ଟ୍ରକ ଆସି ପଛରୁ ଧକା ଦେଇଥିଲା। ତା ବାପା ହେଲମେଟ ପିନ୍ଧି ଥିବାରୁ ସାମାନ୍ୟ ରକ୍ଷା ପାଇଥିଲେ। ହେଲେ ସେହି ସ୍ଥାନରେ ହିଁ ମୃତ୍ୟୁ ଘଟିଥିଲା ଶିବାୟର। ତା ବାପାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗୁଥିଲା। ଶିବାୟ ମୃତ୍ୟୁ ଖବର ଶୁଣିବା ପରେ ଶିବାନି ରାହା ଧରି କାନ୍ଦିବାକୁ ଲାଗୁଥାଏ ଭାଇ ମୁଁ ତୋ ସହ ଆଉ ପ୍ରତିଯୋଗିତା କରିବି ନାହିଁ ତୁ ଫେରିଆ। ହେଲେ ତା ଭାଇ ତ କେଉଁ ଅଫେରା ରାଇଜକୁ ପଳେଇଯାଇଥିଲା। ଯେଉଁଠାରୁ ଫେରିବା ଅସମ୍ଭବ। ଭାଇ ଫେରିଆ...ତୁ ଚାଲିଗଲେ ଗାଁର ଡାକ୍ତରଖାନା କିଏ ତିଆରି କରିବ। ପ୍ରାୟ ସମସ୍ତ ନିଉଜ ପେପର ହେଡିଂରେ ଥାଏ ଭାଇ ଶବ ପାଖରେ ବାହୁନି ବାହୁନି କାନ୍ଦୁଛି ଭଉଣୀ।

 ଭାଇ ମୁଁ କାହା ହାତରେ ରାଖୀ ବାନ୍ଧିବି। କାହାକୁ ମିଠା ଖୁଆଇ ଦେଇ ମୁଣ୍ଡିଆ ମାରିବି। କିଏ ମୋତେ ସମସ୍ତ ବିପଦ ଆପଦରେ ସାହାଯ୍ୟ କରିବ।

 ସେଥିପାଇଁ ଯେଉଁମାନେ ବି ଯାଉଛନ୍ତି ଦୁଇ ଚକିଆ ଯାନରେ ଦୁଇଜଣ ଯାକ ହେଲମେଟ ପିନ୍ଧନ୍ତୁ। ରାସ୍ତା ପାର ହେବା ସମୟରେ ରାସ୍ତାର ଉଭୟ ପାର୍ଶ୍ଵକୁ ଲକ୍ଷ୍ୟ କରନ୍ତୁ। ନିଶ୍ଚିତ ହେବା ପରେ ରାସ୍ତା ପାରି ହୁଅନ୍ତୁ। କାରରେ ଯାଉଥିଲେ ନିଶ୍ଚିତ ସିଟ ବେଲ୍ଟ ପିନ୍ଧନ୍ତୁ। ଛୋଟପିଲାଙ୍କୁ ସାଙ୍ଗରେ ନେଇ କରି ଯାଉଥିଲେ ସେମାନଙ୍କ ହାତ ଧରି ରାସ୍ତା ପାର କରନ୍ତୁ।



Rate this content
Log in