STORYMIRROR

Sagarika Padhy

Thriller Others

3  

Sagarika Padhy

Thriller Others

ସେ କି ନିରଳା ରାତି

ସେ କି ନିରଳା ରାତି

2 mins
310

ମନେ ପଡ଼ିଯାଏ ଆଜି ସେ ନିରଳା ରାତିର କଥା । ନା ଥିଲା ସେଇଠି କିଛି ପାଇବାର ଆଶା, ନା ଥିଲା ସେଇଠି ଆଗକୁ ବଢିବାର ଇଚ୍ଛା । ସବୁ କିଛି ଯେମିତ ନିରଳା ରାତିର ଅନ୍ଧକାର ଭିତରେ ସ୍ତବ୍ଧ ହୋଇଯାଇଛି । ବାଟୋଇ ସାଜିଛି ଏ ରକ୍ତ ମାଂସର ଶରୀର ଯାହା କି କେବଳ ମୂକ ଅବସ୍ଥାରେ ପଡ଼ିରହିଛି ଯେମିତି ତାର ଆତ୍ମାଟା ଲୁଚି ଯାଇଛି ଭୟର ଅନ୍ଧାର ଭିତରେ ।


ଭାବୁ ଭାବୁ କେମିତି ଯେ ଦିନଟା ଚାଲିଗଲା ଜାଣିପାରିଲି ନାହିଁ ଆଖି ମୋର ଖୋଲୁ ଖୋଲୁ ସବୁକିଛି ଯେମିତି ଠିକ ହୋଇଯାଇଛି । ଏମିତି ଚାଲୁଥାଏ ରାସ୍ତାର ଚତୁପାର୍ଶ୍ୱରେ ଥକି ଗଲା ଶରୀର କିଛି ସମୟ ବସିଗଲି ରାସ୍ତାକୁ ଲାଗି ରହିଥିବା ବରଗଛ ମୂଳରେ । ପୁଣି ମନ ଭିତରେ ଭାସି ଉଠିଲା ସେ ରାତିର କଥା ଯେମିତି ମନେ ହଉଥିଲା ସେ ଏମିତି ସେମିତି କଥା ନୁହଁ ମୋ ଜୀବନର ନିରାଟ ସତ୍ୟତା । ଏ ଜଡ଼ ଶରୀର ଯେ ଚାଲୁ ଚାଲୁ ପହଂଚି ଗଲା ସେ ନିରଳା ରାତିରେ ଏକ ପୋଖରୀ ତୁଠରେ । ସେଇଠି ଦେଖିଲା ଏ ଶରୀର ଏକ ବୃଦ୍ଧ ଲୋକଙ୍କୁ ଶରୀରଟି ଯେମିତ ଧୋବବର୍ଣ୍ଣ ହାତ, ଗୋଡ଼ ସବୁ କାଠୁଆ କାଠୁଆ, ଲୋମ ସବୁ ଝାଉଁଳି ଯାଇଛି ଥଣ୍ଡା ବାୟୁରେ । ପାଖକୁ ଯାଇ ଦେଖିବାକୁ ଇଚ୍ଛା ହେଉଥିଲା କିନ୍ତୁ ଏ ଜଡ଼ ଶରୀର ସେଇଠି ଅଟକି ଗଲା ।


ସେହି ମୁହୂର୍ତ୍ତରେ ଯେମିତି ଆକାଶରୁ ସବୁ ତାରା ଖସିଯାଇଛି, ଜହ୍ନ ଲୁଚି ଯାଇଛି କଳା ବାଦଲରେ । ତଥାପି ଆଗକୁ ଚାଲିଲି ପହଂଚିଲି ସେ ବୃଦ୍ଧ ଲୋକଙ୍କ ପାଖରେ ପହଂଚି ଦେଖୁଚି ତ ଆଶ୍ଚର୍ଯ୍ୟ ହୋଇଯାଇଛି ଏ ଶରୀର ଆଖି ଲୁହରେ ଥଳ ଥଳ ହୋଇପଡିଲା । ଚର୍ତୁପାର୍ଶ୍ୱ ସବୁ ଅନ୍ଧକାର ଦେଖା ଗଲା । ସେ ବୃଦ୍ଧ ଜଣ ଆଉ କେହି ନୁହନ୍ତି ସେ ମୋ ବାପା । ଯାହାକୁ କି ମୁଁ ଦୀର୍ଘ ସତର ବର୍ଷ ପରେ ଦେଖିଲି ଆଖିର ଲୁହ ଆଉ ନିଜ ଆୟତ୍ତ ରେ ରହିଲା ନାହିଁ ପଛ ପଟୁ ଦୌଡ଼ି ଯାଇ ଜାବୁଡି ଧରିଲି ମୋ ବାପାଙ୍କୁ କିନ୍ତୁ ଭାଗ୍ୟଟା ଯେ କେତେ ନିର୍ଦ୍ଦୟ ସେ ମୋ ପାଖରୁ ଛଡାଇ ନେଇଗଲା ସତର ବର୍ଷ ପରେ ବି ଟିକିଏ ଖୁସିକୁ । ଜୀବିତ ଅବସ୍ଥା ରେ ନଥିଲେ ମୋ ବାପା ଚାଲି ଯାଇଥିଲେ ଆର ପାରିକୁ କାନ୍ଧି କାନ୍ଧି ଯେମିତ ଆଖିର ଲୁହ ନଇଁ ଜଳରେ ମିଶିଯାଇଥିଲା ।


ଏମିତି ଭାବୁ ଭାବୁ ଆଖିରୁ ଲୁହ ଝରି ଯାଉଥାଏ । ଉଠି ବସିଲି ଗଛ ମୂଳ ରେ ଦେଖିଲି ଚାରିଆଡେ ସବୁ କିଛି ଶୂନଶାନ ଅଛି । ଯେମିତି ବହୁତ ବର୍ଷରୁ ମୋ ଖୁସି ଚାଲିଯାଇଛି ପୁଣି ଚାଲୁଚି ଆଗକୁ ଆଉରି ଆଗକୁ ରାସ୍ତା ଜାଣିନି ସବୁ କିଛି ଅଜଣା ତଥାପି ପାଦ ଚାଲୁଚି ଆଗକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller