ସ୍ବପ୍ନ ସବୁକୁ କବର ଦେଇ ସାରିଲା ପର
ସ୍ବପ୍ନ ସବୁକୁ କବର ଦେଇ ସାରିଲା ପର
କୋଉଠି ଗୋଟେ ଗପ ପଢିଥିଲି , ଗୋଟେ ଗୁଣ୍ଡୁଚି ମୂଷା ଥିଲା , ଖୁବ ମନଦେଇ ନିଷ୍ଠାର ନିଜ କାମ ସହ କରେ , ଆବଶ୍ୟକତାଠୁ ଅଧିକ କାମ କରି ମଧ୍ୟ କେବେ ଦୁଖୀ ହୁଏନି କାରଣ ଜଙ୍ଗଲର ରାଜା ସିଂହ ତାକୁ ଦଶବସ୍ତା ପେସ୍ତା ବାଦାମ ଦବ ବୋଲି ପ୍ରତିଶୃତି ଦେଇଥିଲା ।
ଯେବେଯେବେ ହାଲିଆ ହେଇ ଭାବେ ଟିକେ ବିଶ୍ରାମ ନେଇଯିବି , ସେବେସେବେ ତାର ମନେ ପଡିଯାଏ ଦଶବସ୍ତା ପେସ୍ତା ବାଦାମ କଥା ।
ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ପୁଣି ସେଇ ଥକାହରା ଶରୀର ନେଇ କାମରେ ଲାଗିଯାଏ ।
ଯେତେବେଳେ ଅନ୍ୟ ଗୁଣ୍ଡୁଚି ମାନଙ୍କୁ ହସଖୁସିରେ ଖେଳୁଥିବାର ଦେଖେ ତାର ବି ମନ ହୁଏ ତାଙ୍କ ସହ ମିଶି ଜୀବନକୁ ଉପଭୋଗ କରିବାକୁ ଠିକ ସେଇ ସମୟରେ ଦଶବସ୍ତା ପେସ୍ତାର ସ୍ବପ୍ନ .......
ଏ କାହାଣୀର ସିଂହ ଖୁବ ଇମାନଦାର ଥିଲା ସେ ଗୁଣ୍ଡୁଚି କୁ ଠକି ଦେବାକୁ ବସି ନଥିଲା ।
ଏମିତି ସମୟ ଗଡି ଚାଲିଲା ।
ଗୁଣ୍ଡୁଚିର ସେଇ ସ୍ଵପ୍ନର ଦିନ ଆସିଲା
ସିଂହ ତା କଥା ମୁତାବକ ଦଶବସ୍ତା ପେସ୍ତା ବାଦାମ ଦେଇ ଗୁଣ୍ଡୁଚିକୁ ତା କାମରୁ ଅବ୍ୟାହତି ଦେଲା ।
ଦଶବସ୍ତା ପେସ୍ତା !!
ତା ଉପରେ ଗୁଣ୍ଡୁଚି !!
ବସି ଭବିଲା ଏବେ ଏସବୁ ମୋର ଆଉ କି କାମରେ ଆସିବ ??
କାମ କରି କରି ଦାନ୍ତ ସବୁ ତ ଘୋରି ହେଇ ଯାଇଛି, ଏଗୁଡା ଖାଇବି କେମିତି ??
ଏହିଟା ହିଁ ଏ ଭୋଗବାଦୀ ଦୁନିଆର ନିଛକ ସତ୍ୟ ।
କର୍ମମୟ ଜୀବନର ୬୦ ବର୍ଷ ପରେ ଅବ୍ୟାହତି ନେଇ ଯେଉଁ ବ୍ୟାଙ୍କ ବାଲାନ୍ସ କି ଅନ୍ୟ କୋଉ ଆକାରରେ ଯାହା ବି ମିଳିଥାଏ ସେସବୁକୁ ଭୋଗ କରିବାର କ୍ଷମତା ଆଉ ସେ ଗୁଣ୍ଡୁଚି ମାନଙ୍କର ନଥାଏ ।
ସେତେବେଳକୁ generation ବଦଳି ଯାଇ ଥାଏ ।
ପିଲାଙ୍କ କଥାରେ ଘର ଚାଲୁଥାଏ ।
ନିଜ ଗାଁ ଠୁ ଅଧଘଣ୍ଟାର ରାସ୍ତା ହେଉ ପଛେ ସହରର ତଳ ଅଂଚଳର କୋଉ ଗୋଟେ ଆପାର୍ଟମେଣ୍ଟ ରେ ଫ୍ଲାଟ ଖଣ୍ଡେ କିଣିବା ପାଇଁ କେତେ ଇଚ୍ଛାକୁ କବର ଦବାକୁ ପଡେ ??(ସେତିକି ପଇସାରେ ଗାଁ'ରେ ଫାର୍ମଟେ କରି ହେଇଥାନ୍ତା)
ପଡିଶା ଘର କାରକୁ ତୁଳନା କରି ତା ଠୁ ବଡ ଗାଡିର EMI ସୁଝୁ ସୁଝୁ 7 ବର୍ଷ କେମିତି ଆଇଂଷ ଛାଡିବାକୁ ପଡେ, ସେକଥା କିଏ ବୁଝେ ?
ଗାଁ ରୁ ଆସୁଥିବା ପ୍ରିୟଜନ ମାନଙ୍କୁ ବ୍ୟସ୍ତ ଥିବା ବାହାନା ଦେଖେଇ ଦେଖେଇ ସେ ଗୁଣ୍ଡୁଚିମାନେ ପୁରା ଅସାମାଜିକ ହେଇ ଯାଇଥାନ୍ତି, ଖାସ ଦଶବସ୍ତା ପେସ୍ତା ଲୋଭରେ ।
କି ଲାଭ ସେ କଷ୍ଟର ??
କି ଲାଭ ସେ ପଇସାର ଯୋଉଥି ପାଇଁ ସାରା ଜୀବନ ବିତିଗଲା ଅଥଚ ତାକୁ ଉପଭୋଗ କରି ହେଲାନି ??
ତାରି ଗାଁ ସାଙ୍ଗ ଚକରା ମକରା ମାନେ ଏବେବି ଏ ବୟସରେ ଖୁବ ମନଭରି ବଞ୍ଚୁଛନ୍ତି ,
ନିତି ସନ୍ଧ୍ୟାରେ ଭଗବତ ଟୁଙ୍ଗୀରେ ବଡ ପାଟିରେ ପାଳି ଧରୁଛନ୍ତି ।
ନିଜ ପାଇଁ ସ୍ଵପ୍ନ ଦେଖୁ ଦେଖୁ ଏ ଗୁଣ୍ଡୁଚି ମାନେ ସମାଜକୁ ପୂରାପୂରି ପାସୋରି ଦିଅନ୍ତି ।
ନିଜ ସ୍ଵପ୍ନ ସବୁକୁ କବର ଦେଇ ।
ଆସ
ସ୍ଵପ୍ନଟେ ଦେଖିବା.....
କ୍ଷୁଧାମୁକ୍ତ ସମାଜର !
ଆସ...
ତା ସ୍ଵପ୍ନ, ମୋ ସ୍ଵପ୍ନ ସମସ୍ତକ ସ୍ଵନକୁ ମିଶେଇ ସ୍ଵପ୍ନଟେ ଦେଖିବା
ଆଉ କୋଉ ସ୍ଵପ୍ନକୁ କବର ଦବାନି ।