STORYMIRROR

Dr Jharana Satapathy

Tragedy Inspirational

3  

Dr Jharana Satapathy

Tragedy Inspirational

ସାଵତମାଆର କପଟତା

ସାଵତମାଆର କପଟତା

2 mins
283

ଏ ମାଆ ତୁମର କଣ ହୋଇଛି ? ତୁମେ ମତେ ଖୁଆଉଛ ପରା । ଏପଟେ ତୁମର ଆଖିରୁ ଧାର ଧାର ଅଶ୍ରୁ ବାହାରିଆସୁଛି। ଦେଖ ମୋ ପାଟିରୁ ଭାତ ସରିଗଲାଣି ଆଉ ଟିକେ ଖୁଆଇଲ। ଆହାଃ କି ଟେଷ୍ଟି ! ଆଜି ଖାଇବାକୁ ମତେ ଭାରି ସୁଆଦିଆ ଲାଗୁଛି। ଯେତେ ଯାହାହେଉ ପଛେ ମୋ ମାଆ ହାତ ରନ୍ଧା ଭାରି ବଢିଆ। 


କଣ ଆଖିରେ ପଡିଗଲାକି ମାଆ ! 


ତୁମେ ଖାଲି କାନ୍ଦୁଛ !


ଏପଟେ ଦେଖିଲ ମାଆ ତୁମ ଆଖି ଫୁଙ୍କି ଦେବି। ଏପଟେ ଚାହିଁଲ ମାଆ ମୋ ସାର୍ଟଟିରେ ତୁମ ଆଖିକୁ ଆଫା ଆଫା କରିଦେବି। ପ୍ଲିଜ କାନ୍ଦନି ମାଆ।


ଓଃ ମୁଁ ବୁଝିପାରିଲି ଏଥର ସେ ସାବତମାଆ ଚଳଚିତ୍ରଟି ଦେଖି ତୁମେ କାନ୍ଦୁଛ ! ଅସଲ କଥା ତାହାହେଲେ ଏୟା ଆଉ। ତୁମ ଆଖିରେ ଏଥିପାଇଁ ଏତେ ଲୁହ।


 ଏ ମାଆ ମତେ ତୁମେ ଖୋଇବ ନା ତୁମେ ଏମିତି କାନ୍ଦୁଥିବ। ତା ସାବତ ମାଆ ସେ ପିଲାଟିକୁ କେତେ କଷ୍ଟ ଦେଉଛି ନା । ଏ ମାଆ ତୁମେ କହିଲ ସାବତ ମାଆ କିଏ ! ମୁଁ ତ ଜାଣେ ମାଆ ତ ମାଆ। ପୁଣି ସାବତ ମାଆ କେଉଁଠୁ ଆସେ ! 


ହଁ ମୁଁ ଶୁଣିଛି ଅଳ୍ପ ଅଳ୍ପ ,ମୋ ସାଙ୍ଗ ସୁନିଠୁ ସତସତିଆ ସାବତମାଆ ଵିଷୟରେ । ତାର ନିଜ ମାଆ ମରିସାରିଲା ପରେ ତା ବାପା ଆଉ ଗୋଟେ ନୂଆ ମାଆ ଆଣିଛନ୍ତି। ତାକୁ କହନ୍ତି ପୁଣି ସାବତ ମାଆ। ଏଇ କଥା ନା ମାଆ। କୁହ ନା ମାଆ। ସାବତ ମାଆମାନେ ପୁଣି ବେଶି ରାଗି। ଭାରି ମରାଧରା କରନ୍ତି। 


ମାଆ ତୁମର ଯଦି କଣ ହୋଇଯାଏ ବାପା ଆଉ ଗୋଟେ ନୂଆ ମାଆ ଆଣିଦେବେ। ମୁଁ ଯମା ସହିପାରିବିନି ଏ ମାଡଗାଳି। ଶିବୁକୁ ଜଣାନଥାଏ ଯାହାକୁ ନିଜ ମାଆ ବୋଲି ଭାବୁଛି ସିଏ ତାର ସାବତ ମାଆ। ଆଜି ତା ମାଆ ହାତରୁ ଖାଇବାକୁ ବସିଛି ଵିଶ ଗୋଳାଦିଆ ଭାତ ଆଉ ଡାଲି।


ଲୁହ ଟଳମଳ ଆଖିରେ ଶିଵୁର ମାଆ ଭାବୁଥିଲା କଣ ଭୁଲ କରିଛି ନିଜେ ।


ଶିବୁକୁ ଛାତିରେ ଚାପି ରଖି ମନ ଭରି କାନ୍ଦିଲା, ଶିବୁ କିଛି ବୁଝି ନ ପାରି ତା ମାଆ କାନ୍ଦିବା ଦେଖି ସେ ବି କାନ୍ଦି ଉଠିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy