KAMALKUMAR DASH

Comedy

3  

KAMALKUMAR DASH

Comedy

ସାଙ୍ଗ

ସାଙ୍ଗ

2 mins
11.6K


      

କରୋନା ଡ଼ରରେ ଚାରି ଆଡେ କେତେବେଳେ ଲକ ଡାଉନ ତ କେତେବେଳେ ସର୍ଟଡାଉନ ଚାଲିଥାଏ । ହେଲେ ରେଲୱେ କଣ୍ଟ୍ରୋଲ ରୁମରେ 24ଘଣ୍ଟା କାମ ଚାଲିଥାଏ  । ମିଶ୍ର ବାବୁ ଡିଉଟି ଆସିଲେ 40 କିମି ବାଟରୁ । ତାଙ୍କ ସାଙ୍ଗରେ 4 ପ୍ରକାରର ସାନିଟାଇଜର ,ହାତରେ ଗ୍ଳୋବ୍ସ ,ମୁଣ୍ଡ ରେ ଟୋପି ଗୋଡ଼ରେ ବୁଟ ଓ ଆଖିରେ ବଡ଼ ଚଷମା । ତାଙ୍କର କରୋନା କୁ ଡର ବହୁତ କାରଣ ତାଙ୍କର ସୁଗାର ଟିକେ ଅଧିକା ହୋଇଯାଇଛି । ଏ ସବୁ ପିନ୍ଧିଲା ପରେ ସେ ନିଜ କାର ଚଳାଇ ଘରୁ ଆସି ପହଁଚିଲେ ଅଫିସ୍ ରେ । ଡ୍ରେସ ପତ୍ର କାଢି ପାଖ ଖାଲି ଟେବୁଲ ରେ ରଖିଲେ ଓ ସାନିଟାଈଜ କରୁଥିବା ପିଲାଙ୍କୁ ଡାକ ମାରିଲେ । ପିଲାମାନେ ଆସି ତାଙ୍କ ଟେବୁଲ ଚେୟାର ଓ ପାଖ ସବୁ ଏରିଆ ରେ ସାନିଟାଇଜର ସ୍ପ୍ରେ କରି ଗଲେ । ତା ପରେ ସେ ନିଜେ ବ୍ୟାଗ ରୁ ଡେଟଲ କାଢି ସବୁ ଫୋନ ଓ କମ୍ପୁଟର କିବୋର୍ଡ ଓ ମାଉସ କୁ ପୋଛିଲେ । ମାଉସପ୍ୟାଡ ନୋଟ ଖାତା ପେନ ସେଥିରୁ ବଡ଼ ଗଲାନି । ଶେଷରେ ନିଜେ ଦିଟା ସାନିଟାଇଜରରେ ହାତ ଧୋଇ କାମ ଆରମ୍ଭ କରିବାକୁ ବସିଲେ ।


ଠିକ ଏତିକି ବେଳେ ପାଖ ସିଟ୍ ର କଣ୍ଟ୍ରୋଲର ମହାନ୍ତି ବାବୁ ତାଙ୍କ ପାଖକୁ ଆସିଲେ ଓ ପିଠିରେ ହାତ ମାରି କହିଲେ ଭାଇ ଆଜି ତମ ଗେଟପଟା ମସ୍ତ ଥିଲା । ମିଶ୍ରବାବୁ ତାଙ୍କ ମନ ଖୁସି କରିବାକୁ ଥାଙ୍କସ ଭାଈ କହିଲେ ହେଲେ ତାଙ୍କ ମନ ଭିତରଟା ଗୋଳେଇ ଘାଣ୍ଟି ହୋଇଗଲା କାରଣ ମହାନ୍ତି ବାବୁ ଆଜିହିଁ 15ଦିନ କ୍ୱାରେଣ୍ଟାଇନ ରୁ ଫେରିଥିଲେ । ମିଶ୍ରବାବୁ କଣ କରିବେ ଭାବିପାରିଲେ ନାହିଁ । ଟିକେ ଦୂରରେ ବସିଥିବା ଆସିଷ୍ଟାଣ୍ଟ କୁ ଡାକିଲେ ଓ କହିଲେ ବାବୁ ମୋ ପିଠିଟା ଟିକେ ସାନିଟାଈଜ କରିଦେଲୁ । ଆସିଷ୍ଟାଣ୍ଟ 10 ମିନିଟ ଧରି ଅଲଗା ଅଲଗା ସାନିଟାଇଜର ତାଙ୍କ ପିଠିରେ ସ୍ପ୍ରେ କଲା ମାତ୍ର ତାପରେ ସାର୍ଟ ଟା ଓଦI ହୋଇଗଲା । ସେ ସାର୍ଟ ତା କାଢି ଶୁଖାଇଦେଲେ ଓ ଘରୁ ପିନ୍ଧି ଆସିଥିବା ରେନ କୋଟି ପିନ୍ଧି ବସିଲେ । ମହାନ୍ତି ବାବୁ ଦୂରରୁ ଏ ସବୁ ଦେଖି ହସି ହସି ଆସିଲେ ଓ ମିଶ୍ରବାବୁଙ୍କ ପାଖରେ ଠିଆ ହୋଇ କହିଲେ ବାବୁ ମୋର କରୋନା ପଜେଟିଭ ବାହାରିନି ଏତେ ଡରନି । ମିଶ୍ରବାବୁ କହିଲେ ଭାଈ ମତେ ବହୁତ ଡର ଲାଗୁଛି ପ୍ଲିଜ ଆପଣ ମତେ କ୍ଷମା କରନ୍ତୁ । ମିଶ୍ରବାବୁଙ୍କ ଡର ଦେଖି ପୁରା ଅଫିସ ହସିଉଠିଲା ।  

 



Rate this content
Log in

Similar oriya story from Comedy