ସାଗର
ସାଗର
ଜଳ ହିଁ ଜୀବନ, ବିବେକ ସମୁଦ୍ର କୂଳରେ ବାଲି ରେ ବସି ଭାବିଜାଉଛି କେତେ କଅଣ। ସମୁଦ୍ରତ ବିଶାଳ। ସମୁଦ୍ରକୁ ଦେଖିଲେ ମନରେ କେତେ ସବୁ ଭାବନା ଉଙ୍କିମାରେ ତାହା କଳ୍ପନା ବାହାରେ।ଆଖି ପାଉନଥିବା ସୀମାହୀନ ସାଗାରକୁ ଦେଖି ମଣିଷର ଭାବନା ସେମିତି ଅମିମାସିତ ରହିଯାଏ। କାରଣ ଯିଏ ବିଶାଳ ତାର ତତ୍ତ୍ଵ ମଧ୍ୟ ଗଭୀର । ଖୁଦ୍ର ମାନବ କେବଳ ପ୍ରଣିପାତ ଢାଳେ।
ବିବେକର ମନେପଡେ, ସେ ତାର ବୁଢ଼ୀମା ପାଖରେ ବସି ଶୁଣୁଥିବା ଗପ। ସମୁଦ୍ର ମନ୍ଥନ କରି ଦେବତା ଅସୁର ମାନେ ପାଇଥିଲେ ଅମ୍ବୃତ। ଯାହାକୁ ପାନ କରି ଦେବତା ମାନେ ହୋଇଗଲେ ଅମର। ଆଉ ଅସୁର ମାନେ ଦେବତା କଂ ଦ୍ୱାରା ପରାସ୍ତ ହୋଇଥିଲେ। ମାତା ଲଷ୍ମୀ ସମୁଦ୍ରରୁ ଜାତ।ତେଣୁ ତାଙ୍କ ନାମ ଖୀରାଦ୍ଧିତନୟା।ଲଷ୍ମୀ ମଙ୍ଗଳମୟୀଦେବୀ ଅର୍ଣ୍ଣପୂର୍ଣା । ଜଗତନ୍ନାଥକଂ ସହଧର୍ମିଣୀ ସମୁଦ୍ରର ଗର୍ଜନ ଶୁଭେନାହିଁ ଶ୍ରୀମନ୍ଦିରକୁ।ଯେହେତୁ ଶଶୁର ସମୁଦ୍ର ନିଜ ଝିଅଓ ଜ୍ୱାଇଁଙ୍କୁ ସଂମାନ ଦେଇ ସିଷ୍ଟତା ସହିତ ଅଛନ୍ତି। ସାଗରର ନିକଟରେ ଶ୍ରୀମନ୍ଦିର ଥାଇଁ ଗର୍ଜନ ଶୁଭେ ନାହିଁ ।
ପ୍ରକୃତି ସହିତ ଜୀବନକୁ ଜଡିତ କରିବା ସୃଷ୍ଟିର ନିୟମ। ମଣିଷ ନିଜ ସୀମାରୁ ଡେଇଁ ପ୍ରକୃତିର ଯେତିକି କ୍ଷତି କରୁଛି ,ସେ କ୍ଷତି ନିଜ ପାଇଁ ।ଦୁଖଦାୟକ ପରିସ୍ତିତିକୁ ସାମ୍ନା କରିବାକୁ ପଡୁଛି।
ବିବେକ ସାଗରକୁ ଦେଖ ଯାହାସବୁ ମନରେ ଭାବନା ତାର ଶେଷ ନାହିଁ କି ଵିଚାରର ସମାପ୍ତ ହୁଏନି। ଆଖି ଖୋଲି ଦେଖିବାପରେ ଏବେ ଆଖିବନ୍ଦକରି ଦେଖିବାକୁ ଗଲା ବିବେକ।ଶାନ୍ତ ସରଳ ମନକୁ ନେଇ ଦେଖୁଛି ସାଗର ଅସୀମ ହୋଇ ମଧ୍ୟ ସୀମା ଉଲଘଂନ କରିନି । କେବେ ତାର ସୀମାକୁ ଟପିନି। ଜଣେ ସୀମା ଡେଇଁ ଯେଉଁସବୁ ଭୂଲ କରେ ତାହା କେବଳ ବ୍ୟକ୍ତିର ଅହଙ୍କାର ଓ ସଂକୀର୍ଣ୍ଣତା।
ସାଗରର ବିଶାଳତା ବିବେକର ମନକୁ ଅଥୟ କରୁଛି । ପ୍ରଚାର ବା ବିଜ୍ଞାପନ ନୁହେଁ ଜୀବନ ବରଂ ଅନୁସନ୍ଧାନ ଅନୁଭୂତି।ବିଳାସ କି ଅସ୍ଥିର ନୁହେଁ।ବରଂ ଗମ୍ଭୀର। ଯେ ଗମ୍ଭୀର ସେହିଁ ଗଭୀର ।
