Biswa Bharati Dash

Inspirational Tragedy Drama

3  

Biswa Bharati Dash

Inspirational Tragedy Drama

ସ୍ଵାଧୀନତା / ଇଣ୍ଡିପେଣ୍ଡେସି

ସ୍ଵାଧୀନତା / ଇଣ୍ଡିପେଣ୍ଡେସି

7 mins
7.3K


- ଆରେ, ଲୀନା ! କେମିତି ଅଛ ! 

- ହଁ , ଖୁବ୍ ଭଲ । ଆଉ ତୁମେ ?

- ହାଃ ହାଃ ପୁରା ବିନ୍ଦାସ୍ ... ଫୁଲ୍ ଇଣ୍ଡିପେଣ୍ଡେଟ୍ ।

- ମାନେ ? କ'ଣ ତୁମେ ସାଙ୍ଗରେ ଥିଲ ପରାଧୀନ ଥଲ ??

- ବୋଧହୁଏ , କିଛି ଲୋକଙ୍କ ମତରେ ! କାହିଁକି , ତୁମର କିଛି ପ୍ରୋବ୍ଲେମ୍ ହେଉଛି କି ?

- ଉଁ ..? ନା ନା ମୋର କାହିଁକି କିଛି ପ୍ରୋବ୍ଲେମ୍ ହେବ ? କିନ୍ତୁ ଜାଣେ ତୁମେ ମୋ'ଠୁ ଦୂରରେ ରହି , ବହୁତ୍ ଛଟପଟ୍ ହେଉଥିବ !

- ଓଃ ... ବହୁତ୍ କିଛି ବୁଝି ପାରୁଛ ଏବେ ... ନା ଇମୋସନାଲ୍ ଆଟାକ୍ କରୁଛ ? ଓକେ ,ଟେକ୍ କେୟାର । ସି ୟୁ ।( ଶୀଘ୍ର ଚାଲି ଗଲେ,ବାଟ ଭାଙ୍ଗି )

-ହୈ... ପ୍ଲିଜ୍ ୱେଟ୍ ଅବିନାଶ୍ । ଟିକେ ଶୁଣନା !! ....( ଅବିନାଶ୍ ଚାଲିଗଲେ ଖୁବ୍ ଶୀଘ୍ର )....

ଓଃ , ଏତେ ଶୀଘ୍ର ଯାଅନି .... ପ୍ଲିଜ୍.... !! କେମିତି କହିବି ମୁଁ ସବୁଦିନ ପାଇଁ ଏବେ ତୁମରି ଅଧିନରେ ରହିବାକୁ ଚାହେଁ ଅବିନାଶ୍ ! ମୁଁ ସବୁଜିମା ଚାହେଁ , ପୂର୍ଣ୍ଣତା ଚାହେଁ !!! ବହୁତ୍ କଷ୍ଟକର ଏ ସ୍ଵାଧୀନତା ପୂର୍ଣ୍ଣ ଜୀବନ, ଆଉ ପାରୁନି .....

- ଆରେ ,ଅବିନାଶ୍ କେମିତି ଅଛୁ ?  

- ହୁଁ, ଭଲ, ଏଜ୍ ୟୁଜୁଆଲ୍ !

- ଆଉ , ଲୀନା କେମିତି ଅଛି ? ଆଉ ମେମ୍ବର୍ ବଢ଼ିଲେଣି ନା ଆହୁରି ଏଞୋୟ କରିବ ଲାଇଫ୍ କୁ ? ଯାହେଉ , ବହୁତ୍ ଖୁସି ଲାଗେ ତୁମ ଦୁଇ ଜଣଙ୍କର କେମିଷ୍ଟ୍ରି । ରିୟେଲି ,ମେଡ୍ ଫର୍ ଇଚ୍ ଅଦର୍ । ଭଗବାନଙ୍କର ଆଶୀର୍ବାଦ ସବୁବେଳେ ଏମିତି ଥାଉ ତୁମ ଦୁଇଜଣଙ୍କ ଉପରେ ।

- ହୁଁ ..... ( ମୁଣ୍ଡ ଟୁଙ୍ଗାରି ଫିକା ହସଟିଏ ଆଙ୍କି ଦେଲେ ଡଃ. ଅବିନାଶ୍ )

- ଆଉ ତୋ ଖବର୍ କ'ଣ୍ ? ଚାଲ୍ ଟିକେ କଲେଜ ଗ୍ରାଉଣ୍ଡ୍ ରୁ ବୁଲି ଆସିବା । ଆଜି ପରା ଅଗଷ୍ଟ ପନ୍ଦର !! 

- ମୁଁ ପୁରା ସ୍ୱାଧୀନ .... ଫ୍ରି , ଏଜ୍ ୟୁଜୁଆଲ୍ ବ୍ୟାଚ୍ଲର୍ ଲାଇଫ୍ .... ହା ହା ହା ।

- ମାନେ ?? ବାହା ହୋଇନୁ ନା ....

- ଛାଡ଼୍ ,ପରେ କେବେ ପୁଣି ଗପିବା । ଆରେ ହେଇ ଦେଖେ ସେଇ କୋଡ଼ିଏ ବର୍ଷ ତଳର ସେଇ ସ୍ମୃତିଗୁଡିକ ମୋ ଆଖି ଆଗରେ ଏବେ ବି ଜଳଜଳ ଦିଶୁଛି ... ସେଇ ହିରୋ ଅବିନାଶ୍ ଓ ହିରୋଇନ୍ ଲୀନା । 

- ଓଃ , ଲୀନା, ତୁମେ ଏ ଧଳା ଚୁଡିଦାରରେ .... ମୋର ପସନ୍ଦ ନୁହେଁ ,ପ୍ଲିଜ୍ !

- କାହିଁକି ?? ଧଳା ରଙ୍ଗ ତ ଶାନ୍ତିର ପ୍ରତୀକ !!

- ନା, ଅନ୍ତତଃ ତୁମକୁ ଏ ସଂପୂର୍ଣ୍ଣ ଶ୍ୱେତ ବସ୍ତ୍ରରେ ମୋ ଆଖି ଦେଖି ପାରିବନି । ମୁଁ ସବୁଜିମା ପୂର୍ଣ୍ଣ ଲୀନାଟିଏ ଚାହେଁ !

- ଠିକ୍ ଅଛି , ତେବେ ରଙ୍ଗ ଭରିଦିଅ ....

- ରଙ୍ଗ ତ ନିଶ୍ଚିତ ଭରିବି .... କିନ୍ତୁ ଆମ ଏ ଜାତୀୟ ପତାକାର ରଙ୍ଗ ହିଁ ଭରିବି ...

- ଏଁ !!! ଆରେ ମୁଁ କ'ଣ ଭାରତ ମାତା ? ଜାଣିଛି ତୁମେ ସମାଜ ପ୍ରତି ଖୁବ୍ ମାତ୍ରାରେ କର୍ତ୍ତବ୍ୟ ପରାୟଣ । ହେଲେ ମୋ ପାଇଁ ତ ମୋ ଅବିନାଶ୍ ନା ? .... ଆଚ୍ଛା , କହିଲ ତୁମେ ମୋ ଦେହରେ ଏଇତକ ରଙ୍ଗ ହିଁ କାହିଁକି ଭରିବ ??

- ଭଲରେ ଅନୁଧ୍ୟାନ କଲେ ଠିକ୍ ବୁଝି ପାରିବ ,ଆମ ତ୍ରିରଙ୍ଗାର ତିନୋଟି ରଙ୍ଗର ଅର୍ଥ କ'ଣ ...

ଦୂର ଦିଗ୍ ବଳୟର ନାରଙ୍ଗୀ ରଙ୍ଗ ଆକାଶର, ଧରିତ୍ରୀର ରଙ୍ଗ ସବୁଜ , ସଂପୂର୍ଣ୍ଣ ସବୁଜିମାର ଆଉ ସେଇ ଦୁଇଟିର ମଧ୍ୟ ଭାଗ ବାୟୁମଣ୍ଡଳ। ଯାହା ସଂପୂର୍ଣ୍ଣ ରଙ୍ଗହୀନ, ଗନ୍ଧହୀନ ଓ ରୂପହୀନ। ତା' ମଧ୍ୟରେ ଏକ ଏମିତି ଚକ୍ର ,ଯାହା ସ୍ଥଳ ଭାଗର ସବୁଜିମାରୁ ଜଳ ଭାଗ ଆକାଶ ପର୍ଯ୍ୟନ୍ତ ଓ ଆକାଶର ଭାସମାନ ଜଳଭାଗ ଧରିତ୍ରୀକୁ ଦିଏ, ଜୀବନ ଚକ୍ର , ଜଳ ଚକ୍ର , ୠତୁ ଚକ୍ର , ଚବିଶ୍ ଘଡ଼ିର ଆବର୍ତ୍ତମାନ ମୂହୁର୍ତ୍ତର ସଂକେତ । ସୃଷ୍ଟିର ଚକ୍ରଟିଏ। 

- ଓଃ ... ସେ ଫିଲୋସୋଫି ଛାଡ଼ି, କହିଲ ଆମେ କେବେ ଆମର ଜୀବନ ଚକ୍ରରେ ବାନ୍ଧି ହେବା ??

- ଠିକ୍ କହିଲ । ଆମ ଜୀବନ ବି ଏକ ଚକ୍ର

ସ୍ୱାଧୀନ - ପରାଧୀନ - ସ୍ୱାଧୀନ !!

- ମାନେ ??

- ଜନ୍ମରୁ ଯୌବନ ( ସ୍ବାଧୀନ )  

 ବିବାହ ବନ୍ଧନ ( ପରାଧୀନ )

 ବିବାହ ବିଚ୍ଛେଦ ବା ମୃତ୍ୟୁ ( ସ୍ବାଧୀନ )

- ଆଚ୍ଛା ?? ତେବେ ବିବାହ ପରାଧୀନତା??

- ହଁ !! ନୁହେଁ କି ?? ମୁଁ ତୁମର ଓ ତୁମେ ମୋର ଅଧୀନ ହୋଇଯିବା !!

- ନା ନା ମୁଁ ସେମିତି ଜୀବନ ଚାହେଁନା !

- ତେବେ !!

- ମୁଁ ତୁମର ହୋଇ ସାରିବା ପରେ ତ ସଂପୂର୍ଣ୍ଣ ସ୍ବାଧୀନ ହୋଇଯିବି । ବରଂ ଏବେ ପରାଧୀନ ଅଛୁ !

- ଆଚ୍ଛା ?? ହଉ , ସମୟ ସବୁର ଉତ୍ତର ଦେବ ।

- ଓଃ... ମୋର ସବୁ କଥାରେ ତୁମର ଓବଜେକ୍ସନ୍ !!

- କାହିଁ, କେତେବେଳେ ? ବାସ୍ , ଏମିତି ଡ୍ରେସ୍ ପିନ୍ଧନି । ଆଉ ତ କିଛି କହିନି ??

- କାହିଁକି ଏତେ ଖରାପ ଲାଗୁଛି ? ଅନ୍ୟ ଝିଅ ମାନେ ପିନ୍ଧିଲେ ତ ବହୁତ୍ ଟେକୁଛ ! ଓଃ କି ଫିଗର୍, କି ହାଇଟ୍ , କି ମସ୍ତ ଲାଗୁଛି ... ବଟ୍ ମୋ ପାଇଁ କାହିଁକି ଏ ହୀନ ମନ୍ୟତା ??

- ଓଃ , ମୁଁ ତୁମକୁ ବୁଝେଇ ପାରିବିନି ଲୀନା ! ତୁମେ ମୋ ସ୍ତ୍ରୀ !! ତୁମକୁ ମୁଁ ସେମିତି କିଛି ବି କହିନି । କାହିଁକି ଅଯଥାରେ ଏତେ ଭିଣୁଛ ସବୁକଥାକୁ ??

- ହୁଁଃ .... ନ କହି ନ କହି ବହୁତ୍ କିଛି କହିଦିଅ ତୁମେ । ବାସ୍ ନିଜର କ୍ଲିନ୍ ଚିଟ୍ ଦେଖାଇ ପାର ସୁନ୍ଦର ଭାବେ , ଯେମିତି କିଛି ବି ଭୁଲ୍ ନୁହେଁ ତୁମେ !

- ଓଃ , ପ୍ଲିଜ୍ ଷ୍ଟପ୍ ଇଟ୍ ! ଏନଫ୍ ଇଜ୍ ଏନଫ୍ ! ଉଫ୍ !! ଫର୍ ଗଡ୍ ସେକ୍ , ଟିକେ ଚୁପ୍ ରୁହ ଲୀନା !

- ଏତେ ରେଷ୍ଟ୍ରିକ୍ସନ୍ ଭିତରେ ମୋତେ ରଖିବ, ଭାବିନଥିଲି । ଏତେ ବଡ଼ ଡକ୍ଟର୍ , ବଟ୍ ଏତେ ଲୋ ମେଣ୍ଟାଲିଟି ! ଛିଃ !

- ଓକେ , ବାବା ସରି ! ପ୍ଲିଜ୍ , ପ୍ଲିଜ୍ ଲୀନା , ମୁଁ ତୁମ ମନରେ କେବେ ବି କଷ୍ଟ ଦେଇ ପାରିବିନି ।ସରି ,ସରି.....

- ଯାଃ ... ଛାଡ଼। 

- ଓଃ, ..... ଆଜି ଏତେ ରୋଗୀ !! ତା ସାଙ୍ଗକୁ ଦୁଇଟା ମେଜର୍ ଅପରେସନ୍ !! କାଫି ଟାୟାର୍ଡ ଲାଗୁଛି । ଟିକେ ଚା'କପେ ହବ କି ? 

- ମୁଁ କିଛି ପଚାରିଛି କି ? ଏତେ ଏକ୍ସପ୍ଲାନେସନ୍ କାହିଁକି ?? ଆଉ, ଚାହା ? ଟିକେ ଟାଇମ୍ ଦେଖ । ଅଲ୍ ରେଡି ଲେଟ୍ । ରାତି ସାଢ଼େ ୧୧ ଟା ! ଏମ୍ ଭେରି ଟାୟାର୍ଡ ଠୁ ! 

- ଆରେ !! ସତ କଥାତ ! ଓକେ ସରି । ଠିକ୍ ଅଛି ଚାଲ ଡିନର କରିନେବା ।ତୁମେ ବଢ଼ାବଢ଼ି କର,ମୁଁ ଫ୍ରେସ୍ ହୋଇ ଆସୁଛି ।

- ଖାଇବା ଡାଇନିଂରେ ରଖି ଦେଇଛି । ଖାଇ ପିଇ ଶୋଇ ପଡ଼ିବ । ମୁଁ ଖାଇ ନେଇଛି । ଯାଉଛି ଶୋଇବି।

- ଓକେ, ଭଲ କରିଛ ଖାଇ ନେଲ । ବଟ୍ , ମୋ ପାଖରେ ବସିବନି ଟିକେ ? 

- ହୁଁଃ ... ଯଦି ସମାନ କଥାଟା ମୁଁ ତୁମକୁ କହେ ? ତୁମେ ମୋତେ କେତେ ସମୟ ଦେଉଛ ? ହିସାବ ଦେଇପାରିବ ? କ'ଣ ନା ବସ !! 

- ଲୀନା !!!!!!!! ଏତେ ବୁଝୁଥିଲ .... ଏତେ ଭଲ ପାଉଥିଲ .... ଅଥଚ ..... ଓଃ , ସମୟଟା ସତରେ ଶୀଘ୍ର କାହିଁକି ଲୁଚକାଳି ଖେଳେ ,ମଣିଷଙ୍କ ଜୀବନ ସହିତ , ବୁଝି ହୁଏନି ..... (ଏକ ଦୀର୍ଘଶ୍ୱାସ ଛାଡ଼ିଲେ)

- ଏସବୁ ବେକାର ବକ୍ବାସ୍ ଶୁଣାଅନି ମୋତେ । ଗୁଡ୍ ନାଇଟ୍ । 

- ଆଜି ପ୍ରିୟଙ୍କା ଆଉ ତା ଫ୍ୟାମିଲି ଆସିବେ ଆମ ଘରକୁ। ସେ ଡାକିଥିଲା ଆମେ ଯାଇ ପାରିନଥିଲୁ ବୋଲି , ସେମାନେ ଆସୁଛନ୍ତି , ଟିକେ ହସ୍ପିଟାଲରୁ ଶୀଘ୍ର ଆସିବ । 

- ଆରେ ,ମୋତେ ଟିକେ ଆଗରୁ କହିଲନି ! ମୁଁ ଆଜି ଅଫ୍ ନେଇ ରହିଥାନ୍ତି ! କିଛି ସମୟ ତ ତୁମ ସହିତ .. ଓଃ ଆଜି ତ ଗୋଟେ ଜରୁରୀ ମିଟିଂ ବି ଅଛି । ଆଚ୍ଛା, ସେମାନେ କେତେବେଳେ ଆସିବେ ?? 

- ସଂଧ୍ୟାରେ ... !!

- ଆଃ .... ମୋତେ କାଲିଠୁ ଟିକେ କହିନଥାନ୍ତ ?? ତୁମେ ବି ଆଜି ଲିଭ୍ ନେଇଛ ବୋଧେ ?

- ହଁ !! ନ ହେଲେ ଏତେ କାମ ସବୁ ଯେମିତି ତୁମେ କରିଥାନ୍ତ .... ସେମିତି କହୁଛ !

- ରିୟେଲି , ଦିସ୍ ଇଜ୍ ଠୁ ବ୍ୟାଡ୍ !

- ହ୍ବାୟ ? ହ୍ବାଟ୍ ହ୍ୟାପେଣ୍ଡ ?

- ଛାଡ଼ , ମୋ ବେଳା ଖରାପ .... ଠିକ୍ ବୁଝି ବି ଅବୁଝା ! ହଉ , ଆସୁଛି ।

- ପ୍ଲିଜ୍ ଲୀନା !! କାହିଁକି ଏମିତି ବାରମ୍ବାର ରୁଡ୍ ବିହେଭ୍ କରୁଛ ?? ଦୁନିଆରେ କୌଣସି ସ୍ବାମୀ ଏତେ ଫ୍ରୀ ନେସ୍ ତା ସ୍ତ୍ରୀକୁ ଦେଇ ନ ଥିବ, ଯେତିକି, ମୁଁ ତୁମକୁ ଦେଇଛି !! ତଥାପି ତୁମର ସେଇ ସମାନ କଂମ୍ପ୍ଲେନ୍ ସବୁଦିନ୍ ସବୁଦିନ୍ ??? ରିୟେଲି ଗେଟିଙ୍ଗ୍ ଫ୍ୟାଡ୍ ଅଫ୍ ଟୋଟାଲି । ଉଫ୍ !!

- ଫ୍ରୀ ନେସ୍ ? ଇଣ୍ଡିପେଣ୍ଡେସି ? ହୁଁଃ , ମାୟ ଫୁଟ୍ !!!

- ତୁମେ ଗୋଟାଏ ନିହାତି ସ୍ଵାର୍ଥପର ଲୋକଟିଏ । ନଥିଙ୍ଗ୍ ଏଲ୍ସ୍ ।

- ହ୍ବାଟ୍ ?? କ'ଣ କହୁଛ ନିଜେ ଜାଣି ପାରୁଛ ତ ?? 

- ହଁ , ପର୍ଫେକଟ୍ଲି ।

- ତାହେଲେ ତୁମେ କ'ଣ ଚାହଁ ଲୀନା ?!?!

- ଆଇ ୱାଣ୍ଟ୍ ଫ୍ରୀଡମ୍, ଇଣ୍ଡିପେଣ୍ଡେସି , ସ୍ଵାଧୀନ ହେବାକୁ ଚାହେଁ ।

- ଜାଣିଛ ଲୀନା ! ଜଣେ ନାରୀ ତା ଜୀବନରେ ତାକୁ ବୁଝି ପାରୁଥିବା ପୁରୁଷଟେ , ଶଙ୍ଖା ସିନ୍ଦୂର , ସାଂସାରିକ ସ୍ଵାଧୀନତା ଓ ପୂର୍ଣ୍ଣତା ଚାହେଁ। ଆଉ ପୁରୁଷଟେ, ଗୋଟିଏ ସୁନ୍ଦର ସାମ୍ରାଜ୍ୟ , ତାକୁ ସମ୍ଭାଳି ପାରୁ ଥିବା ଦାୟିତ୍ୱ ସଂପନ୍ନା ପତ୍ନୀଟିଏ ଓ ଉତ୍ତରାଧିକାରୀଟିଏ ଚାହେଁ । ଏସବୁରୁ ଆମେ କେଉଁଥିରୁ ବଞ୍ଚିତ , ତୁମେ ଠିକ୍ ଜାଣିଛ। କାରଣ ତୁମେ ହିଁ ଚାହିଁନଥିଲ ଓ ମୁଁ ବି ବାଧ୍ୟ କରିନି । ଲାଇଫ୍ କୁ ବେଶ୍ ଏଞୋୟ କରି ଚାଲିଛୁ ଆଜି ଯାଏ ! ଭଗବାନ କାହାକୁ ମା ହେବାରୁ ବଞ୍ଚିତ ରଖିଛନ୍ତି, ହେଲେ, ତୁମେ ନିଜକୁ ମା ହବାରୁ ବଞ୍ଚିତ ରଖିବାକୁ ଚାହିଁଲ । ଏମିତିକି ମୋତେ ପିତୃତ୍ଵରୁ ବଞ୍ଚିତ କଲ । ମୁଁ ଜଣେ ଡାକ୍ତର , ଏ କଷ୍ଟ ଅନ୍ୟ ମାନଙ୍କର ଦେଖୁଛି । କଥାରେ ଅଛି ଯିଏ ଚୋରି କରେ , ତା'ଠୁ ବଡ଼ ଚୋର , ଯିଏ ତାକୁ ଏଥିରେ ସାହାଯ୍ୟ କରେ !! ପ୍ରତି ମାସ ତୁମେ ମେଡିସିନ୍ ନେଉଛ , ମୁଁ ମନା କରିନି ବା ମୋ ଇଚ୍ଛା ତୁମ ଉପରେ କେବେବି ଲଦି ଦେଇନି । ଏତେ ପରେ ବି ..... ଓଃ ..... ଠିକ୍ ଅଛି ଓ୍ବେଟ୍ ଆଣ୍ଡ ଓ୍ବାଚ୍ ।

- ପ୍ଲିଜ୍, ସାଇନ୍ କର ଏ ପେପର୍ ରେ ।

- ଓକେ , ଫାଇନ୍ ।

- ଖୁସିରେ ରହିବ ତ ?

- ହଁ , ଚାକିରି କରିଛି ! ବେଶ୍ ଆରାମ ସେ ରହି ପାରିବି ! ବଟ୍ ନେଭର୍ ଉଇଥ୍ ୟୁ ।

- ସାଇନ୍ କରିବା ଆଗରୁ ଥରେ ଭାବିନିଅ ଲୀନା !

- କ'ଣ ଇମୋସନାଲ୍ ଆଟାକ୍ କରୁଛ ? ବହୁତ୍ ଟଲରେଟ୍ କଲି , ଆଉ ପାରିବିନି ଅବିନାଶ୍ ।

- ଓକେ, ତୁମ ଖୁସିରେ ମୋ ଖୁସି । ଏବେ ବୁଝି ପାରୁଛି , କାହିଁକି ତୁମେ ଧଳାରଙ୍ଗ ଏତେ ଭଲ ପାଉଥିଲ ! 

- ମାନେ ??? 

- ସ୍ଵାଧୀନ୍ ହେବା ପରେ ଠିକ୍ ବୁଝି ପାରିବ । ବାସ୍ ଏଇ ସମାଜରେ ସ୍ଵାଧୀନ ରହିପାରିଲେ ହେଲା । ନିଜର ଯତ୍ନ ନେବ, ଲୀନା। ଲଭ୍ ୟୁ ।

( ଅବିନାଶ୍ ସେତିକି ବେଳେ ଗୀତଟିଏ ଗୁଣୁଗୁଣୁ ହେଉଥାନ୍ତି,... ଜୀନ୍ଦେଗି କୈସି ହେ ପହେଲି ହାୟେ..... କଭି ତୋ ହସାଏ.... କଭି ୟେ ରୁଲାଏ .....) 

               

@ ବିଶ୍ୱ ଭାରତୀ (ଗୋସ୍ୱାମୀ) ଦାଶ , କଟକ ।


Rate this content
Log in

Similar oriya story from Inspirational