STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସାଧାରଣ ତନ୍ତ୍ର ଦିବସ

ସାଧାରଣ ତନ୍ତ୍ର ଦିବସ

2 mins
132


 ଆଶା ଉଦ୍ଧିପନା ର ମହକ ଧରି ଆସିଥିଲା ଆଜିର ଦିନ।ଘନ କୁହୁଡି ଭିତରେ ବୁଡି ରହିଥିଲା ଝାରସୁଗୁଡା ସହର।ଶିଶୁ ସୂରୁଜ କଅଁଳ କିରଣ ବିଞ୍ଛି ଉଠି ଆସୁଥିଲେ ପୂର୍ବ ଆକାଶ ମଥାନରେ।ଶିରି ଶିରି ଶୀତଳ ପବନରେ ଶୀହରି ଉଠୁଥାଏ ଲୋମସବୁ।ଗୋଟିଏ ଜାଗାରେ ଧୁନିଟିଏ ଜାଳି ଗାଁର ଶିଶୁ ବୋହୁବୃଦ୍ଧ ବୃଦ୍ଧା କେତେଜଣ ନିଆଁ ପୋଉଥିଲେ ରାସ୍ତା କଡରେ।ସହରରୁ ଗାଡିଟିଏ ଆସି ସେଠି ଅଟକିଲା।ଓହ୍ଲାଇ ଆସିଲେ ସେ ଭିତରୁ କେତେଜଣ ସହରୀ ଭଦ୍ରଲୋକ।ହାତରେ ଧରିଥିଲେ ମାଇକ୍ ଗୋଟେ।ବୋଧହୁଏ ସାମ୍ବାଦିକ ଥିଲେ ସେମାନେ।ସେମାନଙ୍କ ଭିତରୁ ଜଣେ ପାଞ୍ଚଛଅ ବର୍ଷର ଶିଶୁଟିକୁ ପଚାରିଲେ

ଆଜି ଜାନୁୟାରୀ ଛବିସ ସାଧାରଣ ତନ୍ତ୍ର ଦୀବସ।ତୁମେ ୟା ବାବଦରେ କଣ ଜାଣ?ପିଲାଟି ଭୟାତୁର ହୋଇ ମାଆ ଆଡକୁ ଅନେଇଲା।

ତା ମାଆ କହିଲା ଡରିବାର କିଛି ନାଇଁ ଯାହା ଜଣିଛୁ ନିର୍ଭୟରେ କୁହ।ପିଲାଟି ଦ୍ବିତୀୟ କ୍ଲାସର ଛାତ୍ର।ସେ କହିଲା ଏହି ଦିନ ଆମକୁ ଆମ ବିଦ୍ୟାଳୟରେ ବୁନ୍ଦିସେଓ ଖାଇବାକୁ ମିଳେ କାରଣ ଏ ଦିନ ଭାରତ ସ୍ବାଧୀନ ହୋଇଥିଲା।ଆମେ ପତାକା ଧରି ଗାଁ ପରିକ୍ରମା କରୁ ଶିକ୍ଷୟତ୍ରୀ ମଝି ମଝିରେ ଯାହା ଶ୍ଲୋଗାନ ଦିଅନ୍ତି ଆମେ ପାଳିଆ ଧରୁ ଜୟ ଜୟ କହୁ।ସେ ଦିନଟା ଆମକୁ ଛୁଟି ମିଳେ ବୋଲି ଖୁସି ଲାଗେ।ଏବେ ଭଦ୍ରଲୋକ ତା ମାଆକୁ ପଚାରିଲେ ତୁମପାଇଁ ଏ ଦିନର ମହତ୍ବ କଣ?ସ୍ତ୍ରୀ ଲୋକଟି କହିଲା ମୋ ପାଇଁ ଏ ଦିନ ଓ ଅନ୍ୟ ଦିନ ଭିତରେ କିଛି ଫରକ ନାହିଁ।ଏ ଦିନ ଆମ ଦେଶ ସ୍ବାଧିନ ହେଇଥିଲା।ହେଲେ ଆମେ ତ ଆଜ ବି ପରାଧୀନ ।ଘରେ ସ୍ବାମୀ ଶାଶୁ ଶଶୁରଙ୍କ ଶାସନ ।କାମ ଜାଗାରେ ମାଲିକର ଶାସନ।ଅଫିସରେ ଅଫିସରଙ୍କ ଶାସନ।ତାଙ୍କ ବିନା ଆଦେଶରେ ଆମ ଜୀବନ ଏପଟ ସେପଟ ଇଞ୍ଚେ ବି ଘୁଞ୍ଚେଇବାର ଆମର ଅଧିକାର ନାହିଁ।

ଆଗବି ଖଟିଲେ ଖାଉଥିଲୁ ଏବେବି ଖଟିଲେ ହିଁ ଖାଉଛୁ।ଏବେ ବୁଢୀ କୁ ପଚାରିଲେ ଭଦ୍ରଲୋକ ।

ବୁଢୀ କହିଲା ମୋର ଜାଣିବାରେ ଆମ ଭାରତ ଏହି ଦିନ ସ୍ବାଧିନ ହୋଇଥିଲା।ସେତେବେଳେ ଇଂରେଜଙ୍କ ଅତ୍ୟାଚାର ଚାଲିଥିଲା ଏବେ ନେତା ମହାଜନଙ୍କର ଚାଲିଛି।ଆଜିବି ଆମେ ନୀରକ୍ଷର ରହିଛୁ।ଖାଲି ଏତିକି ଫରକ ସେତେବେଳେ ଆମେ ଖଟି ଖଟି ଖାଉଥିଲୁ ଓ ନୀରୋଗ ରହୁଥିଲୁ।ଆଉ ଏବେ ମାଗଣା ଚାଉଲ ଖାଇ ଅଳସୁଆ ରୋଗଗ୍ରସ୍ତ ହେଉଛୁ। ପୁରୁଷ ମାନେ ମାଗଣା ଭତ୍ତା ପାଇ ମଦ କୁସୁନା ପିଇ କୁଳ ବେଉଷା ଛାଡିଦେଲେଣି।ସ୍ବାଧିନତା ପରେବି ଆମ ଝିଅବୋହୁଙ୍କ ଇଜ୍ଜତ ଲୁଟୁଛି।ତେବେ ଆଗ ଆଉଏବେ ଭିତରେ ଫରକ କଣ?ଆମପାଇଁ ସ୍ବାଧିନତା ଦିବସ ର କିଛି ମାନେ ନାହିଁ।

ବାବୁମାନେ ତା ଉତ୍ତର ଶୁଣି ମୁହଁ ଶୁଖାଇଦେଲେ।ବୋଧହୁଏ ସେମାନେ ଏମାନଙ୍କଠୁ ଅଲଗା କିଛି ଶୁଣିବାକୁ ଇଚ୍ଛା ରଖି ଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational