ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ସ୍ୱର୍ଗ ଓ ନର୍କ

ସ୍ୱର୍ଗ ଓ ନର୍କ

2 mins
478



ଗୋଟିଏ ଭଗ୍ନ ଦେବାଳୟ ସମ୍ମୁଖରେ ଥିବା ଏକ ମଣ୍ଡପ ଉପରେ ଜଣେ ମୁନି ଧ୍ୟାନମଗ୍ନ ବସିଥିଲେ l ଏହି ସମୟରେ ଜଣେ ସୈନିକ ଅଶ୍ୱ ପୃଷ୍ଠରେ ଆସି ସେଠାରେ ଓହ୍ଲାଇଲେ ଓ ମୁନ୍ନିଙ୍କ ସମୁଖକୁ ଗଲେ l କିଛି ସମୟପରେ ମୁନି ଚକ୍ଷୁ ଖୋଲିବାରୁ ସେହି ଯୋଦ୍ଧା ମୁନିଙ୍କୁ ବିନୟପୂର୍ବକ ପ୍ରଣାମ କରି କହିଲେ , ବହୁଦିନରୁ ମୋ ମନରେ ଗୋଟିଏ ସନ୍ଦେହ ଅଛି l

     “ପ୍ରକାଶ କର l” ମୁନି ସ୍ମିତହସି ଅନୁମତି ଦେଲେ l “ସ୍ୱର୍ଗ ଓ ନର୍କ ବିଷୟରେ ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି ସତରେ କ’ଣ ସେପରି କିଛି ଅଛି ?” ଯୋଦ୍ଧା ପ୍ରଶ୍ନ କଲେ “ତୁମେ କିଏ” ତୁମେ କ’ଣ କର? ମୁନି ନରମ ସ୍ୱରରେ ପଚାରିଲେ l “ମୁଁ ଏ ଦେଶର ସେନାପତି” l ଯୋଦ୍ଧା ସଗର୍ବେ ନିଜ ପରିଚୟ ଦେଲେ , “ତୁମ ପରି ମୁର୍ଖକୁ କିଏ ସେନାପତି କରିଛି ? “ମୁନି ମନ୍ତବ୍ୟ ଦେଲେ l

     ମୁନିଙ୍କ ଠାରୁ ଏପରି କଥା ଶୁଣି ସେନାଧିପତି କ୍ରୋଧିତ ହୋଇ ଉଠିଲେ ଓ ତୁରନ୍ତ ତରବାରୀ ଉନ୍ମୁକ୍ତ କଲେ l

     “ଏବେ ଏବେ ତୁମେ ନରକର ଦ୍ୱାର ଖୋଲିଦେଲେ l” ମୁନି ସ୍ମିତହସି କହିଲେ l ମୁନିଙ୍କ କଥାଶୁଣି ସେନାପତି ପଛକୁ ହଟି ଆସିଲେ ଓ ତରବାରୀକୁ କୋଷରେ ରଖି ହାତ ଯୋଡି କହିଲେ “ମୋତେ କ୍ଷମା କରନ୍ତୁ ମୁନିବର l”

     “ଏବେ ତୁମେ ସ୍ୱର୍ଗରଦ୍ୱାର ଖୋଲା ରଖିଛ l କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗୁଣ ନରକର କୂପ ଅଟେ l ଶାନ୍ତି, କରୁଣା, ଦୟା, ସହନଶୀଳତା ଆଦି ସଦ୍ ଗୁଣ ଆମ ଜୀବନର ସୁଖ ସନ୍ତୋଷ ଆଣିଦିଏ l ଯେଉଁ ହୃଦୟରେ ଏହିସବୁ ସଦଗୁଣ ଅଛି , ସେହି ହୃଦୟ ସ୍ୱର୍ଗ ସମତୁଲ ଅଟେ l ସ୍ୱର୍ଗ ଓ ନର୍କ ଆଉ କେଉଁଠି ନାହିଁ, ଆମ ହୃଦୟରେ ହିଁ ଅଛି l” ମୁନି ତାଙ୍କୁ ବୁଝାଇ ଦେଲେ l

     “ବୁଝିପାରିଲି ମୁନିବର, ଏହା କହି ଯୋଦ୍ଧା ମୁନିଙ୍କୁ ପ୍ରଣାମ କଲେ ଓ ସେଠାରୁ ବିଦାୟ ନେଲେ l ତାଙ୍କ ଚେହେରାରୁ ସ୍ପଷ୍ଟ ଜାଣି ହେଉଥିଲା ଯେ, ଏବେ ତାଙ୍କମନରେ କୌଣସି ସନ୍ଦେହ ନାହିଁ l “



Rate this content
Log in

Similar oriya story from Inspirational