ସ୍ୱପ୍ନ
ସ୍ୱପ୍ନ


ଚିନ୍ତାରେ ପଡିଛନ୍ତି ଚରଣ । ବି.ଟେକ କରି ବାଙ୍ଗାଲୋରରେ ଚାକିରୀ ପାଇଁ ଅପେକ୍ଷା କରୁଛନ୍ତି । ବର୍ଷେ ବା ଦୁଇବର୍ଷ ନୁହେଁ ପାଞ୍ଚବର୍ଷ ଧରି । ବିଭିର୍ଣ୍ଣ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଚାଲିଛନ୍ତି । ଯୋଗ ଫିଟୁନାହିଁ । ଦେଇଦେଇ ହତାଶ।
ଗୋଟିଏ ପୁଅ ମାବାପାଙ୍କର । ଘର ଓଡ଼ିଶାର ଗ୍ରାମାଞ୍ଚଳ । ପିତାମାତା ଅପରାହ୍ନ ବୟସ । ପିତା ବ୍ୟାଙ୍କଲୋନ କରି ପୁଅକୁ ଆଇଟିଆର ଭୁବନେଶ୍ୱରରେ ପଢୋଉଥିଲେ । ପାଠପଢାରେ ପ୍ରାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଚାରିଲକ୍ଷ ବ୍ୟାଙ୍କ ଲୋନ କରି ଏବେ ମାସକୁ ଦସହଜାରକରି ସୁଝୁଛନ୍ତି ପିତା ବିଜୟ । ନିଜ ପେନସନ ଟଙ୍କାରୁ ଲୋନ ସୁଝୁଛନ୍ତି । ବର୍ତ୍ତମାନ ସୁଦ୍ଧା ତିନିଲକ୍ଷ ଷାଠିଏ ହଜାର ଦେଲେଣି ଆହୁରି ସେତିକି ଦେବାକୁ ପଡିବ ।
ପ୍ଲେସମେଟ ସବୁପିଲାକୁ କରାହେବ କହି ଆଇଟିଆଇ ପ୍ରତିଶୃତି ଦେଇଥିଲେ କିନ୍ତୁ ଅଳ୍ପ ପିଲାଙ୍କୁ ଦେଲା । ଆଜିକାଲି ଘରୋଇ ଇଂଜିନିଅରିଂ କଲେଜ ବା ଇଂନଭରସିଟି ପିଲାର ଭବିଷ୍ୟତ ନଦେଖି ବ୍ୟବସାୟ କରୁଛନ୍ତି । ତାଙ୍କ ଜାଲରେ ଥରେ ପଡିଗଲେ ସରିଲା ।ସେମାନେ ଚିଟିଂ କରି ବିପୁଳ ଅର୍ଥ ଲାଭ କରନ୍ତି । ଏପ୍ରକାର ଠକ ଶିକ୍ଷା ବିଭାଗରେ । ସରକାର ତାଙ୍କପ୍ରତି କୋହଳ ମନୋଭାଵ । ଉଚ୍ଚ ସ୍ତରରେ ହାତ । ରାଜ୍ୟର ହିତ ଦୃଷ୍ଟିରୁ ଏପ୍ରକାର ଠକମାନକୁ ଚିହ୍ନଠ କରି ଅନୁଷ୍ଠାନ ଅଚଳକରିବା ଉଚିତହେବ । କିଏ ବୁଝୁଛି ଅର୍ଥଶୋଷଣକାରୀ ଅନୁଷ୍ଠାନର କଳାକାର ବାରକୁ ? କେବଳ ଭାଗ୍ୟପରୀକ୍ଷା । ଚରଣ ସବୁକଥା ଚିନ୍ତାକରି ମର୍ମାହତ ।ଉପାୟ ଶୂନ୍ୟ । ହାତସରେ ଭାଙ୍ଗି ପଡିଛନ୍ତି । ମନେମନେ କେତେ କଳ୍ପନା ସବୁଯେମିଟି ମାଟିରେ ମିଶୁଛି ।
ଏତେଦିନ ଚାକିରୀ ଅପେକ୍ଷାରେ ରହି ମନେମନେ ସ୍ଥିରକଲେଣି ଘରକୁ ଫେରିବେ । ଘରଲୋକ ମାସକୁ ଦଶହଜାର ଟଙ୍କା ଖର୍ଛ ପାଇଁ ପାଠୋଉଛନ୍ତି । ଅଧିକା ମଧ୍ୟ କୌଣସି ମାସରେ ନେବାକୁ ପଡୁଛି । ଏମିତିବି ଅନ୍ୟ କୋର୍ସ ଡାଟା ସାଇନ୍ସ କୋର୍ସ ଆଦିକରି ମଧ୍ୟ ଚାକିରୀ ମିଳିବା ସହଜନୁହେଁ । ବଡ଼ ଦ୍ୱନ୍ଦରେ ପଡି ଜୀବନର ଅର୍ଥବୁଝିବା ତାଙ୍କପାଇଁ କଠିନ ହୋଇପଡିଛି ।
ଆମ ରାଜ୍ୟର ଶିକ୍ଷାନୀତି ଓ ଛାତ୍ରର ଭବିଷ୍ୟତ ନେଇ ବଡ଼ ପ୍ରଶ୍ନବାଚୀ । ସରକାର ଜନକଲ୍ୟାଣ ଦୃଷ୍ଟିରଖି ବିଚାର କରିବାକଥା । କିନ୍ତୁ ଦୁର୍ନୀତିକୁ ଘଣ୍ଟଘୋଡେଇ ଧଳାହାତୀମାନକୁ ପୋଷୁଛନ୍ତି । ବେକାରୀ ସମସ୍ୟା ବଢିବଢିଚାଲିଛି । ଉଚ୍ଚ ଶିକ୍ଷିତ ବା ଟେକିନକାଲ ଜ୍ଞାନକୌଶଳ ଛାତ୍ରମାନେ ବେକାର ହୋଇପଡୁଛନ୍ତି । ଏମାନଙ୍କ ପାଇଁ କୌଣସି ସୁଯୋଗ ନାହିଁ । ଓଡ଼ିଶାରେ ଜନ୍ମନେଇ ଛାତ୍ରଟିର ଜୀବନ ବେକାର ।
ଚରଣ ମାନସିକଦ୍ଵନ୍ଦରେ ପଡି ନିଜ ଭାଗ୍ୟକୁ ଦୋଷଦେଇ ଦୁଃଖଦ କାହାଣୀକୁ କହିଯାଉଥିଲେ ତାଙ୍କର ଅନ୍ତରଙ୍ଗ ସାଙ୍ଗ ନିକଟରେ । ଆଖିରୁ ଗାଡିଯାଉଥିଲା ଅଶ୍ରୁ ।