The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Saroj Kumar Satapathy

Inspirational

3.6  

Saroj Kumar Satapathy

Inspirational

ସ୍ୱାଧୀନତାର ପତାକା

ସ୍ୱାଧୀନତାର ପତାକା

2 mins
31


 ଘଣ୍ଟାରେ 6.30 ବାଜିଲାଣି ମିନି "ମା ସ୍କୁଲକୁ ଯାଉଛି" କହି ତର ତର ହୋଇ ସ୍କୁଲକୁ ପଳେଇ ଗଲା! ସେଦିନ ପୁଣି ଅଗଷ୍ଟ 15, ସ୍କୁଲରେ ମିନି ମନିଟର l ସବୁ ଦାୟିତ୍ଵ ତା ମୁଣ୍ଡ ଉପରେ! ମୁଣ୍ଡ ଉପରେ ମେଟ୍ରିକ ପରୀକ୍ଷା! ବାଟରେ ଯାଉ ଯାଉ ମିନି ଦେଖିଲା, ଗୋଟେ ପାଗେଳୀଟାକୁ ତିନିଜଣ ଅସାମାଜିକ ଲୋକ ତା ପଛରେ ଦୌଡୁଛନ୍ତି, ତା ସହ ଲାଗିବା ସହ ଖରାପ ବ୍ୟବହାର କରୁଛନ୍ତି, ମିନି ଆଉ ଡେରି ନକରି ତାଙ୍କ ପଛରେ ଦୌଡିଲା ! ପାଗେଳୀଟି ଡରିଯାଇ ନିଜ ଜୀବନ ରକ୍ଷା କରିବା ପାଇଁ, ନଈ ବନ୍ଧ ତଳକୁ ବିକଳ ହୋଇ ଡେଇଁ ପଡ଼ିବା ବେଳକୁ ମିନି ତାର ହାତକୁ ଧରି ଉପରକୁ ଭିଡି ଆଣିଲା! ତା ପରେ ସେ ନିଜ ବ୍ୟାଗରୁ ଗୋଟେ ଛୁରୀ ବାହାର କରି ସେଇ ଦୁଷ୍ଟମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି, ସେ ଜାଗାରୁ ପାଗେଳୀଟାକୁ ଧରି ଖସି ଆସିଲା ! ମିନି ନିଜକୁ ରକ୍ଷା କରିବା ପାଇଁ ସ୍କୁଲରୁ ସେଲ୍ଫ ଟ୍ରେନିଂ ନେଇଥିଲା! ସେଥିପାଇଁ ସେ ସାହସର ସହ ପାଗେଳୀଟିକୁ ବଞ୍ଚେଇ ପାରିଲା, ମିନି ଦେଖିଲା ପାଗେଳୀର ହାତ ଓ ଗୋଡରୁ ଧାର ଧାର ହେଇ ରକ୍ତ ବହୁଛି! ଆଉ ଡେରି ନକରି ମିନି ତାକୁ ମେଡିକାଲ ନେଇ ତାର ଚିକିତ୍ସା କରିବା ସହ ଡାକ୍ତରଙ୍କ ପରାମର୍ଶରେ ମେଣ୍ଟାଲ ଡାକ୍ତରଖାନାରେ ପାଗେଳୀକୁ ରଖି ସହ ଦାୟିତ୍ଵ ଦେଇ ଆସିଲା! ଏପଟେ କିନ୍ତୁ ସ୍କୁଲରେ ମିନିର ଶିକ୍ଷକ ଓ ତାର ସାଙ୍ଗମାନେ ତାକୁ ଅପେକ୍ଷା କରି ଶେଷରେ ଜାତୀୟ ପତାକା ଉତ୍ତୋଳନ କଲେ! ପିଲାମାନଙ୍କୁ ମିଠେଇ ବଣ୍ଟା ହେଲା ବେଳକୁ ମିନି ଆସି ପହଁଚେ, ତାକୁ ଦେଖି ତାର ଶିକ୍ଷକ ଓ ସାଙ୍ଗମାନେ ତା ଉପରେ ବିରକ୍ତି ହେଲେ ଓ ଦାୟିତ୍ୱହୀନ ଛାତ୍ର ବୋଲି କହିଲେ, ଶିକ୍ଷକ କହିଲେ ତୁ ଦେଶ ଓ ଆମ ଜାତୀୟ ପତାକା ପ୍ରତି ସମ୍ମାନ ଦେଇ ଜାଣିନୁ, ତାହାଲେ ତୁ ଭଲ ଛାତ୍ର ହେଇ କାଲି ଦେଶର ନାଁ କେମିତି ରଖିବୁ, ମିନି କହିଲା ସାର୍ ମୁଁ ବି ମୋ ଦେଶକୁ ଭଲ ପାଏ ଓ ସମ୍ମାନ ଦିଏ, ଆପଣମାନେ ଆମ ଦେଶ ସହ ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ ଆଜି ଅଗଷ୍ଟ ପନ୍ଦର ପାଳନ କରି, ଜାତୀୟ ପତାକା ଉଡାଇଲେ କିନ୍ତୁ ମୁଁ ତ ଆଜି ଗୋଟେ ନିରୀହ ପାଗେଳୀର ଜୀବନ ବଞ୍ଚାଇ, ତାକୁ ସୁରକ୍ଷା ଦେଇ ଏକ ନୂଆ ଜୀବନ ଓ ସ୍ଵାଧୀନତା ଦେଲି ! ତେଣୁ ସେଥି ପାଇଁ ଆଜି ମୋ ମନରେ, ମୋ ଦେଶ ସ୍ଵାଧୀନତାର ଜାତୀୟ ପତାକା ଫର୍ ଫର୍ ହେଇ ଉଡିଯାଉଛି! ହଠାତ୍ ଅସଂଖ୍ୟ ତାଳିର ସ୍ଵରରେ ସାରା ସ୍କୁଲର ହତା ଗୁଞ୍ଜରିତ ହେଇ ଉଠିଲା! ସମସ୍ତେ ମିନିକୁ ଖୁସିରେ କୁଣ୍ଢାଇ କହିଲେ, ଆଜି ତୋ ପାଇଁ ଆମେ ଓ ଆମ ଦେଶ ସହ ସ୍କୁଲ ଗର୍ବିତ l ସତରେ ତୁ ଆମ ପାଇଁ ଝାନ୍ସିର ରାଣୀ ! 



Rate this content
Log in

More oriya story from Saroj Kumar Satapathy

Similar oriya story from Inspirational