STORYMIRROR

Saroj Kumar Satapathy

Tragedy

2  

Saroj Kumar Satapathy

Tragedy

ପୁଣି କୁଆଁରୀ କୁ...............

ପୁଣି କୁଆଁରୀ କୁ...............

2 mins
404

ରାତି ପାହାନ୍ତା ରୁ ରୂପା ଉଠି ଛାତ ଉପରେ ବସି, ସବୁଦିନ ଭଳି ଏକା ଏକା ନିଜକୁ ଏକ ଘୃଣାତ୍ମକ ପଶ୍ଚାତାପ ସହ ଅନୁତାପ ବି କରେ । କୋଳାହଳ ଶୂନ୍ୟ ନିଶବ୍ଦ ସମୟରେ ତାର ଭାରି ମନେ ପଡେ ତା ପିଲା ଦିନର କଥା, ଆଉ ତା ବାପା ମା କଥା। ବେଳେ ବେଳେ ସେ ଭାବେ ମୁଁ ପୁଣିଥରେ କୁଆଁରୀ ହେଇଯାଆନ୍ତି କି, ପୁଣି ଥରେ ମୋ ଗାଁ କୁ ଫେରି ବାପା ମା ଙ୍କ ସହିତ ରୁହନ୍ତି। ହେଲେ ସେ ଶିକୁଳିରେ ବନ୍ଦୀ ଥିବାରୁ, ବାହାରକୁ ପାଦ ପକେଇ ପାରେନି ତା ଛଡା, ଏ କଥା ଶୁଣି ସହି ପାରିବନି ଯେ, ଅଜାତି ଘରର ଟୋକା ସହ ପଳେଇଲା। ପୁଣି ଗୋଟେ ମୁସଲମାନ୍ ଟୋକା ସହ ଜାତି, କୂଳ, ଧର୍ମ ସବୁ ନଷ୍ଟ କଲା। କାଳେ ବାପା ମା ଙ୍କୁ ପୁଣି ଛି ଛାକର କରିବେ ଗାଁରୁ ବାସନ୍ଦ କରିବେ ଆଉ, ଯଦି ସେ ସବୁକୁ ସହି ନପାରି ବାପା ମା ଜୀବନ ହାରି ଦେବେ। ତେଣୁ ଏ ସବୁ କଥା ତାକୁ ଡର ଓ ଭୟରେ ବାନ୍ଧି ରଖିଥିଲା। କାହିଁକି? ସେ ଯୌବନ ଭରା ନଇ ତୁଠରେ ପାଦ ସମ୍ଭାଳି ଚାଲି ପାରିଲାନି, ଆଉ ତା ଗୋଡ ଖସି ଗଲା ତଳକୁ ତଳକୁ, ଅଗଭୀର ପଙ୍କରେ ତା ଗୋଡ଼ ଅଟକି ଯାଇଛି, ନା ସେ ପଙ୍କରୁ ବାହାରି ପାରୁଛି ନା ତାର ଚିତ୍କାର କେହି ଶୁଣି ପାରୁଛି। ଖାଲି ଯନ୍ତ୍ରଣା ରେ ଛାଟିପିଟି ହେଉଛି । ଅନୁତାପ ରେ ଭାଙ୍ଗି ପଡି ଭାବୁଥାଏ, ମୁଁ କଣ ଏ ନର୍କମୟ ଯନ୍ତ୍ରଣା ରୁ ମୁକ୍ତି ପାଇବିନି? ଯାହା ହାତ ଧରି ସେ ସବୁ ସମ୍ପର୍କ କୁ ପାଦରେ ଆଡେଇ ଚାଲିଆସିଥିଲା, ସେ ହାତ ଦିନେ ତାକୁ ନର୍କ ପୁର୍ ରେ ତିଳ ତିଳ ହେଇ ଜଳିବା ପାଇଁ ଛାଡ଼ି ଦେବ! ସେ ସ୍ୱପ୍ନରେ ବି ସୁଦ୍ଧା ଭାବିପାରି ନଥିଲା । ତା ପ୍ରେମିକ ତାକୁ ଦିନରାତି ବାରମ୍ଵାର ଉପଭୋଗ କରିସାରିବା ପରେ ତଲାକ୍ ଦେଇ କୁଆଡେ ପଳେଇଗଲା । କିନ୍ତୁ ରୂପା କୁ ତାର ଶ୍ୱଶୁର ନିଜ ଘରେ ରଖି ରାଗ ଶୁଝାଇବାକୁ ଯାଇ, ମନଇଛା ଯୈନ ନିର୍ଯ୍ୟାତନା ଦେଲା ତଥାପି ତା ର ମନ ବୁଝିଲାନି ଯେ, ନିଜ ବୟସ ର ସାଙ୍ଗକୁ ଆଣି ତାକୁ ବାରମ୍ବାର ପଶୁ ଭଳି ଯୌନ ନିର୍ଯାତନା ଦେବାକୁ ଲଗିଲା! ଶେଷରେ ରୂପା କଷ୍ଟଯନ୍ତ୍ରଣା ସହି ନ ପାରି ମାନସିକ ଭାରସାମ୍ୟ ହରେଇ ପାଗେଳୀ ହେଇଗଲା। ତା ପରେ ତାର ସେଇ ଶ୍ୱଶୁର ରୂପା କୁ ନେଇ ପାଗଳ ଖାନା ରେ ଛାଡିଦେଲା । ଆଉ ଡକ୍ଟର ଙ୍କୁ ଟଙ୍କା ରେ ରାଜି କରାଇ, କରେଣ୍ଟ ଦେଇ, ପୁରା ପାଗଳୀ କରି ଦେବାକୁ କହିଲା। ସବୁଦିନ କରେଣ୍ଟ ଖାଇ ଖାଇ ରୂପା ପୁରା ପାଗେଳୀ ହେଇଗଲା। ଅନେକ୍ ଦିନ ପରେ ତାକୁ ଏକ ଭଙ୍ଗା ପରିତ୍ୟକ୍ତ କୋଠାରୀରେ ରେ ଲମ୍ବା ଶିକୁଳି ରେ ବାନ୍ଧି ରଖିଲେ। ରୂପା ଦିନଯାକ କୋଠାରୀରେ ଭୟରେ ଲୁଚି ରହେ ଓ ରାତିର ପାହାନ୍ତା ସମୟରେ ଉଠି ଛାତ ଉପରକୁ ଯାଇ, ତାର ଭାଗ୍ୟକୁ ଦୋଷ ଦେଇ ନିଜର ସେଇ ଜନ୍ମ ମାଟି ଗାଆଁ କୁ ଫେରିବା ପାଇଁ ଦିନ ଗଣି ଚାଲେ, ହେଲେ ଏବେ ବି ଦିନ ସରୁନି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy