STORYMIRROR

Saroj Kumar Satapathy

Comedy

5.0  

Saroj Kumar Satapathy

Comedy

Face aap

Face aap

1 min
289

ରାତିରେ ମୋବାଇଲରେ ଫେସ୍ ଚେଞ୍ଜ ଆପ୍ ଖୋଲି ଦେଖିଲି ଯେ ଏବେ ମୋର ପଚିଶ ବର୍ଷର ଫଟୋ ଅପଲୋଡ କଲେ ପଞ୍ଚଷଠି ବର୍ଷରେ କେମିତି ଦେଖାଯିବି, ମୋ ଆଗାମୀ ପଞ୍ଚଷଠି ବର୍ଷର ଫଟୋ ଟିକୁ ମୋବାଇଲ ରେ ସେଭ କରି ରଖିଲି ଓ ଫେସବୁକ୍ ରେ ପଠେଇ ଦେଲି ସବୁ ସାଙ୍ଗ ମାନଙ୍କ ପାଖକୁ ଓ ତାପରେ ଶୋଇ ପଡିଲି! ସକାଳୁ ଉଠି ମୁହଁ ଧୋଇ ଦର୍ପଣରେ ମୁହଁ ଦେଖୁ ଦେଖୁ ହଠାତ୍ ମୁଁ ଚମକି ପଡ଼ିଲି ଆଉ ସେହି ସମୟରେ ମୋ ବୋଉ ମତେ ଦେଖି ଚିତ୍କାର କରି କହିଲା ତୁ କିଏ ରେ ମୋ ପୁଅ ରୁମ୍ ରେ କଣ କରୁଛୁ? ମୋ ପୁଅ କୁଆଡେ ଗଲା? ମୁଁ ସଙ୍ଗେ ସଙ୍ଗେ କହିଲି ମୁଁ ପରା ତୋ ପୁଅ ମୁନା ମତେ କଣ ଜାଣି ପାରୁନୁ? ବୋଉ କହିଲା ମୁନା ମୁଁ ତ ବୁଢୀ ହେଇନି ଆଉ ତୁ.......ବୁଢ଼ା କେମିତି ହେଇଗଲୁ? ହେ ଭଗବାନ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy