Saroj Kumar Satapathy

Comedy

5.0  

Saroj Kumar Satapathy

Comedy

ଜ୍ୱାଇଁ ଡାକରା

ଜ୍ୱାଇଁ ଡାକରା

2 mins
642


ବାହାଘରର ଚଉଠି ପରଦିନ ମନୁ ବାବୁ,ଘରର ରହିଥିବା ପ୍ରଥାରେ, ସକାଳୁ କାହାରିକୁ ମୁହଁ ନ୍ ଦେଖାଇ ଶ୍ୱଶୁର ଘରକୁ ଲୁଚିବାକୁ ଆସିଲେ । ଝିଅ ଜ୍ୱାଇଁ ପହଁଞ୍ଚିବା ମାତ୍ରେ ତାଙ୍କୁ ଭୋଜନ ପାଇଁ ଡକାଗଲା । ଭୋଜନରେ ବାଳିଆ ମାଛ ତରକାରି ହେଇଥିଲା । ଲୋଭ ସମ୍ଭାଳି ନପାରି ଏକ ବଡ ମାଛ ଖଣ୍ଡକୁ ଜ୍ୱାଇଁ ବାବୁ ପାଟିରେ ପୂରେଇ, ଏ କଳ ସେ କଳ କରି ଗିଳିଦେଲେ । କିନ୍ତୁ ବଳିଆ ମାଛର କଣ୍ଟା ଟି ତାଙ୍କ ତଣ୍ଟିରେ ଅଟକି ଗଲା! ଆଉ ନ ବାହାରେ! ଆଉ ଜ୍ୱାଇଁ ବାବୁ ଖାଇବେ କଣ ? ଖାଲି ତ ପାଣି ପିଇବାକୁ ଲାଗିଲେ ଅଧା ଖାଇବାରୁ ଉଠି, ତାଙ୍କ ପାଇଁ ସଜା ହେଇଥିବା କୋଠାରୀରେ ପଶି ଭିତର ପଟୁ କବାଟ ଦେଇ, ଯେତେ ହାତ ପୂରେଇ ତଣ୍ଟିରୁ କଣ୍ଟା ବାହାର କରିବାକୁ ଲାଗିଲେ, ତାହା ଆଉ ବାହାରିଲାନି । ପୁଣିରାତିରେ କିଛି ଖାଇ ବାକୁ ମନା କରିଦେଇ , ସାରାରାତି ଚ୍ଛଟ ପଟ ହେଉ ଥାନ୍ତି । ଏ ସବୁ କଥା ତାଙ୍କ ସ୍ତ୍ରୀଙ୍କୁ ନଜଣାଇ, ଓଲାଟାରାତି ପାହି ବା ପୂର୍ବରୁ, ଭୋରୁ ଭୋରୁ ସ୍ତ୍ରୀଙ୍କୁ ନେଇ ଘରକୁ ପଳାଇଗଲେ । ଘରେ ସ୍ତ୍ରୀଙ୍କୁ ଛାଡି ସଙ୍ଗେ ସଙ୍ଗେ ମେଡିକାଲ ଗଲେ କଣ୍ଟା କାଢିବାକୁ । ତା ପରେ ମନୁ ବାବୁ ଶ୍ଵଶୁରଙ୍କ ଫୋନରେ ମିଛ କହିଲେ ଯେ, ମୁହଁ ଲୁଚାଇ ଫେରିବାର ବି ପ୍ରଥା ଥିଲା ତେଣୁ ନ୍ କହି ପଳେଇ ଆସିଲୁ । ଏ ମିତି କିଛି ଦିନ ଗଲା ପରେ ମନୁ ବାବୁ ଶ୍ୱଶୁର ଘରକୁ ପୁଣି ବୁଲିବାକୁ ଆସିଲେ । ସେଦିନ ବି ସେଇ ବଳିଆ ମାଛ ତରକାରୀ ହେଇଥାଏ । ବାଳିଆ ମାଛ କୁ ଦେଖି ଜ୍ୱାଇଁ ବାବୁଙ୍କୁ ୧୦୪ ଜ୍ଵର । ପୁଣି ଗୋଟେ ବାହାନା କରି କହିଲେ ମୁଁ ଆଜି ଆମିଷ ଖାଇବନି । କିଛି ସାଧା ତରକାରି ବ୍ୟବସ୍ଥା କରନ୍ତୁ । ତା ପରେ ସଙ୍ଗେ ସଙ୍ଗେ ସାଧା ତରକାରୀ ହେଲା । ଆଉ ଶାଶୁ ବୁଢୀ ଟିକେ ଦେଖି ପାରି ବେସନରେ ବାଇଗଣ ବି ଛାଣି ଜ୍ୱାଇଁଙ୍କୁ ଆଣି ଦେଲା । ଶ୍ୱଶୁର ଘର ଲୋକଙ୍କ ସହ କଥା ହେଉ ହେଉ, ମନୁ ବାବୁ ସାଧା ତରକାରୀ ସହ ବାଇଗଣୀ ଛଣା ଖାଉ ଥାନ୍ତି । କିନ୍ତୁ କିଛି ସମୟ ପରେ, ହଠାତ୍ ମନୁ ବାବୁ ଉଠି ପଡ଼ିରାମ୍ପି କୁଣ୍ଡେଇ ହେବାକୁ ଲାଗିଲେ, ତାସହିତ ମଝିରେ ମଝିରେ ମାଙ୍କଡ଼ ନାଚ କରୁଥାନ୍ତି । ସେତେବେଳେ ଶ୍ୱଶୁର ଘରଲୋକେ ସବୁ କିଛି ନ ବୁଝିଲା ପରି କାବା ହେଇ ଚାହୁଁ ଥାନ୍ତି । ହେଲେ କେହି ଜାଣି ନ ଥିଲେ ଯେ ଜ୍ୱାଇଁ ବାବୁଙ୍କର ବାଇଗଣରେ ଆଲର୍ଜି ଅଛି!


Rate this content
Log in

Similar oriya story from Comedy