STORYMIRROR

Saroj Kumar Satapathy

Abstract

2  

Saroj Kumar Satapathy

Abstract

ମହୁମାଛି ର ପ୍ରେମ

ମହୁମାଛି ର ପ୍ରେମ

2 mins
420

ମହୁମାଛି ଟି ବଗିଚାରେ ଫୁଟି ଥିବା ମଲି ଫୁଲ ଉପରେ ମହୁ ସଂଗ୍ରହ କରୁଥିବା ବେଳେ, ମଲି ଫୁଲ ଟି କହିଲା ସତରେ ମୁଁ ବହୁତ୍ ଭାଗ୍ୟବାନ! ମୋ ଜୀବନ ଆଜି ସାର୍ଥକ ହେବକୁ ଯାଉଛି। ମଲି ଫୁଲ ର କଥା ମହୁମାଛି କିଛି ବୁଝି ପାରିଲାନି। କିନ୍ତୁ ତାର ହସ ହସ ସୁନ୍ଦର ପାଖୁଡା ଦେଖି ଓ ତାର ଅତି ମନ ମୋହୁଥିବା ବାସ୍ନା ରେ ପଡି ତାକୁ ଭଲ ପାଇ ବସିଲା। ଆଉ ଏତିକି ବେଳେ ମାଳି ଟିଏ ଆସି, ସେଇ ମଲି ଫୁଲଟିକୁ ତୋଳି ଫୁଲ ଡାଲାରେ ପକେଇଦେଲା। ମହୁ ମାଛି ଟି ରାଗରେ ମାଳୀ ଟି କୁ ତାର ଶୁଣ୍ଢରେ ଫୋଡ଼ି ଦେଇ, ମାଳି ର ଚାରିପଟେ ବୁଲି ବାକୁ ଲଗିଲା। ଭୟରେ ମାଳୀ ଟି ଦୌଡ଼ି ଯାଇ ଠାକୁର ଘରେ ଫୁଲ ଡାଲା କୁ ଥୋଇ ଦୌଡ଼ି ପଳେଇ ଗଲା। ମଲି ଫୁଲ ଟି ମଧ୍ଯ ଅନ୍ୟ ଫୁଲ ଙ୍କ ସହ ଠାକୁରଙ୍କ ପୂଜାରେ ଲଗିଲା। କିନ୍ତୁ ଭଅଁର ଟି ସେମିତି ସେଇ ମଲି ଫୁଲଟି ଉପରେ ପୁରା ଗୋଟେ ଦିନ ଓ ରାତି ଟିଏ ବସି ରହିଲା। ତା ପର ଦିନ ଠାକୁର ଙ୍କ ଦେହରୁ ବସି ଫୁଲ ସବୁ କଢ଼ା ଯାଇ ବାହାରେ ଫିଙ୍ଗା ଗଲା। ସେହି ବାସୀ ଫୁଲ ଭିତରୁ ମଲି ଫୁଲକୁ ଖୋଜି ଖୋଜି ମହୁ ମାଛି ଟି ତା ଉପରେ ବସିଲା। ଓ କହିଲା, ତୁ ତ ଖରାରେ ଶୁଖି ଝାଉଁଳି ପଡିବୁ ମୁଁ ଏବେ କଣ କରିବି? ମଲି ଫୁଲଟି କହିଲା ଏଥିରେ ମନ ଦୁଖ କରିବାର କଣ ଅଛି। ଏହାତ ପ୍ରକୃତିର ନିୟମ। ମୁଁ ବହୁତ୍ ଭାଗ୍ୟବାନ୍ ଯେ ତୋ ଠାରୁ ପ୍ରେମ ପାଇଲି, ତୁ ମୋ ଠାରୁ ମଧୁ ସଂଗ୍ରହ କରି ନେଲା ପରେ ବି, ମୁଁ ଭାଗବାନଙ୍କ ସେବାରେ ଲାଗି ପରିଲି। ଆଉ ତୁ ମଧ୍ଯ ବହୁତ୍ ଭାଗ୍ୟବାନ୍ ଯେ, ମୋ ଭଳି ଅନେକ ଫୁଲ ମାନଙ୍କ ଠାରୁ ମଧୁ ସଂଗ୍ରହ କରି ଅନ୍ୟ ମାନଙ୍କୁ ଦାନ କରୁ। ତୋର୍ ଉପଭୋଗ ହେଇଥିବା ଫୁଲ ମାନଙ୍କ୍ ମଧ୍ଯରୁ କିଛି ଫୁଲ ମୋ ପରି ଭଗବାନ୍ ଙ୍କ ସେବାରେ ଲାଗିଥାନ୍ତି। ତୋର୍ କର୍ମ ଅନ୍ୟ ମାନଙ୍କ ର ସେବା ଓ ଆବଶ୍ୟକୀୟ ଅଟେ। ତୁ ପରା ଫୁଲ ମାନଙ୍କର ରାଜା! ତାପରେ ନିଜ ଜୀବନର ଉଦ୍ଧେଶ୍ୟ ବୁଝି ପାରି ମହୁ ମାଛି ଟି ଉଡିଗଲା ଅନ୍ୟ ଏକ ଫୁଲ ଉପରେ ବସି ମଧୁ ସଂଗ୍ରହ କରିବା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract