Saroj Kumar Satapathy

Others

3.4  

Saroj Kumar Satapathy

Others

ଶତି ଚଉରା

ଶତି ଚଉରା

1 min
501


ଶୀତୁଆ ସକାଳରେ ଚମ୍ପା ସାଙ୍ଗରେ ମାଠିଆ ଟିଏ ଧରି ନଦୀକୁ ଗାଧୋଇବାକୁ ଗଲା I ନୂଆ ନୂଆ ବୋହୂ ହୋଇ ଆସିଥାଏ କେଇଟା ଦିନ ହେବ, ନଦୀ କୂଳରେ ଥିବା ତୁଳସୀ ଚଉରା ମୂଳରେ ସେ ସବୁଦିନ ପରି ପାଣି ଦିଏ! କିନ୍ତୁ ଦିନେ ତୁଳସୀ ଚଉରାରେ ପାଣି ଦେଉ ଦେଉ ତା ହାତରୁ କଳସଟି ଖସି ପଡ଼ିଲା ଚଉରା ଉପରେ ଓ ଚଉରାଟି ମଧ୍ଯ ଭାଙ୍ଗିଗଲା , ସେହି ଭଂଗା ଚଉରା ଭିତରୁ ଏକ ଆତ୍ମା ଟିଏ ବାହାରି କହିଲା ମୁଁ ଆଜି ମୁକ୍ତି ପାଇଲି ! ଆତ୍ମାଟି ଚମ୍ପାକୁ ଆଶିର୍ବାଦ ଦେଇ କହିଲା ତୋର ଦୁଇଟି ପୁଅ ଓ ଗୋଟିଏ ଝିଅ ହେଉ, ଚମ୍ପା କହିଲା କିନ୍ତୁ ତୁମେ କିଏ ଆଉ ଏ ଚଉରା ଭିତରେ କିଛି ବୁଝି ପାରୁନି! ଆତ୍ମା ଟି କହିଲା ମୁଁ ଶାନ୍ତି ମୋ ବାହାଘରର କିଛି ଦିନ ପରେ ମୋ ସ୍ୱାମୀ ମୋ ତଣ୍ଟି ଚିପି ମାରି ଦେଇଥିଲା ଆଉ ଗୋଟିଏ ଗୁଣିଆ ଦ୍ଵାରା ଏ ଚଉରାରେ ମତେ ବନ୍ଦୀ କରି ରଖିଥିଲା, ମୁଁ ବନ୍ଦୀ ହେବl ପରେ ତାକୁ ଅଭିଶାପ ଦେଇଥିଲି ଯେ ଯେଉଁଦିନ ମୁଁ ମୁକ୍ତି ପାଇବି ସେହିଦିନ ତୁ ମୃତ୍ୟୁ ପାଇବୁ! ହଁ ଜାଣିଛୁ ଚମ୍ପା ସେ ଲୋକଟି କିଏ? ସେ ହେଉଛି ନାରୀ ଲୋଭୀ ନର ରାକ୍ଷସ, ସେ ଆଗରୁ ଅନେକ ଝିଅଙ୍କୁ ବାହା ହେଇ ତାଙ୍କୁ ମାରିଛି!କିନ୍ତୁ ତୁ ଜମା ଚିନ୍ତା କରନା ତୋର ସେ କିଛି କରିବନି କାରଣ ତୁ ଘରେ ପହଞ୍ଚିଲା ବେଳକୁ ସେ ମରାଯାଇଥିବ, ହଁ ତୁ କମ୍ ବୟସ ରେ ବିଧବା ହେଇ ଗଲୁ!


Rate this content
Log in