STORYMIRROR

Saroj Kumar Satapathy

Tragedy

2  

Saroj Kumar Satapathy

Tragedy

ଅସ୍ଥିତ୍ଵ

ଅସ୍ଥିତ୍ଵ

2 mins
580

ସନ୍ଧ୍ୟା ବେଳେ ଟିକେ ପବନ ଖାଇବାକୁ ଦୀପକ ବାହାରି ଯାଏ କୁଆଖାଇ ନଦୀ କୂଳକୁ ସେଠି ସାଙ୍ଗ ମାନଙ୍କ ସହ ମିଶି କିଛି ଗପସପ କରିଥାଏ ଓ ପୁଣି ଫେରି ଆସି ହଷ୍ଟେଲ ରେ ରାତି ଅଧିଆ ପର୍ଯ୍ୟନ୍ତ ବସି ପାଠ ପଢ଼େ। ପିଜି କରୁଥାଏ ଓଡ଼ିଆ ବିଭାଗରେ।ଘର ତାର କଟକ ହେଲେ ବି ସେ ରେଭେନ୍ସା ଇଉନିଭର୍ସିଟି ରେ ହଷ୍ଟେଲ ନେଇ ରହୁଥାଏ, କାରଣ ଗୋଟେ ଭଲ ମାନସିକ ପରିବେଶ ଟୀଏ ପାଇ ପାଠ ପଢ଼ି ପାରିବ। ସେଦିନ ସେ ସନ୍ଧ୍ୟା ରେ ନଦୀ କୂଳରେ ବସି ଥାଏ, ହଟାତ ଦେଖିଲା କଣ ଗୋଟେ ଭାସି ଭାସି ଯାଉଛି? କୌତୁହଳର ସେ ନଦୀ ପାଖ କୁ ଆସି ଦେଖି, ଚମକି ପଡି ପଛକୁ ଦୁଲ୍ କିନା ପଡିଗଲା ।ଭାସି ଭାସି ଯାଉଥିବା ଜିନିଷ ଟି ଗୋଟେ ଶବ ଥିଲା ଓ ତତ୍ କ୍ଷଣାତ ଶବ ଟି କହିଲା, ଆଶ୍ଚର୍ଯ୍ୟ କଣ ପାଇଁ ହେଉଛ? ମୁଁ ପରା ମୁକ୍ତି ପାଇବାକୁ଼ ଯାଉଛି, ଶାନ୍ତି ପାଇବି ସବୁ ସମ୍ପର୍କ କାଟି , ସେଇ ମହା ସାଗରରେ ଲୀନ ହେବି। ଏ ତ ପ୍ରକୃତ ସତ୍ୟ, ଯେଉଁଠି ବାଧା କି ବନ୍ଧନ ନାହିଁ। କିନ୍ତୁ ଗଲା ବେଳେ କହି ଯାଉଛି, ତୁମେ ତୁମ ଜୀବନର ଶେଷ ଅବସ୍ଥା ପୂର୍ବରୁ, ନିଜ କର୍ତ୍ତ୍ୟବ୍ୟର ଅସ୍ଥିତ୍ଵ ଏକ ଲମ୍ବା ମାଇଲ ଷ୍ଟୋନ ପରି ଛାଡି ଦେଇ ଯିବ। ସେହି ମାଇଲ ଷ୍ଟୋନ ର ରାସ୍ତା ଅନେକ ଚାଲିଲା ବେଳେ ତୁମ କର୍ତ୍ତବ୍ୟ, ସତ୍ୟ, ନ୍ୟାୟ ଓ ଧର୍ମ ର ଗୁଣ ଗୁଡିକୁ ପ୍ରେମ, ସମ୍ମାନ ଓ ସ୍ମୃତି ସ୍ମାରକୀ ର ପାଦଚିହ୍ନ ପକେଇ ପକେଇ ଚାଲିବେ, ହଁ ତୁମ କର୍ମ ହିଁ କେବଳ ତୁମକୁ ମୁକ୍ତିର ବାଟ। ଯେମିତି ଏ ନଦୀ ମୋର ପଥ। ମତେ ନେଇଯିବ ସାଗରକୁ ଆଉ ପହଁଞ୍ଚିବା ର କିଛି ସମୟ ଭିତରେ, ସାଗର ର ଜୀବ ଜନ୍ତୁ ମତେ ଖାଇ ତୃପ୍ତ ହେବେ ଆଉ ବାକି କିଛି ଅଂଶ ସାଗର ର ଅତଳ ଗଭୀରରେ ଲୀନ ହେଇଯିବ ଶେଷ ହେଇଯିବ ମୋର ଅସ୍ଥିତ୍ଵ। ଧୀରେ ଧୀରେ ଶବ ଟି ସ୍ମିତ ହସ ଦେଇ ଆଗକୁ ଆଗକୁ ଭାସିଗଲା।

ଦୀପକ ସେହି ସମୟ ଠାରୁ ଜୀବନର ଶେଷ ଅବସ୍ଥା ପର୍ଯ୍ୟନ୍ତ, ସାରା ଜୀବନ ଶବର କହି ଯାଇଥିବା କଥା କୁ କର୍ତ୍ତବ୍ୟ ରୂପେ ପାଳନ କରିଥିଲା ଓ ସେ ଶେଷ ସମୟରେ ସେ ଖାଲି ଧୀରେ ଧୀରେ ହସୁଥିବା ବେଳେ ତାଙ୍କ ଆତ୍ମୀୟ ଗଣ ତାଙ୍କୁ ହସିବାର କାରଣ ପଚାରିବାରୁ, ସେ କହିଲା "ଶାନ୍ତି" କୁ ପାଇବି! ଆଉ ସେ ହସି ହସି ଆଖି ବୁଝିଥିଲା। ପରିବାର ଲୋକ କିଛି ନବୁଝି ତଟସ୍ଥ ହେଇ କିଏ? କିଏ ସେ ଶାନ୍ତି ବୋଲି ନିଜ ଭିତରେ ପଚାର ପଚାରି ହେଉଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy