Ahalya Pattanaik

Classics

3.6  

Ahalya Pattanaik

Classics

ରୁନୁ ମାଉସୀର ଚା ଦୋକାନ

ରୁନୁ ମାଉସୀର ଚା ଦୋକାନ

1 min
168


 ଅଫିସ୍ ଗଳିରେ ନୂଆ ଚା' ଦୋକାନ ଦେଖି ତା କଲେଜ ବେଳର " ରୁନୁ ମାଉସୀର ଚା ଦୋକାନ" କଥା ମନେ ପଡିଗଲା ସୁରଭିର । 

-ରୁନୁ ମାଉସୀର ସାଦା ଲୁଗା , ହାତରେ ନାଲି ଚୁଡି , ମୁଣ୍ଡରେ ଗୋଟେ ବଡ଼ ଟିପା , ପାନ ଖିଆ ଓଠ ଆଉ ତାର ଅଦା ଗୋଲମରିଚ ପଡି ଚା , ସବୁ ଏକା ସଙ୍ଗେ ଆସିଗଲା ସୁରଭି ସାମ୍ନାକୁ ।

- ସେ ପ୍ଲେସମେଣ୍ଟର ଖୁସିରେ ଖଟି ହଉ , କି ନୂଆ ନୂଆ ପ୍ରେମରେ ଧୋକା ଖାଇଥିବା ଖଟି, ସବୁ ବେଳେ ତା ଚା ଦୋକାନ ଆଗରେ ହିଁ ଥିଲା ଖଟି ସ୍ଥଳି ....


- ଅଫିସ୍ ରୁ ସିଧା ଆସି ଅଭିଷେକକୁ ଫୋନ ଲଗେଇଲା ସୁରଭି " ଅଭି, ତୋର ସେ କଲେଜ୍ ପାଖ ରୁନୁ ମାଉସୀ ଚା ଦୋକାନ କଥା ମନେ ଅଛି ?

- " ହଠାତ୍ କିନା ପଚାରିଲୁ ଯେ , ହଁ ... , ମୁଁ ଏଥର ଘରକୁ ଯାଇଥିଲି ତ କଲେଜ ଆଡ଼େ ଟିକେ ମାଡିଗଲି, ରୁନୁ ମାଉସୀ କୁଆଡେ କୋଭିଡ୍ ପୋଜିଟିଭ୍ ଆସିଥିଲା, ଆଉ ବୋଧେ ସେ ନାହିଁ " ।

- ଅଭିଷେକର ଶେଷ ଦୁଇ ଧାଡ଼ି ଟିକେ କଷ୍ଟ ଦେଲା ସୁରଭିକୁ, ସେପଟେ ରୋଷେଇ ଘରୁ ସ୍ଵସ୍ତିକ କହୁଥିଲେ " ସୁରୁ, ମୁଁ ଚା ଟିକେ କରୁଚି, ତମେ ପିଇବ"?


Rate this content
Log in

Similar oriya story from Classics