Ahalya Pattanaik

Children Stories

3  

Ahalya Pattanaik

Children Stories

ବିଶ୍ଵାସରେ ଭଗବାନ

ବିଶ୍ଵାସରେ ଭଗବାନ

2 mins
210


" ଓହୋ , କେତେ ଦିନ ପରେ ମହାପ୍ରଭୁଙ୍କର ଅଭଡ଼ା ଟିକେ ବାଜିଲା ଏ ପାଟିରେ " - ମନେ ମନେ କହି ଭିଡ଼ ଭିତରୁ ଠେଲି ପେଲି ବଡ଼ ଦେଉଳ ରୁ ବାହାରି ଆସିଲେ ଲେଙ୍କା ବାବୁ।

- ବଡ଼ ଦାଣ୍ଡରେ ଚାଲି ଚାଲି ଗଲା ବେଳେ " ଶୁଣୁଚ ! ଏପଟେ ଆସ , ଚିନୁ ପାଇଁ ଭଲ ଫେଣି ଦୁଇ କେଜି ଯିବ " - ଧର୍ମ ପତ୍ନୀଙ୍କ କଥା କାନରେ ଯେମିତି ପଡ଼ିଲା , ଭଲ ଫେଣି ଖୋଜିବାରେ ଲାଗିଗଲେ ଲେଙ୍କା ବାବୁ।


- ହଠାତ୍ କରି ଗୋଟେ ଘଟଣା ଦେଖିଲେ ସେ , ପିଲାଟିଏ , ବୋଧେ ବୟସ ଛଅ କି ସାତ ହବ , ମୁଣ୍ଡରେ ପାଛିଆ ଟିଏ ଧରି ଖାଲି ପାଦରେ ଦଉଡ଼ି ଦଉଡ଼ି ସଳିତା ବିକ୍ରି କରୁଚି , ବୈଶାଖ ମାସ ଖରାରେ ପାଦ ଦୁଇଟା ଜଳି ଗଲାଣି , ଯେତେବେଳେ କଷ୍ଟ ଅସହ୍ୟ ହଉଚି , ଗୋଟେ ବୋତଲ ରେ ପାଣି ରଖିଚି ସେଇଆକୁ ଟିକେ ପାଦ ଉପରେ ଢାଳି ଦଉଚି ।


- ଘଟଣା ଟି ଦେଖି ମନ ଟା ତରଳି ଗଲା ଲେଙ୍କା ବାବୁଙ୍କର । ଚପଲ ହଳେ କିଣି ଆଣିଲେ ସେ ପାଖ ଜୋତା ଦୋକାନ ରୁ , ପିଲା ଟିକୁ ଦେଇ କହିଲେ 

" ଓରେ ବାବୁ , ସଳିତା ଦୁଇ ବିଡା ଦେ , ପଇସା ରଖ୍, ଆଉ ଏ ଚପଲ ହଳକ ପିନ୍ଧି ବିକ୍ରି କର୍, ଏତେ ଖରାରେ ସେ ପାଦ ଦୁଇଟା ପୋଡ଼ିଗଲାଣି "।

- ପିଲା ଟି ହଠାତ୍ କିନା ପଚାରିଲା "ତମେ ଜଗନ୍ନାଥ ? " , ପ୍ରଶ୍ନ ଟି ଶୁଣି ଲେଙ୍କା ବାବୁ କହିଲେ

 " ନା ନା ,ମୁଁ କାହିଁକି ଜଗନ୍ନାଥ ହେବି, ସେ ତ ଦେଉଳ ଭିତରେ ଅଛନ୍ତି " ।

- ପିଲାଟି କହିଲା " ନା , ମୁଁ କାଲି ସ୍ୱପ୍ନରେ ଜଗନ୍ନାଥ ଙ୍କୁ ଦେଖିଥିଲି , ତାଙ୍କୁ କହିଥିଲି , ମୋତେ ହଲେ ଭଲ ଚପଲ ଆଣି ଦେବ, ସେଥିଲାଗି କହିଲି "।

- ପିଲା ଟି ହସି ଖୁସିରେ ଚାଲିଗଲା, ଏପଟେ ଧାର ଧାର ଲୁହ ବୋହି ଚାଲିଥିଲା ଲେଙ୍କା ବାବୁଙ୍କ ଆଖିରୁ , ପାଖ ଚା ଦୋକାନ ରୁ ଭାସି ଆସୁଥିଲା 

" ହଟିଆ ଠାକୁର ଆଉ କେତେ ନାଟ ଦେଖିବ , ଚଲାଇ ତାତି ବାଲିରେ ହାଟ ମୋର ସାରିବ ...


Rate this content
Log in